Sunday 23 January 2022

Secretariat ASO Recruitment 2021 : Be ready for tough competition

ଜାନୁଆରୀ ୩୧ ତାରିଖ ଦିନ ଓପିଏସସିର ଏଏସ୍ଓ ନିଯୁକ୍ତି ବିଜ୍ଞାପନ ଅନେକଙ୍କ ମୁହଁ ରେ ହସ ଆଣିଦେଇଥିଲା ବେଳେ ଏତେ ଗୁଡିଏ ପଦବୀ ଦେଖି ବୟସ କାରଣରୁ ବଞ୍ଚିତ ହୋଇଥିବା କିଛି ପିଲାମାନଙ୍କୁ ନୈରାଶ୍ୟ ଆଣିଥିଲା। କିନ୍ତୁ ପୁଣି କିଛି ଦିନ ପରେ ସରକାର ଙ୍କ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି କ୍ରମେ ଉପର ବୟସ ସୀମା ୩୨ ରୁ ୩୮ କୁ ବ୍ରୁଦ୍ଧି କରାଗଲା। ଫଳରେ ପୁଣି ଆଶାୟୀ ମାନଙ୍କ ସମୀକରଣ ବଦଳିଯାଇଛି। ଗୋଟିଏ ଅର୍ଥ ରେ କହିଲେ, ପ୍ରତିନ୍ଦ୍ୱଦିତା ବଢିଯିବ। 
ଯଦି ୨୦୧୨ ମସିହାର ବିଜ୍ଞାପନ କଥା ଆଲୋଚନା କରିବା, ସମାନ ଧରଣର କଥା ହୋଇଥିଲା। ୨୦୧୪ ରେ ସଂଶୋଧିତ ଖାଲି ପଦବୀ ପ୍ରକାଶ ପାଇବା ପରେ, ଆଉଥରେ ଆବେଦନ ପାଇଁ ସୁଯୋଗ ମିଳିଥିଲା। ଦୀର୍ଘ ୨୦ ବର୍ଷ ପରେ ପରୀକ୍ଷା ହୋଇଥିବାରୁ ପ୍ରାୟ ଛୋଟରୁ ବଡ ସମସ୍ତଙ୍କୁ ସୁଯୋଗ ମିଳିଥିଲା। ବିଭିନ୍ନ ଚାକିରୀ ରେ ଅବସ୍ଥାପିତ ହୋଇ ମଧ୍ଯ ଅଧିକାଂଶ ପିଲା ପରୀକ୍ଷା ଦେଇଥିଲେ ଏବଂ କ୍ରୁତକାର୍ଯ୍ୟ ମଧ୍ଯ ହୋଇଥିଲେ। ସେତେବେଳର ପରୀକ୍ଷା ଦେଇଥିବା ପିଲାମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ପ୍ରଥମତଃ ପୂର୍ବ ପରୀକ୍ଷା ପ୍ରଶ୍ନ ଉପଲବ୍ଧ ନଥିଲା। ତେଣୁ କିଭଳି ପ୍ରଶ୍ନ ଆସିବ ସେନେଇ ସମସ୍ତେ ସନ୍ଦିହାନ ଥିଲେ। ପରୀକ୍ଷା ତାରିଖ ନେଇ ଅନିଶ୍ଚିତତା ଲାଗିରହିଥିବାରୁ ପ୍ରସ୍ତୁତି ମଧ୍ଯ ସେହି ଧରଣର କରୁନଥିଲେ। ବିଭିନ୍ନ ନ୍ୟାୟିକ ମାମଲାରେ ଛନ୍ଦିହୋଇ ଶେଷରେ ୨୦୧୫ ନଭେମ୍ବର ରେ ପରୀକ୍ଷା ହେଲା। ତେବେ କ୍ରୁତକାର୍ଯ୍ୟ ହୋଇପାରିନଥିବା ପିଲାମାନଙ୍କ ବଡ ଅଭିଯୋଗ ଥିଲା ଯେ, କମ୍ପୁଟର ଥିଓରି ୧୦୦ ମାର୍କ ଥିବାରୁ ଏହା କେବଳ ବିଟେକ ପିଲାମାନଙ୍କ ସପକ୍ଷରେ ଗଲା। ନିୟମିତ ଭାବେ ସରକାରୀ ଚାକିରୀ ପାଇଁ ପ୍ରସ୍ତୁତ ହେଉଥିବା ଏହି ଅଭିଜ୍ଞ ଗୋଷ୍ଠୀ ଗଣିତରେ ମଧ୍ଯ ଫେଲ ମାରିଥିଲେ। ସବୁବେଳେ R.S.Agrawal ର Quantitative Aptitude ପଢି କଣ୍ଠସ୍ଥ କରିଥିବା ସତ୍ତ୍ବେ ହଠାତ୍ ବିଜଗଣିତରୁ ସମସ୍ତ ପ୍ରଶ୍ନ ଦେଖି ହଡବଡେଇ ଯାଇଥିଲେ ଏହି ଗୋଷ୍ଠୀର ପିଲାମାନେ। ବିଫଳ ମଧ୍ଯ ହେଲେ।
ଏଠାରେ କହିବାର ଲକ୍ଷ୍ଯ ଯେ, ଆସନ୍ତା ପରୀକ୍ଷାରେ ପ୍ରଶ୍ନ ପାଇଁ ସେମିତି କିଛି ନୂତନତ୍ଵ ଆଶା କରିବା ନାହିଁ। କିନ୍ତୁ ବୟସ ହେତୁ ପରୀକ୍ଷା ଦେଇ ନପାରିବା ଆଶଙ୍କା ରେ ଅନେକ ପାଠ ପଢା ଛାଡିଦେଇଥିଲେ। କିନ୍ତୁ ପୁଣି ସମସ୍ତେ ଜାଗ୍ରତ ହେଲେଣି। ୨୦୧୮ ପରୀକ୍ଷାରେ ପ୍ରାୟ ଦୁଇ ଲକ୍ଷ ପରୀକ୍ଷାର୍ଥୀ ଥିବାବେଳେ, ୨୦୨୧ ରେ ଏହି ସଂଖ୍ଯା ପ୍ରାୟ ୩ ଲକ୍ଷ ଛୁଇଁବା ଆଶା କରିବା। ହେଲେ ଏହା ମଧ୍ଯ ମନେରଖିବା ଯେ, ସବୁବେଳେ ବାସ୍ତବିକ ପ୍ରତିନ୍ଦ୍ୱଦିତା କରୁଥିବା ପିଲାଙ୍କ ସଂଖ୍ଯା ୨୦-୩୦ହଜାର । ତେଣୁ କୌଣସି ଲୋକଙ୍କ କଥାରେ ବିଚଳିତ ହୁଅନ୍ତୁ ନାହିଁ। ଯେତେ ପରୀକ୍ଷାର୍ଥୀ ହୁଅନ୍ତୁ ନା କାହିଁକି, ନିଜେ ଟାର୍ଗେଟ ରଖନ୍ତୁ ୬୫% ମାର୍କ ରଖିବା ପାଇଁ। ୭୯୬ରୁ ଗୋଟିଏ ପୋଷ୍ଟ ହିଁ ଦରକାର। ପୂର୍ବ ବର୍ଷ ପ୍ରଶ୍ନ ଅଛି, ପରୀକ୍ଷା ଶୈଳୀ ମଧ୍ଯ ଜଣାଅଛି। ତେଣୁ ସିଲାବସ ଅନୁଯାୟୀ ପଢନ୍ତୁ, ଅଭ୍ୟାସ କରନ୍ତୁ। 
ଆସନ୍ତା ପରୀକ୍ଷା ପର୍ୟ୍ଯନ୍ତ ଅନେକ କଥାକୁ ତ୍ଯାଗ କରନ୍ତୁ, କେବଳ ପଢନ୍ତୁ। ୬୦ ଦିନର ଅକ୍ଲାନ୍ତ ପରିଶ୍ରମ ଏମିତି କରନ୍ତୁ ଯେମିତି ୬୦ ବର୍ଷ ଯାଏ ଖୁସିରେ ବଞ୍ଚି ପାରିବେ। 

2 comments:

Unknown said...

Very Inspiring... Thank you Sir

Unknown said...

Sir, Although a candidate secures 250 in aggregate (A S O Preliminary), yet his score is 0 in GK, then what is the chance of his selection?