Showing posts with label Cabinet. Show all posts
Showing posts with label Cabinet. Show all posts

Saturday, 22 March 2025

CABINET DECISION : 20.03.2025

20.03.2025 ତାରିଖରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ବିଧାନ ସଭା ଗୃହରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

21.03.2025 : 

ଗତ କାଲି 2025 ମାର୍ଚ୍ଚ 20 ତାରିଖରେ ରାଜ୍ୟ କ୍ୟାବିନେଟର 16ତମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ 7ଟି ବିଭାଗ ଯଥା:- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଇସ୍ପାତ ଓ ଖଣି, ପୂର୍ତ୍ତ, ସାଧାରଣ ପ୍ରଶାସନ, ଜଳ ସଂପଦ, ପଞ୍ଚାୟତିରାଜ ଓ ପାନୀୟଜଳ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର 10ଟି ପ୍ରସ୍ତାବ ଅନୁମୋଦନ ଲାଭ କରିଛି। 

1. ଓଡିଶାର ଜନସାଧାରଣଙ୍କ ପାଇଁ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାକୁ ମିଳିତ ଭାବେ ଲାଗୁ କରିବା ପାଇଁ ରାଜ୍ୟ ସରକାର  ଜାତୀୟ ସ୍ଵାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ସହ ବୁଝାମଣା ପତ୍ର ସ୍ଵାକ୍ଷର କରିଛନ୍ତି। 

ଏହି ନୂଆ ସମନ୍ୱିତ ଯୋଜନାରେ ପ୍ରାୟ ୧.୦୩ କୋଟି ପରିବାରର ୩.୪୬ କୋଟି ହିତାଧିକାରୀ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ଓ ମହିଳା ସଦସ୍ୟ ମାନେ ଅତିରିକ୍ତ ୫ ଲକ୍ଷ ଟଙ୍କାର ଦେୟ ମୁକ୍ତ ଚିକିତ୍ସା (Cashless Treatment) ସୁବିଧା ପାଇବେ । ଏହା ସହ, ୭୦ ବର୍ଷ ବା ତଦୁର୍ଦ୍ଧ୍ଵ ବୟସ୍କ, ଆର୍ଥିକ ବର୍ଗ ନିର୍ବିଶେଷରେ, ସମସ୍ତ ବ୍ୟକ୍ତି ମାନଙ୍କ ପାଇଁ ‘ଆୟୁଷ୍ମାନ ବୟୋ-ବନ୍ଦନା ଯୋଜନା’ ଲାଗୁ କରାଯିବ ।  ଏହା ଦ୍ଵାରା ସେମାନେ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କାର ଦେୟ ମୁକ୍ତ ଚିକିତ୍ସା ପାଇ ପାରିବେ ।

ଉଭୟ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମିଳିତ ଭାବେ କାର୍ଯ୍ୟକାରୀ ହେଲେ:

(କ) ହିତାଧିକାରୀ ମାନେ ସାରା ଦେଶର ୨୯ ହଜାର ତାଲିକାଭୁକ୍ତ ଘରୋଇ ଏବଂ ସରକାରୀ ହସ୍ପିଟାଲରେ ଦେୟମୁକ୍ତ ଚିକିତ୍ସା ପାଇବେ। ପୂର୍ବରୁ କେବଳ ୯୦୦ ହସ୍ପିଟାଲରେ ଏହି ସୁବିଧା ମିଳୁଥିଲା ।

(ଖ) AB PMJAY କାର୍ଯ୍ୟାନ୍ୱୟନ ପାଇଁ ଓଡ଼ିଶା ସରକାର ଭାରତ ସରକାରଙ୍କ ଠାରୁ କେନ୍ଦ୍ରୀୟ ଅଂଶଧନ ପାଇବେ ।

ସେହିପରି, ଆୟୁଷ୍ମାନ ବୟୋ-ବନ୍ଦନା ଯୋଜନାରେ ୭୦ ବର୍ଷ ବା ତଦୁର୍ଦ୍ଧ୍ଵ ବୟସର  ବ୍ୟକ୍ତିମାନେ ସାରା ଦେଶର ୨୯ ହଜାର ତାଲିକାଭୁକ୍ତ ଘରୋଇ ଏବଂ ସରକାରୀ ହସ୍ପିଟାଲରେ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ମୂଲ୍ୟର ଦେୟମୁକ୍ତ ଚିକିତ୍ସା ପାଇପାରିବେ । ଓଡ଼ିଶାର ଅଧିକ ୬ ଲକ୍ଷ ନୂଆ ହିତାଧିକାରୀ ଏଥିରେ ସାମିଲ ହେବାର ଆଶା କରାଯାଉଛି । ସୂଚନାଯୋଗ୍ୟ ଯେ, ରାଜ୍ୟର ସବୁ ସରକାରୀ ଡାକ୍ତରଖାନାରେ ସମସ୍ତ ନାଗରିକମାନଙ୍କ ପାଇଁ ଦେୟମୁକ୍ତ ଚିକିତ୍ସା ବର୍ତ୍ତମାନ ପରି ଚାଲୁରହିବ ।

ରାଜ୍ୟ କ୍ୟାବିନେଟ୍ AB PMJAY- GJAY ବାବଦକୁ ୫ ବର୍ଷ, ଅର୍ଥାତ ୨୦୨୫-୨୬ ରୁ ୨୦୨୯-୩୦ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ୨୭ ହଜାର ୧୯ କୋଟି ୨୫ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ଅନୁମୋଦନ କରିଛନ୍ତି ।

2. ଖଣି କାର୍ଯ୍ୟ ଯୋଗୁଁ ଖଣି ଅଞ୍ଚଳରେ କ୍ଷତିଗ୍ରସ୍ତ ପରିବାରକୁ ଆଶ୍ୱସ୍ତି ଦେବା ପାଇଁ ଓଡ଼ିଶା ଜିଲ୍ଲା ଖଣିଜ ଫାଉଣ୍ଡେସନ ନିୟମ-୨୦୧୫ ପ୍ରଣୟନ କରାଯାଇଥିଲା । 

ଖଣି ଅଞ୍ଚଳରେ ରହୁଥିବା ପରିବାର ମାନେ କେବଳ ଜମି ନୁହେଁ ବରଂ ତାଙ୍କର ଜୀବିକା ଓ ତାଙ୍କର ପରିଚୟ ମଧ୍ୟ ହରାଇଛନ୍ତି । ଖଣି କାର୍ଯ୍ୟ ଫଳରେ ଉପୁଜୁଥିବା ପରିବେଶ ଅବକ୍ଷୟ ଯୋଗୁଁ ସେମାନେ ଏହାର ନକାରାତ୍ମକ ପ୍ରଭାବର ସମ୍ମୁଖୀନ ମଧ୍ୟ ହେଉଛନ୍ତି । ଏହି ପ୍ରତିକୂଳ ପ୍ରଭାବରୁ ମୁକୁଳିବା ପାଇଁ ଭାରତ ସରକାରଙ୍କ ଦ୍ୱାରା ଜିଲ୍ଲା ଖଣିଜ ଫାଉଣ୍ଡେସନ ପାଣ୍ଠି (DMF) ଗଠନ କରାଯାଇଥିଲା । ଏହି ପାଣ୍ଠି ପ୍ରଭାବିତ ଅଞ୍ଚଳରେ ରହୁଥିବା ପରିବାରର ହିତ ପାଇଁ ବ୍ୟବହୃତ ହେଉଅଛି ।

ଏହି ବ୍ୟବସ୍ଥା ଗୁଡ଼ିକୁ ଅଧିକ ଲୋକାଭିମୁଖୀ କରିବା ପାଇଁ କେନ୍ଦ୍ର ସରକାର ପ୍ରଚଳିତ DMF ନିୟମରେ ଆବଶ୍ୟକ ସଂଶୋଧନ କରିଛନ୍ତି ।  ଏହି ସଂଶୋଧନରେ ଅନେକ ନୂତନ କାର୍ଯ୍ୟକଳାପ ଅନ୍ତର୍ଭୁକ୍ତ ହୋଇଛି ଯାହା ଏ ପର୍ଯ୍ୟନ୍ତ ଉପଲବ୍ଧ ନଥିଲା । ଏହା ଦ୍ଵାରା ଖଣି ଅଞ୍ଚଳରେ ପ୍ରଭାବିତ ପରିବାର ବର୍ଗ ବହୁ ମାତ୍ରାରେ ଉପକୃତ ହେବେ। 

ପ୍ରଭାବିତ ଅଞ୍ଚଳରେ କାର୍ଯ୍ୟ ତାଲିକା କେବଳ DMF ଟ୍ରଷ୍ଟ ନିର୍ଦ୍ଧାରଣ କରିବ ଏବଂ ଏହାକୁ ଅନ୍ୟ କେହି  ନିର୍ଦ୍ଧାରଣ କିମ୍ବା ହସ୍ତକ୍ଷେପ କରିପାରିବେ ନାହିଁ । 

ସେହିପରି ଖଣି ପ୍ରଭାବିତ ପରିବାରର ସ୍ୱାର୍ଥରକ୍ଷା ପାଇଁ ପୂର୍ବ ନିୟମ ତୁଳନାରେ ଅନେକ ଉନ୍ନତି କରାଯାଇଛି । ଏହା ଦ୍ୱାରା ପରିବାର ଗୁଡ଼ିକୁ ଲାଭଜନକ ଜୀବିକା, ଦକ୍ଷତା ବିକାଶ, କୃଷି ସହାୟତା ଇତ୍ୟାଦି ମିଳିପାରିବ ।

ସଂଶୋଧିତ ନିୟମାବଳୀ ଅନୁସାରେ ସିଧାସଳଖ ପ୍ରଭାବିତ (Directly affected) ଅଞ୍ଚଳ ସୀମା ୧୦ କିଲୋମିଟରରୁ ବୃଦ୍ଧି କରି ୧୫ କିଲୋମିଟରକୁ କରାଯାଇଛି। ସେହିପରି ପରୋକ୍ଷ ପ୍ରଭାବିତ (Indirectly Affected) ଅଞ୍ଚଳର ସର୍ବାଧିକ ସୀମା ୨୫ କିଲୋମିଟରରେ ସୀମିତ ରଖାଯାଇଛି । ଏହି ପାଣ୍ଠି ସେହି ଲୋକମାନଙ୍କ ପାଇଁ ବ୍ୟବହୃତ ହେବ, ଯେଉଁ ମାନେ ପ୍ରକୃତରେ ଖଣି ସମ୍ବନ୍ଧୀୟ କାର୍ଯ୍ୟ ଯୋଗୁଁ ପ୍ରତିକୂଳ ଭାବେ ପ୍ରଭାବିତ ହୁଅନ୍ତି . 

କ୍ୟାବିନେଟ୍ ଏହି ସନ୍ଦର୍ଭରେ ଏକ ଗୁରୁତ୍ବପୂର୍ଣ ନିଷ୍ପତ୍ତି ନେଇଛନ୍ତି। ଖଣି-ଖାଦାନ ସୀମାଠାରୁ ପାଞ୍ଚ କିଲୋମିଟର ଅଞ୍ଚଳ ମଧ୍ୟରେ DMF ପାଣ୍ଠି ଦ୍ୱାରା ସ୍ଥିର କରାଯାଇଥିବା ସମସ୍ତ ଉନ୍ନୟନମୂଳକ ଏବଂ କଲ୍ୟାଣମୂଳକ କାର୍ଯ୍ୟ Saturation Mode ରେ କରାଯିବ । 

୩. ଆମ ସରକାର ଗତକାଲି କ୍ୟାବିନେଟ ରେ ଗୋଟିଏ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ଆମେ ସମସ୍ତେ ଅନୁଭବ କରୁ ଯେ, ଯେତେବେଳେ ଗୋଟିଏ ପରିବାର ମୁଖିଆ ମୃତ୍ୟୁ ବରଣ କରନ୍ତି, ତାଙ୍କ ପରିବାର ଅସହାୟ ହୋଇଯାଏ । ପରିବାର ବିପନ୍ନ ଅବସ୍ଥାକୁ ଚାଲିଯାଏ। ଆଗରୁ, ଜଣେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହେଲେ, ବିପନ୍ନ ପରିବାରକୁ ସାହାଯ୍ୟ କରିବା ପାଇଁ ରାଜ୍ୟ ସରକାର ଓଡ଼ିଶା ସିଭିଲ ସର୍ଭିସ (ଥଇଥାନ ସହାୟତା) ନିୟମ, ୧୯୯୦ ଅନୁଯାୟୀ, ପରିବାରର ଜଣେ ସଦସ୍ୟଙ୍କୁ ସରକାର, Group C କିମ୍ବା Group D ରେ ନିଯୁକ୍ତି ଦେଉଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ବିପର୍ଯ୍ୟୟ ପ୍ରମାଣପତ୍ର ଆଧାରରେ ଏଭଳି ନିଯୁକ୍ତି ଦିଆଯାଉଥିଲା।

ଦୁର୍ଭାଗ୍ୟ ବଶତଃ ୨୦୨୦ ମସିହାରେ ତତ୍କାଳୀନ ସରକାର ନୂତନ ନିୟମାବଳୀ ପ୍ରଣୟନ କରିଥିଲେ ଏବଂ ବିପର୍ଯ୍ୟୟ ପ୍ରମାଣ ପତ୍ର ବଦଳରେ ମାର୍କିଂ ସିଷ୍ଟମ ଲଗାଇଥିଲେ। ଆଶ୍ଚର୍ଯ୍ୟର କଥା ହେଉଛି ଯେ ଯେଉଁ ସରକାରୀ କର୍ମଚାରୀ 1990 ରୁ 2020 ମସିହା ଭିତରେ ମୃତ୍ୟୁ ବରଣ କରିଥିଲେ ସେମାନଙ୍କ ପରିବାର ବର୍ଗଙ୍କୁ ମଧ୍ୟ ନୂଆ ନିୟମାବଳୀର ପରିସରଭୁକ୍ତ କରିଦେଲେ । 

ଅନେକ ପରିବାର ଏହି ସହାୟତାରୁ ବଞ୍ଚିତ ହୋଇ ନିଯୁକ୍ତି ଦାବୀ କରି ଆସୁଛନ୍ତି ଏବଂ ଅନେକ କେସ୍ ମଧ୍ୟ ଫାଇଲ୍ କରିଛନ୍ତି ।

କ୍ୟାବିନେଟ ଗତ କାଲି ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି ଯେ, ଓଡ଼ିଶା ବେସାମରିକ ସେବା (ଥଇଥାନ ସହାୟତା) ନିୟମ, ୨୦୨୦ ଆରମ୍ଭ ହେବା ତାରିଖ ପୂର୍ବରୁ, ଥଇଥାନ ସହାୟତା ସମ୍ବନ୍ଧିତ ସମସ୍ତ ବିଚାରାଧୀନ ଆବେଦନ 1990ରେ ପ୍ରଚଳିତ ନିୟମ ଅନୁଯାୟୀ ବିଚାର କରାଯିବ । ଏହା ଦ୍ୱାରା ୨୦୨୦ ମସିହାର ନିୟମ ଲାଗୁହେବା ପୂର୍ବରୁ ଯେଉଁ କର୍ମଚାରୀଙ୍କ ମୃତ୍ୟୁ ଘଟିଛି, ସେମାନଙ୍କ ପରିବାର ପାଇଁ ୧୯୯୦ ନିୟମ ଲାଗୁହେବ ଏବଂ ଥଇଥାନ ସହାୟତା ଯୋଜନାରେ ୧୯୯୦ ନିୟମ ଅନୁଯାୟୀ ନିଯୁକ୍ତି ପ୍ରଦାନ କରାଯିବ । 

ଏହା ଦ୍ୱାରା ଅନେକ ପରିବାର ଆଶ୍ୱସ୍ତି ପାଇବେ ଏବଂ ହାଇକୋର୍ଟ ଓ ସୁପ୍ରିମ୍ କୋର୍ଟରେ ବିଚାରାଧୀନ ଥିବା ଅନେକ ମାମଲା ହ୍ରାସ ପାଇବ। ଏହା ଆମ ଲୋକଙ୍କ ସମସ୍ୟାର ସମାଧାନ ପାଇଁ କାର୍ଯ୍ୟ କରିବ ଏବଂ ଏହା ମୃତ କର୍ମଚାରୀଙ୍କ ପରିବାରକୁ ସମ୍ମାନର ସହ ବଞ୍ଚିବା ପାଇଁ ଆମ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରମାଣିତ କରେ ।

୪.  ରାଜ୍ୟ କ୍ୟାବିନେଟ ଗତକାଲି ‘ଓଡ଼ିଶା ରାଜ୍ୟ ସଡ଼କ ନୀତି ୨୦୨୫’ର ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଏହା ସମଗ୍ର ଓଡ଼ିଶାରେ ରାସ୍ତା ନେଟୱାର୍କର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ଏବଂ ତଦାରଖ ପାଇଁ ପରିକଳ୍ପନା କରାଯାଇଛି । ଏହି ନୀତି ଏକ ଗୁଣାତ୍ମକ ସଡ଼କ ନେଟୱାର୍କ ପାଇଁ ଏକ ଢାଞ୍ଚା ପ୍ରଦାନ କରିବ, ଯାହା ଜନସାଧାରଣ ଓ ବିଭିନ୍ନ ଦ୍ରବ୍ୟର ସୁରକ୍ଷିତ, ସ୍ଥାୟୀ ଏବଂ ଦକ୍ଷ ପରିବହନ ପାଇଁ ସଡକ ପଥର ସମୁଚିତ ବିକାଶକୁ ଏକ ସୁବ୍ୟବସ୍ଥିତ ବ୍ୟବସ୍ଥା ସୁନିଶ୍ଚିତ କରିବ । 

  ଓଡ଼ିଶା ରାଜ୍ୟ ସଡ଼କ ନୀତି ୨୦୨୫ର କେତେକ ପ୍ରମୁଖ ବୈଶିଷ୍ଟ୍ୟ ଗୁଡ଼ିକ ହେଉଛି-

(କ) ରାସ୍ତା ଗୁଡ଼ିକର ଆନ୍ତଃ-ବିଭାଗୀୟ ହସ୍ତାନ୍ତର ପାଇଁ ନିର୍ଦ୍ଦେଶାବଳୀ ନିର୍ଣ୍ଣୟ ।

(ଖ) ରାସ୍ତା ଭିତ୍ତିଭୂମି ପରିଚାଳନା ପାଇଁ ପର୍ଯ୍ୟାପ୍ତ ଏବଂ ସ୍ଥାୟୀ ପାଣ୍ଠି ଯୋଗାଇବା ଏବଂ ରାସ୍ତା ଭିତ୍ତିଭୂମିର ରକ୍ଷଣାବେକ୍ଷଣ।

(ଗ) ଦୁର୍ଘଟଣା ଏବଂ ମୃତ୍ୟୁହାର ହ୍ରାସ କରିବା ପାଇଁ ସଡ଼କ ନେଟୱାର୍କର ସୁରକ୍ଷାର ଉନ୍ନତିକରଣ ।

(ଘ) ଯୋଜନା, ଡିଜାଇନ୍, କ୍ରୟ, ନିର୍ମାଣ, ରକ୍ଷଣାବେକ୍ଷଣ ଏବଂ ପ୍ରକଳ୍ପ ପରିଚାଳନାରେ ସଡ଼କ କ୍ଷେତ୍ର ସଂଗଠନର କ୍ଷମତାକୁ ସୁଦୃଢ଼ କରିବା ।

(ଙ) ପ୍ରସ୍ତାବିତ ଓଡ଼ିଶା ରାଜ୍ୟ ସଡ଼କ ନୀତି-୨୦୨୫ରେ ରାଜ୍ୟରେ ସେତୁ ବିକାଶ  ଉପରେ ମଧ୍ୟ ଧ୍ୟାନ ଦିଆଯାଇଛି ।  ଏହି ନୀତିରେ ରାଜ୍ୟର ସମସ୍ତ ସେତୁର ସବିଶେଷ ସୂଚନାକୁ ଏକ ଅନଲାଇନ୍ ପ୍ଲାଟଫର୍ମରେ ସଂଗ୍ରହ ପାଇଁ ‘ଅନଲାଇନ୍ ସେତୁ ସୂଚନା ପ୍ରଣାଳୀ’ (Comprehensive Online Bridge Information System-BIS) ବିକଶିତ କରାଯିବ। ଆଧୁନିକ ପ୍ରକ୍ରିୟାରେ ସେତୁଗୁଡ଼ିକର ବାର୍ଷିକ ମୂଲ୍ୟାଙ୍କନ କରାଯିବ। 

ସେତୁ ଗୁଡ଼ିକର ଅବସ୍ଥାର ମୂଲ୍ୟାଙ୍କନ ରିପୋର୍ଟ ନିୟମିତ ଭାବରେ ଅନଲାଇନ୍ Bridge Information System  ଓ Odisha Road Asset Management System ରେ   ଅପଡେଟ୍ କରାଯିବ।

୫. ରାଜ୍ୟର ଆର୍ଥିକ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ସବୁ ଦିନିଆ ରାସ୍ତା ନିର୍ମାଣ ଏବଂ ରକ୍ଷଣା ବେକ୍ଷଣ ଅତ୍ୟନ୍ତ ଜରୁରୀ।  ରାଜ୍ୟ ସରକାର ସମଗ୍ର ରାଜ୍ୟରେ ୭୫ ହଜାର କିଲୋମିଟର ରାସ୍ତାକୁ ବିଶ୍ୱ ସ୍ତରୀୟ ରାସ୍ତା ନେଟୱାର୍କ ଭାବେ ବିକଶିତ କରିବାର ଲକ୍ଷ୍ୟ ରଖି ବିଭିନ୍ନ ଉଚ୍ଚ ମୂଲ୍ୟର ପ୍ରକଳ୍ପ ଗୁଡ଼ିକୁ ସୁଗମ ଏବଂ ସାମଗ୍ରିକ ଭାବରେ କାର୍ଯ୍ୟକାରୀ କରିବାକୁ ଚିନ୍ତା କରୁଛନ୍ତି।

ଓଡ଼ିଶାରେ ଦକ୍ଷ ଏବଂ ସୁରକ୍ଷିତ ରାସ୍ତା ଭିତ୍ତିଭୂମିର ବର୍ଦ୍ଧିତ ଆବଶ୍ୟକତା ପୂରଣ କରିବା ପାଇଁ ଗତକାଲି  ରାଜ୍ୟ କ୍ୟାବିନେଟ “ଓଡ଼ିଶା ରାଜ୍ୟ ରାଜପଥ ପ୍ରାଧିକରଣ ବିଲ୍-2025” କୁ ଅନୁମୋଦନ କରିଛନ୍ତି । ଏଥିରେ "ଓଡ଼ିଶା ରାଜ୍ୟ ରାଜପଥ ପ୍ରାଧିକରଣ" ନାମରେ ଏକ ସ୍ୱୟଂଶାସିତ ସଂସ୍ଥା ଗଠନ କରିବାର ବ୍ୟବସ୍ଥା ଅଛି । ଏହା ଦ୍ୱାରା ବୃହତ୍ ସଡ଼କ ପ୍ରକଳ୍ପ ଗୁଡିକର ସାମଗ୍ରିକ ବିକାଶ ସାଧିତ ହେବ ।

 ୬. କେନ୍ଦ୍ର / ରାଜ୍ୟ ସରକାରୀ ଉଦ୍ୟୋଗ, କେନ୍ଦ୍ର / ରାଜ୍ୟ ସରକାରୀ ୟୁନିଟ୍ / ସଂଗଠନ ଏବଂ ଘରୋଇ ଶିଳ୍ପ, ବାଣିଜ୍ୟିକ ଏବଂ ଅନ୍ୟାନ୍ୟ ପ୍ରତିଷ୍ଠାନର ବକେୟା ଜଳକର ଆଦାୟ କରିବା ପାଇଁ ଜଳ ସମ୍ପଦ ବିଭାଗ ଦ୍ଵାରା ଆଗତ ଏକ କାଳୀନ ସମାଧାନ ଯୋଜନା (One Time Settlement scheme) ର ଅବଧି ୩୧ ମେ ୨୦୨୫ ପର୍ଯ୍ୟନ୍ତ ବର୍ଦ୍ଧିତ କରିବା ପାଇଁ ନିଷ୍ପତି ନିଆଗଲା ।

୭. ଦୀର୍ଘସ୍ଥାୟୀ ତଥା ବହୁମୁଖୀ ବିକାଶମୂଳକ ପ୍ରକଳ୍ପମାନ କାର୍ଯ୍ୟକାରୀ କରି ଗ୍ରାମୀଣ ଓଡ଼ିଶାର ତ୍ୱରିତ ଅଭିବୃଦ୍ଧି ପାଇଁ ଆବଶ୍ୟକ ଥିବା ଭିତ୍ତିଭୂମିର ବିକାଶ କରିବା ହେଉଛି "ବିକଶିତ ଗାଁ ବିକଶିତ ଓଡିଶା" ଯୋଜନାର ପ୍ରମୁଖ ଉଦ୍ଦେଶ୍ୟ ।

  "ବିକଶିତ ଗାଁ ବିକଶିତ ଓଡିଶା" କାର୍ଯ୍ୟକ୍ରମର ପରିସରକୁ ବ୍ୟାପକ କରିବା ପାଇଁ କ୍ୟାବିନେଟ୍ ଗତକାଲିର ବୈଠକରେ ନିମ୍ନଲିଖିତ ନିର୍ଦ୍ଦେଶାବଳୀକୁ ଯୋଡିବାକୁ ଅନୁମୋଦନ କରିଛି ।

ଏହି ଯୋଜନା ଅନ୍ତର୍ଗତ ପ୍ରକଳ୍ପ ତାଲିକାକୁ ଅନୁମୋଦନ ଦେବା ସମୟରେ ଯଦି ବାର୍ଷିକ କାର୍ଯ୍ୟ ଯୋଜନାରେ କିଛି ଆବଶ୍ୟକ ପ୍ରକଳ୍ପ ସ୍ଥାନ ପାଇ ନଥିବା ସମ୍ପୃକ୍ତ ଜିଲ୍ଲାପାଳଙ୍କ ଦୃଷ୍ଟି ଗୋଚର ହୁଏ, ତେବେ ସେହି ପ୍ରକଳ୍ପ ଗୁଡିକୁ ଏହି ଯୋଜନାରେ ଜିଲ୍ଲାପାଳ ଅନ୍ତର୍ଭୁକ୍ତ କରିପାରିବେ। 

ଏତଦ୍ ବ୍ୟତୀତ ମାନ୍ୟବର ବିଧାୟକଙ୍କ ଦ୍ଵାରା ପ୍ରସ୍ତାବିତ କୌଣସି ଆବଶ୍ୟକ ପ୍ରକଳ୍ପ ଯଦି ପ୍ରକଳ୍ପ ତାଲିକାରେ ନଥାଏ, ତେବେ ଜିଲ୍ଲାପାଳ ଉକ୍ତ ପ୍ରକଳ୍ପଗୁଡିକୁ ବାର୍ଷିକ କାର୍ଯ୍ୟ ଯୋଜନାରେ ଅନ୍ତର୍ଭୁକ୍ତ କରିପାରିବେ । 

ଏହି ପ୍ରକଳ୍ପଗୁଡିକ ମାର୍ଗଦର୍ଶୀକାରେ ଉଲ୍ଲେଖିତ ସମସ୍ତ ମାନଦଣ୍ଡ ପୂରଣ କରି ପାରୁଥିବା ଆବଶ୍ୟକ ଏବଂ ଏହା ଏକ ଆର୍ଥିକ ବର୍ଷରେ ବ୍ଲକ/ଗ୍ରାମପଞ୍ଚାୟତ କୁ ଦିଆଯାଇଥିବା ମୋଟ ଅନୁଦାନର ୪୦ ପ୍ରତିଶତରୁ ଅଧିକ ହୋଇନଥିବା ଆବଶ୍ୟକ ।           

୮. The Odisha Prevention of Land Encroachment  Act, 1972ର   ବର୍ତ୍ତମାନର ବ୍ୟବସ୍ଥା ଅନୁଯାୟୀ, ଯଦି ଜଣେ ବ୍ୟକ୍ତିଙ୍କର ଏବଂ ତାଙ୍କ ସହ ଏକାନ୍ନବର୍ତ୍ତୀ ପରିବାରରେ ବାସ କରୁଥିବା ସମସ୍ତ ସଦସ୍ୟଙ୍କର ରାଜ୍ୟର କୌଣସି ସ୍ଥାନରେ ଘରବାରି ଜମି ନଥିବ, ସେ ବ୍ୟକ୍ତିଙ୍କୁ  “ଘରବାରିହୀନ ବ୍ୟକ୍ତି” ଭାବରେ ପରିଗଣିତ କରାଯାଉଅଛି। 

   କ୍ୟାବିନେଟର ଅନୁମୋଦିତ  ପ୍ରସ୍ତାବ ଅନୁଯାୟୀ, ଯେଉଁ ବ୍ୟକ୍ତିଙ୍କର 1 ଏକରର 25 ଭାଗରୁ ଏକ ଭାଗ ଠାରୁ କମ ପରିମାଣର ଘରବାରି ଜମି ଥିବ,  ସେହି ବ୍ୟକ୍ତି ମଧ୍ୟ “ଘରବାରିହୀନ ବ୍ୟକ୍ତି” ଭାବରେ ପରିଗଣିତ ହେବେ ଏବଂ 1 ଏକରର 25 ଭାଗରୁ ଏକ ଭାଗ ଠାରୁ ତାଙ୍କର ଯେତିକି ଜମି କମ୍ ଅଛି, ତାଙ୍କୁ ସମପରିମାଣର ଜମି ତାଙ୍କୁ ଯୋଗାଇ ଦିଆଯିବ  ।

ସେହିଭଳି ଯଦି ଜଣେ “ଘରବାରିହୀନ ବ୍ୟକ୍ତି” କୌଣସି ସରକାରୀ ଜମିକୁ ଅନଧିକୃତ ଦଖଲରେ ରଖି ଉକ୍ତ ଜମିକୁ ଘରବାରି ଉଦ୍ଦେଶ୍ୟରେ ବ୍ୟବହାର କରୁଥିବେ, ତେବେ ଜମି ମଧ୍ୟରୁ ଅତି ବେଶୀରେ 1 ଏକରର 25 ଭାଗରୁ ଏକ ଭାଗ ଜମି ତାଙ୍କ ସପକ୍ଷରେ ବନ୍ଦୋବସ୍ତ କରାଯାଇ ପାରିବ ଏବଂ ଉକ୍ତ ଜମିକୁ ସେ ହସ୍ତାନ୍ତର କରିପାରିବେ ନାହିଁ । 

୯. ଓଡିଶା ପ୍ରଶାସନିକ ସେବା, ଗ୍ରୁପ୍-ଏ (ଜୁନିୟର ବ୍ରାଞ୍ଚ) (ପ୍ରୋବେସନ ଏବଂ ବିଭାଗୀୟ ପରୀକ୍ଷା) ନିୟମାବଳୀ-2014 ଅନୁଯାୟୀ, ଓଡିଶା ପ୍ରଶାସନିକ ସେବା କ୍ୟାଡରରେ ନିଯୁକ୍ତ ଅଧିକାରୀମାନଙ୍କୁ ସେମାନଙ୍କ ପ୍ରୋବେସନ ସମୟରେ ନିର୍ଦ୍ଧାରିତ ପାଠ୍ୟକ୍ରମ ଅନୁସାରେ ବିଭାଗୀୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡିଥାଏ । 

ଇଣ୍ଡିଆନ୍ ପେନାଲ୍ କୋଡ୍ (IPC), କୋଡ୍ ଅଫ କ୍ରିମିନାଲ ପ୍ରୋସିଜ୍ୟୁର (CrPC) ଏବଂ  ଇଣ୍ଡିଆନ ଏଭିଡେନ୍ସ ଆକ୍ଟ ପରିବର୍ତ୍ତେ ଭାରତୀୟ ନ୍ୟାୟ ସଂହିତା (BNS) 2023, ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS) 2023 ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ (BSA) 2023 କାର୍ଯ୍ୟକାରୀ କରାଯିବା ହେତୁ, ଓଡ଼ିଶା ପ୍ରଶାସନିକ ସେବା, ଗ୍ରୁପ- ଏ (ଜୁନିୟର ଶାଖା) (ପ୍ରୋବେସନ ଏବଂ ବିଭାଗୀୟ ପରୀକ୍ଷା) ନିୟମାବଳୀ, 2014 ର ପରିଶିଷ୍ଟ-II ରେ ଥିବା ବିଭାଗୀୟ ପରୀକ୍ଷାର ପାଠ୍ୟକ୍ରମରେ ଆବଶ୍ୟକୀୟ ପରିବର୍ତ୍ତନ କରିବାର ଆବଶ୍ୟକତା ଥିଲା । 

ତଦନୁଯାୟୀ,ଓଡିଶା ପ୍ରଶାସନିକ ସେବା, ଗ୍ରୁପ୍-ଏ (ଜୁନିୟର ବ୍ରାଞ୍ଚ)(ପ୍ରୋବେସନ ଏବଂ ବିଭାଗୀୟ ପରୀକ୍ଷା) ନିୟମାବଳୀ, 2014ର ପରିଶିଷ୍ଟ-II ରେ ଥିବା ବିଭାଗୀୟ ପରୀକ୍ଷାର ପାଠ୍ୟକ୍ରମରେ ଆବଶ୍ୟକୀୟ ସଂଶୋଧନ କରିବା ନିମନ୍ତେ ରାଜ୍ୟ କ୍ୟାବିନେଟ୍ ସମ୍ମତି ପ୍ରଦାନ କରିଛନ୍ତି ।  

୧୦. ଓଡ଼ିଶା ରାଜସ୍ୱ ସେବା, ଗ୍ରୁପ୍- ବି (ପ୍ରୋବେସନ ଏବଂ ବିଭାଗୀୟ ପରୀକ୍ଷା) ନିୟମାବଳୀ, 2016 ଅନୁସାରେ, ଓଡ଼ିଶା ରାଜସ୍ୱ ସେବା କ୍ୟାଡରରେ ନିଯୁକ୍ତ ଅଧିକାରୀମାନଙ୍କୁ ସେମାନଙ୍କ ପ୍ରଶିକ୍ଷଣ ସମୟରେ ନିର୍ଦ୍ଧାରିତ ବିଭାଗୀୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିଥାଏ ।

ଇଣ୍ଡିଆନ ପେନାଲ କୋଡ (IPC), କୋଡ ଅଫ କ୍ରିମିନାଲ ପ୍ରୋସିଜ୍ୟୁର (CrPC) ଏବଂ ଇଣ୍ଡିଆନ ଏଭିଡେନ୍ସ ଆକ୍ଟ, ପରିବର୍ତ୍ତେ ଭାରତୀୟ ନ୍ୟାୟ ସଂହିତା (BNS), ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS) ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ (BSA)  କାର୍ଯ୍ୟକାରୀ କରାଯିବା ହେତୁ, ଓଡ଼ିଶା ରାଜସ୍ୱ ସେବା, ଗ୍ରୁପ୍- ବି (ପ୍ରୋବେସନ ଏବଂ ବିଭାଗୀୟ ପରୀକ୍ଷା) ନିୟମାବଳୀ, 2016ର ପରିଶିଷ୍ଟ-II ରେ ଥିବା ବିଭାଗୀୟ ପରୀକ୍ଷାର ପାଠ୍ୟକ୍ରମରେ ଅବଶ୍ୟକୀୟ ପରିବର୍ତ୍ତନ କରିବାର ଆବଶ୍ୟକତା ଥିଲା ।

ତଦନୁଯାୟୀ, ଓଡ଼ିଶା ରାଜସ୍ୱ ସେବା, ଗ୍ରୁପ୍- ବି (ପ୍ରୋବେସନ ଏବଂ ବିଭାଗୀୟ ପରୀକ୍ଷା) ନିୟମାବଳୀ, 2016 ର ପରିଶିଷ୍ଟ-IIରେ ଥିବା  ପାଠ୍ୟକ୍ରମର  ଅବଶ୍ୟକୀୟ ସଂଶୋଧନ କରିବା  ନିମନ୍ତେ ରାଜ୍ୟ କ୍ୟାବିନେଟ୍  ସମ୍ମତି ପ୍ରଦାନ କରିଛନ୍ତି।

Monday, 10 February 2025

Cabinet Decision: 08.02.2025

Highlights 

1. Improvement of Hirakud Dam
2. Amendment in OPSC (Conditions of Service) Rules
3. Unified Pension Scheme in Odisha w.e.f. 01.04.2025
4. Construction of Block Level Stadium 
5. Amendment in Odisha District & Sub-ordinate Judicial Staff Services (MR&CS) Rules, 2008
6. Amendment in Odisha Renewable Energy Policy 2022
7. Second bridge over river Brahmani at Patrapur (Cuttack -Chandbali Road) ₹228.99 Crore
8. Second bridge over river Kharasrota at Bharigada (Cuttack -Chandbali Road) ₹221.53 Crore
9. Second bridge over river Brahmani at Chandabali (Bhadrak -Chandbali Road) ₹206.88 Crore
10. Bridge over river Mahanadi at Pujaripali Ghat connecting  (Pujaripali, Jharsuguda to Jarimuli, Bargarh) ₹229 Crore











Wednesday, 22 January 2025

Cabinet Decision: 22.01.2025

State Cabinet has approved 10 proposals of 09 Departments.

CabinetHighlights: 
(Click for PRESS BRIEF)

  1. - 5000 doctors to be appointed
  2. -  100 dentists to be appointed
  3. - ₹252 Cr Financial Assistance for Cold Storage
  4. - Government guarantee of ₹3108.21 Cr on swaping basis in favour of GRIDCO
  5. - State Memorandum to 16th Finance Commission 
  6. - Amendment to Resolution for Odisha State Law Commission 
  7. - Bikashita Gaon Bikashita Odisha 
  8. - 6794 Primary Schools to be upgraded to Godavarisha Mishra Adarsha Prathamik Vidyalaya in each Panchayat
  9. - Silicon Carbide Semiconductor Manufacturing Plant by RiR Power Electronics Limited 
  10. - Commencement of the Budget Session of the 17th State Legislative Assembly w.e.f. February 13, 2025









Saturday, 4 January 2025

Cabinet decision : Dt.03.01.2025

Cabinet Decision : Cabinet approves 9 proposals of different departments.

Agriculture & Farmers Empowerment Department 
-------
Food Supply & Consumer Welfare Department 
-------
GA&PG Department 
Housing and Urban Development Department 

Planning and Convergence Department 
Energy Department 
Women and Child Development Department 


Thursday, 14 November 2024

Cabinet Decision: 8 Proposals approved

November 13, 2024: Odisha Cabinet Meeting held on Wednesday under the Chairmanship of Shri Mohan Charan Majhi, Hon'ble Chief Minister approved eight proposals of four Departments i.e. F&ARD (5), GA&PG (1), WR (1) and PA (1).

----------------------------------------------------------------------------------

1. Fishery & ARD Department: Rs.1031.1936 Crore

Sub-Scheme "Poultry Development" under new State Sector umbrella Scheme Prani Sampad Samruddhi Yojana (PSSY)"


2. Fishery & ARD Department: Rs.696.21 Crore

State Sector Scheme "Infrastructure Development"

3. Fishery & ARD Department: Rs.449.71 Crore

State Sector Scheme "Infrastructure Development (ARD Sector)"

4. Fishery & ARD Department: Rs.342.6587 Crore

State Sector Scheme "Goal for Management and Treatment of Animals (GOMATA)"

5. Fishery & ARD Department: Rs.2239.00 Crore

State Sector Umbrella Scheme "Mukhyamantri Maschyajibi Kalyan Yojana (MMKY)" with 17 sub-schemes


6. GA&PG Department

Odisha Public Examinations (Prevention of Unfair Means) Act, 2024

7. Water Resources Department: Rs.9652.24 Crore

State Water Sector Infrastructure Development Programme (WSIDP) Scheme

8. Parliamentary Affairs Department

Summoning of the Second Session of 17th Odisha Legislative Assembly on 26th November

Friday, 13 September 2024

Cabinet Decisions: 12.09.2024

12.09.2024: The State Cabinet headed by Chief Minister Mohan Charan Majhi approved the following three proposals.

Three Important Cabinet Decisions:

(1) Adani Ports & SEZ Ltd Gets Odisha Cabinet Approval to own 95% Shareholding in Gopalpur Port. Earlier, Shapoorji Pallonji Port Maintenance Pvt Ltd was having 56% shareholding & OSL 44%. Now, Adani Ports 95% & OSL 5% (PRESS NOTE.PDF)
(2) Govt Servant's Rehabilitation Assistance: In case of death, married & stepdaughter also to get employment (PRESS NOTE.PDF)

(3) Cabinet approves 10% reservation for Agniveers in State Uniformed Services (PRESS NOTE.PDF)

Thursday, 15 August 2024

Union Cabinet approves 4 New Railway Lines for Odisha

 Ministry of Railways

Cabinet approves Eight (8) new line projects across Indian Railways:to provide connectivity, facilitate ease of travelling, minimize logistics cost, reduce oil imports and lower CO2 emissions

The proposed projects will improve logistical efficiency by connecting the unconnected areas and enhancing transportation networks, resulting in streamlined supply chains and accelerated economic growth

The total estimated cost of the projects is Rs 24,657 crore (approx.) and will be completed upto 2030-31

The projects will also generate direct employment for about Three(3) crore man-days during construction

Posted On: 09 AUG 2024 9:59PM by PIB Delhi

The Cabinet Committee on Economic Affairs chaired by the Prime Minister Shri Narendra Modi has approved Eight (8) projects of Ministry of Railways with total estimated cost of Rs. 24,657 crore (approx.).

The new line proposals will provide direct connectivity and improve mobility, providing enhanced efficiency and service reliability for Indian Railways. The projects are in line with the Prime Minister Shri Narendra Modi’s Vision of a New India which will make people of the region “Atmanirbhar” by way of comprehensive development in the area which will enhance their employment/ self-employment opportunities.

The projects are result of PM-Gati Shakti National Master Plan for multi-modal connectivity which have been possible through integrated planning and will provide seamless connectivity for movement of people, goods and services.

The 8 (Eight) projects covering 14 Districts in Seven States i.e., Odisha, Maharashtra, Andhra Pradesh, Jharkhand, Bihar, Telangana and West Bengal will increase the existing network of Indian Railways by 900 Kms.

With these projects 64 New Stations will be constructed, providing enhancing connectivity to Six(6) Aspirational Districts (East Singhbum, BhadadriKothagudem, Malkangiri, Kalahandi, Nabarangpur, Rayagada), approx. 510 villages and about 40 lakh population.

Ajanta Caves, a UNESCO World Heritage site will be connected to Indian Railway Network facilitating large number of tourists.

These are essential routes for transportation of commodities such as agriculture products, fertilizer, coal, iron ore, steel, cement, bauxite, limestone, aluminium powder, granite, ballast, containers etc. The capacity augmentation works will result in additional freight traffic of magnitude 143 MTPA (Million Tonnes Per Annum). The Railways being environment friendly and energy efficient mode of transportation, will help both in achieving climate goals and minimizing logistics cost of the country, reduce oil import (32.20 Crore Litres) and lower CO2 emissions (0.87 MillionTonnes) which is equivalent to plantation of 3.5 crore trees.

DS (Release ID: 2043972) 

Monday, 10 June 2024

PRESS COMMUNIQUE

 President's Secretariat
PRESS COMMUNIQUE
Posted On: 09 JUN 2024 11:09PM by PIB Delhi

The President of India has appointed Shri Narendra Damodardas Modi as the Prime Minister of India. Further, as advised by the Prime Minister, the President has appointed the following as members of the Council of Ministers:-


Cabinet Ministers

  1. Shri Raj Nath Singh
  2. Shri Amit Shah
  3. Shri Nitin Jairam Gadkari
  4. Shri Jagat Prakash Nadda
  5. Shri Shivraj Singh Chouhan
  6. Smt. Nirmala Sitharaman
  7. Dr. Subrahmanyam Jaishankar
  8. Shri Manohar Lal
  9. Shri H. D. Kumaraswamy
  10. Shri Piyush Goyal

Saturday, 9 March 2024

Cabinet Decision on 09.03.2024

09.03.2024 : The 76th State Cabinet today approved 17 proposals as follows; 


1. Forest Environment & Climate Change  Department
Amendment of OFS Group-A (Junior Branch) (Recruitment & Conditions of Service) Rules, 2013 and 
OFS Group-B (Recruitment & Conditions of Service) Rules, 2013 
The finally selected candidates shall undergo two year training in a recognized Forest College to obtain Diploma in Forestry. 
During training, the trainees shall be paid each with salary and other allowances as admissible. (PRESS NOTE. PDF) 

2. School & Mass Education Department
One time lump sum amount to teachers / staff of new aided Schools on retirement after age of 60 years
# New Aided High Schools & New Aided Sanskrit Tols
- ₹6.00 Lakh to Teachers
- ₹4.00 Lakh to Non-Teaching staff
# New Aided UP(ME) Schools & New Aided Madrasas
- ₹5.00 Lakh per Teachers (PRESS NOTE. PDF) 

3. Higher Education Department
NUA-O Scholarship for all UG/PG Students
# NUA-O Scholarship has been extended its scope to the students pursuing various non-technical UG/PG courses in institutions under other Departments. (PRESS NOTE. PDF) 

4. Higher Education Department
Amendment of Odisha (Non-Government Colleges, Junior Colleges and Higher Secondary Schools) Grant in Aid Orders, 2014
# For admissibility of a post, assessment of workload shall be made separately for +2 and +3 wings. 
# Revision of Yardstick Table for optional subject and approval of posts
# One post of Laboratory Attendant and Library Attendant for 200 Students (PRESS NOTE. PDF) 

5. Higher Education Department
Extension of one time cessation benefit to Block Grant Employees
# One time cessation benefit on superannuation after 60 years of age @₹10 Lakh for teaching staff and @ ₹5 Lakh for Non-Teaching Staff for retired and existing employees. 
# 541 Teaching and 649 Non-Teaching employees (already retired) AND 847 existing employees will get benefit. (PRESS NOTE. PDF) 

6. Revenue & DM Department
Lease of Government land measuring Ac 4.780 in favour of IDCO
# For establishment of IT Industries and and other IT related infrastructure facilities in mouza Sanlanjibema, Sundargarh. (PRESS NOTE. PDF) 

7. Revenue & DM Department
Lease of Government land measuring Ac 0.15 in favour of Zilla Jadab Mahasabha, Nabarangpur 
# For construction of community Hall (Jadab Bhawan & Hostel for students) in mouza Nuagada, Nabarangpur. (PRESS NOTE. PDF) 

8. Revenue & DM Department
Lease of Government land measuring Ac 2.00 in favour of Zilla Jadab Mahasabha, Nabarangpur 
# For construction of "Goushala" in mouza Sindhiguda, Nabarangpur. (PRESS NOTE. PDF) 

9. MSME Department
UNITY MALL at Gandamunda, Bhubaneswar
# Tender amounting ₹134.99 Crore for construction of Unity Mall (PRESS NOTE. PDF) 

10. Information and Public Relations  Department
Restructuring of Odisha Information Service Cadre (
Creation of 61 posts and abolition of 4 posts) 
# 46 posts at the level of SDIPRO (OIS-II) 
- 20 posts of SDIPRO at Sub-Division Level

-  8 posts of PRO for Department

-  2 posts of PRO for Social Activities

 - 2 posts of PRO for BMC & CMC

- 6 posts of PRO at different Govt office

- 8 posts PRO as Leave, Training and Deputation Reserve Officer

 # 10 posts at the level of DIPRO (OIS-JB)

- Manager, Publication

- Stores Officers

- Research & Reference Officer

- DIPRO, Rourkela

- PRO for OLA

- Assistant Director (Social Media) 

- Rest 4 posts Leave, Training and Deputation Reserve Officer

# 2 Post at the level of Deputy Director

# 2 Posts at the level of Joint Director

# 1 Post at the level of Additional Director (PRESS NOTE. PDF) 

11. GA&PG Department
Land in favour of All Odisha Gopal Samaj at Chandrasekhapur
# Exemption of premium ₹5,06,00,000/- for Government land Ac 0.500 dec
# Construction of a Bhawan for transit accommodation (PRESS NOTE. PDF) 

12. GA&PG Department
Land in favour of " The Anjuman - E - Islah" at Chandrasekhapur
# Exemption of premium ₹2,32,32,323/- for Government land Ac 0.229 dec
# Construction of a Muslim Community Center -cum- Prayer Hall 

13. Handloom, Textiles & Handicraft Department
Restructuring of Odisha Handicrafts Service (OHS) Cadre and 
Odisha Sub-Ordinate Handicrafts Service (HPO) Cadre 
# All HPO will be absorbed in new cadre as Assistant Handicraft Officer, Group-B, Level-10
# Odisha Sub-Ordinate Handicrafts Service (HPO) Cadre is declared as dying cadre
# Total Sanction strength 175 (PRESS NOTE. PDF) 

14. Cooperation  Department
Provision of ₹950 Crore
# State Sector Scheme of Cooperation Department "State Capital Investment to Cooperative Credit Institutions" for 5 years (PRESS NOTE. PDF)