Showing posts with label Celebration/Holidays. Show all posts
Showing posts with label Celebration/Holidays. Show all posts

Sunday 12 March 2023

OSSA celebrates International Women's Day as AVYANNA 2K23

Odisha Secretariat Service Association (OSSA) is going to organise / celebrate Women’s Day on 13 & 14 March, 2023 at Secretariat Mini Stadium (behind UCO bank). 

Tuesday 27 September 2022

World Tourism Day 2022

ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ ପର୍ଯ୍ୟଟନ ବିଭାଗ ସାଂସ୍କୃତିକ ପରିଷଦ ଦ୍ୱାରା ତା ୨୭। ୦୯। ୨୦୨୨ ରିଖ ସଂଧ୍ଯା ୬:୩୦ ରେ ଭଞ୍ଜ କଳା ମଣ୍ଡପରେ ଏକ ନାଟକ "ମଣିଷ ଗଛର ଛାଇ" ପରିବେଷଣ କରାଯିବ। 
ଇନଫୋସିଟି ଛକ, ପଟିଆ ରେ ସକାଳ ୭ ଘଟିକାରେ ଏକ ବାଇକ୍ ରାଲି ଆୟୋଜନ କରାଯିବା ସହିତ ଆସନ୍ତା ୨୭ ସେପ୍ଟେମ୍ବର ରୁ ୨ ଅକ୍ଟୋବର ପର୍ୟ୍ଯନ୍ତ ଉତ୍କଳ ଗ୍ୟାଲେରିଆ ମଲ୍ ଏବଂ ଏସପ୍ଲାନେଡ ମଲ୍ ରେ ହସ୍ତତନ୍ତ ମେଳା ଆୟୋଜିତ ହେବ। 

Wednesday 14 September 2022

ସ୍ବର୍ଗତ ଅକ୍ଷୟ ମହାକୁଡ଼ଙ୍କ ସପ୍ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ଓଡ଼ିଶା ସଚିବାଳୟ ସେବା ସଂଘର ପୂର୍ବତନ ସାଧାରଣ ସମ୍ପାଦକ, ବିଶିଷ୍ଟ କର୍ମଚାରୀ ନେତା ଓ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଅଭିଭାବକ ଆନ୍ଦୋଳନର ସ୍ରଷ୍ଟା ସ୍ବର୍ଗତ ଅକ୍ଷୟ କମାର ମହାକୁଡ଼ଙ୍କ ସପ୍ତମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ସଭା OSSA HOUSE - II ସଭାଗୃହରେ ଆୟୋଜିତ ହୋଇଥିଲା।





 ଏହି ଶ୍ରଦ୍ଧାଞ୍ଜଳି ସଭାରେ ବିଭିନ୍ନ କର୍ମଚାରୀ ସଂଘର ନେତା ଯୋଗଦେଇ ନିଜର ଅଭିଭାଷଣରେ ସ୍ୱର୍ଗତ ମହାକୁଡ଼ଙ୍କର ସ୍ମ୍ରୁତି ଚାରଣ କରିବା ସହିତ ତାଙ୍କର ସମସାମୟିକ ଅନେକ ସଚିବାଳୟ ସେବାର ଅଧିକାରୀ ଉପସ୍ଥିତ ରହି ନିଜର ଅନୁଭୁତି ସମସ୍ତଙ୍କ ସାମ୍ନାରେ ରଖିଥିଲେ। ଏଥିସହିତ ସଚିବାଳୟ ସେବା ସଂଘର ସଭାପତି ଅଜୟ କୁମାର ସ୍ୱାଇଁ, ଉପ ସଭାପତି ପ୍ରତ୍ୟୁଷ କଅଁର, ସାଧାରଣ ସଂପାଦକ ପ୍ରଜତ୍ନ ବରାଳ ଏବଂ ସଂପାଦକ ଅମିତ ମହାନ୍ତି, ଚିରଞ୍ଜିବୀ ସ୍ୱାଇଁ ଉପସ୍ଥିତ ରହି ସେହି ମହାନ କର୍ମଚାରୀ ନେତାଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ଆଗାମୀ ଦିନରେ ସଂଘର ଗାରିମା ଅକ୍ଷୁର୍ଣ୍ଣ ରଖିବାକୁ ପ୍ରତିବଦ୍ଧ ବୋଲି ଜଣାଇଥିଲେ। ଉକ୍ତ ସଭାରେ ମଞ୍ଚ ଉପରେ ରହି ଅର୍ଥ ବିଭାଗର ଯୁଗ୍ମ ଶାସନ ସଚିବ ଶ୍ରୀ ଚିତ୍ତ ରଞ୍ଜନ ହୋତା ସଭା ପରିଚାଳନା କରିବା ସହିତ ନିଜ ବକ୍ତବ୍ଯରେ  ଶ୍ରୀ ମହାକୁଡ଼ଙ୍କ ସାଥୀରେ ରହି କାମ କରିବାର ନିଆରା ଅନୁଭୁତି ବର୍ଣ୍ଣନା କରିଥିଲେ। ଶେଷରେ ନୂତନ ଯୁବପିଢ଼ି ଉପରେ ଭରସା ରଖିବା ସହିତ ଆଗକୁ ଅନେକ ଅକ୍ଷୟ ମହାକୁଡ଼ ଜନ୍ମ ନେବାର ସ୍ୱପ୍ନ ଦେଖିଥିଲେ। 

ପ୍ରକାଶ ଥାଉ କି ଶ୍ରୀ ମହାକୁଡ଼ ୧୩। ୦୯। ୨୦୧୫ ଦିନ ଏକ ସଡକ ଦୂର୍ଘଟଣାରେ ମାତ୍ର ୫୧ ବୟସରେ ପ୍ରାଣ ହରାଇଥିଲେ। 

Wednesday 13 April 2022

ପଣା ସଂକ୍ରାନ୍ତି @ Forest Department

ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ସାଂସ୍କୃତିକ ପରିଷଦ ତରଫରୁ ପବିତ୍ର ପଣା ସଂକ୍ରାନ୍ତି ଅବସରରେ ପଣା ସେବନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।