Friday 4 October 2019

ଓସା କନ୍ଦଳ ସରିବ କେବେ - କାହିଁକି ଏତେ କ୍ଷମତା ମୋହ ?

ଓସାର କୌଣସି ସଭ୍ୟ ଏହି ଦୁଇ ବର୍ଷକୁ କେବେ ଭୁଲି ପାରିବେ ନାହିଁ।  କ୍ୟାଡ଼ର ର ସମସ୍ୟା ବୁଝିବା ପାଇଁ ନିର୍ବାଚିତ ହୋଇଥିବା ପ୍ରତିନିଧି ମାନେ ନିଜେ ଏ କ୍ୟାଡ଼ର ପାଇଁ ସମସ୍ୟା ହୋଇ ଛିଡ଼ା ହୋଇଛନ୍ତି । ସେମାନେ ନା ଆଗକୁ ଯାଉଛନ୍ତି ନା ଅନ୍ୟକୁ ରାସ୍ତା ଦଉଛନ୍ତି । ବରଂ ସରକାର ଗୋଟିଏ ପରେ ଗୋଟିଏ କର୍ମଚାରୀ ବିରୋଧୀ ପଦକ୍ଷେପ ନେଇ ଚାଲିଥିବା ବେଳେ ସାମାନ୍ୟ ତମ ପ୍ରତିବାଦ କରିବାର ସୁଯୋଗ ନାହିଁ।
କ୍ଷମତାମୋହ ରେ ସଭାପତି ତଥା ସାଧାରଣ ସମ୍ପାଦକ ଇସ୍ତଫା ନ ଦେଇ ଶୀତଳ ଯୁଦ୍ଧ ରେ ବ୍ୟସ୍ତ । ସଂଘକୁ ଏକ ପ୍ରକାର ପୈତୃକ ସଂପତ୍ତି ଭାବି ନେଇଛନ୍ତି । କିନ୍ତୁ ଏହା ଦ୍ଵାରା ଏକ ବିରାଟ ସଂଗଠନର ଯେଉଁ କ୍ଷତି ଘଟୁଛି ଓ ଘଟିବ, ସେଥିପାଇଁ ସେମାନଙ୍କୁ କେହି କ୍ଷମା ଦେବେ ନାହିଁ। ସବୁ ସଂଘର ଗୋଷ୍ଠୀବିବାଦ ଥାଏ। କିନ୍ତୁ ଯେଉଁ ସଂଘ ଯୋଗୁଁ ସେମାନେ ସମାଜରେ ପରିଚିତ ଏବଂ ଆର୍ଥିକ ଲାଭାନ୍ଵିତ ତାହା ବିଷୟରେ ଆଜି ବିଭିନ୍ନ ଖବର କାଗଜ ରେ ବାରମ୍ବାର ରୋଚକ ସମାଚାର ଭାବେ ପ୍ରକାଶ ପାଉଛି। ଏମିତି ପରିସ୍ଥିତିରେ ସମସ୍ତେ ଅସହାୟ । ବେଳେବେଳେ ସନ୍ଦେହ ଲାଗେ ଏ ସବୁ ଲୋକ ଦେଖାଣିଆ ତଥା ସୁପରିକଳ୍ପିତ ନୁହେଁ ତ !!! ଏମିତି ଏକ ପରିସ୍ଥିତି ଯେଉଁଠି ୮୦୦ରୁ ଅଧିକ ସଭ୍ୟ ନିର୍ବାଚନ ପାଇଁ ସ୍ଵରାଷ୍ଟ୍ର ବିଭାଗ ର ପ୍ରମୁଖ ସଚିବ ଙ୍କୁ ପ୍ରସ୍ତାବ ଦେଇଥିଲେ, ସ୍ଵରାଷ୍ଟ୍ର ବିଭାଗ ତରଫରୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ଅଥଚ ସବୁଠାରୁ ସରଳ ଉପାୟ ଯଥା ସ୍ଵ-ଇଚ୍ଛା ରେ ଇସ୍ତଫା ଦେବାକୁ କେହି ପ୍ରସ୍ତୁତ ନୁହନ୍ତି। ବିଗତ ଦିନରେ ଓସା ସମ୍ବିଧାନ (ବାଇ ଲ) ସଂଶୋଧନ ପାଇଁ ମତପ୍ରକାଶ ପାଇଥିଲା। ଆଉ ଏ ଦୁଇ ବର୍ଷର ପରିସ୍ଥିତି ଦେଖିଲା ପରେ, ସଂଶୋଧନ ନିତାନ୍ତ ଜରୁରୀ ବୋଲି ମନେହୁଏ। ଏବେ ସମସ୍ତଙ୍କ ନଜର ସ୍ଵରାଷ୍ଟ୍ର ବିଭାଗ ର ପରବର୍ତ୍ତୀ ନିଷ୍ପତ୍ତି ଉପରେ। ଏମିତି ନ ହଉ କି, ସଂଘ ସରକାରଙ୍କ ହାତକୁ ଚାଲି ନ ଯାଉ । ଦୁଃଖର କଥା ସମସ୍ତେ ବିବେକ ତଥା ମାନବିକତା କୁ ଭୁଲି ଯାଇଛନ୍ତି । ଏବେ ଗୋଟିଏ ପ୍ରଶ୍ନ , ଏ କନ୍ଦଳ ସରିବ କେବେ?