Monday 12 April 2021

ସଚିବାଳୟ ସେବା ସଂଘ - ୧

ସଚିବାଳୟ ସେବା ସଂଘ - ଓଡିଶା ସଚିବାଳୟ ରେ କାର୍ଯ୍ୟରତ ସହାୟକ ଉପବିଭାଗ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଅତିରିକ୍ତ ଶାସନ ସଚିବ ପର୍ୟ୍ଯନ୍ତ ପ୍ରାୟ ୨୯୬୨ ଜଣ ଅଧିକାରୀଙ୍କ ସମସ୍ୟା ସମ୍ବନ୍ଧୀୟ ଅଭିଯୋଗ ତଥା ଦାବି ସରକାରଙ୍କ ନିକଟରେ ଉପସ୍ଥାପନ ନିମନ୍ତେ ଗଠିତ ହୋଇଥିଲା ଏ ସଂଘ। ଓଡ଼ିଶା ର ଅନ୍ୟ ସରକାରୀ କର୍ମଚାରୀ ସଂଘର କର୍ମକର୍ତ୍ତାଗଣ ବାର୍ଷିକ / ଦ୍ଵିବାର୍ଷିକ ସମ୍ମିଳନୀ ମାଧ୍ୟମରେ ମନୋନୀତ ହେଉଥିବା ବେଳେ ସଚିବାଳୟ ସେବା ସଂଘର କର୍ମକର୍ତ୍ତାଗଣ ପ୍ରତି ଦୁଇ ବର୍ଷ ରେ ନିର୍ବାଚନ ମାଧ୍ୟମରେ ପଦ ପଦବୀ ହାସଲ କରନ୍ତି। ସେଥିପାଇଁ ଏହି ସଂଘର ପରିଚୟ ସ୍ଵତନ୍ତ୍ର। କାର୍ଯ୍ୟ ଦକ୍ଷତା ମଧ୍ଯ ଉଚ୍ଚ କୋଟୀର ବୋଲି କୁହାଯାଏ। 
 
ସରକାରୀ ସ୍ତରରେ କୌଣସି ଆସୋସିଏସନ/ସେବା ସଂଘର କୁ ସ୍ଵିକୃତି ଦେବାବେଳେ ସର୍ତ୍ତ ଥାଏ ଯେ, ଉକ୍ତ ସଂଘ ଏହାର ସଭ୍ଯ ମାନଙ୍କର ମଙ୍ଗଳ ପାଇଁ କାର୍ଯ୍ୟ କରିବ। ସଭ୍ୟ ମାନେ ସେମାନଙ୍କ ଦାବି / ପ୍ରସ୍ତାଵ ସଂଘ ମାଧ୍ୟମରେ ସରକାରଙ୍କ ନିକଟରେ ପହଞ୍ଚାଇ ପାରିବେ। ପରେ ପ୍ରଶାସନିକ ସ୍ତରରେ ସମୟ ନିର୍ଘଣ୍ଟ ସ୍ଥିର କରି ସଂଘର କାର୍ଯ୍ୟକର୍ତ୍ତା ଙ୍କ ସହିତ ଆଲୋଚନା କରାଯାଏ। 

ଏ ସବୁ ପ୍ରକ୍ରିୟା ଭିତରେ ସଚିବାଳୟ ସେବା ସଂଘ ମଧ୍ଯ ତାର କାର୍ଯ୍ୟକ୍ରମ ଆଗକୁ ବଢାଇ ଚାଲିଥିଲା। ସଂଘର କିଛି ନେତୃତ୍ବଙ୍କ ଉଦ୍ୟମ ତଥା ତ୍ଯାଗ ବଳରେ ଅନେକ କିଛି ଦାବି ହାସଲ ହୋଇପାରିଛି। କନିଷ୍ଠ ସହାୟକ  (Junior Assistant) ପଦବୀ ବଦଳରେ ସହାୟକ ଉପବିଭାଗ ଅଧିକାରୀ (Assistant Section Officer) ପଦବୀ ସ୍ରୁଷ୍ଟି ହେବା ଏକ ବିରାଟ ସଫଳତା ବୋଲି କୁହାଯାଏ। ତଦ୍ ସହତ ଡେସ୍କ ଅଫିସର ପଦବୀ ମଧ୍ଯ ସ୍ରୁଷ୍ଟି କରାଯାଇଛି। ହୁଏତ ଏହି ପଦବୀର ଆବଶ୍ଯକତା ବର୍ତ୍ତମାନ ସମୟରେ ଅନୁଭୁତ ହେଉନାହିଁ। କାରଣ ଉପବିଭାଗ ଅଧିକାରୀ ୪୬୦୦ ଗ୍ରେଡ ପେ ହୋଇଥିବା ବେଳେ ଡେସ୍କ ଅଫିସର ୪୮୦୦ ଗ୍ରେଡ ପେ ଅନ୍ତର୍ଭୁକ୍ତ। କିନ୍ତୁ ପ୍ରାୟତଃ ଅନ୍ୟ ସମସ୍ତ କ୍ୟାଡରରେ ୪୬୦୦ ଗ୍ରେଡ ପେ  ପରେ ଗ୍ରୁପ-ଏ (୫୪୦୦ ଗ୍ରେଡ ପେ ) ପଦବୀକୁ ପଦୋନ୍ନତି ମିଳେ। ପରିସ୍ଥିତିର ଆବଶ୍ଯକତା ଅନୁଯାୟୀ ହୁଏତ ସେ ସମୟରେ ଉକ୍ତ ପଦବୀର ଯଥାର୍ଥତା ଥିଲା କିନ୍ତୁ ବର୍ତ୍ତମାନ ଏହି ପଦବୀର କୌଣସି ଆବଶ୍ଯକତା ଅନୁଭବ ହେଉନାହିଁ। 

ଯଦି ଓଡ଼ିଶା ସଚିବାଳୟ ସେବା ସଂଘର ପଦବୀ ଆବଣ୍ଟନକୁ ଦେଖାଯାଏ, ମୋଟ ୨୯୬୨ ପଦବୀ ରୁ ପ୍ରବେଶ ସ୍ତରରେ ୧୫୬୯ ପଦବୀ ସହାୟକ ଉପବିଭାଗ ଅଧିକାରୀମାନଙ୍କ ପାଇଁ ରଖାଯାଇଛି। ଯାହାକି ପ୍ରାୟ ୫୩% । ମାତ୍ର ଏହା ପରେ ଥିବା ପଦବୀ ଗୁଡିକରେ ପିରାମିଡ ଆବଣ୍ଟନ ହୋଇନାହିଁ। ତେଣୁ ନିକଟରେ ଉକ୍ତ କ୍ୟାଡରରେ ପୁନର୍ଗଠନର ଆବଶ୍ଯକତା ରହିଛି। 

Sanction Strength
Assistant Section Officer - 1569 (53%) 
Section Officer - 713 (24%) 
Desk Officer - 326 (11%) 
Under Secretary - 254 (8.5%) 
Deputy Secretary - 70 (2.3%) 
Joint Secretary - 22 (0.7%) 
Additional Secretary - 8 (0.27%) 

କ୍ରମଶଃ ... 

No comments: