Tuesday, 20 September 2022

Restructuring in OSS Cadre very soon!!

ଓଡିଶା ସଚିବାଳୟ ସେବା (OSS) କ୍ୟାଡରରେ ନିକଟରେ ଏକ ବଡ ଧରଣର ନବକଳେବର ହେବାକୁ ଯାଉଛି। ଗୋଟିଏ ପଟେ ଅବସର ଜନିତ ଖାଲି ସ୍ଥାନ ଗୁଡିକ ନିୟମିତ ଭାବେ ପଦୋନ୍ନତି ଦିଆଯାଇ ପୂରଣ କରାଯାଉଛି। କିନ୍ତୁ ବିଭିନ୍ନ କାରଣ ଯୋଗୁଁ ଅନେକ ଅଧିକାରୀ ଏ ସୁଯୋଗ ପାଇ ନପାରି ଏସ୍ଓ କିମ୍ବା ଡିଓ ପଦରେ ଅବସର ନେଉଛନ୍ତି। ସେଥିପାଇଁ ଉକ୍ତ କ୍ୟାଡରରେ ପୁନଃଗଠନର ଆବଶ୍ଯକତା ଅନୁଭବ କରି ଓଡିଶା ସଚିବାଳୟ ସେବା ସଂଘ ତରଫରୁ ଏକ ପ୍ରସ୍ତାବ ଦିଆଯାଇଥିଲା। ଏଥିନିମନ୍ତେ ବିଭିନ୍ନ ସ୍ତରରେ ବାରମ୍ବାର ଆଲୋଚନା କରାଯାଇଥିଲା। ସୂଚନା ଅନୁଯାୟୀ ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ ପଦବୀ ଅନୁଶାସନ ସଚିବ ତଥା ଉପର ସ୍ତରରେ ସ୍ରୁଷ୍ଟି କରାଯିବା ପାଇଁ ଆପାତତଃ ସ୍ଥିର କରାଯାଇଛି। କିନ୍ତୁ ସେହି ଅନୁଯାୟୀ ମୂଳ ପଦବୀ ଏଏସ୍ଓ ରୁ ସମାନ ସଂଖ୍ଯକ ପଦବୀ କଟାଯାଇପାରେ। (ଯାହା ଏବେ ଚିନ୍ତାର ବିଷୟ) । ତଥାପି ଦୀର୍ଘ ୨୫ ବର୍ଷ ରୁ ଉର୍ଦ୍ଧ୍ବ ବର୍ଷ କାମ କଲାପରେ ଏକ ଭଲ ପଦବୀରେ ଅବସର ନେବା ଖୁସିର ବିଷୟ ନିଶ୍ଚିତ। 

ସେହିପରି ଚଳିତ ବର୍ଷ ଶେଷ ସୁଦ୍ଧା ୭୯୬ ଏଏସ୍ଓ ନିଯୁକ୍ତି ପାଇବାର ସମ୍ଭାବନା ଅଛି। ସେଥିପାଇଁ ଲିଖିତ ପରୀକ୍ଷା ସରିଗଲାଣି। ଫଳରେ ସଚିବାଳୟର ଏହି କ୍ୟାଡରରେ ଯୁବ କର୍ମଚାରୀଙ୍କ ସଂଖ୍ଯା ବଢିଯିବ ଏବଂ ଖୁବ୍ କମ୍ ପଦବୀ (ପ୍ରାୟ ୮୦-୮୫) ଖାଲି ପଡିବ। ଆଉ ଯଦି ପୁନଃଗଠନ ଆଳରେ ଏଏସ୍ଓ ପଦବୀ କଟାଯାଏ, ତେବେ ନିକଟରେ ଅନ୍ତତଃ ୩ବର୍ଷ ଯାଏଁ ଆଉ ନୂତନ ନିଯୁକ୍ତି ହେଇପାରିବ ନାହିଁ। 

ଆଶା କରାଯାଏ, ଆସନ୍ତା ଦୁଇଦିନ ମଧ୍ୟରେ କ୍ୟାଡର ପୁନଃଗଠନ ସଂକ୍ରାନ୍ତୀୟ ନଥି ଅନୁମୋଦନ ହୋଇ ଆଦେଶନାମା ପ୍ରକାଶ ପାଇବ। ତେଣୁ ବରିଷ୍ଠ ମହଲରେ ଖୁସିର ମାହୋଲ ଦେଖିବାକୁ ମିଳିବ ଏବଂ ଆଗାମୀ ନୂତନ ଗୋଷ୍ଠୀ କୁ ସ୍ୱାଗତ ପାଇଁ ଅପେକ୍ଷା କରିବାକୁ ପଡିବ। ୨୦୨୩ ମସିହା ବେଳକୁ ଏହି କ୍ୟାଡରରେ ନବକଳେବର ହୋଇସାରିଥିବା। 

No comments: