Showing posts with label OSTI. Show all posts
Showing posts with label OSTI. Show all posts

Friday, 19 December 2025

Valedictory Function of 4th Batch ASO Induction Trainees at OSTI

ଓଡ଼ିଶା ସଚିବାଳୟର ଚତୁର୍ଥ ବ୍ୟାଚ (OPSC 2021
ସହାୟକ ଉପବିଭାଗ ଅଧିକାରୀମାନଙ୍କ ପ୍ରଶିକ୍ଷଣ ଶେଷ 

ଅଶୋକ ନଗର ସ୍ଥିତ ଓଡ଼ିଶା ସଚିବାଳୟ ପ୍ରଶିକ୍ଷଣ ଅନୁଷ୍ଠାନ (OSTI)ର ନବନିର୍ମିତ ଅଟ୍ଟାଳିକାରେ ଗତ ତା.୧୫.୧୨.୨୦୨୫ ରିଖ ଦିନ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଓଡ଼ିଶା ସଚିବାଳୟର ଚତୁର୍ଥ ବ୍ୟାଚ (Induction Training OPSC 2021) ର ୪୪ଜଣ ସହାୟକ ଉପବିଭାଗ ଅଧିକାରୀ (ପ୍ରଶିକ୍ଷାର୍ଥୀ) ମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ସୂଚନାଯୋଗ୍ୟ ଏହି ପ୍ରଶିକ୍ଷାର୍ଥମାନେ ୨୬.୦୫.୨୦୨୫ ଠାରୁ ୨୪.୦୯.୨୦୨୫ ପର୍ଯ୍ୟନ୍ତ ତୋଷାଳୀ ଭବନ ଠାରେ ଅସ୍ଥାୟୀ କ୍ୟାମ୍ପସରେ ପ୍ରଶିକ୍ଷଣ ନେଇଥିଲେ । ତେବେ OSTI ର ନୂତନ କ୍ୟାମ୍ପସରେ ପ୍ରଥମ କାର୍ଯକ୍ରମ ଭାବେ ଏହି ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା । ଏହି ଅଟ୍ଟାଳିକା ଓଡ଼ିଶା ରାଜ୍ୟ ପୋଲିସ୍ ଗୃହନିର୍ମାଣ ଓ କଲ୍ୟାଣ ନିଗମ ଦ୍ଵାରା ପ୍ରାୟ ୧୨.୫ କୋଟି ଟଙ୍କାରେ ନିର୍ମାଣ କରାଯାଇଛି । ଉପରୋକ୍ତ କାର୍ଯକ୍ରମ ରେ ସ୍ୱରାଷ୍ଟ୍ର ବିଭାଗ ଅତିରିକ୍ତ ମୂଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ମୁଖ୍ୟ ଅତିଥି ଭାବେ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ପ୍ରଣତି ଛୋଟରାୟ ଏବଂ ଓଡିଶା ପୋଲିସ ଗୃହନିର୍ମାଣ ଓ କଲ୍ୟାଣ ନିଗମର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ମହୋଦୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିରେ ୪୪ ଜଣ ସହାୟକ ଉପବିଭାଗ ଅଧିକାରୀଙ୍କ ସହିତ ସ୍ୱରାଷ୍ଟ୍ର ବିଭାଗର ଅଧିକାରୀ ତଥା ଅନ୍ୟାନ୍ୟ ବିଭାଗର କିଛି ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ ।

ଅନୁଷ୍ଠାନର ପ୍ରିନସିପାଲ ତଥା ଯୁଗ୍ମ ଶାସନ ସଚିବ ଶ୍ରୀ ମନୋଜ କୁମାର ଷଡଙ୍ଗୀ ସଭା ପରିଚାଳନା କରିଥିଲେ ଏବଂ ଶେଷରେ ଅଧ୍ୟାପକ ତଥା ଉପଶାସନ ସଚିବ  ଶ୍ରୀ ତରୁଣ କୁମାର ବିଶ୍ବାଳ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ। 

















Friday, 19 September 2025

Plantation at OSTI : Ek Ped Maa ke Naam

 

ରାଜ୍ୟ ସଚିବାଳୟ ପ୍ରଶିକ୍ଷଣ ଅନୁଷ୍ଠାନ (OSTI) ର ନୂତନ ଅଟ୍ଟାଳିକା ପରିସରରେ  "ଏକ ପେଡ୍ ମା କେ ନାମ୍ " ଉପଲକ୍ଷେ ବୃକ୍ଷରୋପଣ  କରାଯାଇଅଛି। ଏଥିରେ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ଷଡ଼ଙ୍ଗୀ, ଅଧ୍ୟାପକ ତରୁଣ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । 

Sunday, 24 August 2025

Study tour of 4th Batch ASO Trainees

As a part of Induction Training at OSTI, the 4th batch ASOs have undergone study Tour to the District of Kalahandi and Nuapada during 19-23 August, 2025.







Tuesday, 22 July 2025

4th Batch ASO Trainees visit Odisha Assembly

ଓଡ଼ିଶା ସଚିବାଳୟ ପ୍ରଶିକ୍ଷଣ ଅନୁଷ୍ଠାନର ଚତୁର୍ଥ ବ୍ୟାଚ୍ ସହାୟକ ଉପବିଭାଗ ଅଧିକାରୀ ଗତ ୨୧.୦୭.୨୦୨୫ ତାରିଖ ରେ ଓଡ଼ିଶା ବିଧାନସଭା ପରିଦର୍ଶନ କରିଛନ୍ତି । ବିଧାନସଭା ଅଧିବେଶନ ସମୟରେ ପ୍ରଶ୍ନୋତ୍ତର ତଥା ଅନ୍ୟାନ୍ୟ ବିଷୟରେ ବିଭାଗ ତରଫରୁ ତଥ୍ୟ ପ୍ରସ୍ତୁତିରେ ଏମାନେ ବିଶେଷ ଭୂମିକା ତୁଲାଇଥାନ୍ତି। ତେଣୁ ଉପରୋକ୍ତ ପ୍ରଶିକ୍ଷଣ ସମୟରେ ଏହି ପରିଦର୍ଶନର ଅନୁଭବ ଉପରୋକ୍ତ ସହାୟକ ଉପବିଭାଗ ଅଧିକାରୀଙ୍କୁ ବିଶେଷ ସହାୟକ ହେବ ।

ଇତ୍ୟବସରରେ ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ମହୋଦୟାଙ୍କ ସହିତ ସୌଜନ୍ୟ ମୂଳକ ଆଲୋଚନା ହୋଇଥିଲା ।



Monday, 7 July 2025

10th Batch refresher Training Program for OSS Officers at OSTI

Home Department has sponsored 24 Desk Officers (OSS Cadre) in different Departments of Government for 10th Batch Refresher Training Program to be commenced from dated 14.07.2025 at Odisha Secretariat Training Institute (OSTI), Bhubaneswar.

27099 Dt.30.06.2025
Click here to view / download.PDF

Thursday, 29 May 2025

New building of Odisha Secretariat Training Institute (OSTI)


ୟୁନିଟ୍-୨ ସ୍ଥିତ ନିଜସ୍ଵ କ୍ୟାମ୍ପସରେ ରାଜ୍ୟ ସଚିବାଳୟ ପ୍ରଶିକ୍ଷଣ ଅନୁଷ୍ଠାନ (OSTI) ର ନୂତନ ଅଟ୍ଟାଳିକା ନିର୍ମାଣ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। THE ODISHA STATE POLICE HOUSING & WELFARE CORPORATION LTD ମୋଟ ₹୧୨,୪୯,୬୦,୦୦୦/- ଟଙ୍କାରେ ଏହାର ନିର୍ମାଣ ଦାୟିତ୍ବ ନେଇଅଛି । ସୂଚନାଯୋଗ୍ୟ, OSTI ର ନିଜସ୍ଵ ଅଟ୍ଟାଳିକା ନିର୍ମାଣ ଚାଲୁଥିବା ବେଳେ ଏବେ ତୋଷାଳୀ ଭବନ, ସତ୍ୟ ନଗର ଠାରେ ଏହାର ଅସ୍ଥାୟୀ କ୍ୟାମ୍ପସ ରେ ୨୦୨୪ ମସିହାରେ ନିଯୁକ୍ତ ହୋଇଥିବା ASO ମାନଙ୍କର 4th Batch Training  ଚାଲୁ ରହିଅଛି ।
ଆସନ୍ତା ଜୁନ୍ କିମ୍ବା ଜୁଲାଇ ମାସରେ ନୂତନ କ୍ୟାମ୍ପସ ଉଦଘାଟନ ହେବାର ସମ୍ଭାବନା ଅଛି ।
Temporary Campus
Fifth Floor, A-2 Block, Toshali Bhawan
Saya Nagar, Bhubaneswar-751007

Original Campus
Unit-2, Bhubaneswar - 751001

Tuesday, 6 May 2025

Examination of 3rd Batch ASO Induction Training @ OSTI

Examination of 3rd Batch ASOs Trainees at Odisha Secretariat Training Institute (OSTI) has been started.  

 


Saturday, 18 January 2025

Induction training of 2nd Batch ASOs completed

The Induction Training Program of second batch ASOs (OPSC 2021) has been completed on 17.01.2025. In the valedictory function Shri Satyabrata Sahu, IAS, ACS, HOME Department had joined as Chief Guest and Dr. Nivedita Prusty, Spl. Secy, Home Deptt as Guest of Honour. Sri Manoj Kumar Sarangi, Principal along with other facilities like Tarun Kumar Biswal, Nihar Ranjan Rath etc were present in the function.

Relieve Order No.42 Dt.17.01.2025
Click here to view / download.PDF

Tuesday, 7 January 2025

Second Batch ASO Trainees appear Department Examination @ OSTI

The second batch ASO Trainees (2021 Batch) are appearing Department Examination at Odisha Secretariat Training Institute. The examination will be conducted from 6th-9th January, 2025.

This batch has been started since 30.09.2024 and the same is going to be concluded in this month.