Wednesday, 23 April 2025

OSSA Election 2025: More than 40 Nominations filed

ଓଡ଼ିଶା ସଚିବାଳୟ ସେବା ସଂଘ ର ନିର୍ବାଚନ ବିଗୁଲ ବାଜି ସାରିଛି । ନିର୍ବାଚନ କମିଶନ ଙ୍କ କାର୍ଯ୍ୟସୂଚୀ ଆନୁଯାୟୀ ଆଜି ଥିଲା ନାମାଙ୍କନ ପତ୍ର ଦାଖଲ ର ଶେଷ ଦିନ। ଖାରବେଳ ଭବନ ସ୍ଥିତ ସଂଘ କାର୍ଯ୍ୟାଳୟ, ଓସା ଭବନ ରେ ଆଜି ବିଭିନ୍ନ ବର୍ଗର ପ୍ରାର୍ଥୀ ସେମାନଙ୍କ ପ୍ରସ୍ତାବକଙ୍କ ଉପସ୍ଥିତିରେ ମୋଟ ୯ ଟି ପଦବୀ ପାଇଁ ନିଜ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । 

ଆସନ୍ତା କାଲି ପ୍ରାର୍ଥୀପତ୍ର ଯାଞ୍ଚ କରାଯାଇ ସଠିକ ନାମାଙ୍କନ ପତ୍ର ର ତାଲିକା ପ୍ରକାଶ କରାଯିବ  ଏବଂ ତା' ପରଦିନ ଅର୍ଥାତ ୨୫ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ ।  ସେହିଦିନ ନିର୍ବାଚନ କମିଶନ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରିବେ । ଆସନ୍ତା ମଇ ୭ ତାରିଖରେ ମତଦାନ ପାଇଁ ଦିନ ଧାର୍ଯ୍ୟ କରାଯାଇଅଛି । 

ସୂଚନା ଅନୁସାରେ ପ୍ରାୟ ୪୦ ରୁ ଉର୍ଦ୍ଧ୍ବ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

No comments: