Thursday 28 November 2019

OSSA - କେବେ ସୁଧୁରିବ ଏ ଅଚଳାବସ୍ଥା ?

ବହୁ ବାଦବିବାଦ, ତର୍ଜମା, ବିରୋଧ, ଦୋଷାରୋପ ଏବଂ ବୈଠକ ସତ୍ଵେ ଓଡ଼ିଶା ସଚିବାଳୟ ସେବା ସଂଘ ଆଜି ସ୍ଥାଣୁ ପାଲଟିଛି । ଇଏ ଏମିତି ଏକ ଅଛିଣ୍ଡା ଅଙ୍କ, ଏହାକୁ ସମାଧାନ କରିବାକୁ ଚେଷ୍ଟା କରିବା ହିଁ ଭୁଲ। ତାମସା କରିବା ପାଇଁ ସାହସ କରୁଥିବା ନେତୃବୃନ୍ଦ ଙ୍କ ଭାଗ୍ୟ ଭଲ, ଯେ ଆମେ ସମସ୍ତେ ସରକାରୀ ନିୟମ କାନୁନ ରେ ବନ୍ଧା । ସେଥିପାଇଁ ଆଜି ଖୋଲାଖୋଲି ଭାବେ ସଂଘର ଅର୍ଥ ଆତ୍ମସାତ କରିବା ଅଭିଯୋଗ କୁ ସାମ୍ନା ନ କରି ପରସ୍ପରକୁ ଲୋକଦେଖାଣିଆ ଦୋଷାରୋପ କରି ଏକ ବିରାଟ ଅନୁଷ୍ଠାନର ଇଜ୍ଜତ ମାଟିରେ ମିଶାଇ ସାରିଲେଣି କିନ୍ତୁ ସମସ୍ତେ ନିରୂପାୟ । ଆଇନ /ପଲିସି ତିଆରି କରୁଥିବା ସଚିବାଳୟ ସେବା ଅଧିକାରୀ ଆଜି ନିଜ ପାଇଁ ଆଇନର ବାଟ ଖୋଜି ପାଉନାହାନ୍ତି ।  ଗାଁ ଗହଳି ରେ ବରଂ ଅଶିକ୍ଷିତ ଲୋକମାନେ ଏତେ ନୀଚମନା ତଥା ଅସମର୍ଥ ନୁହନ୍ତି । ସର୍ବ ଜ୍ଞାନୀ ବୋଲାଉଥିବା ଏ ନେତା ଙ୍କୁ ବୁଝାଇବ କିଏ ? 
ଯାହା ଶୁଣାଯାଏ, ଏ ମାମଲାରେ କିଛି ବି ଆଗକୁ ବଢ଼ିବାରେ ଆଇନଗତ ଲଢ଼େଇ ହେବାର ସମ୍ଭାବନା ଥିବାରୁ ନୂଆ ଯୁବ ଏଏସ୍ଓ ମାନେ ଏକ ନୂତନ ସେବା ସଂଘ ଗଠନ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ।
ଯାହାହେଉ ଦୈନିକ ସମ୍ବାଦ "ସ୍ଵାଧୀକାର" ବାରମ୍ବାର ଓସାର ସମସ୍ୟା ସମ୍ପର୍କରେ ବାରମ୍ବାର ଏହାର ପ୍ରଛଦ ପୃଷ୍ଠାରେ ସ୍ଥାନୀତ କରି ସଚେତନ କରାଉଛି । ବାକି ରହିଲା ଏ ସଂଘର ଭବିଷ୍ୟତକୁ ଦେଖିବା ।