Thursday 13 February 2020

General Council Meeting ର ଅବ୍ୟବହିତ ପୂର୍ବରୁ .....

ବନ୍ଧୁଗଣ, 
    ଆସନ୍ତା ତା ୧୪.୦୨.୨୦୨୦ରିଖ ସଂଧ୍ୟା ୬.୩୦ ଘଟିକାରେ ଓଡ଼ିଶା ସଚିବାଳୟ ସେବା ସଂଘର General Council Meeting (GC Meeting)  କରିବା ପାଇଁ ସ୍ଥିରୀକୃତ ହୋଇଅଛି। ଗତବର୍ଷ ନୂତନ ଭାବେ ଯୋଗଦେଇଥିବା ଏଏସଓ ବନ୍ଧୁ ମାନେ ଏପରି ବୈଠକ /ଆଲୋଚନା ସଂପର୍କରେ ଅବଗତ ନଥିବେ ନିଶ୍ଚୟ। ୨୦୧୬ ରେ ଆସିଥିବା ବନ୍ଧୁଗଣ କିନ୍ତୁ ଅଳ୍ପ ବହୁତ ଜାଣନ୍ତି। ତେଣୁ ଆସନ୍ତା ବୈଠକ/ସଭା ପୂର୍ବରୁ ସମସ୍ତଙ୍କ ଗୋଚରାର୍ଥେ କିଛି ଜଣାଇବାକୁ ଉଚିତ ମନେ କଲି।
ସଂଘର ସମ୍ବିଧାନ (ବାଇ ଲ) ଅନୁଯାୟୀ, ତିନି ପ୍ରକାର ବୈଠକ /ମିଟିଂ ର ବ୍ୟବସ୍ଥା ଅଛି।
  • Executive Body Meeting
  • General Council Meeting
  • General Body Meeting
Executive Body Meeting : ଏହି ମିଟିଂ ରେ ନିର୍ବାଚିତ ୯ ଜଣ କର୍ମକର୍ତ୍ତା ତଥା ମନୋନୀତ ଅନ୍ୟ ୯ଜଣ ସଭ୍ଯ ଯୋଗ ଦିଅନ୍ତି। ସଂଘର ସମସ୍ତ ପରିଚାଳନା ତଥା କିଛି  କାର୍ଯ୍ୟକ୍ରମ ପାଇଁ ନିଷ୍ପତ୍ତି ନେବାର ଥିଲେ ଆଲୋଚନା କରାଯାଏ।
General Council Meeting : EB ମିଟିଂ ରେ ନିଆଯାଇଥିବା ନିଷ୍ପତ୍ତି କାର୍ଯ୍ୟକାରୀ କରିବା ପାଇଁ GC Meeting ର ଅନୁମତି ନିଆଯାଏ। ଏଥିରେ ସମସ୍ତ ବିଭାଗରୁ ନିର୍ଦିଷ୍ଟ ସଂଖ୍ଯକ ସଭ୍ଯ ମାନଙ୍କୁ GC Member  ହିସାବରେ ନିଆଯାଏ। ଏହା ନିୟମିତ ଭାବରେ ଦୁଇ ତିନି ମାସରେ ଥରେ କରାଯିବାର ବ୍ୟବସ୍ଥା ଅଛି। ଫଳରେ, ସଂଘର ସମସ୍ତ କାର୍ଯ୍ୟକ୍ରମ ବିଷୟରେ ସମସ୍ତେ ଅବଗତ ହୋଇପାରନ୍ତି।
General Body Meeting : ଏହା ସବୁଠାରୁ କ୍ଷମତାଶାଳୀ ବୋଲି ବିବେଚିତ ହୋଇଥାଏ। ଓସା ର ସମସ୍ତ ସଭ୍ଯ ଏଥିରେ ଯୋଗଦେଇ ପାରିବେ। ଏଣୁ କିଛି ବଡ ପଦକ୍ଷେପ ନେବାକୁ ହେଲେ, GB Meeting ଅନୁମତି ନେବାକୁ ପଡେ।

ମୋଟ ଉପରେ, EB meeting କୁ କ୍ୟାବିନେଟ ମିଟିଂ ଏବଂ GC /GB meeting କୁ ବିଧାନସଭା ବୋଲି ତୁଳନା କରାଯାଇପାରେ। ଅର୍ଥାତ୍ ସମସ୍ତ ପ୍ରକାର ର ପ୍ରସ୍ତାବ/ନିଷ୍ପତ୍ତି GC/GB meeting ରେ ଅନୁମୋଦିତ ହେବା ଆବଶ୍ଯକ।

ତା. ୧୪.୦୨.୨୦୨୦ ରିଖ ରେ ହେବାକୁ ଥିବା General Council Meeting ର ଉଦ୍ଦେଶ୍ଯ :
ଯେହେତୁ, କ୍ରମାଗତ ଭାବରେ ସଂଘର କୌଣସି କାର୍ଯ୍ୟ ବାଇ-ଲ ଅନୁଯାୟୀ ଅନୁପାଳନ କରାଯାଉନାହିଁ ଏବଂ ନିର୍ଦ୍ଦିଷ୍ଟ ସମୟରେ ନୂତନ କର୍ମକର୍ତ୍ତା ମନୋନୀତ/ନିର୍ବାଚିତ ହୋଇନାହାନ୍ତି, ଏପରି ଏକ ସ୍ଥାଣୁ ଅବସ୍ଥା ରୁ ମୁକୁଳିବା ପାଇଁ କିଛି ଆଗ୍ରହୀ ଏଏସଓ ବନ୍ଧୁ କିଛି ବରିଷ୍ଠ ସଭ୍ଯଙ୍କ ପରାମର୍ଶ/ଅଭିଜ୍ଞତା ପାଇଁ ଗତ ୨୪.୦୨.୨୦୨୦, ୨୮.୦୨.୨୦୨୦ ଏବଂ ୦୬.୦୩.୨୦୨୦ ରିଖରେ ତିନୋଟି ସଭାର ଆଯୋଜନ କରିଥିଲେ। ଆଲୋଚନା ଯାହା ବି ହେଉ, ଉପସ୍ଥିତି ଯାହାର ଥାଉ କି ନଥାଉ, କିନ୍ତୁ ସମସ୍ତେ ଟିକେ ଜାଗ୍ରତ ହୋଇ ଉଠିଛନ୍ତି ନିଶ୍ଚୟ।
ଯାହା ଫଳରେ,
୧- ସାଧାରଣ ସଂପାଦକ General Council Meeting ଆହ୍ବାନ କରିବାକୁ ବାଧ୍ଯ ହେଲେ।
୨- ସଭାପତି ନିଜ ସ୍ତରରେ ଜଣେ ନିର୍ବାଚନ କମିଶନର ମନୋନୀତ କରିବା ସହ ନିର୍ବାଚନ ସପକ୍ଷରେ ଆଗ୍ରହ ପ୍ରକାଶ କରିଛନ୍ତି।
୩- ସଂଘ ପକ୍ଷରୁ ଗତ ୧୦ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ DA, HRA ଏବଂ 60% Arrears ପାଇଁ ଦାବିପତ୍ର ଦିଆଯାଇ ପାରିଛି।
ଏଥିରୁ ଗୋଟିଏ କଥା ସୂଚୀତ ହୁଏ କି, କେହି ଜଣେ ଆରମ୍ଭ କରିବା ଦରକାର। ସଂଘର ସମ୍ମାନ ରହିଲେ ଆମର ସମ୍ମାନ ରହିବ। ସାରା ରାଜ୍ଯ ର ସରକାରୀ କର୍ମଚାରୀ ତଥା ସଂଗଠନ ଆମକୁ ଚାହିଁ ରହିଛନ୍ତି। ମାତ୍ର ୨୫୦୦-୩୦୦୦ ଉଚ୍ଚ ଶିକ୍ଷିତ ସଭ୍ଯ ଥିବା, ରାଜ୍ଯ ର ସର୍ବୋଚ୍ଚ ପ୍ରଶାସନିକ କାର୍ଯ୍ୟାଳୟର ସେବା ସଂଘ ଖୁବ ଶୀଘ୍ର ନିଜର ପୂର୍ବ ଗୌରବ ଫେରି ପାଇବା ନିହାତି ଆବଶ୍ଯକ। ଏଥିପାଇଁ ସମସ୍ତେ ସଚେତନ ହେବା ଆବଶ୍ଯକ। ନଚେତ ଧିରେ ଧିରେ ସରକାର ଏ ସଂଘର ଅଧୋଗତିର ସୁଯୋଗ ନେଇ ଏ କ୍ୟାଡରକୁ ଧ୍ବଂସ କରିପାରନ୍ତି। ଏହାକୁ ସ୍ବୀକାର କରିବାକୁ ଆମକୁ ପ୍ରସ୍ତୁତ ହେବାକୁ ପଡିବ।
ଯାହା  ପୂର୍ବାନୁମାନ କରାଯାଏ, ଆସନ୍ତା କାଲି ମିଟିଂ ରେ ଆଲୋଚନା ପାଇଁ ଅନେକ କିଛି ବିଷୟ ଆସିପାରେ। ଯାହା ଫଳରେ ବିନା ନିଷ୍ପତ୍ତି ରେ ସଭା ଭଣ୍ଡୁର ମଧ୍ଯ ହୋଇପାରେ। କିନ୍ତୁ ସମସ୍ତଙ୍କୁ ଅନୁରୋଧ,  ଯେ ଶାନ୍ତି ଶ୍ରୁଙ୍ଖଳା ରକ୍ଷାକରି ସଭା କାର୍ଯ୍ୟ ରେ ସହଯୋଗ କରନ୍ତୁ।
ସାଧାରଣ ସଂପାଦକ ଙ୍କ ଏଜେଣ୍ଡାରେ ଦୁଇଟି ବିଷୟ ଅଛି। 
୧ - ୨୦୨୦-୨୨  ପାଇଁ କର୍ମକର୍ତ୍ତା ମନୋନୟନ/ନିର୍ବାଚନ
୨- ସଭ୍ଯ ଚାନ୍ଦା ଆଦାୟ
କିନ୍ତୁ ସ୍ବତଃ ଭାବରେ ତ୍ରୁତୀୟ ଏଜେଣ୍ଡାରେ ସଂଘର ଅର୍ଥ ହେରଫେର ବିଷୟ ଆଲୋଚନା କୁ ନିଶ୍ଚିତ ଆସିବ।
ପ୍ରଥମ ଦୁଇଟି ବିଷୟ ଉପରେ ନିଷ୍ପତ୍ତି ନେବା ପାଇଁ ଖୁବ ଅଳ୍ପ ମାତ୍ର ସମୟ ଦରକାର ପଡିବ। କାରଣ ସମସ୍ତେ ଚାହାଁନ୍ତି ନିର୍ବାଚନ। ଯଦିଓ ବାଇ-ଲ ରେ ନିର୍ବାଚନ ବ୍ୟବସ୍ଥା ନାହିଁ, କିନ୍ତୁ GC  ର ନିଷ୍ପତ୍ତି ହେଲେ, ନିର୍ବାଚନ କରିହେବ। ଏଥିପାଇଁ ବିଭିନ୍ନ ସ୍ତରରୁ ପ୍ରସ୍ତାବକୁ ବିଚାରକୁ ନେଇ, ନିର୍ବାଚନ କମିଶନର ବଛାଯିବ।
ଦ୍ବିତୀୟ ରେ କେନ୍ଦ୍ର ସରକାର କର୍ମଚାରୀ ସଂଗଠନ ତଥା ବ୍ୟାଙ୍କ, PSU ଇତ୍ୟାଦି ରେ ସଭ୍ଯ ଚାନ୍ଦା କୁ ବାଧ୍ଯତା ମୂଳକ କଲାପରି ଏକ ଶ୍ରୁଙ୍ଖଳିତ ପରମ୍ପରା ପାଇଁ ସମସ୍ତ ସଭ୍ଯ ବାର୍ଷିକ ସଭ୍ଯ ଚାନ୍ଦା ଦେବାକୁ ନିଶ୍ଚିତ ଭାବେ ଆଗ୍ରହ ପ୍ରକାଶ କରିବେ। ନଚେତ୍ GC  ଏ ପ୍ରସ୍ତାବ କୁ ଖାରଜ ମଧ୍ଯ କରିପାରିବ।
ଅସଲ କଥା ହେଲା ସଂଘର ଆୟବ୍ୟୟର ହିସାବ। ସମସ୍ତଙ୍କୁ ଏହା ସ୍ବୀକାର କରିବାକୁ ହେବ, ଯେ କେବଳ ଏହି ଅର୍ଥ ତୋଷରପାତ କଥା କହି ସଂଘର ନିର୍ବାଚିତ କର୍ମକର୍ତ୍ତା ସେମାନଙ୍କ ମୂଳ ଲକ୍ଷ୍ଯ ରୁ ବାହାରେ ଅଛନ୍ତି।
ଅଭିଯୋଗ -
୨୦୧୫-୧୭ ସମୟର ଆୟବ୍ୟୟ GC ରେ ଅନୁମୋଦିତ ହୋଇଥିଲେ ମଧ୍ଯ ସେ ସମ୍ବନ୍ଧୀୟ କୌଣସି supporting documents ନାହିଁ। ସେ ସମ୍ବନ୍ଧରେ ଆଲୋଚନା ହେବ ଏବଂ ସେ ସମୟର ସାଧାରଣ ସଂପାଦକ ତଥା ବର୍ତ୍ତମାନ ର ସଭାପତି ଏହାର ସ୍ପଷ୍ଟୀକରଣ ରଖିବେ।
୨୦୧୭-୧୯ ସମୟର ଆୟବ୍ୟୟ ହିସାବ ଏ ପର୍ୟ୍ଯନ୍ତ ସଭ୍ଯ ମାନଙ୍କ ଗୋଚରକୁ ଆସିନାହିଁ। ଆସନ୍ତା ମିଟିଂ ରେ ଏ ହିସାବ ପେଶ କରାଯାଉ।
ବର୍ତ୍ତମାନର ସାଧାରଣ ସଂପାଦକ ସଂଘର ବ୍ୟାଙ୍କ ଖାତାରୁ ଉପରୋକ୍ତ କୌଣସି ମିଟିଂର ବିନା ନିଷ୍ପତ୍ତିରେ ଗତବର୍ଷ ନିଜେ ୫ ଲକ୍ଷ ଟଙ୍କା ଉଠାଇଛନ୍ତି। ଏହାର ସ୍ପଷ୍ଟୀକରଣ ଦିଆଯାଉ।

ଆଶା ରଖିବା ବରିଷ୍ଠ ସଭ୍ଯଙ୍କ ସଦିଚ୍ଛାରେ ସବୁକିଛି ବ୍ୟବସ୍ଥା ଅନୁସାରେ ହଉ ଏବଂ ଏକ ସୁସ୍ଥ ପରମ୍ପରା ବଜାୟ ରହୁ। ସମସ୍ତେ ନିଜର ସୁଚିନ୍ତିତ ମତାମତ ଦିଅନ୍ତୁ।  ଯଦି ଆୟବ୍ୟୟ ହିସାବ ରେ ଅସନ୍ତୋଷ ରୁହେ, ତେବେ ଏକ ୩-୫ ଜଣିଆ ନିର୍ବିବାଦୀୟ କମିଟି ଗଠନ କରି ସଠିକତା ଅନୁସନ୍ଧାନ ପାଇଁ ଦାୟୀତ୍ୱ ଦିଆଯାଉ। ଯେହେତୁ ଏବେକାର ପରିସ୍ଥିତି ରେ ମନୋନୟନ ପ୍ରକ୍ରିୟା ରେ କର୍ମକର୍ତ୍ତା ନିର୍ବାଚନ ସମ୍ଭବ ନୁହେଁ, ତେଣୁ ନିର୍ବାଚନ ପାଇଁ ନିର୍ବାଚନ କମିଶନର ଚୟନ ମଧ୍ଯ ହେଉ। କିନ୍ତୁ ପରସ୍ପର ଅଭିଯୋଗ ଆଳରେ ସଂଘର କାର୍ଯ୍ୟକ୍ରମରେ ବାଧା ନ ଆସୁ। ତେଣୁ ଉଭୟ କର୍ମକର୍ତ୍ତା ଏବଂ ସଭ୍ଯ ମାନଙ୍କ ସହଯୋଗ ରେ ସଭା ସଫଳ ହେଉ। ଓଡ଼ିଶା ସଚିବାଳୟ ସେବା ସଂଘ ର ସମ୍ମାନ ରହୁ।
ନଚେତ୍ ଶେଷ ଅସ୍ତ୍ର ତଥା General Body Meeting ମାଧ୍ଯମ ରେ  ପରବର୍ତ୍ତୀ ନିଷ୍ପତ୍ତି ଗ୍ରହଣ କରାଯାଇପାରେ। 

ସାରା ରାଜ୍ଯର କର୍ମଚାରୀ ସଂଗଠନ କାଲିର ନିଷ୍ପତ୍ତି ଅପେକ୍ଷାରେ  ...