ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ର ତୃତୀୟ ଶ୍ରେଣୀ କର୍ମଚାରୀ ଶ୍ରୀ ଲଷ୍ମୀଧର ସୋରେନ (Treasury Sarkar) ହଠାତ ଅସୁସ୍ଥ ହୋଇ ପଡିବାରୁ ପ୍ରଥମେ ଭଦ୍ରକ ହସ୍ପିଟାଲ, ପରେ SUM Hospital ଏବଂ ଅବସ୍ଥା ଗୁରୁତର ହେବାରୁ ଏବେ Utkal Hospital ରେ ଚିକିତ୍ସିତ ହେଉଛନ୍ତି। ଉଚ୍ଚ ରକ୍ତ ଚାପ ଯୋଗୁଁ ବ୍ରେନ ଷ୍ଟ୍ରୋକ ହୋଇଥିଲା। ଏବେ ସେ କୋମା ରେ ଅଛନ୍ତି। ତେଣୁ ଅପରେସନ ପାଇଁ ପରିବାର ପକ୍ଷରୁ ଅର୍ଥ ବାଧକ ସାଜିଛି। ତେବେ ପ୍ରାରମ୍ଭିକ ପର୍ଯ୍ୟ୍ୟାୟରେ ବିଭାଗର କର୍ମଚାରୀ ଯତ କିଞ୍ଚିତ ଅର୍ଥ ଆଦାୟ କରି ଶ୍ରୀ ସୋରେନ ଙ୍କ ପାରିବାରକୁ ହସ୍ତାନ୍ତର କରିଛନ୍ତି। ତେବେ ହସ୍ପିଟାଲ ପକ୍ଷରୁ ଦିଆଯାଇଥିବା 4.76 ଲକ୍ଷ ଟଙ୍କାର ବଜେଟ ତୁଳନାରେ ଏହା ସମୁଦ୍ରକୁ ଶଙ୍ଖେ।
ଗ୍ରୁପ ଡ଼ି କର୍ମଚାରୀ ହିସାବରେ କିଛି ବି ସଂଚୟ ନଥିବା ବେଳେ ଘରେ ଦୁଇଟି ଝିଅ ଓ ସ୍ତ୍ରୀ ସମ୍ପୂର୍ଣ ନିର୍ଭରଶୀଳ। ତେଣୁ ଏ ସମୟରେ ଶ୍ରୀ ସୋରେନ ଙ୍କ ପରିବାର ସହୃଦୟ ବ୍ୟକ୍ତିଙ୍କ ଠାରୁ ସାହାଯ୍ୟ ଭିକ୍ଷା କରିଛନ୍ତି। Facebook ରେ ତାଙ୍କ ଝିଅ ମଧ୍ୟ ବାପାଙ୍କ ପାଇଁ ସାହାଯ୍ୟ ପାଇଁ ଅନୁରୋଧ କରିଛନ୍ତି। (Click Here)
ଅତୀତରେ ଏହି blog ମାଧ୍ୟମରେ ଅତି ଜରୁରୀ ଆବଶ୍ୟକ କରୁଥିବା ସ୍ୱଳ୍ପ ବେତନ ଭୋଗୀ କର୍ମଚାରୀ ଙ୍କ ଜଟିଳ ରୋଗ ର ଚିକିତ୍ସା ପାଇଁ ସାହାଯ୍ୟ କରିବାକୁ ଅନୁରୋଧ କରିଥିଲି। ସେଥିରେ ଆପଣ ମାନଙ୍କ ଆକୁଣ୍ଠ ସହଯୋଗ ପାଇଁ ସେମାନଙ୍କ ପରିବାର ଆଶୀର୍ବାଦ ଆପଣଙ୍କ ଉପରେ ସବୁବେଳେ ରହିବ। ମୁଁ ମଧ୍ୟ ଆପଣମାନଙ୍କ ନିକଟରେ ଚିର ଋଣୀ।
ଆଜି ପୁଣି ସେହିପରି ଏକ ଅତି ଜରୁରୀ କାଳୀନ ପରିସ୍ଥିତିରେ ଜଣେ କର୍ମଚାରୀ ଙ୍କ ପାଇଁ ଅନୁରୋଧ କରିବାକୁ ପଡୁଛି। ସମ୍ଭବ ଅନୁଯାୟୀ ଆପଣଙ୍କ ଯତ କିଞ୍ଚିତ ସାହାଯ୍ୟ ଏପରି ବିପଦ ସମୟରେ ଗୋଟିଏ ଜୀବନ ବଞ୍ଚାଇବାରେ ସହାୟ ହେବ।
# ଏଥିରେ କୌଣସି ବାଧ୍ୟ ବାଧକତା ନାହିଁ।
------------- ସହଯୋଗ ପାଇଁ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ -------------


No comments:
Post a Comment