Tuesday 19 December 2023

Secretariat ASO Recruitment : Court Case Updates

ଓଡ଼ିଶା ରାଜ୍ୟ ସଚିବାଳୟର ଏ.ଏସ୍.ଓ. ପରୀକ୍ଷା ୨୦୨୧ର ନିଯୁକ୍ତି ବିଜ୍ଞାପନ ଗତ ୩୧.୧୨.୨୦୨୧ ତାରିଖରେ ପ୍ରକାଶ ପାଇଥିଲା । ଆଉ ମାତ୍ର ୧୨ ଦିନ ପରେ ଦୁଇ ବର୍ଷ ପୂରିବ । ଅଥଚ ନିଯୁକ୍ତି ପ୍ରକ୍ରିୟା ଏବେ ବି ଅସମ୍ପୂର୍ଣ୍ଣ ହୋଇ ପଡ଼ିରହିଛି । ଉକ୍ତ ନିଯୁକ୍ତି ପ୍ରକ୍ରିୟା ଏବେ ଉଚ୍ଚ ନ୍ୟାୟାଳୟର ବିଚାରାଧୀନ ଅଛି । ଶୁଣାଣି ସାରିଥିବା ବେଳେ ରାୟ ସଂରକ୍ଷିତ ଅଛି ।
 
A. What is the status of recruitment now ?
ତା ୨୭।୦୮।୨୦୨୨ ରିଖ ଦିନ ୧,୪୮,୮୮୮ ଜଣ ପରୀକ୍ଷାର୍ଥୀ ଲିଖିତ ପରୀକ୍ଷା ଦେଇଥିଲା ବେଳେ ୧୧୦୪ ଜଣ ପ୍ରାର୍ଥୀଙ୍କୁ ଚୟନ କରାଯାଇ ସେମାନଙ୍କର ନଥିପତ୍ର ଯାଞ୍ଚ ୧୪-୧୮ ନଭେମ୍ବର, ୨୦୨୨ ମଧ୍ୟରେ କରାଯାଇଥିଲା । ତା ୦୪।୧୨।୨୦୨୨ ରିଖ ଦିନ କମ୍ପ୍ୟୁଟର ଦକ୍ଷତା ପରୀକ୍ଷା ମଧ୍ୟ କରାଯାଇଥିଲା । ତେବେ ଚୂଡାନ୍ତ ୭୯୬ ଜଣଙ୍କ ତାଲିକା ପ୍ରକାଶନ ଉପରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଙ୍କର ରହିତାଦେଶ ରହିଛି ।

B. Why such Court Case ?
ଓପିଏସସି ଗତ ୩ଟି ନିଯୁକ୍ତି ପ୍ରକ୍ରିୟାରେ ଲିଖିତ ପରୀକ୍ଷାର ମୋଟ ମାର୍କ (Agrregate) ଭିତ୍ତିରେ ଚୁଡ଼ାନ୍ତ ତାଲିକା ପ୍ରକାଶ କରିଥିଲା ବେଳେ ଏଥର ବିଷୟ ଭିତ୍ତିକ (Sectional Cut Off) ସର୍ବନିମ୍ନ ଯୋଗ୍ୟତା ଆଧାରରେ ଚୟନ କରାଯାଇଛି । 

ଗୋଟିଏ ପଟରେ ତାଲିକାରେ ସ୍ଥାନ ପାଇପାରି ନଥିବା ପିଲା Recruitment Rule-6 ପାଳନ ହୋଇନଥିବା ଯୁକ୍ତି କରୁଥିବାବଳେ ଓପିଏସସି ତରଫରୁ ନିଜେ ଚୟନ କରିବାର ପଦ୍ଧତି ନିର୍ଣ୍ଣୟ କରିପାରିବାର କ୍ଷମତା ଥିବା କଥା କହୁଛି। 

C. Why OPSC (with vast experience of recruitment) dragged into litigation ?
ଯଦିଓ ଓପିଏସସିର ବହୁତ୍ ସମୟ ଧରି ସଚିବାଳୟ କ୍ୟାଡ଼ର ପଦବୀ ପୂରଣ ପାଇଁ ଅଭିଜ୍ଞତା ଅଛି, କିନ୍ତୁ ପ୍ରଥମ ଥର ପାଇଁ ଏଥର ଆଲରାଉଣ୍ଡର ସ୍ତରୀୟ ପିଲା ବାଛିବା ପାଇଁ ନିଷ୍ପତ୍ତି ନେଇଥିଲା । ସବୁ ବିଷୟରେ ସର୍ବନିମ୍ନ ଯୋଗ୍ୟତା ଭିତ୍ତିକ ନମ୍ବର ରଖିଥିବା ଆଧାରରେ ୨୪୦୮ ଜଣ ପିଲା ଉପଲବ୍ଧ ହୋଇଥିଲେ ।ତେଣୁ ପର୍ଯ୍ୟାପ୍ତ ପିଲା ଉପଲବ୍ଧ ହେଉଥିବାରୁ ମୋଟ ପଦବୀର ୧.୫ ଗୁଣ ଅର୍ଥାତ୍ ୧୧୦୪ ଜଣଙ୍କର ତାଲିକା ପ୍ରକାଶ କରିଥିଲା।କିନ୍ତୁ ଏହି ପ୍ରକ୍ରିୟାରେ ମୋଟ ମାର୍କ ଭିତ୍ତିରେ ଅଧିକ ମାର୍କ ରଖିଥିଲେ ମଧ୍ୟ କୌଣସି ଗୋଟିଏ ପେପର ରେ ଖରାପ ପ୍ରଦର୍ଶନ ଯୋଗୁ କିଛି ପିଲା ଏହି ତାଲିକାରୁ ବାଦ୍ ପଡ଼ିଥିଲେ । ତେଣୁ ବିନା ସୂଚନାରେ ଏଭଳି ପଦ୍ଧତି ଆପଣାଇଥିବାରୁ ଅଦାଲତରେ ମାମଲା ଦାୟର କରାଯାଇଛି ।

D) What are the solutions ?
ଯେହେତୁ ମାମଲା ଏବେ ଅଦାଲତରେ ଅଛି, ରାୟ ନଆସିବା ପର୍ଯ୍ୟନ୍ତ କେହି କିଛି କରିପାରିବେ ନାହିଁ।

E) Who are to be affected by the judgement ?
ଯଦି ରାୟ ଓପିଏସସି ସପକ୍ଷରେ ଗଲା ତେବେ କେସ ଲଢ଼ୁଥିବା ପିଲାମାନଙ୍କର ମୋଟ ମାର୍କ ଅଧିକ ଥାଇ ମଧ୍ୟ ଚୟନ ରୁ ବାଦ୍ ପଡ଼ିବେ ।  ଆଉ ଯଦି ରାୟ ଓପିଏସସି ବିପକ୍ଷରେ ଗଲା ତେବେ ଚୟନ ହୋଇଥିବା ୧୧୦୪ ରୁ କିଛି ପିଲା ବାଦ୍ ପଡି ନୂଆ କିଛି ଯୋଗ ହୋଇପାରନ୍ତି ।

F) What is the rule for selection ?
ମୁଖ୍ୟତଃ ଦୁଇଟି କଥା ଉପରେ ଯୁକ୍ତି କରାଯାଉଛି । ଗୋଟିଏ ହେଲା Recruitment Rule 6 ଯେଉଁଥିରେ ଲିଖିତ ପରୀକ୍ଷାର୍ଥୀ ଙ୍କ ମଧ୍ୟରୁ ସର୍ଟ ଲିଷ୍ଟ ପାଇଁ ସେମିତି କିଛି ନିୟମ ଉଲ୍ଲେଖ ନାହିଁ ।
ଅନ୍ୟଟି ହେଲା ନିଯୁକ୍ତି ବିଜ୍ଞାପନରେ 6(c)ରେ ଓପିଏସସିକୁ ଦିଆଯାଇଥିବା ସ୍ଵତନ୍ତ୍ର କ୍ଷମତା ।







G) What are the possibilities of action from either side after judgement
ନ୍ୟାୟାଳୟର ଦ୍ଵାର ସମସ୍ତଙ୍କ ପାଇଁ ଉନ୍ମୁକ୍ତ । ରାୟ ଆସିବା ପରେ ଆଉ ଗୋଟିଏ ମାତ୍ର ସୁଯୋଗ ହେଲା ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ । କିନ୍ତୁ ମାମଲାର ରାୟ ଯାହା ବିପକ୍ଷରେ ଯିବ, ସେମାନେ ସୁପ୍ରିମ କୋର୍ଟଙ୍କ ଦ୍ବାରସ୍ଥ ହେବେ କି ନାହିଁ ତାହା ସେମାନଙ୍କ ଉପରେ ନିର୍ଭର କରେ ।

H) When next ASO Recruitment ?
ବର୍ତ୍ତମାନର ଖାଲି ପଦବୀ ୭୯୬ କୁ ବାଦ୍ ଦେଇ  ଆସନ୍ତା ବର୍ଷରେ ଅବସର ଜନିତ ଖାଲି ପଦବୀକୁ ହିସାବ କଲେ ପ୍ରାୟ ୩୦୦ ରୁ ଅଧିକ ASO ପଦବୀ ପାଇଁ ୨୦୨୪ ଡିସେମ୍ବର ସୁଦ୍ଧା ବିଜ୍ଞାପନ ବାହାର କରାଯାଇପାରିବ । କିନ୍ତୁ ବର୍ତ୍ତମାନର କୋର୍ଟ କେସ ଫାଇସାଲା ନହେବା ଯାଏଁ ନୂଆ ନିଯୁକ୍ତି ବିଜ୍ଞାପନ ଆଶା କ୍ଷୀଣ।
ଏହା ପଛରେ ଆଉ ଗୋଟିଏ କାରଣ ଯେ, ୨୦୧୧ (ରେଗୁଲାର ବ୍ୟାଚ) ଓ ୨୦୧୫ (ସ୍ଵତନ୍ତ୍ର ବ୍ୟାଚ୍) ଉଭୟ ୨୦୧୬ ରେ ନିଯୁକ୍ତି ପାଇଥିବାରୁ ଗ୍ରେଡେଶନ ତାଲିକାରେ ଶୀର୍ଷ ରେ ରହିବା ପାଇଁ ମାମଲା ଅଦାଲତଙ୍କ ନିକଟରେ ବିଚାରାଧୀନ ଅଛି । ତେଣୁ ୨୦୨୧ ନିଯୁକ୍ତି ପ୍ରକ୍ରିୟା ନସରିବା ଯାଏଁ ନୂଆ ବିଜ୍ଞାପନ ବାହାରି ନପାରେ ।

No comments: