Sunday 30 January 2022

Secretariat ASO Recruitment 2021 : Clarification on Marking System and vacancy

ସଚିବାଳୟର ସହକାରୀ ଉପବିଭାଗ ଅଧିକାରୀ (ଏଏସ୍ଓ) ପଦବୀ ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଚାଲୁ ରହିଛି। ଆଶା କରେ, ସମସ୍ତ ଆଶାୟୀ ପରୀକ୍ଷାର୍ଥୀ ଜୋରଦାର ପ୍ରସ୍ତୁତି ଜାରି ରଖିଥିବେ । ଇତି ମଧ୍ୟରେ କିଛି କିଛି ପିଲାମାନଙ୍କ ମଧ୍ୟରେ ପରୀକ୍ଷା ତଥା ଖାଲି ପଦବୀ ନେଇ ଦ୍ୱନ୍ଦ୍ୱ ରହିପାରେ। ସେଥିମଧ୍ୟରୁ କିଛି ନିମ୍ନରେ ପ୍ରଦାନ କରାଗଲା। 

ଖାଲି ପଦବୀ କେତେ? 

ଗତ ଏକ ବର୍ଷ ଧରି ଏଏସ୍ଓ ବିଷୟରେ ବାରମ୍ବାର ପଚାରୁଥିବା ମୋର ଜଣେ ସଂପର୍କୀୟଙ୍କ ଝିଅ ଏପର୍ଯ୍ୟନ୍ତ ଆବେଦନ କରିନାହିଁ। ସେ  SEBC- Women ଅନ୍ତର୍ଗତ ହୋଇଥିବାରୁ କୌଣସି ଏକ ଅନାମଧ୍ୟେୟ ଓ୍ୱେବସାଇଟ ପଢି ସେ ମୋତେ ହତୋତ୍ସାହିତ ହୋଇ କହିଲା, ଭାଇ ମୋ ପାଇଁ ମାତ୍ର ୨୧ଟି ପୋଷ୍ଟ ବାହାରିଛି। ମୁଁ ଏତେ ପଣ୍ଡିତ ନୁହେଁ ଯେ, ସହଜରେ ଚାକିରୀ ଗୋଟେ ପାଇପାରିବି। ତେଣୁ ଆବେଦନ କରିବି ନାହିଁ। ଏମିତି ଆଉ କିଛି ପିଲା ଅଛନ୍ତି, ସେମାନେ ସଂପୂର୍ଣ୍ଣ ୭୯୬ ପଦବୀ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ମଧ୍ଯ ଭାବନ୍ତି । ତେଣୁ ଏହି ଖାଲି ପଦବୀ ବିଷୟରେ କମ୍ ଧାରଣା ଥିବା ପିଲାମାନଙ୍କ ଉଦ୍ଦେଶ୍ଯରେ ଆଜିର ଏହି ଆଲେଖ୍ୟ। 

ସବୁ ସମୟ ପରି ପୁଣି ଥରେ କହିରଖେ, ଆଗାମୀ ଏଏସ୍ଓ ପରୀକ୍ଷା ପାଇଁ କୌଣସି ପ୍ରକାର ଜିଜ୍ଞାସା ଥିଲେ ଓପିଏସସିର ନିଯୁକ୍ତି ବିଜ୍ଞାପନ କୁ ହିଁ ପଢନ୍ତୁ। ତାହା ହିଁ ସବୁଠାରୁ ଠିକ ସୂଚନା ଦେଇପାରିବ। 


ସାଧାରଣ ଭାଷାରେ କହିଲେ, ଯେମିତି ଗୋଟିଏ ବସ୍ ରେ ଥିବା ୪୫ ସିଟରୁ  ପ୍ରଥମରୁ କିଛି ସିଟ ପାଇଁ Ladies, MLA, PwD  ବୋଲି ଲେଖାଥାଏ।  ଅର୍ଥାତ୍ ଏହି ସିଟ ଗୁଡିକ ସଂରକ୍ଷିତ (Reserved) ଓ ଅନ୍ୟ ସିଟ  ସବୁ ଅଣ ସଂରକ୍ଷିତ (Unreserved). 

ଯେତେବେଳେ ହଠାତ୍ କିଛି ଲୋକ ବସ୍ ରେ ଚଢିବେ, Ladies  ସିଟ ଖାଲି ଥିଲେ ମଧ୍ଯ ଯଦି ଅନ୍ୟ ସିଟ ସବୁ ଅଧିକ୍ରୁତ  ହୋଇସାରିଛି ତେବେ ଜଣେ ପୁରୁଷ ଯାତ୍ରୀ ଛିଡା ହୁଏ ପଛକେ, କିନ୍ତୁ ମହିଳା ଙ୍କ ପାଇଁ ସଂରକ୍ଷିତ ଆସନରେ ବସେ ନାହିଁ। 

କିନ୍ତୁ ଯଦି ଯଣେ ମହିଳା ଉକ୍ତ ବସରେ ଚଢି ଦେଖେ ଯେ, ସବୁ ମହିଳା ସିଟ ଅଧିକ୍ରୁତ ହୋଇସାରିଛି ଅଥଚ ପଛରେ ଅନ୍ୟ ସିଟ କିଛି ଖାଲି ଅଛି ତେବେ ସେ ସେଠାରେ ଯାଇ ବସି ପଡେ। କାରଣ ସେ ସବୁ  unreserved. 

ଏସବୁର ସାରାଂଶ ହେଲା, reserved seat  ରେ କେବଳ ସେହି ବର୍ଗର ଲୋକବସିପାରିବେ  କିନ୍ତୁ unreserved seat  ରେ ଯେକୌଣସି ଲୋକବସିପାରିବେ  । 

ଆଗାମୀ ଏଏସ୍ଓ ନିଯୁକ୍ତି ରେ ଯଦି କ୍ୟାଟେଗୋରି ଅନୁଯାୟୀ ଦେଖିବା, ତେବେ ୨୬୫ ପଦବୀ ମହିଳା ଙ୍କ ପାଇଁ ସଂରକ୍ଷିତ। କିନ୍ତୁ ଯଦି ଅଧିକ ମାର୍କ ରୁହେ ତେବେ ଅଧିକ ମହିଳା ମଧ୍ଯ ରହିପାରିବେ। ସେହିପରି ଜଣେ ପରୀକ୍ଷାର୍ଥୀ ମନରେ ଧାରଣା ଆସିପାରେ ଯେ, UR ପାଇଁ ୪୪୭ ପଦବୀ ଥିଲାବେଳେ SEBC  ପାଇଁ ମାତ୍ର ୬୨ ପଦବୀ ଅଛି। ତେଣୁ  କିଛି SEBC  ପରୀକ୍ଷାର୍ଥୀ କମ୍ ପଦବୀ ଭାବି ଆବେଦନ ବେଳେ UR  ବୋଲି ଲେଖି ଦେଇପାରନ୍ତି।  ଏଭଳି ଭୁଲ କରନ୍ତୁ ନାହିଁ। ନିଜର କ୍ଯାଟେଗୋରୀ ଅନୁସାରେ UR/SEBC/SC/ST  ଲେଖନ୍ତୁ। 

ଚୟନ ପ୍ରକ୍ରିୟା : ସଂପୂର୍ଣ୍ଣ ପରୀକ୍ଷା ପାଇଁ ଆବେଦନ କରିଥିବା ସବୁ ପିଲାମାନଙ୍କୁ ମାର୍କ ଅନୁଯାୟୀ ମେରିଟ ଲିଷ୍ଟ ପ୍ରସ୍ତୁତ କରାଯାଏ। ପ୍ରଥମେ କୌଣସି ସଂରକ୍ଷଣ ହିସାବ କରାଯାଏ ନାହିଁ । ଯଦି ଜଣେ  SC-Woman ପରୀକ୍ଷା ରେ ସର୍ବୋଚ୍ଚ ମାର୍କ ରଖେ ତେବେ ସେ ପିଲାକୁ  unreserved ର ପ୍ରଥମ ସିଟ ମିଳେ। ଏହିପରି ପ୍ରଥମେେ ୪୪୭ ଜଣ ପିିିିିିଲା ଚୟନ ପରେ, SEBC, SC, ST  ମାନଙ୍କ ର ଅଲଗା ଅଲଗା ମେରିଟ ଲିଷ୍ଟ ତିଆରି କରାଯାଇ ସେମାନଙ୍କ ପାଇଁ ସଂରକ୍ଷିତ ପଦବୀ ଆବଣ୍ଟିତ କରାଯାଏ।  ଆଉ ଯାହା ବୈଷୟିକ ପ୍ରକ୍ରିୟା ଅଛି, ସାଧାରଣରେ ବୁଝାଇ ହେବ ନାହିଁ। ତେଣୁ ଅଯଥା ଦ୍ୱନ୍ଦ୍ୱ ମଧ୍ୟରେ ନରହି, ଏହିଭଳି ଏକ ଗୁରୁତ୍ବପୂର୍ଣ୍ଣ ପଦବୀ ତଥା ବହୁ ସଂଖ୍ଯକ ଖାଲି ପଦବୀର ନିଯୁକ୍ତି ପ୍ରକ୍ରିୟା ରେ ଅଂଶ ଗ୍ରହଣ କରି ନିଜର ଯୋଗ୍ୟତା ତଥା ପରିଶ୍ରମ ବଳରେ ଗୋଟିଏ ପଦବୀ ହାସଲ କରିବାକୁ ଚେଷ୍ଟା କରନ୍ତୁ। 

Marking System :  ଯଦିଓ ୪୦୦ ନମ୍ବରରୁ ଅତିକମରେ ୨୫୦ ନମ୍ବର ଆବଶ୍ଯକ ବୋଲି କୁହାଯାଏ,, କିନ୍ତୁ କେହି ଜଣେ ପଚାରିଥିଲେ ଯେ, ଯଦି ୩ଟି ବିଷୟରେ ୨୫୦ ମାର୍କ ରଖି ସାଧାରଣ ଜ୍ଞାନ ରେ ଶୂନ୍ଯ (୦) ନମ୍ବର ରଖେ ତେବେ ପରୀକ୍ଷା ରେ ପାସ ହେବ କି ନାହିଁ? ନିଯୁକ୍ତି ବିଜ୍ଞାପନ ଅନୁୁୁୁୁସାରେ ସବୁ ବିଷୟର Qualifying mark  ଓପିଏସସିର ପରିସର ଭୁକ୍ତ। ତେଣୁ ବିଷୟ ଅନୁଯାୟୀ ସାରା ଓଡିଶାର ପରୀକ୍ଷାର୍ଥୀଙ୍କ ନମ୍ବରକୁ ଦେଖି କ୍ୱାଲିଫାଇଙ୍ଗ ମାର୍କ ନିର୍ଦ୍ଧାରଣ କରାଯାଏ। କିିିିନ୍ତୁ ଏତିକି ନିଶ୍ଚିତ ଯେ କୌଣସି ପେପରରେ ଶୂନ୍ଯ ରଖିଲେ ଚୟନ ପ୍ରକ୍ରିୟାରୁ ବାଦ ପଡିବାର ସମ୍ଭାବନା ଅଧିକ ଥାଏ। 

ଆବେଦନ ପାଇଁ ଶେଷ ତାରିଖ କୁ ଅପେକ୍ଷା କରନ୍ତୁ ନାହିଁ। 

2 comments:

Prasanta said...

I filled my aso application but single mistake ocuurs .my photo replace signature what to do .plz help anyone. I my very disappointed now

Unknown said...

Thank you sir!