Showing posts with label meeting. Show all posts
Showing posts with label meeting. Show all posts

Friday, 10 April 2026

ଓଡ଼ିଶା ସଚିବାଳୟ ଲେଖକ ପରିଷଦର ସାରସ୍ୱତ ଆସର

 ଓଡ଼ିଆ ପକ୍ଷ ପାଳନ ଅବସରରେ ଓଡ଼ିଶା ସଚିବାଳୟ ଲେଖକ ପରିଷଦର  ସାରସ୍ୱତ ଆସର ଅନୁଷ୍ଠିତ

******

ଭୁବନେଶ୍ୱର - ତା ୦୯.ଅପ୍ରେଲ । ଓଡ଼ିଆ ପକ୍ଷ ପାଳନ ଅବସରରେ ଓଡ଼ିଶା ସଚିବାଳୟ ଲେଖକ ପରିଷଦର  ସ୍ୱାରସ୍ବତ ଆସର ଲୋକସେବା ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି ।  ଏହି ଅବସରରେ  ଅନୁଷ୍ଠିତ ସାହିତ୍ୟ ସଭାରେ ସଭାପତିତ୍ୱ କରିଥିଲେ ନାଟ୍ୟକାର ,ନିର୍ଦ୍ଦେଶକ ପୀୟୂଷ ରଞ୍ଜନ ପରିଡ଼ା  । ସଂଯୋଜନା କରିଥିଲେ ବିଜନବାଳା  ପାଟଯୋଷି । ଏହି ଅବସରରେ  ରଶ୍ମିତା ମହାନ୍ତ ,କାହ୍ନୁ ଚରଣ ଦାସ, ପୁଷ୍ପାଞ୍ଜଳି ବିଶୋୟୀ, ତ୍ରିଲୋଚନ ପ୍ରଧାନ ,ପୀୟୂଷ ରଞ୍ଜନ ପରିଡା,ସଞ୍ଜୟ ଆନନ୍ଦ କୁମାର ତ୍ରିପାଠୀ , ବିଜନବାଳା ପାଟଯୋଷି ଓ ଜନ୍ମେଜୟ ପ୍ରଜାପତି ସ୍ୱରଚିତ   କବିତା ପାଠ କରିଥିଲେ । ପରିଷଦର ବାର୍ଷିକ ସାରସ୍ଵତ ସମାରୋହ ଓ ସମ୍ବର୍ଦ୍ଧନା ସଭା ଆସନ୍ତା ମାସରେ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା । ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ  ରଶ୍ମିତା ମହାନ୍ତ । ପରିଷଦର ୟୁ ଟ୍ୟୁବ ପତ୍ରିକା "Pahachaର ପ୍ରଚାର ପ୍ରସାର ପାଇଁ ସମସ୍ତେ ଯତ୍ନବାନ ହେବାକୁ ସାଧାରଣ ସମ୍ପାଦକ ଅନୁରୋଧ କରିଥିଲେ ।

***

Tuesday, 13 September 2022

7th Death Anniversary of Late Akshaya Mahakud

ବିଶିଷ୍ଟ କର୍ମଚାରୀ ନେତା
ତଥା ସଚିବାଳୟ ସେବା ସଂଘର ସାଧାରଣ ସଂପାଦକ
ଦିବଂଗତ ଅକ୍ଷୟ ମହାକୁଡ଼
୧୫.୦୫.୧୯୬୪ - ୧୩.୦୯.୨୦୧୫
-----------------------------------

ଓଡ଼ିଶା ସଚିବାଳୟ ସେବା ସଂଘର ପୂର୍ବତନ ସାଧାରଣ ସମ୍ପାଦକ, ବିଶିଷ୍ଟ କର୍ମଚାରୀ ନେତା ଓ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଅଭିଭାବକ ଆନ୍ଦୋଳନର ସ୍ରଷ୍ଟା ସ୍ବର୍ଗତ ଅକ୍ଷୟ କମାର ମହାକୁଡ଼ଙ୍କ ସପ୍ତମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ସଭା ୧୩ ସେପ୍ଟେମ୍ବର ସନ୍ଧ୍ୟା ଘ.୬.୩୦ ମି. ସମୟରେ OSSA HOUSE - II ସଭାଗୃହରେ ଅକ୍ଷୟ ପ୍ରେମୀ ବନ୍ଧୁମାନଙ୍କ ଦ୍ଵାରା ଆୟୋଜନ କରାଯାଇଛି ।  ଏହି ଶ୍ରଦ୍ଧାଞ୍ଜଳି ସଭାରେ ଉପସ୍ଥିତ ରହି ସ୍ବର୍ଗତ ଅକ୍ଷୟ କମାର ମହାକୁଡ ଙ୍କୁ ନିଜର ଶ୍ରଦ୍ଧା ସୁମନ ଅର୍ପଣ ପାଇଁ ବିନମ୍ର ନିବେଦନ। 

ନିବେଦକ : ଅକ୍ଷୟ ପ୍ରେମୀ ବନ୍ଧୁଗଣ 

CLICK HERE TO READ THE SOUVENIR

Monday, 21 June 2021

Review meeting on pending recruitments in OPSC / OSSC / OSSSC

It is observed that some Recruitments are pending with Commissions due to clarification sought from the administrative departments. Hence a review meeting is scheduled to be held on 22.06.2021 under the Chairmanship of ACS, GA & PG Department to review pending and ongoing recruitments of OPSC, OSSC & OSSSC. 

The posts are as follows ;