Saturday 16 November 2019

ବିବାଦର ଅନ୍ତ - ସଚିବାଳୟରେ ୧୯୯ ଉପବିଭାଗ ଅଧିକାରୀ ଙ୍କ ପଦୋନ୍ନତି

ବିଧି ବିଭାଗ ମତ ଏବଂ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ନିଷ୍ପତ୍ତି ଅନୁଯାୟୀ, ବରିଷ୍ଠତା ଭିତ୍ତିରେ ଆଗରେ ଥିବା ୧୯୮୩-୮୪ ବ୍ୟାଚର ତଫସିଲଭୁକ୍ତ ଜାତିର ଉପବିଭାଗ ଅଧିକାରୀଗଣ, ତଫସିଲଭୁକ୍ତ ଜାତି ନିମନ୍ତେ ଆବଶ୍ୟକ ପଦବୀ ଖାଲି ନ ଥିବାରୁ, ସାଧାରଣ ବର୍ଗ ନିମନ୍ତେ ଉଦ୍ଦିଷ୍ଟ ଡେସ୍କ ଅଧିକାରୀ ପଦବୀ ପାଇଁ ପଦୋନ୍ନତି ପାଇବାକୁ କରିଥିବା ଦାବି ସରକାର ଗ୍ରହଣ କଲେନାହିଁ । ସେହି ସ୍ଥାନରେ ୧୯୯୧-୯୨ ବ୍ୟାଚର ସାଧାରଣ ବର୍ଗ ଅଧିକାରୀ ଙ୍କୁ ପଦୋନ୍ନତି ମିଳିଛି । 

ପରିଶେଷରେ, ପଦୋନ୍ନତି ପାଇଁ ସଚିବାଳୟର ସାଧାରଣ ବର୍ଗ ତଥା ତଫସିଲଭୁକ୍ତ ଜାତି ଓ ଜନଜାତି ବର୍ଗର କର୍ମଚାରୀଙ୍କ ମଧ୍ୟରେ ଚାଲିଥିବା ଆଇନ / ନିୟମ ଛକାପଞ୍ଝାର ଅନ୍ତ ଘଟିଛି। ଖାଲିଥିବା ଡେସ୍କ ଅଧିକାରୀ ପଦବୀ ପାଇଁ ୧୯୯ ଉପବିଭାଗ ଅଧିକାରୀଙ୍କ ତାଲିକା ସ୍ଵରାଷ୍ଟ୍ର ବିଭାଗ ତରଫରୁ ପ୍ରକାଶ ପାଇଛି । ଏଥିମଧ୍ୟରୁ ୩୨ ଜଣଙ୍କର ବିଭାଗ ପରିବର୍ତ୍ତନ କରାଯାଇଥିବା ବେଳେ ଅନ୍ୟ ମାନଙ୍କୁ ନିଜ ନିଜ ବିଭାଗର ଖାଲି ପଦବୀ ଅନୁସାରେ ରଖାଯାଇଛି । ସେହିପରି ପଦୋନ୍ନତି ପାଇଥିବା ମୋଟ ୧୯୯ ଜଣଙ୍କ ମଧ୍ୟରୁ ୧୩୯ ଜଣ ସାଧାରଣ ବର୍ଗ (UR), ୨୩ ଜଣ ତଫସିଲଭୁକ୍ତ ଜାତି (SC) ଏବଂ ୩୭ ଜଣ ତଫସିଲଭୁକ୍ତ ଜନଜାତି (ST) ବର୍ଗର ଅଟନ୍ତି । ଏହି ପଦୋନ୍ନତି ପରେ ସଚିବାଳୟରେ ଡେସ୍କ ଅଧିକାରୀ ଓ ତଦୁର୍ଦ୍ଧ ପଦବୀରେ ମଞ୍ଜୁରୀ ପ୍ରାପ୍ତ ପଦବୀ ସଂଖ୍ୟା ଅନୁସାରେ ପ୍ରାୟ ପୂରଣ ହୋଇଗଲା ବୋଲି ଭାବିବାକୁ ହେବ । ସେପଟେ ସହାୟକ ଉପବିଭାଗ ଅଧିକାରୀ ମଧ୍ୟ ଭଲ ସଂଖ୍ୟାରେ ଅଛନ୍ତି । କିନ୍ତୁ ଉପବିଭାଗ ଅଧିକାରୀ ପଦବୀ ବହୁସଂଖ୍ୟାରେ ଖାଲି ରହିଯିବ । କାରଣ, ସେ ପଦବୀ କୁ ଯିବା ପାଇଁ ନବନିଯୁକ୍ତ ପ୍ରାୟ ୧୪୦୦ ସହାୟକ ଉପବିଭାଗ ଅଧିକାରୀଙ୍କ ଯୋଗ୍ୟତା  (୮ ବର୍ଷ ଚାକିରୀ) ହୋଇନାହିଁ । ତେଣୁ ଏହିପଦବୀ ଖାଲି ରହିବା ସ୍ଵଭାବିକ ।

ମୋଟ ପଦୋନ୍ନତି - 199
UR = 139 
         Batch 1982-83 & 83-84 = 46
         Batch 1991-92 = 79
         RAS 1992 = 8
         RAS 1994 = 6
SC = 23
        Batch 1982-83 & 83-84 = 22
        Spl. Recruitment 1980-81 = 1
ST = 37
        Batch 1991 - 92 = 5
        Batch 1996 - 97 = 30
        Induction 2001 = 2

ସେହିପରି ନିର୍ମାଣ ବିଭାଗରେ ବର୍ତ୍ତମାନର ୧୬ ଉପବିଭାଗ ଅଧିକାରୀ ମଧ୍ୟରୁ ୭ ଜଣ ପଦୋନ୍ନତି ପାଇଛନ୍ତି ଏବଂ ତନ୍ମଧ୍ୟରୁ ୨ ଜଣ ଅନ୍ୟତ୍ର ବଦଳି ଆଦେଶ ପାଇଛନ୍ତି। ଫଳରେ ଏହି ବିଭାଗର ମଞ୍ଜୁରୀ ପ୍ରାପ୍ତ ୧୧ଟି ଡେସ୍କ ଅଧିକାରୀ ପଦବୀ ପୂରଣ ହୋଇଯିବା ବେଳେ ମଞ୍ଜୁରୀ ପ୍ରାପ୍ତ ୧୯ଟି ଉପବିଭାଗ ଅଧିକାରୀ ପଦବୀରୁ ୧୦ ଟି ପଦବୀ ଖାଲି ରହିଲା । 

ନିର୍ମାଣ ବିଭାଗରୁ ପଦୋନ୍ନତି ପାଇଥିବା ଅଧିକାରୀ-
୫୨ - ପ୍ରଶାନ୍ତ କୁମାର ସାହୁ ( (W&CD and MS)
୮୮ - ମନୋଜ କୁମାର ସଡ଼ଙ୍ଗୀ (Works)
୯୦ - ପ୍ରଫୁଲ୍ଲ କୁମାର ବେହେରା (Works)
୧୦୨- ସନ୍ତୋଷ କୁମାର ନନ୍ଦ (Works)
୧୨୬ - ଲୋକନାଥ ଦାସ (Works)
୧୪୨ - ଶ୍ରୀମତୀ ଜ୍ୟୋତ୍ସ୍ନାମୟୀ ଖୁଣ୍ଟିଆ (GA&PG)
୧୭୦ - ଶ୍ରୀମତୀ ସୁପ୍ରଭା ପାତ୍ର (Works)