Tuesday, 19 November 2019

ସରକାରୀ ଅଫିସ୍ ରେ ଭାଇ ଉପାଖ୍ୟାନ - ଲାଗିଲା ଲଗାମ

ଗତ ଶନିବାର ପ୍ରାଣୀ ସମ୍ପଦ ନିର୍ଦ୍ଦେଶାଳୟ ଜାରି କରିଥିବା ଆଦେଶନାମା ବଳରେ କାର୍ଯ୍ୟାଳୟ ପରିସରରେ କାର୍ଯ୍ୟ କରୁଥିବା କୌଣସି ବରିଷ୍ଠ ଅଧିକାରୀ ଙ୍କୁ କନିଷ୍ଠ ମାନେ ଭାଇ ଡାକିପାରିବେ ନାହିଁ। ଏହା ସରକାରୀ କର୍ମଚାରୀଙ୍କ ନିମନ୍ତେ ଉଦ୍ଦିଷ୍ଟ Odisha Government Servant Conduct Rules ର ଉଲଘଂନ ବୋଲି କୁହାଯାଇଛି ।

ପରମ୍ପରା 
ଏ ଭାଇ ଡାକିବାର ପରମ୍ପରା କ୍ଷେତ୍ରୀୟ କାର୍ଯ୍ୟାଳୟ ମାନଙ୍କରେ ଟିକେ ଅଧିକ ପ୍ରଚଳିତ । କୁହାଯାଏ ଏହା ଅଧିକ ଆତ୍ମିୟତା ତଥା ନିବିଡ଼ ସମ୍ପର୍କର ନିଦର୍ଶନ । ଜିଲ୍ଲା ତଥା ବ୍ଲକ ସ୍ତରରେ କିରାଣୀ ତଥା ସହାୟକ ପଦବୀର କର୍ମଚାରୀ ଉକ୍ତ ଜିଲ୍ଲା ର ହିଁ ଅଧିବାସୀ। ତେଣୁ କେମିତି ନା କେମିତି ସମ୍ପର୍କ ଥିବାର ସମ୍ଭାବନା ଥାଏ । ପୁଣି ଚାକିରୀ ଜୀବନର ସର୍ବାଧିକ ସମୟ କିଛି ନିର୍ଦ୍ଦିଷ୍ଟ କର୍ମଚାରୀ ସମୂହ ମଧ୍ୟରେ ଅତିବାହିତ ହୋଇଥାଏ । ସେମାନଙ୍କର ବଦଳି ମଧ୍ୟ ସେହି ଜିଲ୍ଲାର କ୍ଷେତ୍ରୀୟ କାର୍ଯ୍ୟାଳୟ ମାନଙ୍କ ମଧ୍ୟରେ ହୋଇଥାଏ । ଏମିତିରେ ପାଖାପାଖି ଦୁଇ ରୁ ପାଞ୍ଚ ବର୍ଷ ମଧ୍ୟରେ ଯୋଗ ଦେଇ ଥିବା କର୍ମଚାରୀଙ୍କ ବୟସରେ ବିଶେଷ ତାରତମ୍ୟ ନଥିବାରୁ ସାର୍ ବଦଳରେ ଭାଇ ଡାକ ଟିକେ ଅଧିକ ଚାଲେ । ବର୍ତ୍ତମାନ ସମୟର ବିଭିନ୍ନ ଗ୍ରୁପ-ସି କର୍ମଚାରୀ ମାନଙ୍କ ପଦବୀ ନାମକରଣ ବିଭାଗ ତଥା କ୍ୟାଡ଼ର ଅନୁଯାୟୀ ଭିନ୍ନ ଅଛି । ତେଣୁ ସାଧାରଣ ଭାବରେ ପୂର୍ବ ପ୍ରଚଳିତ ଢାଞ୍ଚାରେ, କନିଷ୍ଠ କିରାଣୀ-ବରିଷ୍ଠ କିରାଣୀ-ମୁଖ୍ୟ କିରାଣୀ  (Junior Clerk- Senior Clerk- Head Clerk) ଯେକୌଣସି କାର୍ଯ୍ୟାଳୟ ର ମେରୁଦଣ୍ଡ । ଏହି ମୁଖ୍ୟ କିରାଣୀ ସର୍ବ ସମୂହରେ ବଡ଼ବାବୁ ହିସାବରେ ପରିଚିତ । ଉକ୍ତ ଅଫିସ୍ ର ଛୋଟରୁ ବଡ଼ ସମସ୍ତ କର୍ମଚାରୀ / ଅଧିକାରୀ ଏହି ବଡ଼ବାବୁ ସମ୍ବୋଧନରେ ଅଭ୍ୟସ୍ତ । କିିନ୍ତୁ ଅନ୍ୟ ସମସ୍ତେ ନିଜ ନିଜ ଭିତରେ ଭାଇ କିମ୍ବା ବାବୁ ଶବ୍ଦ ବ୍ୟବହାର କରନ୍ତି । କନିଷ୍ଠ ମାନେ ବରିଷ୍ଠ ମାନଙ୍କୁ ସେମାନଙ୍କ ସାଙ୍ଗିଆ (Surname) ସହିତ ବାବୁ ଶବ୍ଦ ଲଗାଇ ଡାକନ୍ତି । ଉଦାହରଣ - ମହାନ୍ତି ବାବୁ, ସ୍ଵାଇଁ ବାବୁ ଇତ୍ୟାଦି । କିନ୍ତୁ ବର୍ଷ ବର୍ଷ ଧରି ଗୋଟିଏ ଅଫିିସ୍ ରେ କାମ କଲାପରେ ବିଭିନ୍ନ ପିିକନିିିକ, ବିିବାହ ବ୍ରତ ତଥା ପାରିବାରିକ ଭୋଜିଭାତ ଯୋଗଦେଇ ଆତ୍ମିୟତା ବଢିିଯିବା ପରେ ସାର ବଦଳରେ ଭାଇ ଡକାଯାାଏ । ସେହିପରି ମହିିଳା କର୍ମଚାରୀ ବୟସରେ ଯେତେ ଅଧିକ ହେଲେ ମଧ୍ୟ ଦିଦି ବୋଲି ସମ୍ବୋଧନ କରାାଯାଏ । ଏହି କ୍ଷେତ୍ରରେେ କିିନ୍ତୁ ସାଙ୍ଗିଆ ବଦଳରେ ନାମ ସହିିିତ ଦିଦି ଶବ୍ଦ ଲାଗିିିଥାଏ । ଉଦାହରଣ - ସୁୁଶ୍ରୀ ଦିଦି, ଲଗ୍ନା ଦିଦି ଇତ୍ୟାଦି । କିିନ୍ତୁ ଅଫିସ୍ ର ହାକିମ ମାନଙ୍କୁ ସାର୍ ତଥା ମାଡାମ ବୋଲି କୁୁହାଯାଏ । 

ସଚିବାଳୟ
୨୦୧୬ ବ୍ୟାଚର ଏଏସ୍ଓ  ଯୋଗଦେବା ପୂର୍ବରୁ ସଚିବାଳୟରେ ମଧ୍ୟ ସେହି ବଡ଼ବାବୁ, (ସାଙ୍ଗିଆ) ବାବୁ, (ନାମ) ଦିଦି ଡାକିବାର ପ୍ରଥା ଚାଲିଥିଲା । କିନ୍ତୁ ୨୦୧୬ରେ ନବନିଯୁକ୍ତ ଏଏସ୍ଓ ମାନେ ସମସ୍ତ ବରିଷ୍ଠ ଙ୍କୁ ସାର୍/ମାଡାମ ବୋଲି ଡାକନ୍ତି କାରଣ  ଉଭୟଙ୍କ ମଧ୍ୟରେ ବୟସ ର ତାରତମ୍ୟ ପ୍ରାୟ ୨୦ରୁ ଅଧିକ । ପୁୁଣି ୨୦୧୯ ରେ ପୂୂର୍ବପରମ୍ପରା ଉଜ୍ଜୀବିତ ହେଲା, ଯେତେବେଳେ ୫୦୦ ଏଏସ୍ଓ ଯୋଗଦେଲେ। କାରଣ ଏମାନେ ବୟସରେ ମାତ୍ର ୪-୫ ବର୍ଷ ଫରକ। ଏଣୁ ଭାଇ ଡାକିିବା ସ୍ଵଭାବିକ । 

ଆଦେଶନାମା ର ପ୍ରଚ୍ଛଦପଟ 
ଯଦିଓ ଭାଇ ସମ୍ବୋଧନ ସେତେବଡ଼ ଅପରାଧ ନୁହେଁ, ତଥାପି ଜଣେ ଅଧିକାରୀ ଏଥିପାଇଁ ସରକାରୀ ନିର୍ଦ୍ଦେଶ ନାମା କରିଛନ୍ତି । ଏଣୁ ସମସ୍ତେ ଏହାର କାରଣ ଓ ପରିସ୍ଥିତି ବୁଝିବା ଦରକାର । ବ୍ୟକ୍ତିଗତ ଭାବରେ କିଛି ବିଶେଷଣ ଦେଇ ଡାକିବା ଚଳନୀୟ ମାତ୍ର ଗୋଟିଏ ସରକାରୀ ବୈଠକ କିମ୍ବା ଆଲୋଚନା ରେ କନିଷ୍ଠ ସହାୟକ ଠାରୁ ଆରମ୍ଭ କରି ବରିଷ୍ଠ ଅଧିକାରୀ ଙ୍କ ଉପସ୍ଥିତି ରେ କେବଳ ପଦବୀ ଅନୁସାରେ ଯଥା ମାନ୍ୟ ବ୍ୟବହାର ଆବଶ୍ୟକ । ବୋଧହୁଏ ସେଭଳି କିଛି ଅପଦସ୍ତ ହେବାର ଅନୁଭବ ହେବାର ଅଭିଯୋଗ ପାଇଲା ପରେ ଏଭଳି ଏକ ଆଦେଶ ନାମା ପାଇଁ ଉପରୋକ୍ତ କାର୍ଯ୍ୟାଳୟ ର ଅଧିକାରୀ ବାଧ୍ୟ ହୋଇଛନ୍ତି । 
ଏହି ଖବରଟି ଶୁଣିବାକୁ ଏବଂ ପଢ଼ିବା କୁ ରୋଚକ ତଥା ବ୍ୟଙ୍ଗାତ୍ମକ ଲାଗୁଥିଲେ ମଧ୍ୟ generation gap ର ଦ୍ଵାହି ନ ଦେଇ ସାରା ରାଜ୍ୟରେ ସରକାରୀ କାର୍ଯ୍ୟାଳୟ ତଥା ପଦ ପଦବୀର ଗାରିମା ରକ୍ଷା ପାଇଁ ଏବଂ ସମସ୍ତଙ୍କୁ ନିଜ ର ପରିଧି ବିଷୟରେ ସଚେତନ ରହିବାକୁ ଏ ଆଦେଶନାମା ନିଶ୍ଚୟ ଏକ ଭଲ ବାର୍ତ୍ତା ପହଞ୍ଚାଇବ ବୋଲି ଆଶା କରିବା । ତା ନହେଲେ, ଅଫିସ୍ ର ପିଅନ କୁ ଜଣେ କମବୟସ୍କ ସହାୟକ  କୁନା ବାବୁ, ପ୍ରକାଶ ବାବୁ ବୋଲି  ଡାକୁଥିବା ବେଳେ ପିଅନ ଜଣକ କିନ୍ତୁ କେବଳ ନାମ ବ୍ୟବହାର ଡାକିବା ପ୍ରଥା ସେମିତି ଚାଲିଥିବ । 

ସର୍ବ ଶେଷରେ ଗୋଟିଏ କଥା -
ସ୍ଥାନ, କାଳ, ପାତ୍ର କୁ ଦେଖି ଆଚାରଣ, ପୋଷାକ, କାର୍ଯ୍ୟଧାରା ରେ ସଂଯମତା ରହିଲେ ଭଲ । Office decorum and service rule should not be violated.