Friday 14 January 2022

Secretariat ASO Recruitment 2021 : Eligibility

Welcome to all aspirants..... 
ଆଶାକରେ ସମସ୍ତେ ଭଲରେ ଥିବେ। ବହୁତ ଦିନର ପ୍ରତୀକ୍ଷା ପରେ ନିଯୁକ୍ତି ବିଜ୍ଞାପନ ବାହାରିଲା। ଏବେ ସମସ୍ତେ ନିଜ ନିଜର ସ୍ୱପ୍ନ ପୂରଣ ପାଇଁ ପ୍ରସ୍ତୁତ ହେଉଛନ୍ତି। ନିଜ ନିଜର Strategy ଅନୁସାରେ ଲାଗିପଡନ୍ତୁ। ଆସନ୍ତା ୨୦ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଏହାର ଅବ୍ୟବହିତ ପୂର୍ବରୁ କିଛି ସାଧାରଣ ସୂଚନା ଦେବାକୁ ମନେ କଲି। ଆଶାକରେ ଅନେକଙ୍କ ମନରେ ଥିବା ଦ୍ୱନ୍ଦ୍ୱ ଦୂର ହୋଇପାରିବ। 
ଆଜି ମଧ୍ଯ ମୁଁ ଦ୍ରୁଢତାର ସହ କହିପାରିବି ଯେ, ଗତ ଏକ ବର୍ଷ ଧରି ଯେଉଁ ବିଜ୍ଞାପନ ପାଇଁ ସାରା ରାଜ୍ଯ ରେ ଆଲୋଚନା, ଆଶଙ୍କା, ତର୍କ ବିତର୍କ ଲାଗିରହିଥିଲା ସେହି ବିଜ୍ଞାପନକୁ କୌଣସି ଆଶାୟୀ ପରୀକ୍ଷାର୍ଥୀ  ଏପର୍ୟ୍ଯନ୍ତ ଥରେ ହେଲେ ସଂପୂର୍ଣ୍ଣ ରୂପେ ପଢି ନାହାନ୍ତି। ସେଥିରେ ସବୁ କଥା ଲେଖାଅଛି ଏବଂ ତାକୁ ହିଁ ଅନ୍ୟ ମାନେ ୟୁଟ୍ୟୁବରେ କିମ୍ବା ସାମାଜିକ ଗଣମାଧ୍ୟମରେ ବ୍ୟାଖ୍ୟା କରନ୍ତି। ଆଗାମୀ ଦିନରେ ଏହି ୭୯୬ ପଦବୀ ପାଇଁ ହେବାକୁ ଥିବା ନିଯୁକ୍ତି ପ୍ରକ୍ରିୟା ର ପ୍ରଥମ Official  Document  ହେଉଛି ଏହି ବିଜ୍ଞାପନ। ତେଣୁ ସମୟ ବାହାର କରି ଆଜିଠାରୁ ଭଲଭାବରେ ପଢି ନିଅନ୍ତୁ ଏବଂ ବିଭିନ୍ନ Datelines,  ଆବଶ୍ଯକ documents / informationର ଚିଠା ବନାନ୍ତୁ । ଆବେଦନ ପାଇଁ ପ୍ରଥମ ଦିନରୁ ବ୍ୟସ୍ତ ହୁଅନ୍ତୁ ନାହିଁ କିମ୍ବା ଶେଷ ଦିନ ପର୍ୟ୍ଯନ୍ତ ଅପେକ୍ଷା କରନ୍ତୁ ନାହିଁ। ଅନେକ ପିଲା ଆବେଦନ କରିବା ଚକ୍କର ରେ ବହୁମୂଲ୍ଯ ସମୟ ନଷ୍ଟ କରିଦିଅନ୍ତି। ଦରକାର ଅନୁଯାୟୀ ସବୁ ପ୍ରସ୍ତୁତ କଲାପରେ ଓ୍ୱେବସାଇଟ ରେ ଆବେଦନ କରନ୍ତୁ। ଯଥାସମ୍ଭବ ସତର୍କତା ଅବଲମ୍ବନ କରନ୍ତୁ। 

ତଥାପି ଆମ୍ଭ ତରଫରୁ କିଛି ସାରାଂଶ ନିମ୍ନରେ ପ୍ରଦାନ କରାଗଲା। 

ଆବେଦନ ଆରମ୍ଭ :  20.01.2022

ଶେଷ ତାରିଖ : 

Registration / Re-registration / Fee Payment : 19.02.2022 (11.59PM) 

Submission of registered application : 25.02.2022 (11.59PM) 

ବୟସ : ବିଜ୍ଞାପନ ଅନୁସାରେ ତା.୦୧.୦୧.୨୦୨୧ରିଖ ସୁଦ୍ଧା ୨୧ ବର୍ଷ ରୁ କମ୍ କିମ୍ବା ୩୨ ବର୍ଷ ରୁ ଅଧିକ ହୋଇନଥିବା ଆବଶ୍ଯକ। କିନ୍ତୁ ନିକଟରେ ରାଜ୍ଯ କ୍ୟାବିନେଟ ୨୦୨୧, ୨୦୨୨ ଓ ୨୦୨୩ ମସିହାରେ ପ୍ରକାଶ ପାଇଥିବା କିମ୍ବା ପାଇବାକୁ ଥିବା ନିଯୁକ୍ତି ବିଜ୍ଞାପନ ଗୁଡିକ କ୍ଷେତ୍ରରେ ଉଚ୍ଚ ବୟସ ସୀମାକୁ ୩୮ ବର୍ଷ ପର୍ୟ୍ଯନ୍ତ ବର୍ଦ୍ଧିତ କରିଛନ୍ତି। 
ତେଣୁ ଆବେଦନ ପାଇଁ ବୟସ ସୀମା (ତା. ୦୧.୦୧.୨୦୨୧ରିଖ ସୁଦ୍ଧା) ନିିିିମ୍ନରେ ପ୍ରଦାନ କରାଗଲା। 
  • ସର୍ବନିମ୍ନ ବୟସ ସୀମା :  
All Category : 21 Years 
(Should not born later than 01.01.2000) 
  • ଉଚ୍ଚ ବୟସ ସୀମା ;
UR (Male) :  38 Years 
(Should not born before 02.01.1983) 

  •  ଉଚ୍ଚ ବୟସ ସୀମାରେ କୋହଳ; 

SC/ST/SEBC/Women/Ex-Serviceman : 43 Years (38+5) 

PwD - UR : 48 Years (38+10)
PwD - SC/ST/SEBC : 53 Years (38+10+5)

 

ଶିକ୍ଷାଗତ ଯୋଗ୍ୟତା :  Bachelor Degree in any discipline from a recognised University with adequate Computer Knowledge. 

ଅର୍ଥାତ୍ ଆବେଦନକାରୀ ଯେକୋଣସି ବିଷୟ ରେ ସ୍ନାତକ ହାସଲ କରିଥିବା ଆବଶ୍ଯକ। କିନ୍ତୁ କମ୍ପୁଟର ଜ୍ଞାନ ଥିବା ଦରକାର। ଏଠାରେ ସମସ୍ତେ ନିଶ୍ଚିତ ହେବା ଦରକାର ଯେ, କମ୍ପୁଟର ଶିକ୍ଷା ସମ୍ବନ୍ଧିତ କୌଣସି ସାର୍ଟିଫିକେଟ ର ଆବଶ୍ଯକତା ନାହିଁ। ପିଲାମାନେ ଅକାରଣରେ କୌଣସି ଅନୁଷ୍ଠାନ ଯାଇ ଅଯଥା ଟଙ୍କା ଖର୍ଚ୍ଚ କରି କମ୍ପୁଟର ସାର୍ଟିଫିକେଟ ପଛରେ ସମୟ ନଷ୍ଟ କରନ୍ତୁ ନାହିଁ। ଆପଣଙ୍କ କମ୍ପୁଟର ଜ୍ଞାନ ପ୍ରାକ୍ଟିକାଲ ପରୀକ୍ଷା (Skill Test) ରେ ଜଣାପଡିବ। 

Keep ready before Registration:

1. Mobile Number

2. E-mail ID

3. Passport Photo (Scanned) 

4. Signature (Scanned) 

5. Left hand thumb impression (Scanned) 

6. Aadhar Card Number

7. Matriculation Certificate 

8. Intermediate Certificate

9. Graduation Certificate

10. Caste Certificate (ST/SC/SEBC)*

11. PwD Certificate*

12. Debit Card / Net Banking for payment


Notes : 

ପ୍ରଶ୍ନ : ଜଣେ ପରୀକ୍ଷାର୍ଥୀ ୦୧.୦୧.୨୦୨୧ ପରେ ସ୍ନାତକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ଆବେଦନ କରି ପାରିବ କି? 

ଉତ୍ତର : ହଁ, ଆବେଦନ କରିବା ଶେଷ ତାରିଖ (୨୫.୦୨.୨୦୨୨) ସୁଦ୍ଧା ସ୍ନାତକ ପରୀକ୍ଷା ସାର୍ଟିଫିକେଟ ହାସଲ କରିଥିବା ଆବଶ୍ଯକ। ସେହିପରି ଅନ୍ୟ ଦରକାରୀ ଦସ୍ତାବିଜ ମଧ୍ଯ ଆବେଦନ ଶେଷ ତାରିଖ ସୁଦ୍ଧା  ଉପଯୁକ୍ତ ଅଧିକାରୀ ଙ୍କ ଦ୍ୱାରା ଜାରି ହୋଇଥିବା ଆବଶ୍ଯକ। 

ପ୍ରଶ୍ନ : SEBC Certificate  କେତେ ଦିନ ଭିତରେ ଜାରି ହୋଇଥିବା ଦରକାର? 

ଉତ୍ତର : ଆବେଦନ କରିବା ଶେଷ ତାରିଖ (୨୫.୦୨.୨୦୨୨) ର ତିନି ବର୍ଷ ଭିତରେ ଜାରି ହୋଇଥିବା ଆବଶ୍ଯକ। ଅର୍ଥାତ୍ ୨୫.୦୨.୨୦୧୯ ପୂର୍ବରୁ ଜାରି ହୋଇଥିବା ସାର୍ଟିଫିକେଟ ଖାରଜ ହୋଇଯିବ। କିନ୍ତୁ SEBC certificate ବଦଳରେ OBC Certificate ଗ୍ରହଣୀୟ ନୁହେଁ। 


1 comment:

Prasanta said...

My matric cert. Mother no spelling mistake what to do