Thursday 13 July 2023

ASO Recruitment Court Case (Review Petition) : Judgement Reserved

 Dt.13.07.2023
ରିଟ ଓ ରିଭ୍ୟୁ ପିଟିସନର ଶୁଣାଣି ଶେଷ
ରାୟ ସଂରକ୍ଷିତ
------
ସଚିବାଳୟ ଏଏସଓ ପରୀକ୍ଷା ବିବାଦ କୁ ନେଇ ଦାୟର ହୋଇଥିବା ରିଟ ଓ ରିଭ୍ୟୁ ପିଟିସନର ଶୁଣାଣି ଆଜି ଶେଷ ହୋଇଛି ଏବଂ ମାନ୍ୟବର ଅଦାଲତ ତାଙ୍କର ରାୟକୁ ସଂରକ୍ଷିତ ରଖିଛନ୍ତି। 
ସୂଚନାଯୋଗ୍ୟ, ଓଡିଶା ଲୋକସେବା ଆୟୋଗ (ଓପିଏସସି) ବିଷୟ ଭିତ୍ତିକ କଟ ଅଫ ମାର୍କ କୁ ଆଧାର କରି ମେରିଟ ଲିଷ୍ଟ ପ୍ରସ୍ତୁତ କରିଥିଲା ।  ଏହାକୁ ଚ୍ୟାଲେଞ୍ଜ କରି ଏକ ରିଟ୍ ପିଟିସନ ଦାୟର କରାଯାଇଥିଲା। ଏହାର ଶୁଣାଣି କରି ଗତ ୧୯। ୦୫। ୨୦୨୩ ତାରିଖରେ ମାନ୍ୟବର ଅଦାଲତ ଚୁଡାନ୍ତ ରାୟ ପ୍ରକାଶ କରିଥିଲେ। ଏଥିରେ ଓପିଏସସି ଦ୍ୱାରା ପ୍ରକାଶିତ ମେରିଟ ଲିଷ୍ଟ କୁ ରଦ୍ଦ କରି ମୋଟ ମାର୍କ ଆଧାରରେ ସାନି ମେରିଟ ଲିଷ୍ଟ ଆସନ୍ତା ଦୁଇମାସ ମଧ୍ୟରେ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଇତି ମଧ୍ୟରେ ଦୁଇମାସ ହେବାକୁ ଆଉ ମାତ୍ର ୫ ଦିନ ବାକି ଥିବାବେଳେ ଓପିଏସସି ତରଫରୁ ନୂତନ ମେରିଟ ପ୍ରକାଶ କରାଯାଇନାହିଁ। ଏପରିକି, ଉକ୍ତ ରାୟର ପୁନଃବିଚାର ପାଇଁ ଆବେଦନ କରାଯାଇନାହିଁ କିମ୍ବା ରାୟ ବିରୋଧରେ ଉପର ଫୋରମ ରେ ଚ୍ୟାଲେଞ୍ଜ ମଧ୍ଯ କରାଯାଇନାହିଁ।

କିନ୍ତୁ ପ୍ରକାଶିତ ମେରିଟ ଲିଷ୍ଟରେ ସ୍ଥାନ ପାଇଥିବା ପ୍ରାର୍ଥୀଙ୍କ ମଧ୍ୟରୁ କିଛି ଜଣ ଉକ୍ତ ରାୟର ପୁନଃବିଚାର ପାଇଁ (Review Petition) ଆବେଦନ କରିଥିବାବେଳେ, ଆଉ କିଛି ଜଣ ଏହି ରାୟ ଦ୍ୱାରା ପ୍ରଭାବିତ ହେବାର ସମ୍ଭାବନା ଥିବା ସତ୍ତ୍ବେ ସେମାନଙ୍କୁ ପକ୍ଷଭୁକ୍ତ କରାଯାଇ ନଥିବାରୁ ପୂର୍ବ ମାମଲାକୁ ସଂପୂର୍ଣ୍ଣ ଖାରଜ କରିବାକୁ ରିଟ ଆବେଦନ (Writ Petition) କରିଛନ୍ତି। ଆଜି (୧୩। ୦୭। ୨୦୨୩) ଏହି ଉଭୟ ମାମଲାର ଶୁଣାଣି ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର ଙ୍କ ଅଦାଲତରେ ହୋଇଥିଲା ଯାହାର ରାୟ ସଂରକ୍ଷିତ ରଖାଯାଇଛି। 
ଶୁଣାଣିବେଳେ, ରିଟ ପିଟିସନ ଦାୟର କରିଥିବା ପ୍ରାର୍ଥୀଙ୍କ ଓକିଲ ପକ୍ଷରୁ ବିଗତ ଦିନରେ ସୁପ୍ରିମକୋର୍ଟଙ୍କ କିଛି ରାୟକୁ ଉଲ୍ଲେଖ କରି ଯୁକ୍ତି କରାଯାଇଥିଲା ଯେ, ରଜତ କୁମାର ମିଶ୍ରଙ୍କ ଦ୍ୱାରା ଦାୟର ମାମଲାରେ ପ୍ରଭାବିତ ହେବା ସମ୍ଭାବନା ଥିବା ସତ୍ତ୍ବେ, ୧୧୦୪ ଜଣ ଚୟନ ହୋଇଥିବା ପରୀକ୍ଷାର୍ଥୀ ମଧ୍ୟରୁ କେହି ଜଣକୁ ମଧ୍ଯ ପକ୍ଷଭୁକ୍ତ କରାଯାଇନାହିଁ। ତେଣୁ ଉକ୍ତ ମାମଲା ଖାରଜ ଯୋଗ୍ୟ। ଅପରପକ୍ଷରେ ରାଜ୍ଯ ସରକାରଙ୍କ ତରଫରୁ କୌଣସି ଯୁକ୍ତି ରଖାଯାଇ ନଥିବାରୁ, "both are sailing on  the same boat"  ବୋଲି ଅଦାଲତ ବୁଝିଥିଲେ ଏବଂ ରାୟକୁ ସଂରକ୍ଷିତ ରଖିଥିଲେ। 

କିନ୍ତୁ ଏହା ସ୍ପଷ୍ଟ ଯେ, ୧୯। ୦୫। ୨୦୨୩ ତାରିଖର ରାୟ ତଥା ଦୁଇମାସ ମଧ୍ଯ ରେ ସାନି ମେରିଟ ଲିଷ୍ଟ ପ୍ରକାଶ କରିବାର ନିର୍ଦ୍ଦେଶ ଏବେ ବି ବଳବତ୍ତର ରହିଛି। ଆଜିର ଶୁଣାଣି କେବଳ ରିଭ୍ୟୁ ପିଟିସନ ଓ ନୂଆ ରିଟ ପିଟିସନ ଉପରେ ହୋଇଥିଲା, ଯାହାର କିଛି ରାୟ ଆସିନାହିଁ। 

ବିକଳ୍ପ : ଯଦି ରିଭ୍ୟୁ ପିଟିସନର ରାୟ ଏବେ ନ ଆସେ, ଏବଂ ଦୁଇମାସ ପୂର୍ବରୁ ଓପିଏସସି ମେରିଟ ଲିଷ୍ଟ ପ୍ରକାଶ କରିନପାରେ, ତେବେ କଣ୍ଟେପ୍ଟ ଅଫ କୋର୍ଟ କୁ ଏଡାଇବା ପାଇଁ ଟାଇମ ପିଟିସନ ଦାୟର ହୋଇପାରେ। କିନ୍ତୁ ଆସନ୍ତା ୧୮ ତାରିଖ ମଧ୍ୟରେ ନୂତନ ମେରିଟ ଲିଷ୍ଟ ଆସିବା ନେଇ ସମସ୍ତେ ଆଶାବାଦୀ। 

1 comment:

Ab said...

Sir till when we can expect result