Sunday, 9 July 2023

ପରିବାରର ଭଲ ପୁଅ ହେବ କେମିତି?

ଏକ ମଧ୍ୟବିତ ପରିବାରର ରୋଜଗାରିଆ ପୁଅ ରଜତ। ଯିଏ ପିଲାଟି ଦିନରୁ "ଆଦର୍ଶ ଛାତ୍ର"ର ରଚନାରୁ ଅନୁପ୍ରାଣିତ ହୋଇ ନିଜକୁ ସମାଜରେ ଏକ ଭଲ ପୁଅ, ଭଲ ନାଗରିକ ହେବାର ଚେଷ୍ଟା ଜାରି ରଖିଛି। "ବଡ ଲୋକଙ୍କ ଜୀବନୀ" ପଢି ପରିବାରର ଅଭାବ ଅନଟନ ସତ୍ତ୍ବେ ଜଣେ ବଡ ମଣିଷ ହେବାର ପ୍ରେରଣା ପାଇଛି। ଖୁବ କମ୍ ବୟସରେ ଘର ଛାଡି ରାଜଧାନୀରେ ରହି ନିଜ ଗୋଡରେ ନିଜେ ଛିଡା ହେବାର ପ୍ରୟାସ କରିଛି। ଗାଁରେ ସିଏ ଜଣେ ସୁନା ପିଲାର ମୋହର ବାଜିଛି। ଜଣେ ନିଷ୍କପଟ ସରଳ ଆଦର୍ଶ ବାପାର ପୁଅ ବୋଲି ସମସ୍ତ ପାଇଁ ସେ ଶ୍ରଦ୍ଧାର ପାତ୍ର। ପିଲାଟି ଦିନରୁ ପାଠପଢା ଭଲ ହୁଏ। ବତ୍କୃତା / ଚିତ୍ରାଙ୍କନରେ ଆଗ୍ରହ। ୫ମ / ୭ମ ଶ୍ରେଣୀରେ ବ୍ରୁତ୍ତି ପରୀକ୍ଷା ରେ ସଫଳ ହୋଇ ଆର୍ଥିକ ସହାୟତା ପାଏ। ଭଲ ବିଦ୍ୟାର୍ଥୀ ହିସାବରେ ବିଦ୍ୟାଳୟରେ ବିଭିନ୍ନ ସମୟରେ ପ୍ରାଇଜ୍ ମଧ୍ଯ ମିଳେ । ତେବେ ଆଜିର ଏହି ଆଲେଖ୍ୟ ସେହି ସୁନାପିଲା ରଜତ ବିଷୟରେ।।। ଜୀବନର ମଧ୍ୟାନ୍ତର ପରେ କଣ ଘଟୁଛି ତା ଜୀବନରେ। ସେ କଣ ଆଉ ସେହି ଭଲ ପିଲାର ପ୍ରମାଣ ପତ୍ର ପାଇପାରୁଛି? ସମୟ ଚକ୍ରରେ ସେ କେତେ ବଦଳିଯାଇଛି। ସେ ଚାହୁଥିବା ଜୀବନ କେତେ ବଞ୍ଚୁଛି? ଯେଉଁ ଗରୀବ ପରିବାରକୁ ଉଚ୍ଚ ମଧ୍ଯବିତ ପରିବାର କରିବା ପାଇଁ ନିଜର ସବୁ ସୁଖ ସ୍ୱାଚ୍ଛନ୍ଦ୍ୟ କୁ ଭୁଲି ନିଜେ ଜଳି ଜଳି ବାପା ମାଆ ଭାଇ ଙ୍କୁ ସମାଜରେ ଜଣେ ମୁଣ୍ଡ ଟେକି ଚାଲିବାରେ ସକ୍ଷମ କରେଇଛି, ସତରେ ସେ କଣ ତା ମୂଲ୍ଯ ପାଇଛି? ଏତେ ରୋଜଗାର ପରେ ଭଲ ଖାଇବା, ଭଲ ପିନ୍ଧିବାର ଆଶା କଣ ପୂରଣ ହୋଇପାରିଛି?

 

ଆସନ୍ତୁ ଆଲୋଚନା କରିବା ଜଣେ ଭଲ ପୁଅର ସେଇ ସଘର୍ଷମୟ କାହାଣୀ। 

ରଜତ ଏବେ ରାଜ୍ୟ ସରକାରଙ୍କ ଜଣେ ଗ୍ରୁପ ବି ଅଧିକାରୀ। ଏହି ଗ୍ରୁପ ବି ଚାକିରୀଆ ମାନେ ସବୁବେଳେ ହିସାବରେ ଚଳନ୍ତି। ଭଲ ଖାଇବାକୁ ମନ କିନ୍ତୁ ବଡ ରେଷ୍ଟୁରାଣ୍ଟ ଯିବା ପୂର୍ବରୁ ବଜେଟ ଦେଖନ୍ତି। ଭଲ ପିନ୍ଧିବାକୁ ମନ କିନ୍ତୁ ଅଫର ଖୋଜନ୍ତି। ଲୋନ କରି କାର କିଣନ୍ତି କିନ୍ତୁ ମାପିଚୁପି ବ୍ୟବହାର କରନ୍ତି। ପିଲାମାନଙ୍କ ଶିକ୍ଷା ପାଇଁ ନା ସରକାରୀ ସ୍କୁଲ ରେ ପଢାନ୍ତି ନା ଉଚ୍ଚ ଫିସ ର ବେସରକାରୀ ସ୍କୁଲରେ ପାଇପାରନ୍ତି। ସରସ୍ୱତୀ ଶିଶୁ ମନ୍ଦିର ଏମାନଙ୍କ ପାଇଁ ଠିକ୍। ଭଡାରୁ  ବଞ୍ଚିବା ପାଇଁ ସରକାରୀ କ୍ୱାର୍ଟର ନିଅନ୍ତି କିନ୍ତୁ ତଥାପି ସାଇଡ ଘର ଭଡାରେ ଲଗାଇ କୌଣସି ଏକ ଖର୍ଚ୍ଚ ଭରଣା କରନ୍ତି। ଏମାନେ ନା ତଳିଆ କର୍ମଚାରୀ ବୋଲି କହିବାକୁ ପ୍ରସ୍ତୁତ ନା ଜଣେ ବଡ ଅଧିକାରୀର କ୍ଷମତା ପାଆନ୍ତି। ଚାକିରୀ ଆରମ୍ଭ କରୁ କରୁ ବ୍ୟାଙ୍କ ଲୋନ, ଅଫିସ ରୁ ବିଭିନ୍ନ ସ୍ୱଳ୍ପ ସମୟ ଅଗ୍ରିମ ଲୋନ୍ ନେବା ଆରମ୍ଭ ହୋଇଯାଏ। ସକ୍ଷମ ଥାଉ ନଥାଉ ଦୁଇ ତିନିଟା ଏଲଆଇସି ଜୀବନ ବୀମା। 

ରଜତର ବୟସ ୩୫ । ସଂସାରର କୁଟିଳତା, ଅଜବ ହିସାବ ନିକାସ ବୁଝିପାରେନା। ସମସ୍ତଙ୍କୁ ବିଶ୍ବାସ, ମାନବବାଦର ଆଦର୍ଶ, ଅନ୍ୟକୁ ସହାୟତା ମନୋଭାବ, ପରିବାରର ସମସ୍ତଙ୍କୁ ଶ୍ରଦ୍ଧା ସମ୍ମାନ, ପରିବାରର ଆର୍ଥିକ ବୋଝ ସମ୍ଭାଳିବା ଭତରେ ନିଜକୁ ସେ ଭୁଲିଯାଏ। ଛୋଟବେଳୁ ନିଜର ଲକ୍ଷ୍ଯ ସାଧନରେ ଆଗକୁ ବଢି ଏଭଳି ଏକ ମଝି ପାହାଚରେ ଟିକେ ବିଶ୍ରାମ ନେଉ ନେଉ ତା ଉପରେ ଲଦି ହୋଇପଡେ ଦାୟିତ୍ୱ, କର୍ତ୍ତବ୍ଯ ର ଅଜଣା ବୋଝ। ସମାଜ କଣ କହିବ, ସମାଜ କଣ କହିବ - ଏତିକି ଭାବି ଭାବି ରଜତ ନା ଆଗକୁ ବଢିପାରେ ନା କିଛି ନିଷ୍ପତ୍ତି ନେଇପାରେ। କେବଳ ସମୟ ସୂଅରେ ଜଣେ ମେସିନ ପାଲଟିଯାଏ। ମାସର ଶେଷ ତାରିଖରେ ଜମା ହୋଇଥିବା ଦରମା ଟଙ୍କା ୫ ତାରିଖ ବେଳକୁ ସତେ ଯେମିତି ନିଜେ ନିଜ ବାଟ ଦେଖି ବିଭିନ୍ନ ଯାଗାକୁ ପଳାଇ ଯାଆନ୍ତି। ୧୦ ତାରିଖ ବେଳକୁ ପୁଣି ଭାବେ ଆଗାମୀ ଦରମା ମିଳିଲେ କିଛି କରିବ। ନିଜର ଚାକିରୀ ହିସାବରେ ସମସ୍ତେ ଭାବନ୍ତି ଏ ପିଲାର କିଛି ଅସୁବିଧା ନାହିଁ। ଗାଁରେ ଗଣେଶ ପୂଜା, ଅଷ୍ଟପ୍ରହରୀ, ମନ୍ଦିର ପ୍ରତିଷ୍ଠା ଆଦି ସବୁ କାମରେ ଚାନ୍ଦା ଭାଗ ସମସ୍ତଙ୍କ ଠାରୁ ଅଧିକ। ବନ୍ଧୁବାନ୍ଧବ, ସାଙ୍ଗ ସାଥୀଙ୍କ ବ୍ରତ ବାହାପୁଆଣି ସବୁ ବେଭାର ଏହି ପୂଅ ଦେବ। ଟିଭି ରିଚାର୍ଜ, ସମସ୍ତ ଙ୍କ ର ମୋବାଇଲ ରିଚାର୍ଜ, ଇଲେକ୍ଟ୍ରି ବିଲ, ପାଣି ବିଲ, କାରଣ, ବାଇକ ପେଟ୍ରୋଲ, ଅନ୍ୟାନ୍ୟ ଖର୍ଚ୍ଚ ସେହି ଦରମାରୁ ହିଁ ଯିବ। ବାପା ମା ସ୍ତ୍ରୀ ଛୁଆଙ୍କ ମେଡିସିନ ଖର୍ଚ୍ଚ, ସମସ୍ତଙ୍କ ଡ୍ରେସ କିଣା, ମେଳା ବୁଲାବୁଲି ଖର୍ଚ୍ଚ ସେହି ଦରମାରୁ। 

ଏତେ ପରେ ପ୍ରତି ସାତ ଆଠ ଦିନରେ ବାପା ମାଆ ସ୍ୱପ୍ନ ଦେଖି ପୁଅକୁ କହନ୍ତି ରାଜଧାନୀରେ କୋଉଠି ଗୋଟେ ଯାଗା ଦେଖି ପକେଦବାକୁ। ମଝିରେ ମଝିରେ ସାଇ ପଡିଶା ପିଲାମାନେ ଯଦି କିଛି ଆଖିକୁ ଦେଖାଗଲା ପରି ଜିନିଷ କରିଦେଲା, ମାସେ ଯାଏ ସେହି କଥା କହି କହି ସତେ ଯେମିତି ବାଧ୍ଯ କରନ୍ତି ପୁଅକୁ। ହେଲେ ବିଚରା ରଜତ ୟା ଭିତରେ ନିଜକୁ ଭୁଲି ଗଲାଣି। ବେଶୀ କିଛି ଚିନ୍ତା ନକରି ନିଜକୁ ସମୟ ସୂଅରେ ଛାଡିଦେଇ ଅପେକ୍ଷା କରିଛି ସମୟକୁ। ହେଲେ ବୟସ ଯେ ଦିନକୁ ଦିନ ବଢି ଯାଉଛି। ଆୟୁଷ ସରି ସରି ଯାଉଛି। ନିଜର ଭବିଷ୍ଯତ କଣ ଏତିକିରେ ବନ୍ଧା ପଡିଯିବ? ୨୫ ବର୍ଷରୁ ଛୋଟ ମୋଟ ଚାକିରୀ ଆରମ୍ଭ କରି ନିଜର ଅତି ଆବଶ୍ଯକତାକୁ ପୂରଣ କରୁ କରୁ ୩୦ ବର୍ଷ ରେ ଆଜି ତ୍ରତୀୟ ଚାକିରୀ ରେ ଅଟକି ଯାଇଛି। 

ଯଦି ବିଶ୍ଳେଷଣ କରାଯାଏ, ଏହି ଆଲେଥ୍ୟରୁ ଉଭୟ ପିଲାମାନେ ଓ ପିତାମାତା ମାନେ ନିଜକୁ ଖୋଜି ପାଇ ପାରିବେ। 

ରଜତ ଜଣେ ସାଧାରଣ ଗରିବ ପରିବାରରୁ ଆସିଛି। କେନ୍ଦ୍ରାପଡାରେ ବାପା ମା ରୁହନ୍ତି। ତେବେ ସେ ପିଲା ତା ଜୀବନରେ କରିଛି କଣ। ବାପା ମା' ଙ୍କ କଥା ମାନିଲା। ପରିଶ୍ରମ କରି ପାଠ ପଢିଲା। କ୍ଲାସରେ ସବୁବେଳେ ପ୍ରଥମ ହେଲା । ବ୍ରୁତ୍ତି ପାଇଲା। ଗାଁ ରେ ଶାନ୍ତ ସରଳ ମିଷ୍ଟଭାଷୀ ଛାତ୍ରର ପରିଚୟ ପାଇଲା। ଦଶମ ଓ ଦ୍ୱାଦଶ ରେ ଭଲ ମାର୍କ ରଖିଲା। ଏଣ୍ଟ୍ରାନ୍ସ ରେ ଭଲ ରାଙ୍କିଙ୍ଗ ରଖିଲା। ନାମୀ ଇଞ୍ଜିନିୟରିଂ କଲେଜରେ ପାଠ ପଢିଲା। ପ୍ରଥମେ ଇନ୍ଫୋସିସ ରେ କ୍ୟାମ୍ପସ ପାଇ ଚାକିରୀ କଲା। ପରେ ପରୀକ୍ଷା ଦେଇ ସରକାରୀ ଚାକିରୀ କଲା। ଏବେ ବାର୍ଷିକ ୭-୮ ଲକ୍ଷର ଦରମା। 

ଏବେ ସମସ୍ୟା ଆରମ୍ଭ ହୁଏ ଯେତେବେଳେ ରଜତ ବିବାହ କରେ। ତାର ଚିନ୍ତାଧାରା ଏୟା ଯେ, ବାପା ମା ଭଗବାନ ସଦୃଶ। ଏମାନେ ମୋ ପାଇଁ ନ ଖାଇ ନ ପିଇ ମୋତେ ବଡ କରିଛନ୍ତି। ପାଠ ପଢାଇଛନ୍ତି । ତେଣୁ ମୁଁ ଏମିତି ଝିଅ ବାହା ହେବି ଯିଏ ଚାକିରୀ କରିନଥିବ, ବାପା ମାଆଙ୍କ ସେବା କରିବ। କାରଣ ଦରମା ତ ଯଥେଷ୍ଟ ମିଳୁଛି। ଏଇ ଯାଗାରେ ରଜତ ଗୋଟେ ବଡ ଭୁଲ କରେ ଯେ ପଇସା ତ ଅଛି, ବିନା ଚାକିରୀ ଝିଅ ଦରକାର। ସତେ ଯେମିତି ସବୁ ପଟରୁ ଖୋଲା ଥିବା ସୁନ୍ଦର ପ୍ଲଟ ଗୋଟେ। ଗୋଟିଏ ପଟରେ ବାପା ମାଆଙ୍କୁ ଛାଡିବାକୁ ଚାହୁଁନିଚାହୁଁନି କାରଣ ଶିକ୍ଷିତ ରୋଜଗାରିଆ ପୁଅ ବାପା ମାଆଙ୍କୁ ନ ପଚାରିଲେ ସମାଜର ବଦନାମ କୁ ଭୟ। ଝିଅର ରୋଜଗାର ନାହିଁ ତେଣୁ ସେ ଆରାମରେ ସବୁ ସହିବାକୁ ବାଧ୍ଯ। ହେଲେ ପୁଅ ତ ଏବେ ବର୍ଷେ ଦୁଇ ବର୍ଷ ହେଲା ଚାକିରୀ କରିଛି। ଏବେ ଟିକେ ଅଣ୍ଟା ସଳଖି ଛିଡା ହୋଇଛି। ଏବେ ଜୀବନ ସାରା ସାଇକେଲ ଚଲାଉଥିବା ବାପାଙ୍କ ପାଇଁ ମଟରସାଇକେଲ ଟେ କିଣିବାର ଅଛି। ଅଟୋ ଚଲାଉଥିବା ଭାଇ ପାଇଁ କାର ଗୋଟେ ଦରକାର। କାରଣ ସମାଜକୁ ଯେତିକି ଦେଖେଇବାର ଅଛି ଯେ ମୋ ପୁଅ ଏତେ ସବୁ କରିଛି ଘର ପାଇଁ। ହୁଏତ ବାସ୍ତବ ଆବଶ୍ଯକତା ଏତେ ନଥାଇ ପାରେ। ତେବେ ରଜତ କେତେ ଟଙ୍କା ଖର୍ଚ୍ଚ କରି ସନ୍ତୁଷ୍ଟ କରିପାରିବ। ଜଣେ ଅତି ଗରିବ ପରିବାରରୁ ଆସି ହଠାତ୍ ବଡଲୋକ ଭଳି ଆଦବ କାଇଦା ବନେଇବାର ବୋଝ ରଜତ ଉପରେ ଲଦି ଦିଆଯାଉଛି। ନିଜର ଅତୀତକୁ ମନେ ପକେଇବାକୁ ବାପା ମାଆ ପ୍ରସ୍ତୁତ ନୁହଁନ୍ତି। ହଠାତ୍ ୫ ବର୍ଷରେ ଲୋକଙ୍କୁ ବଡଲୋକ ଦେଖେଇବାର ନିଶା  ଘାରିଛି। ଏବେ ରଜତ ବୁଝିପାରେନି କଣ କରିବ। ପ୍ରଥମେ ନିଜକୁ ଲେବଲ-୧ରୁ ଲେବଲ ୭-୮ କୁ ନେବ କି ପ୍ରଥମେ ପରିବାର ର ସମସ୍ତଙ୍କୁ ଥଇଥାନ କରି ଲେବଲ ୩-୪ ରେ ସନ୍ତୁଷ୍ଟ ରହିବ। ଆଉ ଗୋଟେ ପଟେ ନିଜର ବେରୋଜଗାରୀ ବଡଭାଇ। ଏଠି କହି ରଖେ ବାପା ମାଆଙ୍କ ପାଇଁ ଯେ ଜଣେ ସବୁ ସଫଳତା ପାଏ ଏହା ସଂପୂର୍ଣ୍ଣ ସତ୍ଯ ନୁହେଁ। ନିଜର ନିରନ୍ତର ପରିଶ୍ରମ ଅଧ୍ୟବସାୟ ବହୁତ କାମ ଦିଏ। ନଚେତ ଦୁଇଟି ପିଲାଙ୍କୁ ସବୁ ସୁବିଧା ସୁଯୋଗ ଦେଲାପରେ ଜଣେ ଭଲ ପଢେ, ଆଉ ଜଣେ ପଢେନି କେମିତି? ତେଣୁ ସବୁ ଯେ ବାପା ମାଆ ଚାହିଁଲେ ବୋଲି ହେଲା ଏହା ଭୁଲ ଧାରଣା। ପିଲାର ପରିଶ୍ରମ କୁ ମଧ୍ଯ ଶ୍ରେୟ ଦେବା ଆବଶ୍ଯକ। ଅନେକ ଧନୀ ଲୋକ ସେମାନଙ୍କ ପିଲାମାନଙ୍କୁ ପଇସା ଖର୍ଚ୍ଚ କରି ମଧ୍ଯ ଭଲ ମଣିଷ କରିପାରନ୍ତି ନାହିଁ। ଦାମୀ ସ୍କୁଲରେ ପଢାନ୍ତି, ଭଲ କୋଚିଙ୍ଗ ଦିଅନ୍ତି, ଯଥେଷ୍ଟ ଟଙ୍କା ଖର୍ଚ୍ଚ କରି ମଧ୍ଯ ଛୁଆ ମଦ ଗଞ୍ଜେଇ ଖାଏ, କୁସଙ୍ଗୀ ହୁଏ। ବାପା ମାଆଙ୍କୁ ଧମକାଇ ଟଙ୍କା ନିଏ। ମଉଜ କରେ। ହେଲେ ରଜତ ଜଣେ ଭଲ ପିଲା ଭଲ ପିଲାର ମାନସିକ ଚାପରେ ନିଜକୁ ଭୁଲିଯାଏ। ସବୁବେଳେ ଚିନ୍ତା ରେ ଥାଏ, ଏହି କାମରେ ମୋତେ କେହି ଖରାପ କହିବେନି ତ, ସେଟା ନକଲେ ମୋତେ ସେୟା କହିବେନି ତ। ନିଜେ ଭଲ ନପିନ୍ଧି, ବାପା ଭାଇ କେମିତି ଭଲ ପିନ୍ଧିବେ, ବାହାର ଲୋକ ଖରାପ ନକହିବେ ସବୁବେଳେ ସେହି ଚିନ୍ତାରେ ରହୁଥାଏ ରଜତ। କିନ୍ତୁ ନିଜର ଅସୁବିଧା କେବେହେଲେ ଖୋଲିକି କାହାକୁ କହିପାରେନି। ମାସିକ ୫୦-୬୦ ହଜାରରୁ ବାପା ମାଆ କେତେ ନେଲେ ଖୁସି ହେବେ କୁହନ୍ତି ନାହିଁ। ଏମିତିରେ ଦରମା ସିନା ୬୦ ହଜାର। ହେଲେ ହାତକୁ କେତେ ଆସେ। ଲୋନ୍ ପାଇଁ କେତେ ଯାଏ, ଜମା କେତେ କରାଯାଏ, ଜିବନ ବୀମା, ଇନକମ ଟାକ୍ସ କେତେ ଯାଏ ସେସବୁର ହିସାବ ଦିଆ ହୁଏନି। ଘରର ମାସିକ ନିୟମିତ ଖର୍ଚ୍ଚ ଯଥା ଇଲେକ୍ଟ୍ରି ବିଲ, ମୋବାଇଲ ରିଚାର୍ଜ, ଔଷଧ, ପେଟ୍ରୋଲ, ଗ୍ୟାସ ପାଇଁ କେତେ ଖର୍ଚ୍ଚ ତାର ମଧ୍ଯ କେହି ହିସାବ ରଖନ୍ତି ନାହିଁ। ତା ପରେ ଘରର ଦୋକାନ ସଉଦା ଖର୍ଚ୍ଚ ଶେଷରେ ଅଛି। ଏତେ ସବୁ ପରେ ଯଦି କିଛି ବଳେ, ତାହେଲେ ଯାଇ ଜଣେ ତ କିଛି ଭାବିବ। କିନ୍ତୁ ବିଚରା ରଜତ ଉପରେ ପରିବାର ସବୁବେଳେ ଅସନ୍ତୁଷ୍ଟ। ସେପଟେ ସ୍ତ୍ରୀ ଚିନ୍ତା କରେ ଯଦି ସବୁ ମାସରେ ଏହିପରି ଖର୍ଚ୍ଚ ଚାଲୁ ରହେ ମୋ ପାଇଁ କେତେ ରହିଲା। ମୋ ପିଲାମାନଙ୍କୁ କଣ ଦେବି। ବେଳେ ଓଡିଆରେ ଗୋଟେ ଲୋକକଥା ଅଛି, ଝିଅକୁ ବୟସ ପଚାରନି କିମ୍ବା ପୁଅକୁ ରୋଜଗାର ପଚାରନି। କାରଣ ଝିଅ କେବେ ନିଜ ପାଇଁ ବଞ୍ଚି ନଥାଏ କିମ୍ବା ପୁଅର ରୋଜଗାର ତା ନିଜର ହୋଇନଥାଏ। ସେପଟେ ଉଚ୍ଚ ଦରମା ଦେଖି ଝିଅ ଘର ବାହା କରିଥିଲେ, ଜ୍ୱାଇଁ ଆମର ଏତେ ଦରମା ପାଉଛନ୍ତି, ଝିଅକୁ ଭଲ ଖୁଆଇବେ, ସବୁଆଡେ ବୁଲାବୁଲି କରାଇବେ, ଖୁସିରେ ରଖିବେ। ହେଲେ ଆସି ଦେଖେ ସବୁ ଓଲଟ ପାଲଟ। ଝିଅ ଫୋନ କରି ବାପା ମାଆଙ୍କୁ ଜଣାଏ, ଏଠି ମୋର ଅସ୍ତିତ୍ବ ହିଁ ନାହିଁ। ଏଠି ରଜତ କାହାର ହେଇପାରେନା। ନା ସ୍ତ୍ରୀର ନା ପରିବାରର। 

କ୍ରମଶଃ...... 

4 comments:

ଗିରିଜା ଶଙ୍କର ଦାସ said...

ଏହା ଆତ୍ମକାହାଣୀ ନୁହେଁ ତ ?

Lipi said...

Sir, jadi Group B katha epri. tebe Group C katha na kahile bhala.

ABC said...

satya katha

Lokanath Dash, U.S said...

Really, you are a good thinker. Keep it up.