Friday 28 July 2023

ASO Recruitment Court Case : Contempt filed

ସଚିବାଳୟ ଏଏସଓ ପରୀକ୍ଷା ସମ୍ପର୍କିତ ମାମଲାରେ ଗତ ତା ୧୯।୦୫। ୨୦୨୩ରିଖ ରାୟ ମୁତାବକ ନିର୍ଦ୍ଦେଶ କାର୍ଯ୍ୟକାରୀ କରିନଥିବାରୁ, ଆବେଦନକାରୀଙ୍କ ପକ୍ଷରୁ ଅଦାଲତ ଅବମାନନା (Contempt of Court) ମାମଲା ଦାୟର କରାଯାଇଛି। ଏଥିରେ ଓପିଏସସି ଚେୟାରମ୍ୟାନ ଶ୍ରୀ ସତ୍ୟଜିତ ମହାନ୍ତି, ଓପିଏସସି ସଚିବ ଶ୍ରୀ ପ୍ରମୋଦ କୁମାର ମିଶ୍ର, ସ୍ୱରାଷ୍ଟ୍ର ବିଭାଗ ଅତିରିକ୍ତ ମୁଖ୍ଯ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂହଦେଓ ଙ୍କୁ ପକ୍ଷଭୁକ୍ତ କରାଯାଇଛି। 

CONTC No.5147 / 2023
Rajat Kumar Mishra & others
Vrs
Satyajit Mohanty, Chairman OPSC & others

ସୂଚନାଯୋଗ୍ୟ, ମାନ୍ୟବର ଅଦାଲତ ଆସନ୍ତା ଦୁଇମାସ ମଧ୍ୟରେ ନୂତନ ମେଧା ତାଲିକା ପ୍ରକାଶ ପାଇଁ ଓପିଏସସି କୁ ନିର୍ଦ୍ଦେଶ ଦେଇଥିଲେ ମଧ୍ଯ ଏହା କାର୍ଯ୍ୟକାରୀ କରାଯାଇନାହିଁ। ବରଂ ଓଡ଼ିଶା ସିଭିଲ ସର୍ଭିସ ସାକ୍ଷାତକାର ପ୍ରକ୍ରିୟା ଚାଲୁ ରହିଥିବା ଦର୍ଶାଇ ଓପିଏସସି ଅଦାଲତଙ୍କ ଠାରୁ ଅଧିକ ସମୟ ମାଗିଛନ୍ତି । (Time Petition filed) 

ସେହିପରି, ଓପିଏସସି ଦ୍ୱାରା ପ୍ରକାଶିତ ମେଧା ତାଲିକାରେ ଥିବା ପ୍ରାର୍ଥୀମାନଙ୍କ ଦ୍ୱାରା ଦାୟର ହୋଇଥିବା ରିଟ୍ ପିଟିସନ ଓ ରିଭ୍ୟୁ ପିଟିସନର ଶୁଣାଣି ସରିଥିବା ବେଳେ ଏହା ରାୟ ସଂରକ୍ଷିତ ରହିଛି। 

No comments: