ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଗୁରୁତ୍ଵ ଦେଇ ଆୟୁଷ୍ମାନ କାର୍ଡ ମାଧ୍ୟମରେ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇଦିଆଯାଉଛି। ଯୋଜନା ଅଧିନରେ ରୋଗୀମାନେ ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବର ୩ ଦିନ ପର୍ଯ୍ୟନ୍ତ କରାଯାଇଥିବା ବିଭିନ୍ନ ସ୍ୱାସ୍ଥ୍ୟ ପରୀକ୍ଷାକୁ ଆୟୁଷ୍ମାନ କାର୍ଡରେ (Ayushman Bharat) ଅନ୍ତର୍ଭୁକ୍ତ କରିବା ନିମନ୍ତେ ଲୋକଙ୍କ ସରକାର ଦ୍ଵାରା ନିଷ୍ପତ୍ତି ନିଆଯାଇଛି।
ଏଥିସହ ହସ୍ପିଟାଲରୁ ଡିସଚାର୍ଜ ହେବା ଦିନଠାରୁ ଆଗାମୀ ୧୫ ଦିନ ପର୍ଯ୍ୟନ୍ତ ସମସ୍ତ ଔଷଧ, ଫଲୋ-ଅପ୍ ଏବଂ ଆବଶ୍ୟକୀୟ ଟେଷ୍ଟ ସମ୍ପୂର୍ଣ୍ଣ ମାଗଣାରେ ହେବ, ହସ୍ପିଟାଲ ନିଜ ତରଫରୁ ଏହି ଔଷଧ ଯୋଗାଇ ଦେବାକୁ ବାଧ୍ୟ। ଯଦି ସର୍ଜରୀ ପରେ କୌଣସି ସମସ୍ୟା ଦେଖାଦିଏ କିମ୍ବା ପୁଣିଥରେ ଭର୍ତ୍ତି ହେବାକୁ ପଡ଼େ, ତେବେ ତାହା ମଧ୍ୟ ପୂର୍ବ ପ୍ୟାକେଜ୍ ଅଧୀନରେ ଆସିବ, ଏଥିପାଇଁ କୌଣସି ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିବ ନାହିଁ।
ମାତ୍ର ଯୋଜନାରେ ତାଲିକାଭୁକ୍ତ ଥିବା କିଛି ବେସରକାରୀ ହସ୍ପିଟାଲ ଗୁଡିକରେ ହସ୍ପିଟାଲରେ ଭର୍ତ୍ତି ପୂର୍ବରୁ ଏବଂ ଚିକିତ୍ସା ପରବର୍ତ୍ତୀ ସମୟରେ କରାଯାଉଥିବା ରୋଗ ପରୀକ୍ଷା (Diagnostic) ପାଇଁ ଅର୍ଥ ଆଦାୟ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏଭଳି କାର୍ଯ୍ୟ ତୁରନ୍ତ ବନ୍ଦ କରିବା ସହ ରୋଗୀମାନଙ୍କୁ ଯୋଜନାର ସମସ୍ତ ସୁବିଧା ନିରବଚ୍ଛିନ୍ନ ଭାବେ ପ୍ରଦାନ କରିବାକୁ ସମସ୍ତ ତାଲିକାଭୁକ୍ତ ବେସରକାରୀ ହସ୍ପିଟାଲକୁ ନିର୍ଦ୍ଦେଶ ଦିଆଯାଇଛି। ନିୟମ ଉଲ୍ଲଂଘନ କିମ୍ବା ରୋଗୀଙ୍କୁ ହଇରାଣ କରିବା ଭଳି ଘଟଣାରେ ସମ୍ପୃକ୍ତ ଅନୁଷ୍ଠାନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

No comments:
Post a Comment