Wednesday 14 September 2022

ସ୍ବର୍ଗତ ଅକ୍ଷୟ ମହାକୁଡ଼ଙ୍କ ସପ୍ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ଓଡ଼ିଶା ସଚିବାଳୟ ସେବା ସଂଘର ପୂର୍ବତନ ସାଧାରଣ ସମ୍ପାଦକ, ବିଶିଷ୍ଟ କର୍ମଚାରୀ ନେତା ଓ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଅଭିଭାବକ ଆନ୍ଦୋଳନର ସ୍ରଷ୍ଟା ସ୍ବର୍ଗତ ଅକ୍ଷୟ କମାର ମହାକୁଡ଼ଙ୍କ ସପ୍ତମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ସଭା OSSA HOUSE - II ସଭାଗୃହରେ ଆୟୋଜିତ ହୋଇଥିଲା।





 ଏହି ଶ୍ରଦ୍ଧାଞ୍ଜଳି ସଭାରେ ବିଭିନ୍ନ କର୍ମଚାରୀ ସଂଘର ନେତା ଯୋଗଦେଇ ନିଜର ଅଭିଭାଷଣରେ ସ୍ୱର୍ଗତ ମହାକୁଡ଼ଙ୍କର ସ୍ମ୍ରୁତି ଚାରଣ କରିବା ସହିତ ତାଙ୍କର ସମସାମୟିକ ଅନେକ ସଚିବାଳୟ ସେବାର ଅଧିକାରୀ ଉପସ୍ଥିତ ରହି ନିଜର ଅନୁଭୁତି ସମସ୍ତଙ୍କ ସାମ୍ନାରେ ରଖିଥିଲେ। ଏଥିସହିତ ସଚିବାଳୟ ସେବା ସଂଘର ସଭାପତି ଅଜୟ କୁମାର ସ୍ୱାଇଁ, ଉପ ସଭାପତି ପ୍ରତ୍ୟୁଷ କଅଁର, ସାଧାରଣ ସଂପାଦକ ପ୍ରଜତ୍ନ ବରାଳ ଏବଂ ସଂପାଦକ ଅମିତ ମହାନ୍ତି, ଚିରଞ୍ଜିବୀ ସ୍ୱାଇଁ ଉପସ୍ଥିତ ରହି ସେହି ମହାନ କର୍ମଚାରୀ ନେତାଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ଆଗାମୀ ଦିନରେ ସଂଘର ଗାରିମା ଅକ୍ଷୁର୍ଣ୍ଣ ରଖିବାକୁ ପ୍ରତିବଦ୍ଧ ବୋଲି ଜଣାଇଥିଲେ। ଉକ୍ତ ସଭାରେ ମଞ୍ଚ ଉପରେ ରହି ଅର୍ଥ ବିଭାଗର ଯୁଗ୍ମ ଶାସନ ସଚିବ ଶ୍ରୀ ଚିତ୍ତ ରଞ୍ଜନ ହୋତା ସଭା ପରିଚାଳନା କରିବା ସହିତ ନିଜ ବକ୍ତବ୍ଯରେ  ଶ୍ରୀ ମହାକୁଡ଼ଙ୍କ ସାଥୀରେ ରହି କାମ କରିବାର ନିଆରା ଅନୁଭୁତି ବର୍ଣ୍ଣନା କରିଥିଲେ। ଶେଷରେ ନୂତନ ଯୁବପିଢ଼ି ଉପରେ ଭରସା ରଖିବା ସହିତ ଆଗକୁ ଅନେକ ଅକ୍ଷୟ ମହାକୁଡ଼ ଜନ୍ମ ନେବାର ସ୍ୱପ୍ନ ଦେଖିଥିଲେ। 

ପ୍ରକାଶ ଥାଉ କି ଶ୍ରୀ ମହାକୁଡ଼ ୧୩। ୦୯। ୨୦୧୫ ଦିନ ଏକ ସଡକ ଦୂର୍ଘଟଣାରେ ମାତ୍ର ୫୧ ବୟସରେ ପ୍ରାଣ ହରାଇଥିଲେ। 

No comments: