Tuesday 5 November 2019

ଆଜି ଶେଷ ତାରିଖ : ଓସା ନେତାଙ୍କ ଦେଖା ନାହିଁ


ସମୟର ବିଡ଼ମ୍ବନା
ଅତୀତ -
ମନେପଡେ ଯେତେବେଳେ ସରକାରଙ୍କ ସାଙ୍ଗରେ ଆଲୋଚନା ପାଇଁ ଅନୁରୋଧ  ପଡୁଥିଲା ଏବଂ ସମୟ ମଧ୍ୟ ମାଗିବାକୁ ପଡୁଥିଲା । ସେତେବେଳେ କାରଣ ଥିଲା, ଭବିଷ୍ୟତରେ ନିଜ କ୍ୟାଡ଼ର ପାଇଁ କିଛି ଦାବି ରଖିବା ତଦ୍ ସହିତ କର୍ମଚାରୀ ବିରୋଧୀ ସରକାରୀ ନିଷ୍ପତ୍ତି ର ପ୍ରତିବାଦ କରିବା । କୌଣସି ସୂତ୍ରରୁ ଖବର ପାଇଲେ କର୍ମଚାରୀ ମାନେ ଏକାଠି ହୋଇ ଯାଉଥିଲେ। 
ବର୍ତ୍ତମାନ -
ଆଜି ସରକାର ନ' ତାଲା - ସଚିବାଳୟ ମିଶ୍ରଣ ପାଇଁ ରିଜୋଲ୍ୟୁସନ କାଢ଼ିଲେ । ଆମେ ଚୁପ ରହିଲେ ।କାଲି ସୁଧା ସରକାରୀ କର୍ମଚାରୀଙ୍କ ଚାକିରୀ ସର୍ତ୍ତାବଳୀ ରେ ପରିବର୍ତନ ପାଇଁ ସବୁ ଆସୋସିଏସନ ମାନଙ୍କୁ ମତାମତ ଦେବା ପାଇଁ ସରକାର(ସାଧାରଣ ପ୍ରଶାସନ ବିଭାଗ) ତରଫରୁ ପତ୍ର ଲେଖାଯାଇଛି । ଆଜି ଶେଷ ତାରିଖ । ହେଲେ ଟିକିଏ ବି କେହି ତତ୍ପର ହେଲା ପରି ଲାଗୁନାହାନ୍ତି । ଏକ ପ୍ରକାର ଗୋଷ୍ଠୀବାଦ ସୃଷ୍ଟି ହୋଇସାରିଛି। ଯଥା: ସାଧାରଣ ବର୍ଗ- ସଂରକ୍ଷିତ ବର୍ଗ ଏବଂ ସିନିୟର-ଜୁନିୟର। ଯେତେବେଳେ ଯେଉଁ ପକ୍ଷର କିଛି ଅସୁବିଧା ହୁଏ, କେବଳ ସେହି ଗୋଷ୍ଠୀ ର କିଛି ସଦସ୍ୟ ସ୍ଵରାଷ୍ଟ୍ର ବିଭାଗ ବାରଣ୍ଡା ରେ ପଇଁତରା ମାରିବାର ଦେଖାଯାଏ । ସେହିପରି warrant of precedence ର ସଂଶୋଧନ ନିମନ୍ତେ ସ୍ଵରାଷ୍ଟ୍ର ବିଭାଗ ମତାମତ ଆହ୍ଵାନ କରିଥିଲେ ମଧ୍ୟ ସବୁ ବିଭାଗ ତରଫରୁ ସେତେଟା ତତ୍ପରତା ପରିଲକ୍ଷିତ ହେଉନାହିଁ ।

ଭବିଷ୍ୟତ-
ଯେହେତୁ ଖୁବ ଶୀଘ୍ର ସବୁ ବିଭାଗର ମୁଖ୍ୟ ବିଭାଗୀୟ କାର୍ଯ୍ୟାଳୟ ସହିତ ମିଶ୍ରଣ ପ୍ରକ୍ରିୟା ସଂପନ୍ନ ହେବାକୁ ଯାଉଛି, ତେଣୁ ଉଭୟ ନ'ତାଲା ଓ ସଚିବାଳୟ କର୍ମଚାରୀ ସମାନ ପଦ ମର୍ଯ୍ୟଦାର ଅଧିକାରୀ ହେବେ । ଉଭୟଙ୍କ କ୍ୟାଡ଼ର ସ୍ଵାଧୀନ ଭାବେ ଚାଲିଲେ ମଧ୍ୟ ଭବିଷ୍ୟତରେ କର୍ମଚାରୀ ସଂଗଠନ ଗୋଟିଏ ହୋଇପାରେ । ତା ପରବର୍ତ୍ତୀ ଅବସ୍ଥା କେବଳ ଆମ୍ଭେମାନେ ହିଁ ଭୋଗ କରିବା ।