Thursday 12 December 2019

OSSA ରେ ଜାତିଭେଦ ଏକ ଘୃଣ୍ଯ ପରମ୍ପରା

ଓଡ଼ିଶା ସଚିବାଳୟ ସେବା ସଂଘ - କୁହାଯାଏ ରାଜ୍ୟର ଏକ ପୁରାତନ ତଥା ମର୍ଯ୍ୟାଦା ସଂପନ୍ନ ସଂଘ । ରାଜ୍ୟର ଅନ୍ୟ ଆସୋସିଏସନ ମାନଙ୍କ ପାଇଁ ଆଦର୍ଶ । ତଦନୁଯାୟୀ ଏହାର ନିର୍ବାଚିତ ନେତାମାନେ ଅନ୍ୟ ସଂଘର ନେତାମାନଙ୍କୁ ପରାମର୍ଶ ମଧ୍ୟ ଦିଅନ୍ତି । 
କିନ୍ତୁ ଦୁଃଖର କଥା ଦୀର୍ଘଦିନ ଧରି ଜାତି ଭେଦ ଭଳି ଏକ ଘୃଣ୍ୟ ପରମ୍ପରା ଏହାର ସଭ୍ୟ ମାନଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରି ଆସୁଛି । ନିର୍ବାଚନ ଜିତିବାକୁ ରାଜନୀତି ରେ ବିଭିନ୍ନ ଟ୍ରମ୍ପ କାର୍ଡ଼ ଖେଳାଯାଏ । ହେଲେ ଏତେବଡ ରାଜ୍ୟ ଶାସନର ସର୍ବୋଚ୍ଚ କାର୍ଯ୍ୟାଳୟ ରେ OPSC ଦ୍ଵାରା ଚୟନ ହୋଇଥିବା ତଥା କଥିତ ଉଚ୍ଚ ଶିକ୍ଷିତ ଅଧିକାରୀ ମାନେ ଯଦି ସାମାନ୍ୟ ପଦୋନ୍ନତି ପାଇଁ ଏପରି କୁତ୍ସିତ ଉପାୟ ଆପଣାଇବେ, ତେବେ ଅନ୍ୟ ମାନଙ୍କ ଠାରୁ କଣ ଆଶା କରାଯିବ ?
ଆହୁରି ମଧ୍ୟ କହିରଖେ, ୨୦୧୬ ରେ ନୂତନ ପିଢ଼ି ସଚିବାଳୟ ଚାକିରୀ ରେ ଯୋଗଦେବା ପୂର୍ବରୁ ଏହି ଜାତିପ୍ରଥା ଅଧିକ ପ୍ରଚଳିତ ହେବା ପଛରେ ଅନେକ କାରଣ ଥିଲା । ଯେହେତୁ ୧୯୮୨-୮୩ ଓ ୧୯୮୩-୮୪ ବ୍ୟାଚରେ ଏକକାଳୀନ ପ୍ରାୟ ୧୭୦୦ ଜଣ ଚାକିରୀ ରେ ଯୋଗ ଦେଇଥିଲେ ଏବଂ ୧୯୯୭ ବ୍ୟାଚର ନିଯୁକ୍ତି, ନ୍ୟାୟିକ ମାମଲାରେ ଫସିଥିଲା ଯାହାକି ଆଜିପର୍ଯ୍ୟନ୍ତ ସୁପ୍ରିମକୋର୍ଟ ରେ ବିଚାରାଧୀନ । ତେଣୁ ସେତେବେଳର କର୍ମଚାରୀ ମାନଙ୍କ ପଦୋନ୍ନତି ପାଇଁ ଦ୍ଵନ୍ଦ୍ଵ ସୃଷ୍ଟି ହେଉଥିଲା । ଯାହା ଫଳରେ ଆଜିର Section Officer ମାନଙ୍କୁ ପ୍ରାୟ ୧୦-୧୫ ବର୍ଷ ଅପେକ୍ଷା କରିବାକୁ ପଡ଼ିଥିଲା । ତେଣୁ ଯେନତେନ ପ୍ରକାର ରେ ଆଗକୁ ଯିବା ପାଇଁ ସମସ୍ତଙ୍କ ମଧ୍ୟରେ ବ୍ୟଗ୍ରତା ଥିଲା । ଆଉ କଇଁଛ-ଠେକୁଆ ଗଳ୍ପ ଭଳି , ସେତେବେଳେ ଅନୁଶାସନ ସଚିବ ପଦ ପାଇଥିବା ତଫସିଲ ଭୁକ୍ତ ଅଧିକାରୀ ଆଜି ୧୨-୧୫ ବର୍ଷ ପରେ ମଧ୍ୟ  ସେହି ପଦବୀରେ ଅଛନ୍ତି ।  ତେଣୁ ଏତେସବୁ ପ୍ରଶାସନିକ ଗୋଲକ ଧନ୍ଦା କୁ ବୁଝି-ନ ବୁଝି ସମସ୍ତେ ଆଗକୁ ବଢ଼ିବାରେ ବ୍ୟଗ୍ର ଓ ବିଚଳିତ । ଗତ ମାସରେ ମଧ୍ୟ ସେହିପରି ଡେସ୍କ ଅଧିକାରୀ ପଦକୁ ପଦୋନ୍ନତି ପାଇଁ ଦୀର୍ଘ୨୦ ଦିନ ଧରି ଛକାପଞ୍ଝା ଚାଲି ଥିଲା । ଭାରତୀୟ ସମ୍ବିଧାନ ସବୁ କିଛି  କ୍ଷେତ୍ରରେ ବ୍ୟବସ୍ଥା ରଖିଛନ୍ତି । ତେଣୁ  ସରକାରୀ ନିୟମ କାନୁନ ଅନୁଯାୟୀ ପଦୋନ୍ନତି ମଧ୍ୟ ହେବ । ଅଥଚ ଅବାନ୍ତର ଯୁକ୍ତି ରେ ଲଢ଼େଇ କରି ଗ୍ରେଡେସନରେ ତଳେ ଥିବା ବ୍ୟକ୍ତି କୁ ଶୀଘ୍ର ପଦୋନ୍ନତି ପାଇବା ପାଇଁ ଲଢ଼େଇ କରୁଥିବା କହି ଗୋଷ୍ଠୀ ବାଦ ସୃଷ୍ଟି କରିବା ଭଲ ପରମ୍ପରା ନୁହେଁ । ବରଂ ଗତକାଲି ହ୍ଵାଟ୍ସଆପ ରେ ମିଳିଥିବା  ମୂଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଓସା(OSSA)ର ସଂପାଦକଙ୍କ ଚିଠି କିଛି ଭଲ ସନ୍ଦେଶ ଦେଉଛି । ତଫସିଲ ଭୁକ୍ତ ଜାତିର ସେକ୍ସନ ଅଫିସର ଙ୍କୁ ଡେସ୍କ ଅଫିସର ପଦୋନ୍ନତି ପଛରେ ବହୁତ ଗୁଡିଏ ଖାଲି ପଦବୀ ତଥା ତଦଜନୀତ ସରକାରୀ କାର୍ଯ୍ୟ ରେ ଅସୁବିଧା କୁ ନେଇ ରଖାଯାଇଥିବା ଯୁକ୍ତି ଗ୍ରହଣୀୟ ହୋଇପାରେ । କିନ୍ତୁ ଅନେକ ଏଥିରେ ଓସା ନିର୍ବାଚନର ବାସ୍ନା କୁ ଅନୁଭବ କରନ୍ତି ।
ଆଜି ନବନିଯୁକ୍ତ ପ୍ରାୟ ୧୫୦୦ ଏଏସ୍ଓ ମାନଙ୍କର ମଧ୍ୟ ସେହି ଅବସ୍ଥା । ଏକାଥରେ ୮୦୦ ଓ ୫୦୦ ଯୋଗଦେବା ଫଳରେ ପଦୋନ୍ନତି ପାଇଁ ସ୍ଥିରୀକୃତ ୮ ବର୍ଷ ସମୟସୀମା ସମ୍ପୂର୍ଣ୍ଣ ହେଲାପରେ ମଧ୍ୟ ଅନେକଙ୍କୁ ସେହି ଏଏସ୍ ଓ ପଦରେ ରହିବାକୁ ପଡ଼ିବ । କିନ୍ତୁ ଆର୍ଥିକ ଦୃଷ୍ଟିରୁ କିଛି ଅସୁବିଧା ହେବନାହିଁ ଯେହେତୁ RACP / MACP ର ବ୍ୟବସ୍ଥା ଅଛି ।
ନିକଟରେ ୨୦୧୬ ଅକ୍ଟୋବର ରେ ନିଯୁକ୍ତ ୮୦୦ ରେଗୁଲାର ବ୍ୟାଚ ଏବଂ ସେହି ବର୍ଷ ଫେବୃଆରୀ ରେ ନିଯୁକ୍ତ Special drive ର ୧୩୯ ଜଣ   ST/SC ଅଧିକାରୀ ଙ୍କ ଗ୍ରେଡେସନ ପାଇଁ ଆଲୋଚନା ହେଉଥିଲା । ସାଧାରଣତଃ ପ୍ରଥମେ ଯୋଗଦେଇଥିବା ୧୩୯ ଏଏଓ ଗ୍ରେଡେସନ ର ଆଗରେ ୠରହିବା କଥା । ମାତ୍ର recruitment 2015-16 vacancy ଅନୁଯାୟୀ ହୋଇଥିବାରୁ ନିୟମ ଅନୁଯାୟୀ ସେମାନେ 2011-12 vacancy ଅନୁଯାୟୀ ଯୋଗଦେଇଥିବା ୮୦୦ ଏଏସ୍ ଓ ଙ୍କ ପରେ ଅଛନ୍ତି । ଏଠାରେ ନିୟମ କୁହେ, ଯଦି ଗୋଟିଏ ବର୍ଷରେ ଦୁଇଟି ବ୍ୟାଚ ସମାନ ପଦବୀରେ ଯୋଗ ଦିଅନ୍ତି, ତେବେ ଯେଉଁ ମାନେ ପୁରୁଣା recruitment vacancy againstରେ ଯୋଗ ଦେଇଥିବେ ସେମାନେ ପଦୋନ୍ନତି ତାଲିକାରେ ଆଗରେ ରହିବେ । ଏ କ୍ଷେତ୍ରରେ ଆଇନଗତ ଲଢ଼େଇ କରି ନିୟମରେ ପରିବର୍ତ୍ତନ ପାଇଁ ଚେଷ୍ଟା କରିବା ସ୍ଵାଗତଯୋଗ୍ୟ କିନ୍ତୁ ଜାତି ଭେଦ ର କାର୍ଡ଼ ଖେଳି ଅଯଥା ଏ ନୂତନ ପିଢ଼ି ମଧ୍ୟରେ ଗୋଷ୍ଠୀ ତିଆରି କରିବା ଗୃହଣୀୟ ନୁହେଁ । 
ସମସ୍ତେ ନିଶ୍ଚୟ ସ୍ଵୀକାର କରିବେ, ଯେ ନବନିଯୁକ୍ତ ୧୫୦୦ ଏଏସ୍ ଓ ସେମାନଙ୍କ ଶିକ୍ଷା, ଅଭିଜ୍ଞତା ତଥା କାର୍ଯ୍ୟ ଶୈଳୀ ପାଇଁ ସ୍ଵତନ୍ତ୍ର । ଏଥିପାଇଁ ରାଜ୍ୟ ପ୍ରଶାସନ ଏମାନଙ୍କ ଉପରେ ଅଧିକ ଭରଷା ରଖିଛନ୍ତି । ତେଣୁ ଆଶା କରିବା, ଏହି ପିଢ଼ି ସବୁ ଭେଦଭାବ ରୁ ଉର୍ଦ୍ଧ୍ଵରେ ରହି ନିଜର ସ୍ଵାତନ୍ତ୍ରତା ବଜାୟ ରଖିବେ ।