Saturday 26 October 2019

Service Associations in Central Government Offices

ଯେତେବେଳେ ଆମ୍ଭମାନଙ୍କ ମନକୁ ଆସୋସିଏସନ କଥା ଆସେ, ସେତେବେଳେ କେବଳ ଓସା କର୍ମକର୍ତ୍ତାଙ୍କ ଭାଷଣ ସାମ୍ନାରେ ନାଚି ଉଠେ। ଦୀର୍ଘଦିନ ଧରି ଜଡ଼ିତ ଥିବା ନେତାମାନେ ଓଜସ୍ଵିନୀ ଭାଷଣ ଦେଇପାରନ୍ତି । ସଂପୂର୍ଣ୍ଣ ଇତିହାସ ଆମ ସାମ୍ନାରେ ରଖନ୍ତି। ନିର୍ବାଚନ ସମୟରେ ଚିରାଚରିତ ଭାବରେ ପ୍ରତିଶ୍ରୁତି ରଖନ୍ତି ଏବଂ ଅନେକ କିଛି ଭୁଲି ଯାଆନ୍ତି। ସାରା ରାଜ୍ୟରେ କେତୋଟି ହାତଗଣତି ସଂଗଠନ ପରି, ଗଣତାନ୍ତ୍ରିକ ପଦ୍ଧତିରେ କର୍ମକର୍ତ୍ତା ନିର୍ବାଚନ ପ୍ରକ୍ରିୟା ଆପଣାଇଥିବାରୁ ଓଡ଼ିଶା ସଚିବାଳୟ ସେବା ସଂଘ (ଓସା) ଗର୍ବ କରେ । 

ତେବେ ଆମ ଦେଶରେ ଅନ୍ୟ ସରକାରୀ (କେନ୍ଦ୍ର/ରାଜ୍ୟ) କାର୍ଯ୍ୟାଳୟରେ ବିଭିନ୍ନ ସଂଗଠନ କେମିତି କାର୍ଯ୍ୟପନ୍ଥା ଗ୍ରହଣ କରୁଛନ୍ତି, ସେ ବିଷୟରେ ଟିକେ ଆଲୋଚନା କରିବା । ବିଶେଷ କରି ପୂର୍ବରୁ ମୁଁ ଚାକିରୀ କରିଥିବା ଦୁଇଟି କ୍ୟାଡ଼ର ର ଆସୋସିଏସନ ବିଷୟରେ ଥିବା ଅଭିଜ୍ଞତା କୁ ମୁଁ ଏଠାରେ ପ୍ରକାଶ କରୁଛି ।  ପରେ ଅନ୍ୟ ଆସୋସିଏସନ ବିଷୟରେ ଆଲୋଚନା କରିବା।

CENTRAL GOVERNMENT ASSOCIATIONS
All matters pertaining to recognition of association and unions of the Central Govt. Offices and related policy issues are handled in the JCM (Joint Consultative Machinery) Section of the DoPT. Matters relating to Unions and Associations of the Central Secretariat Offices are looked after by the CS-IV Section of the CS Division of DoPT. All Associations & Unions functioning in the Central Secretariat, in every grade are required to seek recognition of the Union/Association based on criteria laid down by the JCM section. Only after recognition is granted to the Union/Association can they officially takeup issues with govt. departments for appropriate action.
କୌଣସି ଆସୋସିଏସନ ସରକାରଙ୍କ ସ୍ଵିକୃତି ପାଇବା ପରେ, କର୍ମକର୍ତ୍ତା ନିର୍ବାଚନ ତଥା ଅନ୍ୟ ସମସ୍ତ କାର୍ଯ୍ୟ ଏକ ସମ୍ବିଧାନ (ବାଇ-ଲ) ଦ୍ଵାରା ପରିଚାଳିତ ହୁଏ । ସର୍ବ ପ୍ରଥମେ ସଭ୍ୟ ମାନଙ୍କ ସଂଖ୍ୟା କୁ ପ୍ରାଧାନ୍ୟ ଦେବାକୁ ପଡ଼ି ଥାଏ । ଯେହେତୁ ଏକ ନିର୍ଦ୍ଦିଷ୍ଟ କ୍ୟାଡ଼ର ପାଇଁ ଏକାଧିକ ଆସୋସିଏସନ ଥାଇପାରେ, କିନ୍ତୁ କ୍ୟାଡ଼ର ର ସଭ୍ୟ ସଂଖ୍ୟା ସୀମିତ । ତେଣୁ ଏକ ନିର୍ଦ୍ଦିଷ୍ଟ ସଭ୍ୟକୁ ଏକାଧିକ ଆସୋସିଏସନ ସେମାନଙ୍କ ସଭ୍ୟ ବୋଲି ଦାବି କରି ପାରନ୍ତି । ଏଣୁ ଗତ ୨୦୧୫ ମସିହାରେ, ସରକାରଙ୍କ ତରଫରୁ ଏ ଦ୍ଵନ୍ଦ୍ଵ ଦୂର କରିବା ପାଇଁ ଚେଷ୍ଟା କରାଯାଇଥିଲା। ସଭ୍ୟ ପଞ୍ଜିକରଣ ପାଇଁ ଦେଶର ସମସ୍ତ ଆସୋସିଏସନ ପାଇଁ ଏକ ଏକକ ଫର୍ମ ପୂରଣର ବ୍ୟବସ୍ଥା କଲେ। 
ଏକ ନିର୍ଦ୍ଦିଷ୍ଟ ଉଦାହରଣ ମାଧ୍ୟମରେ ଏହାକୁ ଭଲଭାବେ ବୁଝା ଯାଇପାରିବ । 
ଏବେ ଡାକ ବିଭାଗରେ ଜାତୀୟ ସ୍ତରରେ ତିନୋଟି ଆସୋସିଏସନ ଅଛି ।
-All India Postal Employees Union (AIPEU)
-National Federation of Postal Employees (NFPE)
-Bharatiya Postal Employees Federation (BPEF) 

ପ୍ରତି ଆସୋସିଏସନ ପାଇଁ ଜାତୀୟ(ହେଡକ୍ଵାର୍ଟର), ରାଜ୍ୟ (ସର୍କଲ) ଏବଂ ଜିଲ୍ଲା (ଡିଭିଜନ) ସ୍ତରରେ କର୍ମକର୍ତ୍ତା ବଛାଯାଏ ।
ସଭ୍ୟପଦ ଗ୍ରହଣ
ବିଭିନ୍ନ କ୍ୟାଡ଼ର ର ସଭ୍ୟମାନେ ଉପରୋକ୍ତ ତିନୋଟି ରୁ ଯେକୌଣସି ଗୋଟିଏ ଆସୋସିଏସନର ଅନ୍ତର୍ଗତ ହେବା ପାଇଁ ଫର୍ମ ପୂରଣ କରି ଡିଭିଜନ ସ୍ତରର ସାଧାରଣ ସଂପାଦକ ଙ୍କ ସ୍ଵିକୃତି ସ୍ଵାକ୍ଷର ନେଇ କାର୍ଯ୍ୟାଳୟ ମୂଖ୍ୟଙ୍କ ନିକଟରେ ଜମା କରନ୍ତି। ନିର୍ଦ୍ଦିଷ୍ଟ ତାରିଖରେ କାର୍ଯ୍ୟାଳୟ ମୂଖ୍ୟ, ତିନୋଟି ଅଲଗା ଆସୋସିଏସନ ପାଇଁ ତିନୋଟି ଲିଷ୍ଟ (ସଭ୍ୟଙ୍କ ନାମ) ନୋଟିସ ବୋର୍ଡରେ ଲଗାନ୍ତି। ଯଦି କୌଣସି ସଭ୍ୟ ଏକାଧିକ ଆସୋସିଏସନ ପାଇଁ ଫର୍ମ ପୂରଣ କରିଥାଆନ୍ତି, ତେବେ ସେମାନଙ୍କ ସଭ୍ୟ ପଦ ନାକଚ କରାଯାଏ। ଆସୋସିଏସନ ର ସମସ୍ତ କାର୍ଯ୍ୟକ୍ରମ ରୁ ବାଦ ପଡ଼ନ୍ତି। ପୁଣି ଦୁଇଦିନ ପରେ ଗୋଟିଏ ଫାଇନାଲ ଲିଷ୍ଟ ତିଆରି ହୋଇ ସଂପୃକ୍ତ ଆସୋସିଏସନ କୁ ପ୍ରଦାନ କରାଯାଏ । ତେଣୁ ଏକ ନିର୍ଦ୍ଦିଷ୍ଟ ଦିନରେ ସମଗ୍ର ଭାରତ ବର୍ଷରେ ବିଭିନ୍ନ ଆସୋସିଏସନର ସଭ୍ୟ ସଂଖ୍ୟା ଜଣାପଡ଼ିଯାଏ । 
ସଭ୍ୟ ଚାନ୍ଦା
ବିଭିନ୍ନ ଆସୋସିଏସନ ର ସଭ୍ୟ ଚାନ୍ଦା ମାସିକ ୩୦ ରୁ ୫୦ ଟଙ୍କା ମଧ୍ୟରେ ଥାଏ । ପ୍ରତି ମାସରେ ଏହି ଟଙ୍କା ଦରମାରୁ କଟାଯାଇ DDOଙ୍କ ଆକାଉଣ୍ଟରେ ଜମା ରହେ । ଫଳରେ ପ୍ରତି ମାସରେ fee collectionର ସମସ୍ୟା ରହେ ନାହିଁ। ଆସୋସିଏସନ ର ଡିଭିଜନ ମୁଖ୍ୟ, ଏହି ଟଙ୍କାକୁ ଆନୁପାତିକ ହିସାବରେ ହେଡକ୍ଵାର୍ଟର, ସର୍କଲ କୁ ପଠାଇ ଅବଶିଷ୍ଟ ଟଙ୍କା ଡିଭିଜନ ଆକାଉଣ୍ଟରେ ରଖନ୍ତି। ଏଥିପାଇଁ ସରକାରୀ ସ୍ତରରେ ନିୟମ ମଧ୍ୟ ରଖାଯାଇଛି। Click here for DoPT Letter on Annual Subscription
ଏସବୁକୁ ଏକ ଶୃଙ୍ଖଳିତ ବ୍ୟବସ୍ଥା ବୋଲି ଭାବି ପାରିବା।
ନିର୍ବାଚନ ଏବଂ ବୈଠକ
ନିୟମିତ ବ୍ୟବଧାନରେ କର୍ମକର୍ତ୍ତା ବୈଠକ ବସିବା ସହିତ ବାର୍ଷିକ ଏବଂ ଦ୍ଵିବାର୍ଷିକ ସାଧାରଣ ବୈଠକ  ନିଶ୍ଚିତ ଭାବରେ ଆୟୋଜନ କରାଯାଏ । ସାଧାରଣତଃ ଏହାକୁ Union Meeting ବୋଲି ସମସ୍ତେ କୁହନ୍ତି। ପ୍ରତି ଦ୍ଵି-ବାର୍ଷିକ ବୈଠକରେ ଆଗାମୀ ଦୁଇ ବର୍ଷ ପାଇଁ କର୍ମକର୍ତ୍ତା ସର୍ବ ସମ୍ମତି ରେ ସ୍ଥିର କରାଯାଏ । ଡିଭିଜନ ସ୍ତରର କର୍ମକର୍ତ୍ତା ପରବର୍ତ୍ତୀ ଦିନରେ ସର୍କଲ ତଥା ହେଡକ୍ଵାର୍ଟର ସ୍ତରର କର୍ମକର୍ତ୍ତା ବାଛନ୍ତି ।
ଦାବି ଉପସ୍ଥାପନ -
ପ୍ରତି ମାସର ଶେଷ ସପ୍ତାହ ର କୌଣସି ଏକ ଦିନରେ କାର୍ଯ୍ୟାଳୟ ଅଧିକାରୀ, ତିନି ଆସୋସିଏସନ କୁ ସ୍ଥାନୀୟ ସଭ୍ୟ ଙ୍କ ସମସ୍ୟା ବିଷୟରେ ଆଲୋଚନା ପାଇଁ ଡାକିଥାଆନ୍ତି । କିନ୍ତୁ ଯେତେବେଳେ ହେଡକ୍ଵାର୍ଟର ସ୍ତରରେ କିଛି ନିଷ୍ପତ୍ତି ସମୁହ ସମସ୍ୟା ପାଇଁ ଆସେ, ସେତେବେଳେ ତଳ ସ୍ତରରେ ସମସ୍ତେ ପାଳନ କରନ୍ତି। ଯଦିଓ ସବୁବେଳେ ସଭ୍ୟ ମାନଙ୍କୁ ଧାରଣା ଦବା ଦରକାର ପଡେନି, କିନ୍ତୁ ନିର୍ବାଚିତ କର୍ମକର୍ତ୍ତା ଛୁଟି ନେଇ ନିଜ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତୀକାତ୍ମକ ଧାରଣା ଦିଅନ୍ତି । କିନ୍ତୁ ଏକ Common issue ଆସିଲେ, ତିନି ଆସୋସିଏସନ ମଧ୍ୟରେ ଏକ ଆଲୋଚନା ପାଇଁ Joint Confederation of Associations (JCA) ଗଠନ କରାଯାଇଥାଏ । ଫଳରେ postal strike ସାରାଦେଶରେ ହେଲା ବେଳେ, ସମସ୍ତ ସଭ୍ୟ ଭାଗ ନେଇ ପାରନ୍ତି। 

ଅନୁଶୀଳନ -
ସବୁ ଆସୋସିଏସନ ର ଭିତିରି କନ୍ଦଳ କଥା ମୁଁ ଏଠାରେ ଉପସ୍ଥାପନ କରିନଥିଲେ ମଧ୍ୟ, ଏକ ସାମାନ୍ୟତମ ବିଧି ଅନୁପାଳନ ସବୁ ଆସୋସିଏସନ ରେ ରହିବା କଥା । ଯାହାର ଅନେକ ବ୍ୟତିକ୍ରମ ଆମ ଓସା ରେ ଉପଲବ୍ଧ । ତେଣୁ ପରିବର୍ତ୍ତନ ବର୍ତ୍ତମାନ ସମୟର ଏକ ବଡ଼ ଆହ୍ଵାନ ।
ଆଗାମୀ ଲେଖାରେ, ଅନ୍ୟ କିଛି ଆସୋସିଏସନ ବିଷୟରେ ଆଲୋଚନା କରାଯିବ ।