Thursday 13 June 2019

Public Premises Amendment Bill 2019

ସରକାରୀ ବାସଗୃହରୁ ବେଆଇନ୍‌ ଜବରଦଖଲକାରୀଙ୍କୁ ହଟାଇବା ପାଇଁ ପବ୍ଲିକ୍‌ ପ୍ରେମିସେସ୍‌ (ବେଆଇନ ଜବରଦଖଲକାରୀଙ୍କ ବହିଷ୍କରଣ) ସଂଶୋଧନ ବିଲ, 2019କୁ କ୍ୟାବିନେଟ ମୋହର
ସରକାରୀ ବାସଗୃହରୁ ବେଆଇନ ଜବରଦଖଲକାରୀଙ୍କୁ ସଂପୂର୍ଣ୍ଣ ଭାବେ ହଟାଇବା ଲାଗି ଉଦ୍ଦିଷ୍ଟ ପବ୍ଲିକ୍‌ ପ୍ରେମିସେସ୍‌ (ବେଆଇନ ଜବରଦଖଲକାରୀଙ୍କ ବହିଷ୍କରଣ) ସଂଶୋଧନ ବିଲ, 2019 ସଂସଦର ଆଗାମୀ ଅଧିବେଶନରେ ପେଶ୍‌ କରାଯିବ ।

12 JUN 2019 6:28PM

ସରକାରୀ ବାସଗୃହରୁ ବେଆଇନ ଜବରଦଖଲକାରୀଙ୍କୁ ସଂପୂର୍ଣ୍ଣ ଭାବେ ହଟାଇବା ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଉଦ୍ଦିଷ୍ଟ ପବ୍ଲିକ୍‌ ପ୍ରେମିସେସ୍‌ (ବେଆଇନ ଜବରଦଖଲକାରୀଙ୍କ ବହିଷ୍କରଣ) ସଂଶୋଧନ ବିଲ2019 ସଂସଦର ଆଗାମୀ ଅଧିବେଶନରେ ପେଶ୍‌ କରାଯିବାକୁ କ୍ୟାବିନେଟ ସ୍ୱୀକୃତି ପ୍ରଦାନ କରିଛି ।
ପ୍ରଭାବ: ପବ୍ଲିକ୍‌ ପ୍ରେମିସେସ୍‌ (ବେଆଇନ ଜବରଦଖଲକାରୀଙ୍କ ବହିଷ୍କରଣ) ସଂଶୋଧନ ବିଲ2019 ସଂସଦରେ ଗୃହୀତ ହେଲେ ଏହା ସରକାରୀ ବାସଗୃହକୁ ବେଆଇନ ଭାବେ ଜବରଦଖଲରେ ରଖିଥିବା ଜବରଦଖଲକାରୀଙ୍କ କବଳରୁ ସହଜରେ ଉଚ୍ଛେଦ କରାଯାଇପାରିବ । ସେହିସବୁ ବାସଗୃହକୁ ଯେଉଁମାନେ ଏଭଳି ସରକାରୀ କ୍ୱାଟର୍ସ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇ ଅପେକ୍ଷା ତାଲିକାରେ ରହିଛନ୍ତି ସେମାନଙ୍କୁ ଆବଣ୍ଟିତ କରାଯାଇପାରିବ ।
ଏହା କେବଳ ସରକାରୀ କ୍ୱାଟର୍ସ ପାଇବା ସକାଶେ ଯୋଗ୍ୟ ଏବଂ ଅପେକ୍ଷା ତାଲିକାରେ ରହିଥିବା ବ୍ୟକ୍ତି ବିଶେଷଙ୍କୁ ସରକାରୀ ବାସଗୃହ ଯୋଗାଣରେ ସହାୟକ ହେବନାହିଁ ଅପରନ୍ତୁ ଏହା ବାସଗୃହ ଯୋଗାଣ ପ୍ରକ୍ରିୟାକୁ ମଧ୍ୟ ସୁସଂଗତ କରିବ ।
ପ୍ରତିଫଳନ:  ନୂତନ ବିଲ୍‌ ପବ୍ଲିକ୍‌ ପ୍ରେମିସେସ୍‌ (ବେଆଇନ ଜବରଦଖଲକାରୀଙ୍କ ବହିଷ୍କରଣ) ସଂଶୋଧନ ବିଲ2017 ସ୍ଥାନରେ ସଂସଦର ଆଗାମୀ ଅଧିବେଶନ କାଳରେ ପେଶ୍‌ କରାଯିବ ।
ପ୍ରବର୍ତ୍ତନ: ଏହି ବିଲରେ ଥିବା ସଂଶୋଧନୀ ବ୍ୟବସ୍ଥା ଅନୁସାରେ ପବ୍ଲିକ୍‌ ପ୍ରେମିସେସ୍‌ (ବେଆଇନ ଜବରଦଖଲକାରୀଙ୍କ ବହିଷ୍କରଣ) ଆଇନ1971ର ଧାରା 2ଧାରା 3ଧାରାରେ ଉପଧାରା (ଏଫଏ) ପୂର୍ବରୁ ଧାରା 2ରେ ଉପଧାରା (ଏଫବି)କୁ ସାମିଲ କରି ଧାରା 3ଏ ତଳେଏକ ନୂତନ ଧାରା 3ବି ସାମିଲ କରାଯିବ । ଏବଂ ନୂତନ ଉପ ଧାରା 3ଏ ତଳେ ଉପଧାରା (3) ଅନୁସାରେ ପବ୍ଲିକ୍‌ ପ୍ରେମିସେସ୍‌ (ବେଆଇନ ଜବରଦଖଲକାରୀଙ୍କ ବହିଷ୍କରଣ) ଆଇନ1971ର ଧାରା 7 ଅଧୀନରେ ରଖାଯିବ ।
ପ୍ରସ୍ତାବିତ ସଂଶୋଧନ ଇଷ୍ଟେଟ ଅଧିକାରୀଙ୍କୁ  ବେଆଇନ କ୍ୱାଟର୍ସ ଜବରଦଖଲକାରୀମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ ଓ ସେମାନଙ୍କ ଠାରୁ ବେଆଇନ ଭାବେ ଅବସ୍ଥାନ ଅବଧିର କ୍ଷତିପୂରଣ ରାଶି ଅସୁଲ କରିବାରେ ସହାୟକ ହେବ ।
ଏହି ବିଲ୍‌ ପାରିତ ହୋଇ କାର୍ଯ୍ୟକାରୀ ହେଲେ ସରକାର କ୍ୱାଟର୍ସରୁ ବେଆଇନ ଜବରଦଖଲକାରୀଙ୍କୁ ଉଚ୍ଛେଦ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିବ ଏବଂ ଯୋଗ୍ୟ କର୍ମଚାରୀମାନଙ୍କୁ ତ୍ୱରିତ ସରକାରୀ ବାସଗୃହ ଆବଣ୍ଟିତ ହୋଇପାରିବ ।
ଭାରତ ସରକାର ପିପିଇ ଆଇନ 1971 ବଳରେ ଏଯାବତ୍‌ ସରକାରୀ କ୍ୱାଟର୍ସରେ ବେଆଇନ ଭାବେ ଜବରଦଖଲକାରୀ କରି ରହୁଥିବା ଲୋକମାନଙ୍କୁ ଉଚ୍ଛେଦ କରିଆସୁଥିଲେ । କିନ୍ତୁ ଏଭଳି ଉଚ୍ଛେଦ ପାଇଁ ଦୀର୍ଘ ସମୟ ଲାଗୁଥିଲା ତଦ୍ୱାରା ସରକାରୀ କ୍ୱାଟର୍ସ ଅନ୍ୟମାନଙ୍କୁ ମିଳିବାରେ ଅହେତୁକ ବିଳମ୍ବ ଘଟୁଥିଲା ।
ବର୍ତ୍ତମାନ ପ୍ରଚଳିତ ପିପିଇ ଆଇନ1971 ଯାହାକି ପିପିଇ ସଂଶୋଧନ ଆଇନ2015 ଭାବେ ସଂଶୋଧିତ ହୋଇଛି ସେଥିପାଇଁ ଉଚ୍ଛେଦ ପ୍ରକ୍ରିୟା 5 ରୁ 7 ସପ୍ତାହ ଲାଗୁଥିଲା । କିନ୍ତୁ ବାସ୍ତବ ପକ୍ଷେ ଏଥିପାଇଁ ଆହୁରି ଅଧିକ ସମୟ ଲାଗିଯାଉଥିଲା । ବେଆଇନ ଜବରଦଖଲକାରୀମାନଙ୍କୁ ଉଚ୍ଛେଦ କରିବା ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିଲା । ପ୍ରସ୍ତାବିତ ବିଲ୍‌ରେ ଷ୍ଟେଟ ଅଧିକାରୀଙ୍କୁ ବ୍ୟାପ କ୍ଷମତା ଯଥା ନୋଟିସ ଜାରିକାରଣ ଦର୍ଶାଅ ନୋଟିସ୍‌ତଦନ୍ତ କରିବା ପରିବର୍ତ୍ତେ ସିଧାସଳଖ ଉଚ୍ଛେଦ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣର ଅଧିକାର ପ୍ରଦାନ କରାଯାଇଛି ।
ଏଭଳି ନିଷ୍ପତ୍ତି ଦେଶର ନାଗରିକମାନଙ୍କୁ ସ୍ୱଚ୍ଛ ଓ ଜଟିଳ ପ୍ରକ୍ରିୟାବିହୀନ ସରଳ ସୁଶାସନ ଯୋଗାଇ ଦେବା ସକାଶେ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରମାଣିତ କରେ ।