Thursday 6 January 2022

Covid Guidelines for January 7-31

ରାଜ୍ୟର ସମସ୍ତ ସହରାଞ୍ଚଳରେ "ନାଇଟ୍ କର୍ଫ୍ୟୁ" ଏଣିକି ରାତି ୧୦ଟା ବଦଳରେ ରାତି ୯ଟାରୁ ଲାଗୁ ହେବ।

ଦ୍ବାଦଶ ଶ୍ରେଣୀ ଯାଏଁ ଶ୍ରେଣୀଗୃହ ପାଠପଢା ବନ୍ଦ ରହିବ।

ହାଟ, ଦୋକାନ ବଜାର ଇତ୍ୟାଦିରେ କୋଭିଡ୍ ନିୟମର ପାଳନ ଦୋକାନ/ମଲ୍ ଇତ୍ୟାଦି ମାଲିକଙ୍କ ଉତ୍ତରଦାୟିତ୍ଵ ରହିବ। ନିୟମ ଉଲ୍ଲଂଘନ କଲେ ୭ଦିନ ପାଇଁ ସଂପୃକ୍ତ ପ୍ରତିଷ୍ଠାନକୁ ସ୍ଥାନୀୟ ପ୍ରଶାସନ ସିଲ୍ କରିବେ।

ରାଜ୍ୟ ସରକାରଙ୍କ ଅଧିନସ୍ଥ ସରକାରୀ କାର୍ଯ୍ଯାଳୟ ଗୁଡିକ ଆସନ୍ତା ସପ୍ତାହରୁ ୫୦ ପ୍ରତିଶତ କ୍ଷମତାରେ କାର୍ଯ୍ୟ କରିବ। ସେହିପରି ରାଜ୍ୟର ଘରୋଇ ଅନୁଷ୍ଠାନ ଗୁଡିକ ସୀମିତ ସଂଖ୍ୟକ ଷ୍ଟାଫ୍‌ଙ୍କୁ ନେଇ କାମ କରିବା ସହିତ ୱର୍କ୍ ଫ୍ରମ୍ ହୋମ୍ ବିକଳ୍ପ କାର୍ଯ୍ଯକାରୀ କରିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି । 

ସରକାରୀ କାର୍ଯ୍ୟକ୍ରମରେ ସର୍ବାଧିକ ୧୦୦ ଜଣ ଅଂଶଗ୍ରହଣ କରିପାରିବେ। ଇଣ୍ଡୋର୍ କାର୍ଯ୍ୟକ୍ରମରେ ହଲ୍ କ୍ଷମତାର ୫୦ ପ୍ରତିଶତ ଲୋକଙ୍କୁ ନେଇ କାର୍ଯ୍ୟକ୍ରମ ଆୟୋଜିତ ହେବ।

ପିକ୍‌ନିକ୍, ମେଳା, ସାଂସ୍କୃତିକ କାର୍ଯ୍ୟକ୍ରମ ଇତ୍ୟାଦି ବନ୍ଦ ରହିବ।

ରାଜନୈତିକ, କ୍ରୀଡା ତଥା ଶୈକ୍ଷିକ କାର୍ଯ୍ୟକ୍ରମରେ ସର୍ବାଧିକ ୧୦୦ ଜଣ ଅଂଶଗ୍ରହଣ କରିପାରିବେ।

Click here to view / download. PDF

No comments: