ପ୍ରବାସୀ ଓଡିଆଙ୍କ ସାମଗ୍ରିକ ବିକାଶ, ଓଡିଆ ସଂସ୍କୃତିର ପ୍ରଚାର ପ୍ରସାର ତଥା ପ୍ରବାସୀ ଓଡିଆଙ୍କ ସହଉତ୍ତମ ସମ୍ପର୍କ ସ୍ଥାପନ କରିବା ଇତ୍ୟାଦି ଲକ୍ଷ୍ଯ ନେଇ ଏକ ଐତିହାସିକ ପଦକ୍ଷେପ ସ୍ବରୂପ ରାଜ୍ୟ ସରକାର "ପ୍ରବାସୀ ଓଡିଆ ନିର୍ଦ୍ଦେଶାଳୟ" ସ୍ଥାପନ କରିବାକୁ ଘୋଷଣା କରିଛନ୍ତି।