Thursday 17 October 2019

ଓସାର ମଉନ ବ୍ରତ : ଭଗବାନ ଦୟାକରି କିଛି କରନ୍ତୁ

କ୍ୟାଣ୍ଟିନ କୁ ଯିବା ବାଟରେ, ଚା' ଖଟିରେ କିମ୍ବା ହଠାତ ଦେଖାହେଲେ, ସମସ୍ତେ ଏକ ସାଧାରଣ ପ୍ରଶ୍ନର ସମ୍ମୁଖୀନ ହୁଅନ୍ତି । ଭାଇ ଇଲେକ୍ସନ ହବ ତ ? ଦୁଇ ତିନି ବାକ୍ୟ ରେ ଏକ ହତାଶ ପୂର୍ଣ୍ଣ ସାନ୍ତ୍ବନା ଦେଇ ସମସ୍ତେ ଚାଲି ଯାଆନ୍ତି । ମଝିରେ ମଝିରେ ଉଲକା ଭଳି କିଛି ନୂତନ ଯୁବ ବନ୍ଧୁ ଓସା ପାଇଁ ଦୃଶ୍ୟମାନ ହେଉଥିଲେ ମଧ୍ୟ ସମସ୍ତେ ନିରୂପାୟ ତଥା ହତୋତ୍ସାହିତ ମଧ୍ୟ। ସତେ ଯେମିତି ସଂପାଦକ ଓ ସଭାପତି ଦ୍ଵୟ ସେମାନଙ୍କ କୂଟନୀତି ମାଧ୍ୟମରେ ସମଗ୍ର ସଚିବାଳୟ କ୍ୟାଡ଼ରକୁ ଏକ ବିଲୁପ୍ତ ପ୍ରାୟ ଅବସ୍ଥାକୁ ନେବା ପାଇଁ ପଣ କରିଛନ୍ତି ବୋଲି ଅନୁଭବ ହୁଏ। ଆଉ ଓସା ନିର୍ବାଚନ ଜିତି ସେମାନେ ଇନ୍ଦ୍ର ଭୁବନ ଜୟ କଲା ଭଳି ଅନୁଭବ କରନ୍ତି । 
ଇତିମଧ୍ୟରେ ଏମିତି କିଛି ନିଷ୍ପତ୍ତି ସରକାର କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି, ଯାହା କେବେ ଆଶା କରାଯାଇନଥିଲା। ଜଣେ ସରକାରୀ କର୍ମଚାରୀ ହିସାବରେ ହୁଏତ ସୀମାରେଖା ଭିତରେ ରହିବାକୁ ପଡୁଥିବାରୁ କୌଣସି ଟିପ୍ପଣୀ ଦେଇପାରିବିନି କିନ୍ତୁ ଏପରି ଏକ ଜଟିଳ ପରିସ୍ଥିତିରେ ନିର୍ବାଚିତ ବନ୍ଧୁ ମାନେ ସୌଜନ୍ୟତା ଦୃଷ୍ଟିରୁ ଇସ୍ତଫା ନ ଦେଇ ଫାଲତୁ ନାଟକ ଚଳାଇଥିବା ସତ୍ତ୍ବେ କେହି କିଛି ନ କରିପାରିବାର ଅସହାୟତା କୁ ଦେଖି ଦୁଖଃ ଲାଗୁଛି । ଏମିତିରେ, ଆମ କ୍ୟାଡ଼ର ର ବରିଷ୍ଠ ଅଧିକାରୀ ମାନେ  ବହୁବର୍ଷ ପରେ ପଦୋନ୍ନତି ପାଇଥିବାରୁ ଏବଂ ଅବସର ନେବାକୁ ୨ରୁ ୫ବର୍ଷ ବାକିଥିବାରୁ ସୁରୁଖୁରୁରେ ପେନସନ ଗଣ୍ଡାକ ଯେମିତି ମିଳିବ ସେ ଲକ୍ଷ୍ୟରେ କାଦୁଅ ଭିତରେ ପଶିବାକୁ ଚାହୁଁ ନାହାଁନ୍ତି । ତେବେ କିଛି ବରିଷ୍ଠ ଏହି କାର୍ଯ୍ୟ ରେ ଆଗଭର ହେଉଥିଲେ ମଧ୍ଯ, ନୂତନ ପିଢ଼ି ସେମାନଙ୍କୁ ସହଜରେ ବିଶ୍ଵାସ କୁ ନେଇପାରୁ ନାହାଁନ୍ତି। 
ନିକଟ ଅତୀତରେ ଅନେକ ସଭ୍ୟ ଦସ୍ତଖତ ସଂଗ୍ରହ କରି ନିର୍ବାଚନ ପାଇଁ ସ୍ଵରାଷ୍ଟ୍ର ବିଭାଗ ସଚିବଙ୍କୁ ପତ୍ର ଲେଖିବା ପରେ, ଅକ୍ଟୋବର ୩୦ ସୁଧା ସଂପାଦକଙ୍କୁ କଣ୍ଟ ଦିଆଯାଇଥିଲା । ହେଲେ ପୂର୍ବାନୁମାନ କ୍ରମେ, ହିସାବ କିତାବ ର ଜଟିଳତା ଦର୍ଶାଇ ସଂପାଦକ ମହୋଦୟ ସ୍ଵରାଷ୍ଟ୍ର ବିଭାଗକୁ ନିଜର ଅକ୍ଷମତା ଜଣାଇଦେଲେ । ଏ ସଂକ୍ରାନ୍ତରେ ପରବର୍ତ୍ତୀ ସମୟରେ ସାଧାରଣ ପ୍ରଶାସନ ବିଭାଗକୁ ସ୍ଵରାଷ୍ଟ୍ର ବିଭାଗ ଅବଗତ କରିଦେଇଛନ୍ତି । ଏବେ ସମସ୍ତେ ପଦକ୍ଷେପ ଆଶା ରେ। 
ଏଭଳି ସମୟରେ ଏକ ନେତୃତ୍ବ ବିହୀନ କର୍ମଚାରୀ ସେବା ସଂଘର ସ୍ଥାଣୁତାର ସୂଯୋଗ ନେଇ ସରକାର 5T ପ୍ରଚଳନ ଆଳରେ ପ୍ରତିଦିନ କିଛି କିଛି ନୂତନ ନିୟମ ତଥା ଆଦେଶନାମା ଜାରି କରୁଛନ୍ତି। ଯଦିଓ ଏକ ସୁଶାସନର ଛାପ ଓଡିଶା ବାସୀଙ୍କ ମନରେ ରଖିବା ପାଇଁ  ସରକାର ତତ୍ପର, ତଥାପି ଜଣେ କର୍ମଚାରୀ ତାର ଦାବି ତଥା ପ୍ରତିବାଦ ପାଇଁ ସୁଯୋଗ ପାଇବା ଆବଶ୍ୟକ । ଆଜି ସଂଘ ସକ୍ରିୟ ଥିଲେ, ବହୁତ ଗୁଡିଏ ମୁଦ୍ଦା ସରକାରଙ୍କ ନିକଟରେ ଉପସ୍ଥାପନ କରାଯାଇପାରନ୍ତା ।
୧- କେନ୍ଦ୍ର ସରକାରଙ୍କ କର୍ମଚାରୀ ୭ମ ବେତନ କମିଶନ ହାରରେ ଦରମା ପାଇ ହଜମ କରିସାରି ଥିଲାବେଳେ, ଆମେ ଏବେବି ୬୦% ବକେୟା ଅପେକ୍ଷା ରେ।
୨- ଘରଭଡା ପୂର୍ବତନ ହାରରେ ଏକ ସୀମିତ ଆକାରରେ ମିଳୁଛି। ତଥାପି ବେସିକ ପେ ବଢିଲେ ମଧ୍ୟ, ଏହା ବଢୁନାହିଁ କିମ୍ବା ସଂଶୋଧିତ ହାରରେ ମଧ୍ୟ ମିଳୁନାହିଁ ।
୩- ମହଙ୍ଗା ଭତ୍ତା କେନ୍ଦ୍ର ଏବେ ଘୋଷଣା କରିଥିବାରୂ, ରାଜ୍ୟ ସରକାର ଏହି ମାସରେ ଘୋଷଣା କରି ପାରନ୍ତି।
୪- ବିଭାଗୀୟ ଦପ୍ତର ସହ ସଂପୃକ୍ତ ବିଭାଗର ମିଶ୍ରଣ ପାଇଁ ଅନେକ ଆଦେଶନାମା ପ୍ରକାଶ ପାଇସାରିଲାଣି । ତଥାପି ସମସ୍ତେ ଚୁପ ।
୫- ନିକଟରେ ମୁଖ୍ୟ ଶାସନ ସଚିବ, ଏଏସ୍ଓ ମାନଙ୍କୁ ଅଧିକ ଦାୟୀତ୍ଵ ଦେଇ ଚିରାଚରିତ ପ୍ରଥା ରେ ପରିବର୍ତ୍ତନ ସହ, ସିଧାସଳଖ ଉପଶାସନ ସଚିବ ଙ୍କୁ ଫାଇଲ ଦେବା ଏବଂ କ୍ଷେତ୍ରୀୟ କାର୍ଯ୍ୟାଳୟ କୁ ପରିଦର୍ଶନ ପାଇଁ ପଠାଇବା ପ୍ରକ୍ରିୟା ଆରମ୍ଭ କଲେଣି । ତେବେ ଦକ୍ଷତା ତଥା ଦାୟୀତ୍ଵ ବୋଧ କୁ ଅନୁଭବ କରିବା ସତ୍ତ୍ବେ ଆମର ବହୁ ପ୍ରତିକ୍ଷୀତ ୪୬୦୦ GP କଥା ଚିନ୍ତା କରୁନାହାନ୍ତି।
୬- ବିଗତ ୩ ବର୍ଷ ରେ ନିଯୁକ୍ତ ପ୍ରାୟ ୧୪୦୦ ଏଏସ୍ଓ ମାନଙ୍କ ମଧ୍ୟରେ ଅନେକ ଏବେ ଏକ ମୁଖ୍ୟ ସମସ୍ୟା ସହ ଗତି କରୁଛନ୍ତି। ତାହା ହେଲା, ନବ ଜନ୍ମିତ ସନ୍ତାନ ମାନଙ୍କର ଦେଖାଶୁଣାରେ ସମସ୍ୟା। ହୁଏତ କର୍ପୋରେଟ ଅଫିସ ଭଳି, କର୍ମଚାରୀ ମାନଙ୍କ ପିଲାଙ୍କ ପାଇଁ Creche ବ୍ୟବସ୍ଥା କରାଗଲେ, ସେମାନେ ସଠିକ ଭାବେ ସରକାରୀ କାର୍ଯ୍ୟ ରେ ମନୋନିବେଶ କରିପାରନ୍ତେ । 
୭- ସ୍ଵାସ୍ଥ୍ୟ ସମସ୍ୟା ସମସ୍ତଙ୍କ ପାଇଁ ଏକ ଅନୁଭବର ଘଟଣା। ହେଲେ ଏଥିପାଇଁ କେନ୍ଦ୍ର ସରକାରଙ୍କ କର୍ମଚାରୀ ପାଉଥିବା ସୁବିଧା ସୁଯୋଗ ର କଣିକାଏ ମଧ୍ୟ ଆମକୁ ମିଳୁନାହିଁ । 
୮- ଦୂର ଦୂରାନ୍ତରୁ ଆସୁଥିବା କର୍ମଚାରୀ ମାନେ ଜରୁରୀ ପରିସ୍ଥିତି ରେ ରାତିରେ ରହିବା ପାଇଁ ସେମିତି କିଛି Recretion Room ର ସୁବିଧା ନାହିଁ । 
୯- ଏଏସ୍ଓ ମାନଙ୍କ Gradation List ର Final Copy ବାହାରିବା ପୂର୍ବରୁ RA/Induction Batch ତଥା ୨୦୧୬ ବ୍ୟାଚ ଏବଂ ୨୦୧୬ ର ରେଗୁଲାର ବ୍ୟାଚ ସହିତ Special Drive ମଧ୍ୟରେ ଥିବା ଦ୍ଵନ୍ଦ୍ଵ ଦୂର କରିବା ପାଇଁ ଏକ ଅଭିଜ୍ଞ ଆଲୋଚନା ର ଆବଶ୍ୟକତା ରହିଛି ।
୧୦- ସର୍ବୋପରି, କ୍ୟାଡ଼ରର ସମ୍ମାନ ରକ୍ଷା ଦିଗରେ ପ୍ରତି ମୁହୂର୍ତ୍ତରେ ଯତ୍ନବାନ ହେବା ସହ ସ୍ଵର ଉତ୍ତୋଳନ ପାଇଁ ସମସ୍ତେ ସଂଗଠିତ ରହିବା ଦରକାର।

ତେଣୁ ବହୁତ ଗୁଡିଏ ମୁଦ୍ଦା ରହିଥିବା ସତ୍ତ୍ବେ, ଆମ ସଂଘର ନିଷ୍କ୍ରିୟତା ଦେଖି ଓଡ଼ିଶାର ଅନ୍ୟ ସଂଗଠନ ମାନେ ମଧ୍ୟ ରାସ୍ତାକୁ ଓଲାହିବାକୁ ସାହସ କରିପାରୁ ନାହାନ୍ତି। 

ବିକଳ୍ପ - 
ସାରା ରାଜ୍ୟରେ ଗୋଟିଏ କ୍ୟାଡ଼ର ପାଇଁ ଏକାଧିକ କର୍ମଚାରୀ ସଂଗଠନ ଥିବା ବେଳେ ସଚିବାଳୟରେ କେବଳ ଗୋଟିଏ ଅଛି । ତାହା ପୁଣି ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚନ ହୁଏ ବୋଲି ସ୍ଵତନ୍ତ୍ର ମାନ୍ୟତା ରଖେ ବୋଲି କୁହାଯାଏ। କିନ୍ତୁ ଗତ ୨ ବର୍ଷ ର କାର୍ଯ୍ୟକାଳ ଓସା ଇତିହାସର ଏକ କଳଙ୍କିତ ଅଧ୍ୟାୟ । ଏପରି ପରିସ୍ଥିତିରେ ଆମର ବିକଳ୍ପ କଣ ହେଇପାରିବ ତଥା ସରକାରଙ୍କ ଆଭିମୁଖ୍ୟ କଣ ହୋଇପାରେ ? 
ଏକ ଅନୁଶୀଳନ--
୧. ସଚିବାଳୟ ସେବା ସଂଘ (ଓସା) ର ସମ୍ବିଧାନ ରେ ଥିବା ଗଳାବାଟ କୁ ବନ୍ଦ କରିବା ସହିତ ଏ ବ୍ୟାପକ ସଂଶୋଧନ ଆବଶ୍ୟକ। କିନ୍ତୁ ଏହା ଏବେ ଅସମ୍ଭବ ।
୨. ଉଭୟ ପକ୍ଷ ଲକ୍ଷ ଲକ୍ଷ ଟଙ୍କାର ଆତ୍ମସାତ କରିଥିବାର ଅଭିଯୋଗ ଆସୁଥିବା ବେଳେ ସ୍ଵତନ୍ତ୍ର Audit Body ଦ୍ଵାରା ଅନୁସନ୍ଧାନ ହେବା ଦରକାର ।
୩. କୌଣସି ସଂଘ କାର୍ଯ୍ୟ ରେ ସରକାରଙ୍କ ହସ୍ତକ୍ଷେପ ସଂଘ ପାଇଁ ଶୁଭଙ୍କର ନୁହେଁ । ତଥାପି ଆଜିର ପରିସ୍ଥିତି ସେୟା ହିଁ ବାଧ୍ୟ କରୁଛି । କିନ୍ତୁ ଦ୍ଵାରା କିଛି ଅଜବ ନିଷ୍ପତ୍ତି ଯଥା ସଂଘରୁ ମାନ୍ୟତା ପ୍ରତ୍ୟାହାର, ଓସା ଭବନକୁ ସରକାର ଫେରାଇ ନେବା ଇତ୍ୟାଦି ହୋଇପାରେ।
୪. ଓସା ରାଜନୀତିରେ ମୁଣ୍ଡ  ଟେକୁଥିବା ସୀମିତ କର୍ମଚାରୀ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ଭୟଭୀତ କରିପାରନ୍ତି ।
୫. ବାରମ୍ବାର ଓପିଏସସି ପରୀକ୍ଷା ବାହାନାରେ ସ୍ବତନ୍ତ୍ର ମାନ୍ୟତା ଦାବି କରୁଥିବାରୁ ପରବର୍ତ୍ତୀ ସମୟରେ ଏଏସ୍ଓ ପରୀକ୍ଷା OSSC ଦ୍ଵାରା କରିବାର ନିଷ୍ପତ୍ତି ମଧ୍ୟ ନେଇପାରନ୍ତି । 
୬. ଅସଲ କଥା ଓସା ନିର୍ବାଚନ କେବେ ହେଲେ ସରକାର ନିଜେ କରାଇପାରିବେନି । କାରଣ ଏହା ଅସମ୍ବିଧାନିକ ଓ ହାସ୍ୟାସ୍ପଦ ମଧ୍ୟ। 
ତେଣୁ ସମସ୍ତଙ୍କ ନିକଟରେ ଅନେକ ପ୍ରଶ୍ନ - 
ସଂଘ ନାମରେ ଆୟ କରିଥିବା ସମସ୍ତ ଅର୍ଥ ଉଭୟ ପକ୍ଷ କୁ ଛାଡ଼ କରିପାରିବା କି ? 
ଅର୍ଥ ତୋଷରପାତ ପାଇଁ ଆଇନର ଆଶ୍ରୟ ନେଇ ହେବ କି ?
ଏବେ କୌଣସିମତେ ଅଳ୍ପ ଖର୍ଚ୍ଚରେ ନିର୍ବାଚନ କରାଇ, ପରେ ନିର୍ବାଚିତ ପ୍ରତିନିଧି ଙ୍କ ଦ୍ବାରା ପୁରୁଣା ଖର୍ଚ୍ଚ ର ହିସାବ ଉଭୟ ପକ୍ଷକୁ GC Meeting ଦ୍ବାରା ମଗାଯିବା ଠିକ ହେବ କି ?
୭. ସର୍ବୋପରେ, କୌଣସି ବିକଳ୍ପ ନ ମିଳିଲେ, ଏକ ନୂତନ ସଂଘ ରେଜିଷ୍ଟ୍ରେସନ କରି ନୂତନ ଚିନ୍ତଧାରାରେ ଆଗେଇବା ସହିତ ଅନ୍ତତଃ କୌଣସି ଭି ସମସ୍ୟା ତଥା ଦାବି ସରକାରଙ୍କ ନିକଟରେ ଉପସ୍ଥାପନ କରିପାରିବାର platform ଟିଏ ମିଳିପାରିବ । ଏହା ଅସୀମିଚୀନ ମନେ ହେଉଥିଲେ ମଧ୍ୟ ସାରା ଭାରତ ବର୍ଷରେ ସବୁ ଅନୁଷ୍ଠାନରେ ଦୁଇ ତିନୋଟି ସଂଘ ଅଛି । ହୁଏ ସେମାନେ ମଧ୍ୟ ଆରମ୍ଭରୁ ଏକ ଥିବା ବେଳେ ଏହିପରି ସମସ୍ୟା ର ସମ୍ମୁଖୀନ ହୋଇଥିବେ । କିନ୍ତୁ ସମସ୍ତେ ଏକ ସମାନ ଲକ୍ଷ୍ୟ ରେ ଥିବାରୁ ଦରକାର ସମୟରେ Joint Confederation ମାଧ୍ୟମରେ ଆଲୋଚନା କରିପାରିବେ।

ଆଉ ନିରାଟ ସତ୍ୟ ହେଲା, କିଛି ଲୋକ ଅର୍ଥ ପାଇଁ ଯେ କୌଣସି ସ୍ତରକୁ ଯାଇପାରନ୍ତି । ସେମାନଙ୍କ ସହ ଆଲୋଚନା କରିବା ମୁର୍ଖାମି ମଧ୍ୟ। ଏତେବଡ଼ ଅନୁଷ୍ଠାନକୁ ସର୍ବ ସମ୍ମୁଖରେ ବେଜିତ କରି, ଏହାର ଅର୍ଥ ଆତ୍ମସାତ କରି ୨୦୦୦ ଅଧିକାରୀଙ୍କ ଭବିଷ୍ୟତ ସହ ଖେଳିବାର ଦୁଃସାହସ କରୁଥିବା ମୁଷ୍ଟିମେୟ ତଥା କଥିତ ନେତା ମାନଙ୍କ ଉପରେ ଅଭିଶାପ ନିଶ୍ଚୟ ପଡ଼ିବ । ଆଉ ବ୍ରହ୍ମାଙ୍କ ଠାରୁ ବର ପାଇ ଇନ୍ଦ୍ରଚନ୍ଦ୍ର ନ ମାନିବା ଭଳି, ଯେଉଁ ମାନଙ୍କ ଭୋଟ ପାଇ ସେମାନେ ନେତା, ସେହି କ୍ୟାଡ଼ର ଭାଇ ଭଉଣୀ ମାନଙ୍କୁ ୩ମାସ ଧରି ଭୂଆଁ ବୁଲାଇବାର ଦୁଃସାହସ ପାଇଁ ବହୁମୂଲ୍ୟ ଦେବାକୁ ପଡିପାରେ । ଜୀବନରେ ନିଜର ଅକ୍ଲାନ୍ତ ପରିଶ୍ରମ ତଥା ପରିବାରର ଦାୟୀତ୍ଵବୋଧ ନେଇ ଚାକିରୀ ରେ ଯୋଗଦେଇଥିବା ଯୁବ ମେଧାବୀ ବନ୍ଧୁ ମାନେ ଏହାକୁ ରାଜନୀତି ଭାବି ନିଜକୁ ଓସା ଠାରୁ ଦୂରେଇ ରଖି ପାରନ୍ତି କିନ୍ତୁ ମନେ ରଖିବାକୁ ହେବ, ଆମମାନଙ୍କୁ ନେଇ ସଂଘ ଆଉ ସଂଘ ବଞ୍ଚିଲେ ଆମେ ବଞ୍ଚିବା। ନହେଲେ ସରକାରୀ କାର୍ଯ୍ୟକାଳ ମଧ୍ୟ ଆସିବାକୁ ଥିବା ସମସ୍ୟା ସବୁ ନିଜେ ବ୍ୟକ୍ତିଗତ ଭାବରେ ଲଢ଼ି ବାକୁ ପଡିବ।

ଭଗବାନ ସମସ୍ତଙ୍କୁ ଟିକେ ସଦବୁଦ୍ଧି ଦିଅନ୍ତୁ ।