ସରକାରୀ ଚାକିରି କରିଥିବା ପ୍ରତ୍ୟେକ ବ୍ୟକ୍ତି ଏବେ ତିନି ଶ୍ରେଣୀର ପେନସନ ଯୋଜନା ରେ ବିଭକ୍ତ।
- ପୁରାତନ ପେନସନ (Old Pension Scheme)
- ନୂତନ ପେନସନ (New Pension Scheme)
- ୟୁନିଫାଏଡ ପେନସନ (Unified Pension Scheme)
ତେବେ ଚଳିତ ବର୍ଷ ୧ ଅପ୍ରେଲ, ୨୦୨୫ ଠାରୁ ଲାଗୁ ହୋଇଥିବା ୟୁନିଫାଏଡ ପେନସନ ସ୍କିମ୍ (UPS) ବିଷୟରେ ସାଧାରଣରେ ଥିବା କେତେକ ପ୍ରଶ୍ନର ଉତ୍ତର ନିଜ ସାଧ୍ୟାମତେ ନିମ୍ନରେ ପ୍ରଦାନ କରୁଅଛି । ତେବେ ସଠିକ୍ ତଥା ଅଧିକ ବିବରଣୀ ପାଇଁ ସରକାରୀ ଗେଜେଟ ବିଜ୍ଞପ୍ତିକୁ ଅନୁକରଣ କରିବାକୁ ଅନୁରୋଧ।
୧) ଯେଉଁ ସରକାରୀ କର୍ମଚାରୀ NPS ଅନ୍ତର୍ଭୁକ୍ତ ଅଟନ୍ତି, କେବଳ ସେହିମାନେ ହିଁ UPS ଚୟନ କରିପାରିବେ ।
---------
୨) ଓଡ଼ିଶା ସରକାରଙ୍କ କର୍ମଚାରୀମାନଙ୍କ ପାଇଁ ଏହା ୦୧.୦୪.୨୦୨୫ ଠାରୁ ଲାଗୁ ହୋଇଥିଲେ ମଧ୍ୟ ବିକଳ୍ପ ଚୟନ ପାଇଁ କାର୍ଯ୍ୟ ପ୍ରଣାଳୀ ପ୍ରସ୍ତୁତ ହେଉଅଛି । ବିକଳ୍ପ ଚୟନ ସମୟସୀମା ୩୦.୦୬.୨୦୨୫ ଥିବା ବେଳେ ଏହାକୁ ବୃଦ୍ଧି କରାଯାଇପାରେ ।
---------
୩) କେଉଁମାନେ UPS ର ସୁବିଧା ପାଇପାରିବେ ?
କ - ଅତି କମରେ ୧୦ ବର୍ଷ ଚାକିରୀ କରି ଅବସର ନେଇଥିଲେ ।
ଖ - ବାଧ୍ୟତା ମୂଳକ ଅବସର ନେଇଥିଲେ ।
ଗ - ସେବାନିବୃତ୍ତି ଅବସର ନେଇଥିଲେ ।
ଘ - କିନ୍ତୁ ଦଣ୍ଡ ସ୍ୱରୂପ removal, dismissal ହେଲେ କିମ୍ବା ନିଜେ resignation ଦେଇଥିଲେ UPS ଲାଗୁ ହେବ ନାହିଁ ।
---------
୪) ନୂତନ କରି ଯୋଗ ଦେଉଥିବା କିମ୍ବା NPS ଅନ୍ତର୍ଭୁକ୍ତ ସରକାରୀ କର୍ମଚାରୀ ନିମ୍ନ ଲିଖିତ ଦୁଇ ବିକଳ୍ପ ମଧ୍ୟରୁ ଗୋଟିଏ ଚୟନ କରିପାରିବେ ।
କ - NPS without UPS (i.e. only NPS)
ଖ - NPS with UPS (i.e. NPS + UPS)
---------
୫) NPS+UPS ର କଣ ସୁବିଧା ଅଛି ଯାହା only NPS ରେ ନାହିଁ ?
କ - ଅବସର ପରେ ସୁନିଶ୍ଚିନ୍ତ ପେନସନ
ଖ - ୨୫ ବର୍ଷ କିମ୍ବା ଅଧିକ ବୟସ ଚାକିରି କରିଥିଲେ,
(ଶେଷ ୧୨ ମାସର ମୂଳ ବେତନ ର ହାରାହାରି x ୫୦%)
ଗ - ୨୫ ବର୍ଷରୁ କମ ବର୍ଷ ଚାକିରୀ କରିଥିଲେ, ସମାନୁପାତିକ ଭାବେ କମ୍ ପେନସନ ମିଳିବ କିନ୍ତୁ ଏହା ଯଦି ୧୦୦୦୦ ରୁ କମ ହୁଏ ତେବେ ଅତି କମରେ ୧୦,୦୦୦ ଟଙ୍କାର ସୁନିଶ୍ଚିନ୍ତ ପେନସନ ମିଳିବ ।
ଘ - କିନ୍ତୁ ୧୦ ବର୍ଷରୁ କମ ଚାକିରି ହୋଇଥିଲେ UPS ନିୟମରେ ପେନସନ ମିଳିବ ନାହିଁ ।
# ଫାମିଲି ପେନସନ : ଅବସର ପରେ ମୃତ୍ୟୁ ହେଲେ ସ୍ତ୍ରୀ କୁ ପେନସନ ର ୬୦% ଫାମିଲି ପେନସନ ହିସାବରେ ମିଳିବ ।
# ମହଙ୍ଗା ଭତ୍ତା : ଉଭୟ ପେନସନ ଓ ଫେମିଲି ପେନସନ ସହିତ ବର୍ଦ୍ଧିତ ମହଙ୍ଗା ଭତ୍ତା ଲାଗୁ ହେବ ।
--------
୬) ଅବସର ପରେ ଏକାସାଙ୍ଗରେ କେତେ ଟଙ୍କା ମିଳିବ ?
ମାସିକ (Basic + DA) * ୧୦% * ୬ ମାସିକ କାର୍ଯ୍ୟକାଳ ସଂଖ୍ୟା
# ୧୦ ବର୍ଷରୁ କମ ଚାକିରି ହୋଇଥିଲେ lump sum ମିଳିବ ନାହିଁ।
--------
୭) UPS ଚୟନ କଲେ NPS ରେ ଆଉ ଜମା କରିବାକୁ ପଡ଼ିବ କି ନାହିଁ । ଉତ୍ତର : ହଁ
କ) କେବଳ NPS ଅନ୍ତର୍ଭୁକ୍ତ ହୋଇଥିଲେ ହିଁ UPS ବିକଳ୍ପ ଚୟନ କରାଯାଇପାରିବ।
ଖ) ତେଣୁ NPS ପାଇଁ ପୂର୍ବପରି ଦରମାରୁ ୧୦% କାଟି NPS ରେ ଜମା କରାଯିବ
ଗ) କିନ୍ତୁ NPS ରେ ଦୁଇ ପ୍ରକାର Fund ରହିବ।
#୧ : Individual Corpus Fund =
(Employee Contribution ୧୦% + Government Contribution ୧୦%)
#୨ : Pool Corpus Fund = Additional Government Contribution ୮.୫%
---------
୮) UPS ପାଇଁ ଚୟନ କଲେ NPS ରେ ଆଗରୁ ଜମାଥିବା ଟଙ୍କା କଣ ହେବ ?
କ) ବର୍ତ୍ତମାନ ସୁଦ୍ଧା ଜମା ଥିବା ସମସ୍ତ ଟଙ୍କା Individual Corpus Fund ରେ ଜମା ହେବ ।
ଖ) ପରବର୍ତ୍ତୀ ମାସ ମାନଙ୍କରେ ପୂର୍ବପରି ଦରମା (basic+ DA) ରୁ ୧୦% କଟିବ ଏବଂ ସରକାରଙ୍କ ତରଫରୁ (୧୦+୮.୫)% ପ୍ରଦାନ କରାଯିବ ।
ଗ) କର୍ମଚାରୀଙ୍କ ୧୦% ଏବଂ ସରକାରଙ୍କ ୧୦% Individual Corpus Fund ରେ ଜମା ହୋଇଚାଲିବ। କିନ୍ତୁ ସରକାରଙ୍କ ଅତିରିକ୍ତ ୮.୫% Pool Corpus Fund ରେ ଜମା ହେବ ।
--------
୯) Benchmark Corpus : କୌଣସି କର୍ମଚାରୀ UPS ଚୟନ କଲେ, ନିୟମିତ NPS Contribution ତଥ୍ୟ ଅନୁଯାୟୀ PFRDA ଦ୍ଵାରା ଏକ Benchmark Corpus ନିର୍ଦ୍ଧାରଣ କରାଯିବ ।
---------
୧୦) ଅବସର ପରେ NPS ରେ ଆଗରୁ ଜମାଥିବା ଟଙ୍କା କଣ ହେବ ?
କ) ଅବସର ପରେ Individual Corpus ଟଙ୍କା ମଧ୍ୟରୁ Benchmark Corpus ର ସମାନ ପରିମାଣ ଟଙ୍କା/ୟୁନିଟ Pool Corpus Fund ରେ ଜମା କରାଯିବ ।
# ଯଦି Individual Corpus Fund ରେ Benchmark Corpus ଠାରୁ କମ ଟଙ୍କା /ୟୁନିଟ ଥିବ, ତେବେ କର୍ମଚାରୀ ନିଜ ପକ୍ଷରୁ ନିଅଣ୍ଟ ଅର୍ଥ ଜମା କରିବାକୁ ପଡ଼ିବ । ନଚେତ୍ ଆନୁପାତିକ ହାରରେ ସୁନିଶ୍ଚିତ ପେନସନ ପ୍ରଦାନ କରାଯିବ ।
# ଯଦି Individual Corpus Fund ରେ Benchmark Corpus ଠାରୁ ଅଧିକ ଟଙ୍କା /ୟୁନିଟ ଥିବ, ତେବେ କର୍ମଚାରୀ ଖାତାକୁ ଏହି ବଳକା ଟଙ୍କା/ୟୁନିଟ ପ୍ରଦାନ କରାଯିବ ।
-------
Pool Corpus Fund କୁ Individual Corpus Fund ସ୍ଥାନାନ୍ତର ହେଲେ ହିଁ ସୁନିଶ୍ଚିତ ପେନସନ (Assured Payout) ପ୍ରଦାନ ତଥା ଏକକାଳୀନ (Lump sum) ଅର୍ଥ ପ୍ରଦାନ କରାଯିବ ।
Circulars on UPS :
For Central Government employees:
Gazette Dt.24.01.2025 : Click Here
For State Government Employees:
Notification No.9364 Dt.21.03.2025
Click here to view download PDF
No comments:
Post a Comment