Monday 7 October 2019

Blog page ର ନବକଳେବର ସହିତ ସମସ୍ତଙ୍କୁ ଶାରଦୀୟ ଅଭିନନ୍ଦନ ....

ସର୍ବପ୍ରଥମେ worksodisha.blogspot.com ତରଫରୁ ସମସ୍ତ ପାଠକ ମାନଙ୍କୁ ଶାରଦୀୟ ଅଭିନନ୍ଦନ। 
ନିୟମିତ ଭାବରେ ଏହାକୁ ପଢ଼ୁଥିବାରୁ କ୍ରମାଗତ ଭାବେ ବିଭିନ୍ନ ସମୟରେ ଉପଯୋଗୀ ଖବର ମାନ ପ୍ରକାଶ କରିବାକୁ ପ୍ରେରଣା ମିଳୁଛି। ଏହି ଭଳି ଏକ ୱେବସାଇଟ (ବ୍ଲଗ) ଚଲାଇବାକୁ ମନସ୍ତ କରିଥିଲି ଯେତେବେଳେ OSSA ର ୱେବସାଇଟ ଅଚଳ ଥିବା ନଜରକୁ ଆସିଲା। ଯେହେତୁ ଆମେ ଏହି ଚାକିରୀ ରେ ବହୁତ ଦିନ ରହିବାର ଅଛି, ଏବଂ ସଚିବାଳୟ ଏକ ବଡ଼ ଅନୁଷ୍ଠାନ, ତେଣୁ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରର ଖବର ଆସିଥାଏ। ଯଦିଓ ହ୍ଵାଟସ୍ଅପ ଜରିଆରେ ସବୁ ଖବର ଖୁବଶୀଘ୍ର ସମସ୍ତଙ୍କ ନିକଟରେ ପହଞ୍ଚି ପାରୁଛି ତଥାପି ସମସ୍ତେ ସବୁ ହ୍ଵାଟସ୍ଅପ ଗ୍ରୁପରେ ନାହାନ୍ତି। ଏମିତିରେ ହ୍ଵାଟସ୍ଅପ ରୁ କିଛିଦିନ ପରେ data delete କରିବାକୁ ପଡେ। କିନ୍ତୁ ଏହି ବ୍ଲଗ ଏକ database ଭଳି କାମ କରେ। ଲକ୍ଷ୍ୟ ଥିଲା ଗୋଟିଏ single platform କୁ ଯେମିତି ସମସ୍ତେ access କରିପାରିବେ ।  
ତେଣୁ ୨୦୧୭ ମସିହା ଜାନୁୟାରୀ ମାସରେ ଏହାକୁ ଆରମ୍ଭ କରିଥିଲି । କିନ୍ତୁ ପ୍ରାରମ୍ଭିକ ଭାବେ କେବଳ ନିର୍ମାଣ ବିଭାଗ ତଥା ନୂତନ କରି ଯୋଗଦେଇ ଥିବା ASO ବନ୍ଧୁ ମାନଙ୍କ ସଂପର୍କରେ ଫଟୋ ସମ୍ବଳିତ ଖବର ପ୍ରକାଶ କରାଯାଉଥିଲା । ସେଥିପାଇଁ visitor ସଂଖ୍ୟା ମଧ୍ୟ କମ ଥିଲା । ସମୟକ୍ରମେ ଏହାକୁ ସଚିବାଳୟରେ ବିଭିନ୍ନ ବିଭାଗରେ ମଧ୍ୟ ପଢ଼ିଲେ । ତେଣୁ page view ବଢ଼ିବା ଦେଖି ଏହାକୁ ଚାଲୁ ରଖିବାକୁ ନିଷ୍ପତ୍ତି ନେଲି ।
ବିଶେଷ ଭାବରେ ଚଳିତ ବର୍ଷର ASO Exam ସମୟରେ ବହୁତ ଆବେଦନକାରୀ ଏହି ବ୍ଲଗ ମାଧ୍ୟମରେ ସୂଚନା ପାଇପାରୁଥିଲେ । ପରୀକ୍ଷା ପାଇଁ ଆବେଦନ କରିବା ସମୟରୁ ଆରମ୍ଭ କରି ଚାକିରୀ ରେ ଯୋଗଦେବା ପର୍ଯ୍ୟନ୍ତ ସମସ୍ତ ସୂଚନା ପ୍ରଦାନ କରାଯାଉଥିଲା। ସେଥିପାଇଁ ନିଜକୁ ଆତ୍ମସନ୍ତୋଷ ମଧ୍ୟ ମିଳିଥିଲା ।
ଏହି ୱେବସାଇଟ (ବ୍ଲଗ) ସରକାରୀ ନୁହେଁ ବରଂ ସମ୍ପୂର୍ଣ୍ଣ ବ୍ୟକ୍ତିଗତ। କେହିକେହି ଏହାକୁ ନିର୍ମାଣ ବିଭାଗର official website ବୋଲି ଭାବନ୍ତି କିନ୍ତୁ ଏହା ସେୟା ନୁହେଁ । ଇତି ମଧ୍ୟରେ page viewer ପ୍ରାୟ ଦେଢ଼ ଲକ୍ଷ ରେ ପହଞ୍ଚିଲାଣି। ଏଥିପାଇଁ ସମସ୍ତ ପାଠକ ମାନଙ୍କୁ ଧନ୍ୟବାଦ। 
ଆଶା କରେ ଭବିଷ୍ୟତରେ ଏହାକୁ ସଚିବାଳୟ ସମାଚାର ନାମରେ ପ୍ରକାଶ କରିହେବ ଯଦି ସବୁ ବିଭାଗର ବନ୍ଧୁଗଣ ସହଯୋଗ କରିପାରିବେ ତଥା ଏହି ବ୍ଲଗ ପାଇଁ ସୂଚନା ପଠାଇ ପାରିବେ। 
ଆଜି ପବିତ୍ର ଦଶହରା ଅବସରରେ ଏହାର ନବକଳେବର କରାଯାଇଛି। ଆଶା କରୁଛି ଭଲଲାଗିବ ଏବଂ ଆହୁରି ସୂଚନାଧର୍ମୀ ହୋଇପାରିବ।
Request to FOLLOW this page, so that regular updates will be sent to your e-mail. Send your feedback and suggestions for betterment of this blog.