Thursday 26 September 2024

Blood Donation Camp : Cultural Association of Tourism Department

ଆତିଥ୍ୟତା ସାଙ୍ଗକୁ ମାନବକିତାକୁ ନେଇ ଉତ୍ସବ

ପର୍ଯ୍ୟଟନ ବିଭାଗ ସାଂସ୍କୃତିକ ପରିଷଦ ତରଫରୁ ରକ୍ତଦାନ ଶିବିରର ଆୟୋଜନ


ଭୁବନେଶ୍ୱର,୨୫ ସେପ୍ଟେମ୍ବର ୨୦୨୪ : ଚଳିତ ବର୍ଷର ବିଶ୍ୱ ପର୍ୟ୍ୟଟନ ଦିବସର ବିଷୟବସ୍ତୁ "ପର୍ଯ୍ୟଟନ ଓ ଶାନ୍ତି"କୁ ଆଖି ଆଗରେ ରଖି ପର୍ଯ୍ୟଟନ ବିଭାଗର ସାଂସ୍କୃତିକ ପରିଷଦ ତରଫରୁ ଭୁବନେଶ୍ୱରସ୍ଥିତ ପର୍ଯ୍ୟଟନ ଭବନଠାରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।

ଏହି ଶିବିରକୁ ଉଦଘାଟନ କରି ମାନନୀୟା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ପର୍ଯ୍ୟଟନ ବିଭାଗ ଏଭଳି ପଦକ୍ଷେପ ଅତ୍ୟନ୍ତ ସ୍ବାଗତଯୋଗ୍ୟ କହିବା ସହିତ ଆତିଥ୍ୟତା ମାନବିକତାକୁ ପ୍ରଦର୍ଶିତ କରୁଥିବା ଦେଖି ଖୁସି ଲାଗୁଛି ବୋଲି କହିଥିଲେ

ଏହି କାର୍ଯ୍ୟକ୍ରମରେ ବିଭାଗୀୟ ଅଧିକାରୀ, ଓଟିଡିସି ଅଧିକାରୀ, ସ୍ୱେଚ୍ଛାସେବୀ, ଛାତ୍ରଛାତ୍ରୀ ଏବଂ ଆଇଏଚଏମ ଭୁବନେଶ୍ୱରର ଅଧିକାରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରି ଭାରତୀୟ ରେଡକ୍ରସ ସୋସାଇଟି, ଓଡ଼ିଶା ଶାଖାର ସହଯୋଗରେ ୭୫ ୟୁନିଟରୁ ଅଧିକ ରକ୍ତ ସଂଗ୍ରହ କରିଥିଲେ









No comments: