Thursday 31 October 2019

ଶାଳୀନତାର ପରିଭାଷା ... Reply on behalf of ASOs

ଚଳିତ ସପ୍ତାହରେ ଏକ ପତ୍ରିକାରେ, ସଚିବାଳୟରେ ନବନିଯୁକ୍ତ ଏଏସ୍ଓ (ଆସିଷ୍ଟାଣ୍ଟ ସେକ୍ସନ ଅଫିସର)ଙ୍କ ପରିପାଟି ତଥା ବ୍ୟବହାର ସମ୍ବନ୍ଧରେ ପ୍ରକାଶିତ ଖବର (ଭିତ୍ତିହୀନ ତଥା ଅମୂଳକ) ନେଇ ୫୦୦ ଏଏସ୍ଓ ହଠାତ କିଛି ବୁଝି ପାରୁନାହାନ୍ତି । ସ୍ପଷ୍ଟ ଭାବରେ ଏହା ଏକ ସଚେତନତା ତଥା ଅନୁରୋଧ ମୂଳକ ଲେଖା ବୋଲି ଲେଖକ ଜଣକ ଜଣାଇଥିଲେ ମଧ୍ୟ ଏହି ଭଳି କିଛି ମସାଲାଦାର ଖବର ଦ୍ଵାରା ନିଜ ପତ୍ରିକାର ପ୍ରଚାର ପରିସରକୁ ଆଉ ଅଧିକ ୫୦୦ ପିଲା ତଥା ସେମାନଙ୍କ ସାଙ୍ଗ ସାଥୀ ଏବଂ ବନ୍ଧୁ ପରିଜନ ମଧ୍ୟରେ ପହଞ୍ଚାଇବାର ଉଦ୍ଦେଶ୍ୟ ସମସ୍ତଙ୍କୁ ଜଳଜଳ ହେଇ ଦେଖାଯାଉଛି । କିନ୍ତୁ ଗତ ତିନି ବର୍ଷ ଭିତରେ ଠିକ ସେହି ଭାଷା, ସେହି ଶବ୍ଦ ବ୍ୟବହାର କରି ୨୦୧୬ ରେ ଆସିଥିବା ୮୦୦ ଏଏସ୍ଓଙ୍କ ବ୍ୟବହାର ତଥା ପୋଷାକ ଉପରେ ଅବାନ୍ତର ଖବର ମାନ ପ୍ରକାଶ ପାଉଥିଲା । ଉକ୍ତ ଖବରାଂଶ ବିଷୟରେ ଆଲୋଚନା ପୂର୍ବରୁ ଉକ୍ତ ପତ୍ରିକା ବିଷୟରେ କିଛି କହିରଖେ ।
ଏହା ଏକ ସାପ୍ତାହିକ ପ୍ରକାଶନ । ସଚିବାଳୟର ଭିତରେ ହିଁ ଏହାର ପରିଚୟ ଅଛି । ଏହି ପତ୍ରିକାର ନାମ ସଚିବାଳୟ ବାହାରେ ବହୁତ କମ ଲୋକ ଜାଣନ୍ତି । ସଚିବାଳୟ ରେ ଚାକିରୀ ପରେ ମୁଁ ତଥା ଅନ୍ୟ ଏଏସ୍ଓ ଏହି ସାପ୍ତାହିକିର ନାମ ଜାଣିଲୁ ।
ଯଦି ଅତୀତର ସମସ୍ତ ଲେଖାର ଶିରୋନାମା ତଥା ବିଷୟ ବସ୍ତୁ କୁ ଦେଖାଯାଏ, ପ୍ରାୟତଃ ସବୁବେଳେ ସିନିୟର-ଜୁନିୟର ମଧ୍ୟରେ ଦୀର୍ଘ ୨୦-୩୦ ବର୍ଷ ର ବୟସ ତଥା କାଳର ବ୍ୟବଧାନ ଜନିତ ବିଭେଦକୁ ଏକ ଭିନ୍ନ ଢଙ୍ଗରେ ତଥା ଏଏସ୍ଓ ଙ୍କ ପ୍ରତି ଅସହିଷ୍ଣୁ ପୂର୍ବକ ଭାବଧାରାରେ ଲେଖା ହେଉଥିବା ର ଅନୁଭବ ହୁଏ । ଯଦିଓ ଲେଖକ (ଉକ୍ତ ଖବରକାଗଜ ସଂପାଦକ) ଉକ୍ତ ଶୀର୍ଷକରେ ସବୁ ସତ୍ୟ ଘଟଣା ଲେଖିଥିବାର ଦାବି କରନ୍ତି, କିନ୍ତୁ ଅନେକ ଏହାକୁ ମାନିବାକୁ ପ୍ରସ୍ତୁତ ନୁହନ୍ତି।

ପୋଷାକ-ପରିପାଟି -

ଆମେ ସମସ୍ତେ ଜାଣୁ, ଭୋଜନ ନିଜ ରୁଚିରେ, ବସ୍ତ୍ର ସାମ୍ନା ମନୁଷ୍ୟର ରୁଚିରେ ହେବା ଦରକାର। କିନ୍ତୁ ଏଠି ଜଣେ ଏଏସ୍ଓ ର ସାମ୍ନାରେ ଜଣେ ପ୍ରାପ୍ତ ବୟସ୍କ ପିତୃତୁଲ୍ୟ ବୟସର ସେକ୍ସନ ଅଫିସର କିମ୍ବା ଡେସ୍କ ଅଫିସର। ଯଦି ସେହି ସିନିୟର ମାନେ ନିଜ ଜୁନିୟର ମାନଙ୍କୁ କିଛି ଉପଦେଶ ଦେଉଥାନ୍ତେ କିମ୍ବା ପରିପାଟି ନେଇ କେବେ କହୁଥାନ୍ତେ ତେବେ ଏତେ ସବୁ ରକ୍ତ-ମାଂସ-ବୁଦ୍ଧି-ବିବେକ ଧାରୀ ଉଚ୍ଚ ଶିକ୍ଷିତ ତଥା ଦୁନିଆ ସହ update ଥିବା ନବାଗତ ମାନେ ନିଶ୍ଚୟ ନିଜକୁ ପରିବର୍ତ୍ତନ କରିପାରନ୍ତେ । ଏମିତିରେ ଯଦି ପୁରୁଷ କର୍ମଚାରୀ ଙ୍କ ବେଶଭୁଷାକୁ ଦେଖାଯାଏ, ପ୍ରାୟ ସମସ୍ତେ ଠିକ୍ ଠାକ୍ ବୋଲି ଭାବୁଛନ୍ତି । ଯେହେତୁ ଜିନ ପ୍ୟାଣ୍ଟର ବାରଣ ହୋଇନାହିଁ, ତେଣୁ ପ୍ରାୟ ୫୦-୫୦% ଜିନ ଓ ଫର୍ମାଲ ପିନ୍ଧୁଛନ୍ତି । ବିହାର ପରି ଯଦି କେବେ ଜିନ ଉପରେ କଟକଣା ଆସେ, ସମସ୍ତେ ଫର୍ମାଲ ପିନ୍ଧିବା କିଛି ଅସମ୍ଭବ ନୁହେଁ । ଆଉ ଏମିତିରେ ଟି-ସାର୍ଟ ବୋଧହୁଏ ମାତ୍ର ୨-୩% କର୍ମଚାରୀ ପିନ୍ଧୁଛନ୍ତି । କିନ୍ତୁ ଏହା ମଧ୍ୟ ସ୍ଵୀକାର କରିବାକୁ ପଡ଼ିବ ଯେ, ଭାରତୀୟ ପ୍ରଶାସନିକ ସେବାର କିଛି ଅଧିକାରୀଙ୍କ ପରି ଆମେ ଯଦି  ବିନା ବେଲ୍ଟ ରେ ଫର୍ମାଲ ପ୍ୟାଣ୍ଟ ପିନ୍ଧି ଅଫିସ ଆସିବା,  ତେବେ ଆମକୁ ଶୋଭା ପାଇବନି । ସମସ୍ତେ ଯଦି ଟିକେ ମନେ ପକାଇ ପାରିବେ, ଚାକିରୀ ରେ ଯୋଗ ଦେବା ଦିନ ଆମର ଯେଉଁ ଭାବରେ ପୋଷାକ ପିନ୍ଧୁଥିଲେ, ଆଜି ବିରାଟ ପରିବର୍ତ୍ତନ ଆସିଛି । ବର୍ଦ୍ଧିତ କେଶ, ଦାଢି, ବିନା ଇନ୍ ରେ ସାର୍ଟ ତଥା ଜୋତା ବଦଳରେ ସ୍ୟାଣ୍ଡାଲ ପିନ୍ଧି ଅଫିସ ଆସିବାରେ କିଛି ବାଧା ନାହିଁ ଯାହାକି ଗୋଟେ ବେସରକାରୀ କାର୍ଯ୍ୟାଳୟ ରେ ଅସମ୍ଭବ । ଏସବୁ କେବଳ ପରିବେଶ ପ୍ରଭାବ। ଜଣେ ୫୦-୬୦ ବର୍ଷର ବୃଦ୍ଧପ୍ରାୟ କର୍ମଚାରୀ ସବୁ ସୋମବାର ଦିନ  ଚୁଟି, ନିଶ, ଦାଢି କଳାରଙ୍ଗ କରି ଆସିବାକୁ ବାଧ୍ୟ ହୁଏ କାରଣ ଏହା ଦ୍ଵାରା ବ୍ୟକ୍ତିତ୍ବର ପରିଚୟ ମିଳେ । ବୟସ ଅଧିକ ହେଲେ ଯେ ଜିନ ପ୍ୟାଣ୍ଟ ପିନ୍ଧିବେନି ବୋଲି ସେମିତି କିଛି ନିୟମ କିମ୍ବା ପରିଧି ସୃଷ୍ଟି କରାଯାଇନାହିଁ । କିନ୍ତୁ ଏହି କଥା କୁ ନେଇ ଅତୀତରେ ଉକ୍ତ ଖବରକାଗଜ ସିନିୟର ମାନଙ୍କୁ ମଧ୍ୟ ତାତ୍ସଲ୍ୟ କରିଥିଲା। ଏବେ ଯଦି ଝିଅ/ମହିଳା କର୍ମଚାରୀ ଙ୍କ କଥା ଆଲୋଚନା କରିବା, ଲେଖକ ମହାଶୟ ବୋଧହୁଏ ନୂଆ ଏଏସ୍ଓ ମାନେ ବିନା ଚୁନରି / ଡୁପଟା ରେ ଅଫିସ ଆସିବା କୁ ହଜମ କରି ପାରୁନାହାନ୍ତି । କିନ୍ତୁ ଏହାକୁ ଆଶାଳୀନ ବୋଲି ମଧ୍ୟ କହିହେବନି । ଆଉ ଏମିତିରେ ବିଭିନ୍ନ ଫଟୋ ତଥା quote ସମ୍ବଳିତ ପୋଷାକ ପିନ୍ଧି କେହି ଅଫିସ ଆସୁଥିବେ ବୋଲି ମୁଁ ଭାବୁନାହିଁ । ଦ୍ଵିତୀୟତଃ ସବୁ ବିଭାଗର ମହିଳା କମିଟି ଅଛି । ସେମାନେ ପରାମର୍ଶ ଦେଇପାରିବେ। ଗୋଟିଏ ବାସ୍ତବ ଉଦାହରଣ ଦେଇ ପାରିବି ଆମ ନିର୍ମାଣ ବିଭାଗରେ ଯୋଗଦେବା ସମୟରେ ଆମର ଜଣେ SO ମାଡାମ, ଝିଅ ମାନଙ୍କୁ ଚୁନରି ବ୍ୟବହାର ଅଫିସ୍ ର ସଂସ୍କୃତି ବୋଲି ବୁଝାଇଥିଲେ । ଆଉ ଏବେ ଯଦି ସମୟ ବଦଳିବା ସହ ପ୍ରଶାସନ ଢାଞ୍ଚା ବଦଳିପାରୁଛି, ତେବେ ତଥା କଥିତ ୨୦୨୦ ସମୟର ପିଲାମାନେ ୧୯୮୦ ର ଆଦବ କାଇଦା ପାଳନ ନ କରିବା ସ୍ଵଭାବିକ ।

ଟିପ୍ପଣୀ - ଏଠି ନବନିଯୁକ୍ତ ପ୍ରାୟ ୧୩୦୦ ଏଏସ୍ଓ ମାନଙ୍କୁ ବାରମ୍ବାର ହାଇକ୍ଵାଲିଫାଏଡ, କର୍ପୋରେଟ ଷ୍ଟାଇଲ , ଅଭିଜ୍ଞ , ଏଫିସିଏଣ୍ଟ ଆଦି ଇଂରାଜୀ ଭାଷାର ବିଶେଷଣ ବ୍ୟବହାର କଲାବେଳେ ପୋଷାକ କୁ ନେଇ ଏଭଳି ଖବର ଛାପିବାକୁ ଜଣେ ଓଏସ୍ଓସ୍ କ୍ୟାଡ଼ର ଅଫିସର ଭାବରେ ମୁଁ ନିନ୍ଦା କରୁଛି । ଏଥିସହିତ ଆମେ ମଧ୍ୟ ଆଇଏଏସ, ଓଏଏସ, ବିଭିନ୍ନ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟକାର୍ଯ୍ୟ କରୁୁଅଛୁ। ତେଣୁ ଯଦି ଅନ୍ୟ କ୍ୟୟାଡ଼ରର ଅଫିସର ଙ୍କୁ ଶାଳୀନତା ଦେଖାଇ ପାରୁଛୁ ତେବେେ ନିିଜ କାାଡର ସିନିୟର ଙ୍କୁ ସମ୍ମାନ ତଥା ଶାଳୀନତା ଦେଖାଇବା ରେ କୁୁଣଠିତ କାହିଁକିିହେବା?

Canteen - The said paper clip described our office canteen as a reputed restaurant. But we would be happy , when there will be an article on the low standard meal without any subsidy. In addition, we have to stand in a queue waiting for our turn and have to adopt self service. 

Tea Stall- whereas 6000 employees in the campus of lokaseva bhavan, only three tea shops are there. Obviously, all Junior and seniors make gathering. So in such area we can not expect any thing. 

As we all have heard about the system of leaving one set of spectacles on office table while at home, mouthful bettle and spitting here and there, coming office after dropping children from/to school and many others. But whole scenario has been changed. System has been got improved a lot after joining of this new ASOs. 

Conclusion: As an awareness, Media can bring all to a common platform but not by defamation of any one. There are many issues in Secretariat. That weekly newspaper will be appreciated if attempts to reserve a special page for Secretariat news with title ସଚିବାଳୟ ସମାଚାର and bring all issues including Association, Cadre , problems in campus etc.

Code of conduct of Government Servants

National Day of Unity

Composite Department in Higher Education to function w.e.f.01.11.2019

As per the GA&PG Department resolution, Higher Education Department has taken step and going to function as a composite Department w.e.f.01.11.2019. 
The composite Department will function in two campuses i.e. 1st Campus at Higher Education Department in Lokaseva Bhawan and 2nd Campus at erstwhile Office of the Directorate of Higher Education.  

Transfer of 21 OAS Officers

Monday 28 October 2019

Integrity pledge by Staff of Works Department

Vigilance Awareness Week
28.10.2019


Vigilance Awareness Week 2019

VIGILANCE AWARENESS WEEK
28th October - 2nd November
--------------
Theme for 2019
Integrity : a way of life
***
Pledge at Govt. Offices/PSUs
28th Nov, 11:00AM

Sunday 27 October 2019

ASO to SO Promotion : Future of new ASOs

Most of the post of Desk officers are lying vacant after promotion of 147 (122+25) Desk Officers to Under Secretary in June and July this year. In OSS Cadre sanction strength of DO is 325.
Out of 302 DOs in the gradation list as on 01.01.2019, now only 120-130 are present and 200 posts vacant.  Out of 520 SOs in the Gradation list as on 01.01.2018, if aforementioned 200 posts get filled up, then only 320 will be there against 700 sanctioned post.
So after this promotion, we can assume the present position of SO to Addl. secretary will be 988 (SO - 320 + DO - 325+ US-251+DS-70+JS-22). 
But here we can only discuss about Section Officer post, as we ASOs are to be promoted to that rank in near future.
After analysing the 520 SOs in the Gradation list as on 01.01.2018, it is found the retirement of nearly 250 SOs by 2024. ( Yearwise breakup as below). Also by that year, rest SOs would have promoted to DO keeping all 700 posts vacant.
Retirement in the year
2018 - 10.       2026 - 27.       2034 - 16
2019 - 20.       2027 - 38.       2035 - 15
2020 - 19.       2028 - 44.        --------------
2021 - 39.       2029 - 33.       Total - 520
2022 - 43.       2030 - 26
2023 - 51.       2031 - 30
2024 - 44.       2032 - 11
2025 - 33.       2033 - 21
By 2024, our service (batch 2016) will complete 8 years by then. So at a time nearly 800 ASOs (out of 811+139 Recruited) will qualify for promotion to 700 Post of Section Officer.

But some obstacles may arise during our promotion as below.
1. Government may not confirm our promotion based on merit. ( As already to be notified). So who will get first promotion is not certain.
2. As an effect of Integration of HODs, the system of administration may have changed a lot.
3. If concept of 5T continues, then some problems may arise.
4. New Recruitment may not be there upto 2024 as we ASOs of three batches cover 1400 posts from 3 batches.
5. Cadre restructuring may be there within these years with  abolition of posts because today's Government has a great hope on ASOs and their talent.
6. Still now the gradation list of ASOs is not final. Because of ambiguity in position of ASOs joined through RA Scheme and Induction as well as in Special Drive, the list is under consideration.

Hence, we can have a hope of promotion only if no such obstacles come in our cadre. And to save our cadre upto 2024, we have to be united through Association otherwise we will be great sufferers whereas our seniors have already got their rights before their retirement. And although it's a bitter truth, ASOs joined this year should forget their promotion for next 10 years.

Happy Diwali


Home Secretary orders re-examination of DPC report on promotion of Section Officer

Saturday 26 October 2019

Promotion of Section Officer to Desk Officer : Reservation - a major issue

Service Associations in Central Government Offices

ଯେତେବେଳେ ଆମ୍ଭମାନଙ୍କ ମନକୁ ଆସୋସିଏସନ କଥା ଆସେ, ସେତେବେଳେ କେବଳ ଓସା କର୍ମକର୍ତ୍ତାଙ୍କ ଭାଷଣ ସାମ୍ନାରେ ନାଚି ଉଠେ। ଦୀର୍ଘଦିନ ଧରି ଜଡ଼ିତ ଥିବା ନେତାମାନେ ଓଜସ୍ଵିନୀ ଭାଷଣ ଦେଇପାରନ୍ତି । ସଂପୂର୍ଣ୍ଣ ଇତିହାସ ଆମ ସାମ୍ନାରେ ରଖନ୍ତି। ନିର୍ବାଚନ ସମୟରେ ଚିରାଚରିତ ଭାବରେ ପ୍ରତିଶ୍ରୁତି ରଖନ୍ତି ଏବଂ ଅନେକ କିଛି ଭୁଲି ଯାଆନ୍ତି। ସାରା ରାଜ୍ୟରେ କେତୋଟି ହାତଗଣତି ସଂଗଠନ ପରି, ଗଣତାନ୍ତ୍ରିକ ପଦ୍ଧତିରେ କର୍ମକର୍ତ୍ତା ନିର୍ବାଚନ ପ୍ରକ୍ରିୟା ଆପଣାଇଥିବାରୁ ଓଡ଼ିଶା ସଚିବାଳୟ ସେବା ସଂଘ (ଓସା) ଗର୍ବ କରେ । 

ତେବେ ଆମ ଦେଶରେ ଅନ୍ୟ ସରକାରୀ (କେନ୍ଦ୍ର/ରାଜ୍ୟ) କାର୍ଯ୍ୟାଳୟରେ ବିଭିନ୍ନ ସଂଗଠନ କେମିତି କାର୍ଯ୍ୟପନ୍ଥା ଗ୍ରହଣ କରୁଛନ୍ତି, ସେ ବିଷୟରେ ଟିକେ ଆଲୋଚନା କରିବା । ବିଶେଷ କରି ପୂର୍ବରୁ ମୁଁ ଚାକିରୀ କରିଥିବା ଦୁଇଟି କ୍ୟାଡ଼ର ର ଆସୋସିଏସନ ବିଷୟରେ ଥିବା ଅଭିଜ୍ଞତା କୁ ମୁଁ ଏଠାରେ ପ୍ରକାଶ କରୁଛି ।  ପରେ ଅନ୍ୟ ଆସୋସିଏସନ ବିଷୟରେ ଆଲୋଚନା କରିବା।

CENTRAL GOVERNMENT ASSOCIATIONS
All matters pertaining to recognition of association and unions of the Central Govt. Offices and related policy issues are handled in the JCM (Joint Consultative Machinery) Section of the DoPT. Matters relating to Unions and Associations of the Central Secretariat Offices are looked after by the CS-IV Section of the CS Division of DoPT. All Associations & Unions functioning in the Central Secretariat, in every grade are required to seek recognition of the Union/Association based on criteria laid down by the JCM section. Only after recognition is granted to the Union/Association can they officially takeup issues with govt. departments for appropriate action.
କୌଣସି ଆସୋସିଏସନ ସରକାରଙ୍କ ସ୍ଵିକୃତି ପାଇବା ପରେ, କର୍ମକର୍ତ୍ତା ନିର୍ବାଚନ ତଥା ଅନ୍ୟ ସମସ୍ତ କାର୍ଯ୍ୟ ଏକ ସମ୍ବିଧାନ (ବାଇ-ଲ) ଦ୍ଵାରା ପରିଚାଳିତ ହୁଏ । ସର୍ବ ପ୍ରଥମେ ସଭ୍ୟ ମାନଙ୍କ ସଂଖ୍ୟା କୁ ପ୍ରାଧାନ୍ୟ ଦେବାକୁ ପଡ଼ି ଥାଏ । ଯେହେତୁ ଏକ ନିର୍ଦ୍ଦିଷ୍ଟ କ୍ୟାଡ଼ର ପାଇଁ ଏକାଧିକ ଆସୋସିଏସନ ଥାଇପାରେ, କିନ୍ତୁ କ୍ୟାଡ଼ର ର ସଭ୍ୟ ସଂଖ୍ୟା ସୀମିତ । ତେଣୁ ଏକ ନିର୍ଦ୍ଦିଷ୍ଟ ସଭ୍ୟକୁ ଏକାଧିକ ଆସୋସିଏସନ ସେମାନଙ୍କ ସଭ୍ୟ ବୋଲି ଦାବି କରି ପାରନ୍ତି । ଏଣୁ ଗତ ୨୦୧୫ ମସିହାରେ, ସରକାରଙ୍କ ତରଫରୁ ଏ ଦ୍ଵନ୍ଦ୍ଵ ଦୂର କରିବା ପାଇଁ ଚେଷ୍ଟା କରାଯାଇଥିଲା। ସଭ୍ୟ ପଞ୍ଜିକରଣ ପାଇଁ ଦେଶର ସମସ୍ତ ଆସୋସିଏସନ ପାଇଁ ଏକ ଏକକ ଫର୍ମ ପୂରଣର ବ୍ୟବସ୍ଥା କଲେ। 
ଏକ ନିର୍ଦ୍ଦିଷ୍ଟ ଉଦାହରଣ ମାଧ୍ୟମରେ ଏହାକୁ ଭଲଭାବେ ବୁଝା ଯାଇପାରିବ । 
ଏବେ ଡାକ ବିଭାଗରେ ଜାତୀୟ ସ୍ତରରେ ତିନୋଟି ଆସୋସିଏସନ ଅଛି ।
-All India Postal Employees Union (AIPEU)
-National Federation of Postal Employees (NFPE)
-Bharatiya Postal Employees Federation (BPEF) 

ପ୍ରତି ଆସୋସିଏସନ ପାଇଁ ଜାତୀୟ(ହେଡକ୍ଵାର୍ଟର), ରାଜ୍ୟ (ସର୍କଲ) ଏବଂ ଜିଲ୍ଲା (ଡିଭିଜନ) ସ୍ତରରେ କର୍ମକର୍ତ୍ତା ବଛାଯାଏ ।
ସଭ୍ୟପଦ ଗ୍ରହଣ
ବିଭିନ୍ନ କ୍ୟାଡ଼ର ର ସଭ୍ୟମାନେ ଉପରୋକ୍ତ ତିନୋଟି ରୁ ଯେକୌଣସି ଗୋଟିଏ ଆସୋସିଏସନର ଅନ୍ତର୍ଗତ ହେବା ପାଇଁ ଫର୍ମ ପୂରଣ କରି ଡିଭିଜନ ସ୍ତରର ସାଧାରଣ ସଂପାଦକ ଙ୍କ ସ୍ଵିକୃତି ସ୍ଵାକ୍ଷର ନେଇ କାର୍ଯ୍ୟାଳୟ ମୂଖ୍ୟଙ୍କ ନିକଟରେ ଜମା କରନ୍ତି। ନିର୍ଦ୍ଦିଷ୍ଟ ତାରିଖରେ କାର୍ଯ୍ୟାଳୟ ମୂଖ୍ୟ, ତିନୋଟି ଅଲଗା ଆସୋସିଏସନ ପାଇଁ ତିନୋଟି ଲିଷ୍ଟ (ସଭ୍ୟଙ୍କ ନାମ) ନୋଟିସ ବୋର୍ଡରେ ଲଗାନ୍ତି। ଯଦି କୌଣସି ସଭ୍ୟ ଏକାଧିକ ଆସୋସିଏସନ ପାଇଁ ଫର୍ମ ପୂରଣ କରିଥାଆନ୍ତି, ତେବେ ସେମାନଙ୍କ ସଭ୍ୟ ପଦ ନାକଚ କରାଯାଏ। ଆସୋସିଏସନ ର ସମସ୍ତ କାର୍ଯ୍ୟକ୍ରମ ରୁ ବାଦ ପଡ଼ନ୍ତି। ପୁଣି ଦୁଇଦିନ ପରେ ଗୋଟିଏ ଫାଇନାଲ ଲିଷ୍ଟ ତିଆରି ହୋଇ ସଂପୃକ୍ତ ଆସୋସିଏସନ କୁ ପ୍ରଦାନ କରାଯାଏ । ତେଣୁ ଏକ ନିର୍ଦ୍ଦିଷ୍ଟ ଦିନରେ ସମଗ୍ର ଭାରତ ବର୍ଷରେ ବିଭିନ୍ନ ଆସୋସିଏସନର ସଭ୍ୟ ସଂଖ୍ୟା ଜଣାପଡ଼ିଯାଏ । 
ସଭ୍ୟ ଚାନ୍ଦା
ବିଭିନ୍ନ ଆସୋସିଏସନ ର ସଭ୍ୟ ଚାନ୍ଦା ମାସିକ ୩୦ ରୁ ୫୦ ଟଙ୍କା ମଧ୍ୟରେ ଥାଏ । ପ୍ରତି ମାସରେ ଏହି ଟଙ୍କା ଦରମାରୁ କଟାଯାଇ DDOଙ୍କ ଆକାଉଣ୍ଟରେ ଜମା ରହେ । ଫଳରେ ପ୍ରତି ମାସରେ fee collectionର ସମସ୍ୟା ରହେ ନାହିଁ। ଆସୋସିଏସନ ର ଡିଭିଜନ ମୁଖ୍ୟ, ଏହି ଟଙ୍କାକୁ ଆନୁପାତିକ ହିସାବରେ ହେଡକ୍ଵାର୍ଟର, ସର୍କଲ କୁ ପଠାଇ ଅବଶିଷ୍ଟ ଟଙ୍କା ଡିଭିଜନ ଆକାଉଣ୍ଟରେ ରଖନ୍ତି। ଏଥିପାଇଁ ସରକାରୀ ସ୍ତରରେ ନିୟମ ମଧ୍ୟ ରଖାଯାଇଛି। Click here for DoPT Letter on Annual Subscription
ଏସବୁକୁ ଏକ ଶୃଙ୍ଖଳିତ ବ୍ୟବସ୍ଥା ବୋଲି ଭାବି ପାରିବା।
ନିର୍ବାଚନ ଏବଂ ବୈଠକ
ନିୟମିତ ବ୍ୟବଧାନରେ କର୍ମକର୍ତ୍ତା ବୈଠକ ବସିବା ସହିତ ବାର୍ଷିକ ଏବଂ ଦ୍ଵିବାର୍ଷିକ ସାଧାରଣ ବୈଠକ  ନିଶ୍ଚିତ ଭାବରେ ଆୟୋଜନ କରାଯାଏ । ସାଧାରଣତଃ ଏହାକୁ Union Meeting ବୋଲି ସମସ୍ତେ କୁହନ୍ତି। ପ୍ରତି ଦ୍ଵି-ବାର୍ଷିକ ବୈଠକରେ ଆଗାମୀ ଦୁଇ ବର୍ଷ ପାଇଁ କର୍ମକର୍ତ୍ତା ସର୍ବ ସମ୍ମତି ରେ ସ୍ଥିର କରାଯାଏ । ଡିଭିଜନ ସ୍ତରର କର୍ମକର୍ତ୍ତା ପରବର୍ତ୍ତୀ ଦିନରେ ସର୍କଲ ତଥା ହେଡକ୍ଵାର୍ଟର ସ୍ତରର କର୍ମକର୍ତ୍ତା ବାଛନ୍ତି ।
ଦାବି ଉପସ୍ଥାପନ -
ପ୍ରତି ମାସର ଶେଷ ସପ୍ତାହ ର କୌଣସି ଏକ ଦିନରେ କାର୍ଯ୍ୟାଳୟ ଅଧିକାରୀ, ତିନି ଆସୋସିଏସନ କୁ ସ୍ଥାନୀୟ ସଭ୍ୟ ଙ୍କ ସମସ୍ୟା ବିଷୟରେ ଆଲୋଚନା ପାଇଁ ଡାକିଥାଆନ୍ତି । କିନ୍ତୁ ଯେତେବେଳେ ହେଡକ୍ଵାର୍ଟର ସ୍ତରରେ କିଛି ନିଷ୍ପତ୍ତି ସମୁହ ସମସ୍ୟା ପାଇଁ ଆସେ, ସେତେବେଳେ ତଳ ସ୍ତରରେ ସମସ୍ତେ ପାଳନ କରନ୍ତି। ଯଦିଓ ସବୁବେଳେ ସଭ୍ୟ ମାନଙ୍କୁ ଧାରଣା ଦବା ଦରକାର ପଡେନି, କିନ୍ତୁ ନିର୍ବାଚିତ କର୍ମକର୍ତ୍ତା ଛୁଟି ନେଇ ନିଜ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତୀକାତ୍ମକ ଧାରଣା ଦିଅନ୍ତି । କିନ୍ତୁ ଏକ Common issue ଆସିଲେ, ତିନି ଆସୋସିଏସନ ମଧ୍ୟରେ ଏକ ଆଲୋଚନା ପାଇଁ Joint Confederation of Associations (JCA) ଗଠନ କରାଯାଇଥାଏ । ଫଳରେ postal strike ସାରାଦେଶରେ ହେଲା ବେଳେ, ସମସ୍ତ ସଭ୍ୟ ଭାଗ ନେଇ ପାରନ୍ତି। 

ଅନୁଶୀଳନ -
ସବୁ ଆସୋସିଏସନ ର ଭିତିରି କନ୍ଦଳ କଥା ମୁଁ ଏଠାରେ ଉପସ୍ଥାପନ କରିନଥିଲେ ମଧ୍ୟ, ଏକ ସାମାନ୍ୟତମ ବିଧି ଅନୁପାଳନ ସବୁ ଆସୋସିଏସନ ରେ ରହିବା କଥା । ଯାହାର ଅନେକ ବ୍ୟତିକ୍ରମ ଆମ ଓସା ରେ ଉପଲବ୍ଧ । ତେଣୁ ପରିବର୍ତ୍ତନ ବର୍ତ୍ତମାନ ସମୟର ଏକ ବଡ଼ ଆହ୍ଵାନ ।
ଆଗାମୀ ଲେଖାରେ, ଅନ୍ୟ କିଛି ଆସୋସିଏସନ ବିଷୟରେ ଆଲୋଚନା କରାଯିବ ।

Written exam of AEE (Civil)/ (Mech) on 15th December

Friday 25 October 2019

Change in system: a necessity in Government Sector

The Samaj - Dr.25.10.2019
Article by- 
Dr Siddhartha Kanungo
FA -cum- Additional Secretary
Works Department

Training on Litigation Management System (LMS) in Works Department

To make all officers aware about operation of LMS webpage and use the facilities in dealing with Court Cases w.r.t. Works Department, a two days training session was organised by the Legal Cell of this Department. All Officers from the rank of ASO to Additional Secretary participated the training in four sessions on 23rd and 24th October in the Conference Hall of this Department. Two representatives from CMGI explained the menus of LMS portal and their use.

In the beginning,  Sri Antaryami Nandi,  Assistant Law Officer of Works Department gave an idea about different terms and types of cases used in Judicial system. 

Winter Session of Odisha Legislative Assembly from 13th November

Odisha Legislative Assembly
WINTER SESSION
***
November 13 - December 19
--------

Similarly, Winter Session of Parliament is going to start from November 18 till December 13.

Opening of Similipal for visitors/tourists from 1st November

BSNL Employees Union reaction after cabinet approved merger of BSNL with MTNL

Wednesday 23 October 2019

Tuesday 22 October 2019

Winter Session of Parliament from 18th November

Winter Session of Parliament to commence from Nov 18

FILE PIC
The Winter Session of Parliament will commence from 18th of next month. It will conclude on 13th of December. Official sources said the Parliamentary Affairs Ministry has communicated to the secretariats of the Lok Sabha and the Rajya Sabha  in this regard.

Last week, the Cabinet Committee on Parliamentary Affairs  had met under the chairmanship of Defence Minister Rajnath Singh to decide on the dates of the next session.

All India Bank Strike on 22nd October