Friday 30 September 2022

ଆଜି ରାଜ୍ୟ କ୍ୟାବିନେଟ

ଶୁକ୍ରବାର ଦିନ ରାଜ୍ୟ କ୍ୟାବିନେଟ୍‌ ବୈଠକ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟାରେ ହେବାକୁ ଥିବା ଏହି ବୈଠକରେ କିଛି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ପାରିତ ହେବାର ସମ୍ଭାବନା ରହିଛି। 
ବିଶେଷତଃ ଚୁକ୍ତିଭିତ୍ତିକ ସରକାରୀ କର୍ମଚାରୀ ମାନେ ଉତ୍ସୁକତାର ସହିତ ଏହି ବୈଠକକୁ ଅପେକ୍ଷା କରିଛନ୍ତି। ରାଜ୍ୟରେ ୨୦୧୩ରୁ ପ୍ରଚଳିତ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥାକୁ ସଂପୂର୍ଣ୍ଣ ଉଚ୍ଛେଦ କରାଯିବ ବୋଲି ସଂଘର କର୍ମକର୍ତ୍ତା ବେଶ ଆଶାବାଦୀ ଅଛନ୍ତି। ସେହିପରି ରାଜ୍ଯ ସଚିବାଳୟ ସେବା ସଂଘର କ୍ୟାଡର ପୁନଃଗଠନ ସଂକ୍ରାନ୍ତରେ କିଛି ନିଷ୍ପତ୍ତି ନିଆଯିବାର  ସଂଭାବନା ରହିଛି। 

ଗତ ସପ୍ତାହରେ କ୍ୟାବିନେଟ୍‌ ବୈଠକ ବସି ୩୨ଟି ପ୍ରସ୍ତାବ ପାରିତ ହୋଇଥିଲା। ସାତ ଦିନ ବ୍ୟବଧାନରେ ପୁନର୍ବାର କ୍ୟାବିନେଟ୍‌ ଡକାଯାଇଥିବାରୁ  ସରକାର କେଉଁ ପ୍ରକାର ଦଶହରା ଭେଟି ଦେବେ, ତାହା ଉପରେ ସମସ୍ତଙ୍କ ନଜର ରହିଛି।

No comments: