Senior IAS officers are assigned duty at State Emergency Operation Centre (SEOC) to keep track on preparedness in view of cyclone Akvan.
Pages
- Home
- About Us
- Secretariat
- Departments
- Assembly
- OSSA
- HOLIDAYS
- Reference Books
- ELECTION 2024
- 8th CPC
- 7th PAY
- DA/DR
- OPS
- NPS
- UPS
- GA Quarter
- Property St.
- CCR / PAR
- RA Scheme
- Govt Vehicle
- Hired Vehicle
- GIS Advance
- Festival Advance (FA)
- Computer Advance (CA)
- Motor Car & EV (MCA)
- House Building Advance (HBA)
Pages
Thursday, 19 November 2026
Cyclone "Akvan" : Closure of Schools / cancellation of leave
Wednesday, 18 November 2026
Odisha Government hikes Dearness Allowance by 3%
ମହଙ୍ଗା ଭତ୍ତା ବୃଦ୍ଧି ଘୋଷଣା:
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ତିନି ପ୍ରତିଶତ ବୃଦ୍ଧି ବିଷୟ ଘୋଷଣା କରିଛନ୍ତି। ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୬୦ ପ୍ରତିଶତରୁ ୬୩ ପ୍ରତିଶତକୁ ବୃଦ୍ଧି ପାଇଲା। ଏହା ଜୁଲାଇ ପହିଲା ୨୦୨୬ରୁ ପିଛିଲା ଭାବରେ ଲାଗୁ ହେବ। ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଚଳିତ ନଭେମ୍ବର ମାସ ଦରମାରେ ନଗଦ ଆକାରରେ ମିଳିବ।
ଏହା ସହିତ ପେନ୍ସନଭୋଗୀ ମାନଙ୍କ ଟି.ଆଇ ରେ ମଧ୍ୟ ତିନି ପ୍ରତିଶତ ବୃଦ୍ଧି କରାଯାଇଛି। ସେମାନେ ମଧ୍ୟ ଅନୁରୂପ ଭାବେ ନଭେମ୍ବର ମାସ ପେନ୍ସନରେ ଏହି ବର୍ଦ୍ଧିତ ଟି.ଆଇ ପାଇବେ। ଏହା ଦ୍ୱାରା ପ୍ରାୟ ସାଢେ ଆଠ ଲକ୍ଷ ସରକାରୀ କର୍ମଚାରୀ ଓ ପେନ୍ସନଭୋଗୀ ଉପକୃତ ହେବେ।
Courtesy : X (@IPR_Odisha)
Monday, 16 November 2026
30 OAS Probationers posted as Deputy Collector & District Sub-Registrar
ଓଡ଼ିଶା ପ୍ରଶାସନିକ ସେବା (OAS)ର ପ୍ରଶିକ୍ଷଣରତ ଅଧିକାରୀମାନଙ୍କୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଡେପୁଟି କଲେକ୍ଟର ଓ ଜିଲ୍ଲା ଉପ-ନିବନ୍ଧକ (District Sub-Registrar) ଭାବେ ନୂତନ ଦାୟିତ୍ୱ ନ୍ୟସ୍ତ କରାଯାଇଛି
Sunday, 15 November 2026
Long standing demands of teachers in Odisha: CM approves 15 recommendations
ଶିକ୍ଷାନୁଷ୍ଠାନ କ୍ଷେତ୍ର ସମ୍ବନ୍ଧିତ ଶ୍ରୀ ଅଶୋକ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟିର ବୈଠକରେ ଅଧ୍ୟକ୍ଷତା କରି ୧୫ ଗୋଟି ସୁପାରିଶକୁ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ନେଇଛନ୍ତି:
1. ୨୦୧୩ ସରକାରୀ ବ୍ଲକ ଗ୍ରାଣ୍ଟର ଅନୁଦାନରୁ ବଞ୍ଚିତ ୧୯୪ଟି ଉଚ୍ଚ ବିଦ୍ୟାଳୟ ଗୁଡ଼ିକୁ ଅନୁଦାନଭୁକ୍ତ କରିବା।
2. ସରକାରୀ ସ୍କୁଲରେ ପାର୍ଟ-ଟାଇମ୍ କଳା, ସଂଗୀତ ଓ କ୍ରୀଡ଼ା ଶିକ୍ଷକମାନଙ୍କ ମାସିକ ପାରିଶ୍ରମିକ ୧୦ ହଜାର ଟଙ୍କାରୁ ୧୬ ହଜାର ଟଙ୍କାକୁ ବୃଦ୍ଧି କରିବା।
3. ୬ ବର୍ଷ ପୂରଣ କରି ୨୦୨୨ ମସିହାରେ ନିୟମିତ ହୋଇଥିବା ସରକାରୀ ମାଧ୍ୟମିକ ବିଦ୍ୟାଳୟ TGT ଓ PET ଶିକ୍ଷକମାନଙ୍କୁ ବକେୟା ଦରମା ପ୍ରଦାନ କରିବା।
4. ପ୍ରାଥମିକ ଶିକ୍ଷକମାନଙ୍କର ନିୟମିତ ପଦୋନ୍ନତି କରିବା।
5. ୨୦୧୬ରୁ ୨୦୧୮ ମସିହା ମଧ୍ୟରେ ନିଯୁକ୍ତ ଶିକ୍ଷା ସହାୟକମାନଙ୍କୁ ନିୟମିତ କରିବା।
6. ପ୍ରଥମା ଓ ମଧ୍ୟମା ସଂସ୍କୃତ ଟୋଲ ଗୁଡ଼ିକରେ ନିୟମିତ ଶିକ୍ଷକ ନିଯୁକ୍ତି କରିବା।
7. ସରକାରୀ ବିଦ୍ୟାଳୟରେ ଚାକିରୀ କରିଥିବା କ୍ଲାସିକାଲ୍ ଶିକ୍ଷକମାନଙ୍କୁ Trained Graduate (TG) ଶିକ୍ଷକ ଯୋଗ୍ୟତା ସାରଣୀରେ ଅନ୍ତର୍ଭୁକ୍ତ କରିବା।
8. ପୂର୍ଣ୍ଣ ଅନୁଦାନପ୍ରାପ୍ତ ମଧ୍ୟମା ସଂସ୍କୃତ ଟୋଲ୍ରେ ଶିକ୍ଷକ ମୁତୟନ କରିବା।
9. ଧନ୍ଦାମୂଳକ ପ୍ରଶିକ୍ଷକଙ୍କୁ ନିୟମିତ ଭାଗରେ ବେତନ ପ୍ରଦାନ କରିବା।
10. ଓଡିଶା କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କୁ ଅଧିକ ଯୋଗ୍ୟତା ହାସଲ କରିବାକୁ ସୁଯୋଗ ଦେବା।
11. ଆଦର୍ଶ ବିଦ୍ୟାଳୟର ସମସ୍ତ ଆବାସିକ ଛାତ୍ରାବାସକୁ ସମ୍ପୂର୍ଣ୍ଣ କରାଯାଇ କାର୍ଯ୍ୟକ୍ଷମ କରିବା।
12. ଆଦର୍ଶ ବିଦ୍ୟାଳୟରେ କାର୍ଯ୍ୟରତ ସମସ୍ତ କର୍ମଚାରୀମାନଙ୍କ ନିୟମିତ ଦରମା ପାଇବାର ବ୍ୟବସ୍ଥା କରିବା।
13. ଆଦର୍ଶ ବିଦ୍ୟାଳୟର କର୍ମଚାରୀମାନଙ୍କର ପିଲାମାନଙ୍କୁ ଆଦର୍ଶ ବିଦ୍ୟାଳୟରେ ପଢ଼ିବା ପାଇଁ ବ୍ୟବସ୍ଥା କରିବା।
14. ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନିଯୁକ୍ତ TGT ଶିକ୍ଷକ ମାନଙ୍କର ପୂର୍ବ ଚାକିରିର ଗଣତି ଓ ବେତନର ସୁରକ୍ଷା କରିବା।
15. ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ AI ଓ Robotics ପରୀକ୍ଷାଗାର ଖୋଲିବା।
ବୈଠକରେ ବ୍ଲକ ଗ୍ରାଣ୍ଟ କର୍ମଚାରୀମାନଙ୍କ ପେନସନ୍ ଦାବୀ ଉପରେ ମଧ୍ୟ ଆଲୋଚନା ହୋଇଥିଲା। କିନ୍ତୁ ଯେହେତୁ ଏହା ବର୍ତ୍ତମାନ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ସକ୍ରିୟ ବିଚାରାଧିନ ଅଛି, ତେଣୁ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ପ୍ରାପ୍ତି ହେବା ପରେ ବିହିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି।





















