Showing posts with label Strike. Show all posts
Showing posts with label Strike. Show all posts

Monday, 25 August 2025

Odisha Rajaswa Amala Sangha withdraws strike after govt's assurance after 15 days


୧୦ ଦଫା ଦାବୀ ନେଇ ଚଳିତମାସ ଅଗଷ୍ଟ ୧୧ ତାରିଖରୁ ସମୂହ ଛୁଟି ନେଇ ଆନ୍ଦୋଳନରେ ବସିଥିବା ଓଡ଼ିଶା ରାଜସ୍ଵ ଅମଲା ସଂଘ ଆଜି ସରକାରଙ୍କ ସହିତ ଆଲୋଚନା ପରେ କାର୍ଯ୍ୟରେ ଯୋଗଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସୂଚନା ଯୋଗ୍ୟ ଗତ ୧୫ ଦିନ ଧରି ଅମଲା ସଙ୍ଘ ଆନ୍ଦୋଳନ ଚାଲୁ ରଖିଥିବା ବେଳେ  ସରକାରଙ୍କ ତରଫରୁ ଦୁଇ ଦୁଇ ଥର ଚେତାବନୀ ଦିଆଯାଇ ଯଥାଶୀଘ୍ର କାର୍ଯ୍ୟରେ ଯୋଗ ଦେବାକୁ ଅନୁରୋଧ କରାଯାଇଥିଲା ।

୧୦ - ଦଫା ଦାବୀ 
***
👉 Entry pay of District Level Ministerial Employees should be Level-9
👉 Cadre Restructuring as per GAPG Department Resolution No.8898 Dt.15.03.2024 (download.pdf)
👉 Health Insurance of Rs.20 Lakh for all State Government Employees 
👉Complete abolition of Odisha Rehabilitation Appointment Rules 2020 and implementation of Rule 1990.
👉 District cadre revenue employees to be given 100% promotion into ORS
👉 Abolition of New Pension Scheme and implementation of Old Pension Scheme 
👉 Residency period for promotion of Jr Revenue Assistant to Sr Revenue Assistant should be 4 years.
👉 Residency period for promotion to the rank of Section Officer should be 4 years in the rank of Sr Revenue Assistant and ASO taken together.
👉 The User ID of Ministerial Employees should be created to deal with different cases in Tahasil.
👉 Induction Training for the newly recruited District Revenue Ministerial Employees to enhance their skill.

ସରକାରଙ୍କ ଚେତାବନୀ
---------
ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ସମସ୍ତ ଜିଲ୍ଲପାଳ ମାନଙ୍କୁ ଏହି ଆନ୍ଦୋଳନ ରେ ଅଂଶ ଗ୍ରହଣ କରିବା ପାଇଁ ସମୂହ ଛୁଟି ନେଇଥିବା କର୍ମଚାରୀ ମାନଙ୍କ ଉପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି କ୍ୟାଡ଼ର ପୁନର୍ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ଏବେ ନଥି ସାଧାରଣ ପ୍ରଶାସନ ବିଭାଗ ତଥା ପରେ ପରେ ଅର୍ଥ ବିଭାଗକୁ ଯାଇଥିବାରୁ କର୍ମଚାରୀ ମାନେ ଯଥାଶୀଘ୍ର କାର୍ଯ୍ୟରେ ଯୋଗ ଦେବାକୁ ମନ୍ତ୍ରୀ ଅନୁରୋଧ କରିଛନ୍ତି।

Wednesday, 13 August 2025

Rajaswa Amala Sangha : Mass leave & state-wide agitation



KEY DEMANDS :

1. Base Level post Junior Revenue Assistant as ASO with Pay Level-9 (GP-4200)

2. Publication of District Revenue Ministerial Cadre Rules to enable overdue promotions as per GA&PG Department circular (download.pdf)

3. Restructuring of the District Revenue Ministerial Service Cadre

4. Inclusion of all district offices and staff (RTO, CSO, ICDS, Blocks, ITDA, etc.) in the Revenue Ministerial Service Cadre.

5. Health Insurance of ₹20 Lakh/annum to employees 

In the meantime Government in Revenue & Disaster Management Department have directed all Collectors to take steps for refusal of leave and issue show cause notice in case of unauthorised absence. (Download.PDF)

Wednesday, 20 December 2023

ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ : ଆନ୍ଦୋଳନ ସ୍ଥଗିତ


ଆସନ୍ତା କାଲି ତଥା ୨୦. ୧୨. ୨୦୨୩ ପ୍ରସ୍ତାବିତ ଜିଲ୍ଲା ସ୍ତରୀୟ ଅମଲା ମଞ୍ଚ ର ଆନ୍ଦୋଳନ ପୂର୍ବରୁ ଆଜି ତା ୧୯. ୧୨. ୨୦୨୩ ପ୍ରାୟ ସନ୍ଧ୍ୟା ୭.୩୦ ଘଣ୍ଟା ସମୟରେ ରାଜ୍ଯ ସଂଘ ର ନେତୃବୃନ୍ଦ ସରକାରଙ୍କ ଠାରୁ ଡାକରା ପାଇ ମିଳିତ ମଞ୍ଚର ଦାବି ଉପରେ ମାନ୍ୟବର 5 t ଅଧ୍ୟକ୍ଷ ଙ୍କ ସହିତ ଆଲୋଚନା କରିଥିଲେ l ଉକ୍ତ ଆଲୋଚନା କାଳରେ ଜିଲ୍ଲା ସ୍ତରୀୟ ଅମଲା ମାନଙ୍କର ଦାବି ପୂରଣ କରିବା ପାଇଁ ରାଜ୍ଯ ସରକାର ଙ୍କ ଦ୍ଵାରା ହୋଇଥିବା ବିଳମ୍ବ କୁ ନେତୃତ୍ୱ ମାନେ 5t ଅଧ୍ୟକ୍ଷ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ମୁତାବକ ଜିଲ୍ଲା ସ୍ତରୀୟ ଅମଲା ମାନଙ୍କର ଦାବି କୁ ଏକ ନିର୍ଦ୍ଧାରିତ ସମୟ ମଧ୍ୟରେ ପୂରଣ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ନେତୃତ୍ୱ ମାନେ ଅନୁରୋଧ କରିଥିଲେ l ଏହାର ଉତ୍ତରରେ ଆଗାମୀ ସାତ ଦିନ ମଧ୍ୟରେ ଦାବି ପୂରଣ ହେବ ବୋଲି ମାନ୍ୟବର 5t ଅଧ୍ୟକ୍ଷ ପ୍ରତିଶ୍ରୁତି ଦେବା ସହିତ ଉପସ୍ଥିତ ଅଧିକାରୀ ମାନଙ୍କୁ ନେତୃତ୍ୱ ମାନଙ୍କ ସମ୍ମୁଖରେ ନିର୍ଦ୍ଦେଶ ଦେଇଥିଲେ l ଏହା ପରେ ରାଜ୍ଯ ଅଧ୍ୟକ୍ଷ ଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ କାଳୀନ ଆଭାସୀ ବୈଠକ ରାତ୍ର ଦଶ ଘଣ୍ଟା ସମୟରେ ମିଳିତ ଅମଲା ମଞ୍ଚ ରେ ସମ୍ମିଳିତ ଚାରି ଗୋଟି ସଂଗଠନ ର ସଭାପତି ଓ ସାଧାରଣ ସମ୍ପାଦକ ମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଜିଲ୍ଲା ସ୍ତରୀୟ ସମସ୍ତ ଅମଲା ମାନଙ୍କ ସ୍ୱାର୍ଥକୁ ଧ୍ୟାନ ରେ ରଖି ସମସ୍ତ ନେତୃତ୍ୱ ମାନେ ୨୦-୧୨-୨୦୨୩ ରେ ହେବାକୁ ଥିବା ପ୍ରସ୍ତାବିତ ଆନ୍ଦୋଳନ କୁ ଆଗାମୀ ଦଶ ଦିନ ପର୍ଯ୍ୟନ୍ତ ସ୍ଥଗିତ ରଖିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଗଲା l ଉକ୍ତ ନିଷ୍ପତ୍ତି କୁ ସମସ୍ତ ଜିଲ୍ଲାର ଅଧ୍ୟକ୍ଷ ଏବଂ ଆବାହକ ଙ୍କ ସଦୟ ଅବଗତି ନିମନ୍ତେ ଜଣାଇ ଦିଆଗଲା l DOWNLOAD,.PDF
 ଚିତ୍ତରଞ୍ଜନ ତରାସିଆ
 ଆବାହକ, ଜିଲ୍ଲା ସ୍ତରୀୟ ଅମଲା ମଞ୍ଚ