Showing posts with label Court Order. Show all posts
Showing posts with label Court Order. Show all posts

Saturday 27 April 2024

Vacation of Campus Medicine Stores from public health institutions : High Court upheld the decision

Certain Campus Medicine Stores had approached the Hon'ble High Court of Orissa assailing the communication of Health & FW Department dated 27.02.2015, wherein it was directed that no extension of licence of on-campus medical stores was to be permitted and further, no new campus medical stores were to be opened.

Despite expiry of their licence agreements, these Campus Medicine Stores had been running their businesses pursuant to interim orders passed by the Hon'ble High Court. 

The Hon'ble High Court after adjudicating over the matters, has vide final order and judgment dated 19.04.2024 dismissed all the aforementioned Writ Petitions. The Hon'ble Court has further been pleased to vacate all interim orders passed in the matters. (Order dated 19.04.2024 of the Hon'ble High Court. PDF)

In light of the aforesaid development, Health Department has instructed Superintendent / Dean & Principal, MKCG MCH, Berhampur/ Director, VIMSAR, Burla and CDM & PHOs of all Districts to immediately issue 'vacation notices' to the Campus Medicine Shops affording therein a time period of 15 days for vacating the premises and also to take all possible steps in accordance with law to recover possession of the premises immediately after expiry of the 15 days period. 

Letter No. 10532/H&FW, Dt.25.04.2024



Dt.19.04.2024

Saturday 20 January 2024

ASO Recruitment: Order Copy of SLP filed in Supreme Court

Extract of Order Dt.19.01.2024

In   the   meantime,   selection   and   appointment   if   any,  shall   be subject to final outcome of this Special Leave Petition and the same be notified to the candidates by the Odisha Public Service Commission.

ଅର୍ଥାତ୍ ଚୟନ ପ୍ରକ୍ରିୟା ଓ ନିଯୁକ୍ତି ଦେବା ଉପରେ କୌଣସି ରହିତାଦେଶ ନାହିଁ କିନ୍ତୁ ପ୍ରତ୍ୟେକ ପରୀକ୍ଷାର୍ଥୀ ଙ୍କ ନିଯୁକ୍ତି ପତ୍ରରେ ଉପରୋକ୍ତ SLP ର ଚୂଡାନ୍ତ ରାୟକୁ ସର୍ତ୍ତ ରଖାଯିବାକୁ OPSC କୁ ନିର୍ଦ୍ଦେଶ ଅଛି।

ASO matter in Supreme Court: Paper Clips

 


Friday 19 January 2024

ASO Recruitment Case reached Supreme Court: Notice to State & OPSC

ଗୋଟିଏ ପଟେ ଲୋକସେବା ଭବନରେ ଚୂଡାନ୍ତ ଚୟନ ତାଲିକାଭୁକ୍ତ ASO ପରୀକ୍ଷାର୍ଥୀ ମାନଙ୍କର Original Documents ଯାଞ୍ଚ ଚାଲିଥିବା ବେଳେ ମାମଲା ସୁପ୍ରିମକୋର୍ଟ ରେ ପହଞ୍ଚିଛି।

Friday 22 December 2023

ASO Recruitment Court Case : Single Judge Order quashed, OPSC allowed to continue recruitment process

ASO COURT CASE 
DIVISION BENCH JUDGEMENT
22.12.2023

ଜଣିକିଆ ଖଣ୍ଡପୀଠଙ୍କ ତା୧୯.୦୫.୨୦୨୩ରିଖ ରାୟକୁ ଖାରଜ କଲେ ଡିଭିଜନ ବେଞ୍ଚ।

  • ଚୟନ ପ୍ରକ୍ରିୟା ଯେଉଁଠାରେ ବନ୍ଦ ଥିଲା ସେଇଥରୁ ଚାଲୁ ରଖିବାକୁ OPSC କୁ ଅନୁମତି ।
  • ୧୧୦୪ ଜଣଙ୍କ ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ।
  • ଚୁଡ଼ାନ୍ତ ୭୯୬ ତାଲିକା ଖୁବ୍ ଶୀଘ୍ର।

# ସୂଚନାଯୋଗ୍ୟ ୭୯୬ ପଦବୀ ପାଇଁ ହୋଇଥିବା ନିଯୁକ୍ତି ପ୍ରକ୍ରିୟାରେ ୧୧୦୪ ଜଣ ପ୍ରାର୍ଥୀ ଙ୍କୁ ସର୍ଟଲିଷ୍ଟ କରାଯାଇ ସେମାନଙ୍କ ନଥିପତ୍ର ଯାଞ୍ଚ ସହିତ କମ୍ପ୍ୟୁଟର ଦକ୍ଷତା ପରୀକ୍ଷା ମଧ୍ୟ କରାଯାଇ ସାରିଛି।

କେବଳ ହାଇକୋର୍ଟଙ୍କ ରହିତାଦେଶ ପାଇଁ ଚୂଡାନ୍ତ ତାଲିକା ପ୍ରକାଶ କରାଯାଇନଥିଲା । ତେଣୁ ବହୁତ ଶୀଘ୍ର ( ଆଶା କରାଯାଏ ଆସନ୍ତା ୭ ଦିନ ମଧ୍ୟରେ) ଚୂଡାନ୍ତ ତାଲିକା ପ୍ରକାଶ ପାଇବା ସହିତ ନୂତନ ବର୍ଷରେ ସଚିବାଳୟରେ ନିଯୁକ୍ତି  ମଧ୍ୟ ମିଲିଯିବାର ସମ୍ଭାବନା ଅଛି ।

## Judgement copy 

(DOWNLOAD PDF)



Thursday 21 December 2023

ASO Recruitment: JUDGEMENT on 22nd December

ଆସନ୍ତା କାଲି ତା ୨୨.୧୨.୨୦୨୩ ରିଖ (ଶୁକ୍ରବାର) ଦିନ ASO Recruitment ର ସଂରକ୍ଷିତ ରାୟ ପ୍ରକାଶ ପାଇବାକୁ ଯାଉଛି। କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଓ ଜଷ୍ଟିସ ମୁରହରି ଶ୍ରୀ ରମଣଙ୍କୁ ନେଇ ଗଠିତ ଡିଭିଜନ ବେଞ୍ଚ ଏହି ରାୟ ପ୍ରକାଶ କରିବେ ।

Division Bench Judgement 
on Dt.22.12.2023
------

Tuesday 19 December 2023

Secretariat ASO Recruitment : Court Case Updates

ଓଡ଼ିଶା ରାଜ୍ୟ ସଚିବାଳୟର ଏ.ଏସ୍.ଓ. ପରୀକ୍ଷା ୨୦୨୧ର ନିଯୁକ୍ତି ବିଜ୍ଞାପନ ଗତ ୩୧.୧୨.୨୦୨୧ ତାରିଖରେ ପ୍ରକାଶ ପାଇଥିଲା । ଆଉ ମାତ୍ର ୧୨ ଦିନ ପରେ ଦୁଇ ବର୍ଷ ପୂରିବ । ଅଥଚ ନିଯୁକ୍ତି ପ୍ରକ୍ରିୟା ଏବେ ବି ଅସମ୍ପୂର୍ଣ୍ଣ ହୋଇ ପଡ଼ିରହିଛି । ଉକ୍ତ ନିଯୁକ୍ତି ପ୍ରକ୍ରିୟା ଏବେ ଉଚ୍ଚ ନ୍ୟାୟାଳୟର ବିଚାରାଧୀନ ଅଛି । ଶୁଣାଣି ସାରିଥିବା ବେଳେ ରାୟ ସଂରକ୍ଷିତ ଅଛି ।
 
A. What is the status of recruitment now ?
ତା ୨୭।୦୮।୨୦୨୨ ରିଖ ଦିନ ୧,୪୮,୮୮୮ ଜଣ ପରୀକ୍ଷାର୍ଥୀ ଲିଖିତ ପରୀକ୍ଷା ଦେଇଥିଲା ବେଳେ ୧୧୦୪ ଜଣ ପ୍ରାର୍ଥୀଙ୍କୁ ଚୟନ କରାଯାଇ ସେମାନଙ୍କର ନଥିପତ୍ର ଯାଞ୍ଚ ୧୪-୧୮ ନଭେମ୍ବର, ୨୦୨୨ ମଧ୍ୟରେ କରାଯାଇଥିଲା । ତା ୦୪।୧୨।୨୦୨୨ ରିଖ ଦିନ କମ୍ପ୍ୟୁଟର ଦକ୍ଷତା ପରୀକ୍ଷା ମଧ୍ୟ କରାଯାଇଥିଲା । ତେବେ ଚୂଡାନ୍ତ ୭୯୬ ଜଣଙ୍କ ତାଲିକା ପ୍ରକାଶନ ଉପରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଙ୍କର ରହିତାଦେଶ ରହିଛି ।

B. Why such Court Case ?
ଓପିଏସସି ଗତ ୩ଟି ନିଯୁକ୍ତି ପ୍ରକ୍ରିୟାରେ ଲିଖିତ ପରୀକ୍ଷାର ମୋଟ ମାର୍କ (Agrregate) ଭିତ୍ତିରେ ଚୁଡ଼ାନ୍ତ ତାଲିକା ପ୍ରକାଶ କରିଥିଲା ବେଳେ ଏଥର ବିଷୟ ଭିତ୍ତିକ (Sectional Cut Off) ସର୍ବନିମ୍ନ ଯୋଗ୍ୟତା ଆଧାରରେ ଚୟନ କରାଯାଇଛି । 

ଗୋଟିଏ ପଟରେ ତାଲିକାରେ ସ୍ଥାନ ପାଇପାରି ନଥିବା ପିଲା Recruitment Rule-6 ପାଳନ ହୋଇନଥିବା ଯୁକ୍ତି କରୁଥିବାବଳେ ଓପିଏସସି ତରଫରୁ ନିଜେ ଚୟନ କରିବାର ପଦ୍ଧତି ନିର୍ଣ୍ଣୟ କରିପାରିବାର କ୍ଷମତା ଥିବା କଥା କହୁଛି। 

C. Why OPSC (with vast experience of recruitment) dragged into litigation ?
ଯଦିଓ ଓପିଏସସିର ବହୁତ୍ ସମୟ ଧରି ସଚିବାଳୟ କ୍ୟାଡ଼ର ପଦବୀ ପୂରଣ ପାଇଁ ଅଭିଜ୍ଞତା ଅଛି, କିନ୍ତୁ ପ୍ରଥମ ଥର ପାଇଁ ଏଥର ଆଲରାଉଣ୍ଡର ସ୍ତରୀୟ ପିଲା ବାଛିବା ପାଇଁ ନିଷ୍ପତ୍ତି ନେଇଥିଲା । ସବୁ ବିଷୟରେ ସର୍ବନିମ୍ନ ଯୋଗ୍ୟତା ଭିତ୍ତିକ ନମ୍ବର ରଖିଥିବା ଆଧାରରେ ୨୪୦୮ ଜଣ ପିଲା ଉପଲବ୍ଧ ହୋଇଥିଲେ ।ତେଣୁ ପର୍ଯ୍ୟାପ୍ତ ପିଲା ଉପଲବ୍ଧ ହେଉଥିବାରୁ ମୋଟ ପଦବୀର ୧.୫ ଗୁଣ ଅର୍ଥାତ୍ ୧୧୦୪ ଜଣଙ୍କର ତାଲିକା ପ୍ରକାଶ କରିଥିଲା।କିନ୍ତୁ ଏହି ପ୍ରକ୍ରିୟାରେ ମୋଟ ମାର୍କ ଭିତ୍ତିରେ ଅଧିକ ମାର୍କ ରଖିଥିଲେ ମଧ୍ୟ କୌଣସି ଗୋଟିଏ ପେପର ରେ ଖରାପ ପ୍ରଦର୍ଶନ ଯୋଗୁ କିଛି ପିଲା ଏହି ତାଲିକାରୁ ବାଦ୍ ପଡ଼ିଥିଲେ । ତେଣୁ ବିନା ସୂଚନାରେ ଏଭଳି ପଦ୍ଧତି ଆପଣାଇଥିବାରୁ ଅଦାଲତରେ ମାମଲା ଦାୟର କରାଯାଇଛି ।

D) What are the solutions ?
ଯେହେତୁ ମାମଲା ଏବେ ଅଦାଲତରେ ଅଛି, ରାୟ ନଆସିବା ପର୍ଯ୍ୟନ୍ତ କେହି କିଛି କରିପାରିବେ ନାହିଁ।

E) Who are to be affected by the judgement ?
ଯଦି ରାୟ ଓପିଏସସି ସପକ୍ଷରେ ଗଲା ତେବେ କେସ ଲଢ଼ୁଥିବା ପିଲାମାନଙ୍କର ମୋଟ ମାର୍କ ଅଧିକ ଥାଇ ମଧ୍ୟ ଚୟନ ରୁ ବାଦ୍ ପଡ଼ିବେ ।  ଆଉ ଯଦି ରାୟ ଓପିଏସସି ବିପକ୍ଷରେ ଗଲା ତେବେ ଚୟନ ହୋଇଥିବା ୧୧୦୪ ରୁ କିଛି ପିଲା ବାଦ୍ ପଡି ନୂଆ କିଛି ଯୋଗ ହୋଇପାରନ୍ତି ।

F) What is the rule for selection ?
ମୁଖ୍ୟତଃ ଦୁଇଟି କଥା ଉପରେ ଯୁକ୍ତି କରାଯାଉଛି । ଗୋଟିଏ ହେଲା Recruitment Rule 6 ଯେଉଁଥିରେ ଲିଖିତ ପରୀକ୍ଷାର୍ଥୀ ଙ୍କ ମଧ୍ୟରୁ ସର୍ଟ ଲିଷ୍ଟ ପାଇଁ ସେମିତି କିଛି ନିୟମ ଉଲ୍ଲେଖ ନାହିଁ ।
ଅନ୍ୟଟି ହେଲା ନିଯୁକ୍ତି ବିଜ୍ଞାପନରେ 6(c)ରେ ଓପିଏସସିକୁ ଦିଆଯାଇଥିବା ସ୍ଵତନ୍ତ୍ର କ୍ଷମତା ।







G) What are the possibilities of action from either side after judgement
ନ୍ୟାୟାଳୟର ଦ୍ଵାର ସମସ୍ତଙ୍କ ପାଇଁ ଉନ୍ମୁକ୍ତ । ରାୟ ଆସିବା ପରେ ଆଉ ଗୋଟିଏ ମାତ୍ର ସୁଯୋଗ ହେଲା ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ । କିନ୍ତୁ ମାମଲାର ରାୟ ଯାହା ବିପକ୍ଷରେ ଯିବ, ସେମାନେ ସୁପ୍ରିମ କୋର୍ଟଙ୍କ ଦ୍ବାରସ୍ଥ ହେବେ କି ନାହିଁ ତାହା ସେମାନଙ୍କ ଉପରେ ନିର୍ଭର କରେ ।

H) When next ASO Recruitment ?
ବର୍ତ୍ତମାନର ଖାଲି ପଦବୀ ୭୯୬ କୁ ବାଦ୍ ଦେଇ  ଆସନ୍ତା ବର୍ଷରେ ଅବସର ଜନିତ ଖାଲି ପଦବୀକୁ ହିସାବ କଲେ ପ୍ରାୟ ୩୦୦ ରୁ ଅଧିକ ASO ପଦବୀ ପାଇଁ ୨୦୨୪ ଡିସେମ୍ବର ସୁଦ୍ଧା ବିଜ୍ଞାପନ ବାହାର କରାଯାଇପାରିବ । କିନ୍ତୁ ବର୍ତ୍ତମାନର କୋର୍ଟ କେସ ଫାଇସାଲା ନହେବା ଯାଏଁ ନୂଆ ନିଯୁକ୍ତି ବିଜ୍ଞାପନ ଆଶା କ୍ଷୀଣ।
ଏହା ପଛରେ ଆଉ ଗୋଟିଏ କାରଣ ଯେ, ୨୦୧୧ (ରେଗୁଲାର ବ୍ୟାଚ) ଓ ୨୦୧୫ (ସ୍ଵତନ୍ତ୍ର ବ୍ୟାଚ୍) ଉଭୟ ୨୦୧୬ ରେ ନିଯୁକ୍ତି ପାଇଥିବାରୁ ଗ୍ରେଡେଶନ ତାଲିକାରେ ଶୀର୍ଷ ରେ ରହିବା ପାଇଁ ମାମଲା ଅଦାଲତଙ୍କ ନିକଟରେ ବିଚାରାଧୀନ ଅଛି । ତେଣୁ ୨୦୨୧ ନିଯୁକ୍ତି ପ୍ରକ୍ରିୟା ନସରିବା ଯାଏଁ ନୂଆ ବିଜ୍ଞାପନ ବାହାରି ନପାରେ ।

Monday 11 December 2023

ASO Recruitment Court Case : Order Reserved

ସଚିବାଳୟ ଏଏସଓ ନିଯୁକ୍ତି ସମ୍ପର୍କିତ ମାମଲାରେ ଶୁକ୍ରବାର (୮ ଡିସେମ୍ବର) ଦିନ ଦୁଇଘଣ୍ଟାର ଶୁଣାଣି ପରେ ଆଜି (୧୧ ଡିସେମ୍ବର) ପୁଣି ପ୍ରାୟ ୨ ଘଣ୍ଟା ୪୫ ମିନିଟ ର ଶୁଣାଣି ହୋଇଥିଲା । ଉଭୟ ପକ୍ଷର ଜବାବ ସୁଆଲ ସହିତ ବିଭିନ୍ନ ଦିଗ ଉପରେ ଯୁକ୍ତି ଉପସ୍ଥାପନା କରାଯିବା ପରେ ମାନ୍ୟବର ଅଦାଲତ ନିଜର ରାୟକୁ ସଂରକ୍ଷିତ ରଖିଛନ୍ତି । 

Friday 8 December 2023

ASO Recruitment Court Case : Hearing will be continued on 11th Dec

ବହୁତ ଦିନର ଅପେକ୍ଷା ପରେ ଆଜି (୦୮-୧୨-୨୦୨୩) ସଚିବାଳୟ ଏଏସ୍ଓ ପରୀକ୍ଷା ମାମଲାର ଶୁଣାଣି ଆରମ୍ଭ ହୋଇଛି । ଆଜି ପ୍ରାୟ ଦୁଇ ଘଣ୍ଟାର ଶୁଣାଣି ହୋଇଥିଲା ବେଳେ, ଆସନ୍ତା ସୋମବାର (୧୧-୧୨-୨୦୨୩) ମଧ୍ୟ ଏହା ଜାରି ରହିବ ।



Thursday 30 November 2023

Wednesday 22 November 2023

ASO Court Case : Hearing started and will be continued...

 22.11.2023 : Very good news for all...

Division Bench of Orissa High Court has started hearing today on Writ Appeals (WA) filed on ASO Recruitment 2021.

The case may be listed in next week again for the hearing to be continued.

Tuesday 21 November 2023

ASO Case Update : Next hearing on 22nd November

ASO Recruitment Court Case has been listed (at Sl. 81) on 22nd November (Wednesday) for hearing in the Division Bench.  

THE HON'BLE THE ACTING CHIEF JUSTICE
AND
THE HON'BLE MR. JUSTICE MURAHARI SRI RAMAN

Tuesday 14 November 2023

VAW Recruitment 2013 cancelled : ₹5 Lakh compensation to the petitioners

ଚୁକ୍ତିଭିତ୍ତିକ ଭିଲେଜ ଏଗ୍ରିକଲଚର ଓ୍ୱାର୍କର ( ଗ୍ରାମ୍ୟ କ୍ରୁଷି କର୍ମୀ) ନିଯୁକ୍ତି ପାଇଁ ୦୪।୧୦।୨୦୧୩ ରେ ବଲାଙ୍ଗୀର ରେଞ୍ଜ କ୍ରୁଷି ଉପନିର୍ଦ୍ଦେଶକ ଜାରି କରିଥିବା ବିଜ୍ଞପ୍ତି ଓ ଏହି ଆଧାର ରେ ଅନୁଷ୍ଠିତ ନିଯୁକ୍ତି ପ୍ରକ୍ରିୟା କୁ  ମାନ୍ୟବର ହାଇକୋର୍ଟ ରଦ୍ଦ କରିଛନ୍ତି। 

୧୮।୦୫।୨୦୦୮ : ବିଭିନ୍ନ ଜିଲ୍ଲାର ଭିଏଡବ୍ଲୁ ପଦବୀ ପୂରଣ ପାଇଁ ରାଜ୍ୟ କ୍ରୁଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକଙ୍କ ଦ୍ବାରା ବିଜ୍ଞପ୍ତି ପ୍ରକାଶ। 

୧୪।୦୮।୨୦୦୮ : ଉକ୍ତ ବିଜ୍ଞପ୍ତିକୁ  ଚ୍ୟାଲେଞ୍ଜ କରି ହୋଇଥିବା ଆବାଦନ (W.P.(C) No.10285 of 2008) ର ଶୁଣାଣି କରି ସଂଶୋଧିତ ବିଜ୍ଞପ୍ତି ପ୍ରକାଶ ପାଇଁ ନିର୍ଦ୍ଦେଶ। 

Monday 13 November 2023

ASO ଶୁଣାଣି ପୁଣି ସପ୍ତାହେ ଘୁଞ୍ଚିଲା

୧୩ ନଭେମ୍ବର : ଏଏସଓ ମାମଲାର ଶୁଣାଣି ଆସନ୍ତା ସପ୍ତାହରେ କରିବାକୁ ମାନ୍ୟବର ହାଇକୋର୍ଟଙ୍କ ଦୁଇ ଜଣିଆ ଡିଭିଜନ ବେଞ୍ଚ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଉଭୟ ପକ୍ଷରୁ ଲିଖିତ ନୋଟ ଅଦାଲତରେ ଦାଖଲ କରାଯାଇଥିଲା। ତେବେ ସମସ୍ତଙ୍କୁ ପୁଣି ଆସନ୍ତା ସପ୍ତାହକୁ ଅପେକ୍ଷା କରିବାକୁ ପଡିବ। 
Order Dt.13.11.2023

Saturday 11 November 2023

ASO Recruitment Court Case : Next hearing on 13 November

ଆସନ୍ତା ସୋମବାର ଦିନ ଏଏସଓ ମାମଲାର ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇଛି। ଗତ ସୋମବାର ମଧ୍ଯ ଗୋଟିଏ ଶୁଣାଣି କରାଯାଇଥିଲା। ଏଥିରେ ମାନ୍ୟବର ଅଦାଲତ ଉଭୟ ପକ୍ଷକୁ ନିଜର ଯୁକ୍ତି ପ୍ରମାଣ ସବୁ ଲିଖିତ ଆକାରରେ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଯାହା ଫଳରେ ମାମଲାଟି ଶୀଘ୍ର ଫଇସଲା କରାଯିବ। ଏଣୁ ଆଶା କରାଯାଇପାରେ, ଏହା ଶେଷ ଶୁଣାଣି ହୋଇପାରେ। Order Dt.06.11.2023 (PDF) 

xxxxxx


 Weekly list for 13.11.2023

Wednesday 8 November 2023

ASO Recruitment Court Case : Order Copy Dt.06.11.2023

IN THE HIGH COURT OF ORISSA AT CUTTACK 
 W.A. Nos. 1561, 1822 and 2539 of 2023

ORDER

06.11.2023 

Order No.02. 

1. This matter is taken up through Hybrid mode. Page 2 of 2 

2. Learned counsel for the parties are permitted to file their written note of arguments and citations, if any, so that the matter can be disposed of at the admission stage. 

3. List this matter next week. The interim order passed earlier, if any, shall continue till the next date. 

 Court Order Dt.06.11.2023
CLICK HERE TO VIEW / DOWNLOAD.PDF

Tuesday 7 November 2023

ASO Case update : To be listed next week

ତା ୦୬।୧୧।୨୦୨୩ ରିଖ : ଆଜି ମାନ୍ୟବର ହାଇକୋର୍ଟ ସଚିବାଳୟ ଏଏସଓ ପରୀକ୍ଷା ସଂପର୍କିତ ମାମଲାରେ ଶୁଣାଣି କରିଛନ୍ତି। ତେବେ ଏକ ସପ୍ତାହ ପରେ ପୁଣି ଏହାର ଶୁଣାଣି କରାଯିବା ପାଇଁ କାର୍ଯ୍ୟକାରୀ ମୁଖ୍ଯ ବିଚାରପତି ଡକ୍ଟର ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡଙ୍ଗୀ ଓ ଜଷ୍ଟିସ ଏମ ଏସ ରମଣ ଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ମୂଳ ମମଲା  WP(C) No. 32174/2022: Rajat Kumar Mishra Vs State of Odisha & others  ରେ ଓପିଏସସି ଦ୍ୱାରା ପ୍ରକାଶିତ ବିଷୟ ଭିତ୍ତିକ ଚୟନ ପଦ୍ଧତି ରେ ପ୍ରକାଶିତ ମେଧା ତାଲିକାକୁ ଜଣକିଆ ଖଣ୍ଡପୀଠ ରଦ୍ଦ କରି ମୋଟ ମାର୍କ ଭିତ୍ତିରେ ନୂତନ ମେଧା ତାଲିକା ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ।   

ତେବେ ଏହି ଆଦେଶକୁ ଚ୍ୟାଲେଞ୍ଜ କରି ତିନୋଟି ପ୍ରୁଥକ ରିଟ୍ ଅପିଲ ଦୁଇଜଣିଆ ଡିଭିଜନ ବେଞ୍ଚରେ ଆବେଦନ କରାଯାଇଛି ଏବଂ ଏ ସବୁର ଏକତ୍ର ଶୁଣାଣି କରାଯାଉଛି। ଆଶା କରାଯାଉଛି, ଖୁବ ଶୀଘ୍ର ଏହାର ଫଇସଲା କରାଯିବ। 

ପରବର୍ତ୍ତୀ ନିଯୁକ୍ତି :
ବର୍ତ୍ତମାନ ର ତଥ୍ଯ ଅନୁଯାୟୀ ସଚିବାଳୟରେ ମୋଟ ୧୪୯୮ ଟି ଏଏସଓ ପଦବୀରୁ ୯୭୧ ପଦବୀ ଖାଲି ପଡିଛି। ଚଳିତ ମାମଲାର ଫଇସଲା ହେଲେ ୭୯୬ ପଦବୀ ପୂରଣ ହେବ। କିନ୍ତୁ ବିଡମ୍ବନାର ବିଷୟ ଇତି ମଧ୍ୟରେ ଅନେକ ପରୀକ୍ଷାର୍ଥୀ ଅନ୍ୟ କିଛି ପରୀକ୍ଷା ଦେଇ ଚାକିରୀରେ ଯୋଗଦେଇ ସାରିଲେଣି। ସେହିପରି ଚୁକ୍ତି ଭିତ୍ତିକ ନିଯୁକ୍ତି ବାତିଲ ହେବା ପରେ ସମାନ ଦରମାରେ ନିଜର ପସନ୍ଦ ମୁତାବକ ଚାକିରୀ ଛାଡି ପୁଣି ଏଏସଓ କୁ ଫେରିବା ସମ୍ଭାବନା କ୍ଷୀଣ। ତେଣୁ ଏହି ନିଯୁକ୍ତି ଯେତେ ବିଳମ୍ବ ହେଉଛି ସେତେ କମ୍ ପରୀକ୍ଷାର୍ଥୀ ଏହି ପଦବୀରେ ଯୋଗ ଦେବାର ସମ୍ଭାବନା ଦେଖାଉଛି। ତେବେ ନ୍ୟାୟ ଅପେକ୍ଷା ରେ ସମସ୍ତେ ନ୍ୟାୟାଳୟ ଉପରେ ଭରସା ରଖିଛନ୍ତି। ଆଶା କରିବା ସବୁ ଭଲ ହେବ। 

Thursday 2 November 2023

Appointment of Chief Justice, High Court of Orissa

SUPREME COURT OF INDIA 

Re: Appointment of Mr Justice Chakradhari Sharan Singh, Judge, High Court of Judicature at Patna, as the Chief Justice of the High Court of Orissa. 

A vacancy in the office of the Chief Justice of the High Court of Orissa has arisen consequent upon the retirement of Mr Justice Subhasis Talapatra on 3 October 2023. Therefore, an appointment to that office is required to be made. 

Para 3 of the Memorandum of Procedure relating to the appointment of the Chief Justice of a High Court provides as under: 

“A fair representation shall be given to various High Courts for selection of Chief Justices. For purposes of such selection, inter-se seniority of puisne Judges will be reckoned on the basis of their seniority in their own High Court. The consideration for appointment of Chief Justices shall be based on the criterion of seniority subject to merit and integrity.” 

It is proposed to appoint Mr Justice Chakradhari Sharan Singh as the Chief Justice of the High Court of Orissa. Mr Justice Chakradhari Sharan Singh was appointed as a Judge of the High Court of Judicature at Patna on 5 April 2012 and has been functioning there as the senior-most puisne Judge. Before his elevation as a Judge of the High Court, he was enrolled at the Bar in 1990 and practised at the High Court of Judicature at Patna. His area of practice was constitutional, service, criminal and arbitration matters. During his practice of 22 years he also served as Additional Advocate General for the State of Bihar since December 2010 till his elevation as a Judge of High Court. As regards his contribution to the judiciary by way of disposal of cases, during his tenure of more than 11 years as a Judge of High Court, he authored 1246 reported judgments, of which 562 were delivered during last 5 years. He has maintained high standard of professional ethics at the Bar and Bench and enjoys good reputation for conduct and integrity. While recommending the name of Mr Justice Chakradhari Sharan Singh, the Collegium has also taken into consideration the fact that at present the High Court of Judicature at Patna has no representation among the Chief Justices of High Courts. 

Having regard to all relevant factors, the Collegium is of the considered view that Mr Justice Chakradhari Sharan Singh is fit and suitable in all respects for being appointed as the Chief Justice of the High Court of Orissa. 

The Collegium, therefore, resolves to recommend the appointment of Mr Justice Chakradhari Sharan Singh as the Chief Justice of the High Court of Orissa. 

( Dhananjaya Y Chandrachud ), CJI 

( Sanjay Kishan Kaul ), J 

( Sanjiv Khanna ), J 

02 November 2023.

CLICK HERE TO VIEW / DOWNLOAD.PDF