Wednesday 20 December 2023

ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ : ଆନ୍ଦୋଳନ ସ୍ଥଗିତ


ଆସନ୍ତା କାଲି ତଥା ୨୦. ୧୨. ୨୦୨୩ ପ୍ରସ୍ତାବିତ ଜିଲ୍ଲା ସ୍ତରୀୟ ଅମଲା ମଞ୍ଚ ର ଆନ୍ଦୋଳନ ପୂର୍ବରୁ ଆଜି ତା ୧୯. ୧୨. ୨୦୨୩ ପ୍ରାୟ ସନ୍ଧ୍ୟା ୭.୩୦ ଘଣ୍ଟା ସମୟରେ ରାଜ୍ଯ ସଂଘ ର ନେତୃବୃନ୍ଦ ସରକାରଙ୍କ ଠାରୁ ଡାକରା ପାଇ ମିଳିତ ମଞ୍ଚର ଦାବି ଉପରେ ମାନ୍ୟବର 5 t ଅଧ୍ୟକ୍ଷ ଙ୍କ ସହିତ ଆଲୋଚନା କରିଥିଲେ l ଉକ୍ତ ଆଲୋଚନା କାଳରେ ଜିଲ୍ଲା ସ୍ତରୀୟ ଅମଲା ମାନଙ୍କର ଦାବି ପୂରଣ କରିବା ପାଇଁ ରାଜ୍ଯ ସରକାର ଙ୍କ ଦ୍ଵାରା ହୋଇଥିବା ବିଳମ୍ବ କୁ ନେତୃତ୍ୱ ମାନେ 5t ଅଧ୍ୟକ୍ଷ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ମୁତାବକ ଜିଲ୍ଲା ସ୍ତରୀୟ ଅମଲା ମାନଙ୍କର ଦାବି କୁ ଏକ ନିର୍ଦ୍ଧାରିତ ସମୟ ମଧ୍ୟରେ ପୂରଣ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ନେତୃତ୍ୱ ମାନେ ଅନୁରୋଧ କରିଥିଲେ l ଏହାର ଉତ୍ତରରେ ଆଗାମୀ ସାତ ଦିନ ମଧ୍ୟରେ ଦାବି ପୂରଣ ହେବ ବୋଲି ମାନ୍ୟବର 5t ଅଧ୍ୟକ୍ଷ ପ୍ରତିଶ୍ରୁତି ଦେବା ସହିତ ଉପସ୍ଥିତ ଅଧିକାରୀ ମାନଙ୍କୁ ନେତୃତ୍ୱ ମାନଙ୍କ ସମ୍ମୁଖରେ ନିର୍ଦ୍ଦେଶ ଦେଇଥିଲେ l ଏହା ପରେ ରାଜ୍ଯ ଅଧ୍ୟକ୍ଷ ଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ କାଳୀନ ଆଭାସୀ ବୈଠକ ରାତ୍ର ଦଶ ଘଣ୍ଟା ସମୟରେ ମିଳିତ ଅମଲା ମଞ୍ଚ ରେ ସମ୍ମିଳିତ ଚାରି ଗୋଟି ସଂଗଠନ ର ସଭାପତି ଓ ସାଧାରଣ ସମ୍ପାଦକ ମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଜିଲ୍ଲା ସ୍ତରୀୟ ସମସ୍ତ ଅମଲା ମାନଙ୍କ ସ୍ୱାର୍ଥକୁ ଧ୍ୟାନ ରେ ରଖି ସମସ୍ତ ନେତୃତ୍ୱ ମାନେ ୨୦-୧୨-୨୦୨୩ ରେ ହେବାକୁ ଥିବା ପ୍ରସ୍ତାବିତ ଆନ୍ଦୋଳନ କୁ ଆଗାମୀ ଦଶ ଦିନ ପର୍ଯ୍ୟନ୍ତ ସ୍ଥଗିତ ରଖିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଗଲା l ଉକ୍ତ ନିଷ୍ପତ୍ତି କୁ ସମସ୍ତ ଜିଲ୍ଲାର ଅଧ୍ୟକ୍ଷ ଏବଂ ଆବାହକ ଙ୍କ ସଦୟ ଅବଗତି ନିମନ୍ତେ ଜଣାଇ ଦିଆଗଲା l DOWNLOAD,.PDF
 ଚିତ୍ତରଞ୍ଜନ ତରାସିଆ
 ଆବାହକ, ଜିଲ୍ଲା ସ୍ତରୀୟ ଅମଲା ମଞ୍ଚ

No comments: