Sorry to inform all that one of our member in OSS Cadre, Sri Sibaram Hembram, Additional Secretary, S&ME Dept has passed away last night due to Heart Attack. Shri Hembram was to retire from service on 31.07.2029.
We pray god that may the soul find eternal peace and his family have patience during this time.

1 comment:
ଓଡିଶା ସରକାରଙ୍କ ଅଧୀନରେ କାମ କରୁଥିବା ସମସ୍ତ କାର୍ଯ୍ୟରତ ଅଧିକାରୀ ଭାଇ ଓ ଭଉଣୀ ମାନଙ୍କୁ ମୋର ଭୂମିଷ୍ଠ ପ୍ରଣାମ । ମୋର ସମସ୍ତଙ୍କୁ ଏତିକି ଅନୁରୋଧ କି ଯେମିତି ଗୋଟେ କର୍ମଚାରୀ ବଞ୍ଚି ଥିବାବେଳେ ତା ପ୍ରତି ସନମାନ , ଶ୍ରଦ୍ଧା ଓ ସହାନୁଭୁତି ରହୁଛି ସେହିପରି ସେହି କର୍ମଚାରୀ ର ଅକାଳ ମୃତ୍ୟୁ ପରେ ଉକ୍ତ କର୍ମଚାରୀ ପ୍ରତି ସେହି ଭାବ ରହିବା ନୀହାତି ଆବଶ୍ୟକ । ଗୋଟେ କର୍ମଚାରୀ ର ଯେଉଁ ସବୁ ମୌଳିକ ଅଧିକାର ତା ଯେମିତି କ୍ଷ୍ଯୁନ ନ ହେଉ ସେଥିପ୍ରତି ସବୁ କର୍ମଚାରୀ ସଜାଗ ହେବା ନିତ୍ୟାନ୍ତ ଆବଶ୍ୟକ । ସେଥିପାଇଁ ସବୁ କର୍ମଚାରୀ ଏକଜୁଟ ହେବାକୁ ପଡିବ । ତତ୍କାଳୀନ ସରକାରଙ୍କ ଦ୍ଵାରା ୧୭.୦୨.୨୦୨୦ ମସିହାରେ ସମସ୍ତ ସରକାରୀ କର୍ମଚାରୀ ଙ୍କ ପାଇଁ ଏକ ନିୟମ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଦ୍ଵାରା ଏକ ନିୟମ ପ୍ରଣୟନ କରାଗଲା ଯାହାକି ହେଉଛି OCS (Rehabilitation Assistance) Scheme Rule 2020 । ଏହା ଏକ ନିୟମ ନୁହେଁ ଏହା ହେଉଛି ଗୋଟେ କର୍ମଚାରୀର ମୃତ୍ୟୁ ପରେ ତା ପରିବାର ରୁ ଜଣଙ୍କୁ ମିଳୁଥିବା ଅନୁକମ୍ପା ମୂଳକ ନିଯୁକ୍ତି ରୁ ବଞ୍ଚିତ କରିବା ପାଇଁ ଷଡଯନ୍ତ୍ର ଥିଲା । କିନ୍ତୁ କୌଣସି କର୍ମଚାରୀ ସଂଘ ଏହା କୁ ଦ୍ରୁଷ୍ଟି ଦେଲେ ନାହିଁ ଯାହାର ପରିଣତି ଆଜି ବି ମୃତ କର୍ମଚାରୀ ଙ୍କ ପରିବାର ଭୋଗୁଛନ୍ତି । ଚଳିତ ସରକାର କେସ ରୁ ବଞ୍ଚିବା ପାଇଁ ତରବାରିଆ ଭାବରେ ଏକ ବିଜ୍ଞପ୍ତି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଦ୍ଵାରା ପାରିତ କାଲେ ଯାହାକି OCS (Rehabilitation Assistance) Amendment Rule 2025 ଯେଉଁଥିରେ ୧୯୯୦ ମସିହା ଠାରୁ ୨୦୨୦ ମସିହା ପର୍ଯ୍ୟନ୍ତ (୨୦୨୦ ନିୟମ ଲାଗୁ ହେବା ପୂର୍ବଦିନ ଦିନ ଠାରୁ ମାନେ ୧୬.୦୨.୨୦୨୦ ପର୍ଯ୍ୟନ୍ତ) ସମସ୍ତ ଆବେଦନକାରୀ ଙ୍କୁ ୧୯୯୦ ଅନୁକମ୍ପା ଥଇଥାନ ନିୟମ ଅନୁଯାଇ ନିଯୁକ୍ତି ପ୍ରଦାନ କରାଗଲା କିନ୍ତୁ କୋଭିଡ ମହାମାରୀ ପରି ଏକ ସମୟ ରେ ମରିଥିବା ସମସ୍ତ ସରକାରୀ କର୍ମଚାରୀ ଙ୍କୁ ଏହି ନୂତନ ନିୟମରୁ ବଞ୍ଚିତ କରାଗଲା । ଏହି ସବୁ ଜିନିଷ କୁ ସରକାର ଏତେ ଚତୁରତା ସହ ତିଆରି କରୁଛନ୍ତି ଯେମିଟି କୌଣସି କର୍ମଚାରୀ ଏହି ବିଷୟରେ ନ ଜାଣନ୍ତୁ । ଆଜିବି ୨୦୨୦ ମସିହାରେ ପାରିତ ନିୟମ ପାଇଁ ବହୁ କର୍ମଚାରୀ ଙ୍କ ପରିବାର ରାଜରାସ୍ଥା ରେ । କାଲୀ ଆପଣଙ୍କ ପରିବାର ର ଏ ଅବସ୍ଥା ହେବନି ବୋଲି ଅପଣ କଣ କହି ପାରିବେ ? ମୋର ଆପଣଙ୍କ ଜରିଆରେ ଏତିକି ଅନୁରୋଧ କି ଆପଣ ମାନେ ଟିକେ ସରକାରଙ୍କ ପାଖରେ ନିବେଦନ କରନ୍ତୁ କି ସମସ୍ତଙ୍କ ପାଇଁ ନିୟମ ସମାନ ହେଉ ୧୯୯୦ ନିୟମ ସମସ୍ତ ଙ୍କ ପାଇଁ ଲାଗୁ ହେଉ । ଆଜି ଶିବରାମ ସାର ଙ୍କ ମୃତ୍ୟୁ ହେଲା, କିଏ ଜାଣେ କାଲୀ କାହାର ମୃତ୍ୟୁ ନ ହେବ । ମୋର ଆସ ଆପଣଙ୍କ ସଂଘ ଏହା ଉପରେ ତ୍ଵରିତ ପଦକ୍ଷେପ ଗ୍ରହଣ କରିବ। ଯଦି ମୋର ଏହି ବିଷୟରେ କିଛି କହିବା ଭୁଲ ହୋଇ ଥାଏ ମୋତେ କ୍ଷମା କରିଦେବେ ।
Post a Comment