Saturday 28 December 2019

Revenue & DM Deptt uses technology for transformation under 5T

ରାଜସ୍ବ ବିଭାଗ ଏବେ 5T ର ଉପଯୋଗୀତାକୁ ଲୋକମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ତତ୍ପରତା ପ୍ରକାଶ କରୁଛି। ଦୈନଦିନ ଜୀବନରେ ସାଧାରଣ ଲୋକ ନିଜର ଖଜଣା ପୈଠ ତଥା ବିବିଧ ପ୍ରମାଣ ପତ୍ର ପାଇଁ ତହସିଲ ଅଫିସ ଦୌଡ଼ିବା କିମ୍ବା ଅଯଥା ଖର୍ଚ୍ଚାନ୍ତ ହେବାରୁ ମୁକ୍ତି ନିମନ୍ତେ ରାଜ୍ଯ ସରକାର Technology ର ସାହାଯ୍ୟ ନେଇଛନ୍ତି। 

ଖଜଣା/ପାଉତି
ଖଜଣା/ପାଉତି ପାଇଁ Online ତଥା Mobile app ର ସୁବିଧା କରାଯାଇଛି। Online payment ପାଇଁ ଏକ ୱେବସାଇଟର ଲୋକାର୍ପଣ ୧୫ ଅଗଷ୍ଟ, ୨୦୧୯ରେ ହୋଇଥିଲା। 

ସେହିପରି ମୋବାଇଲ ରେ ଖଜଣା ଦେବାାପାଇଁ ୨୮ ଡିସେମ୍ବର, ୨୦୧୯ ରେ ଏକ ମୋବାଇଲ ଆପ ଉନ୍ମୋଚିତ ହୋଇଅଛି। 
Mobile app : pauti

ବିବିଧ ପ୍ରମାଣପତ୍ର 
ସେହିପରି ବିବିଧ ପ୍ରମାଣପତ୍ର ଯଥା Resident Certificate, Income Certificate, Guardianship Certificate, Scheduled Caste Certificate and Scheduled Tribe Certificate ଇତ୍ୟାଦି ପାଇଁ ଘରେ ବସି ଯେକୌଣସି ସ୍ଥାନରୁ ଅନଲାଇନ ମାଧ୍ୟମରେ ଆବେଦନ କରିହେବ। 
*ଏଥିପାଇଁ କୌଣସି user's fee ଦେବାକୁ ପଡିବ ନାହିଁ। 
*ଦରଖାସ୍ତକାରୀ ଅପଲୋଡ଼ କରିଥିବା କାଗଜପତ୍ରକୁ ବିଶ୍ଵାସ କରାଯାଇ ବିନା ଯାଞ୍ଚରେ e-Certificate ପ୍ରଦାନ କରାଯିବ। 
*ଏହି ସାର୍ଟିଫିକେଟ ନିଜ ଇମେଲ କିମ୍ବା ୱେବସାଇଟରୁ ଡାଉନଲୋଡ୍ କରିହେବ। 
ଏହି ୱେବସାଇଟ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ବାରା ୨୮ ଡିସେମ୍ବର, ୨୦୧୯ ରେ ଉନ୍ମୋଚିତ ହୋଇଥିଲା। 
ଉପରୋକ୍ତ ସମସ୍ତ ସୁବିଧା ସହିତ ପୂର୍ବ ପ୍ରଚଳିତ ମାନୁଆଲ ପଦ୍ଧତି ମଧ୍ଯ ଚାଲୁ ରହିବ।