Tuesday, 11 August 2026

Nijukti Mela : Appointment letter to 1326 candidates of 9 departments

ସମୃଦ୍ଧ ଓ ବିକଶିତ ଓଡ଼ିଶାର ଭବିଷ୍ୟତ ଗଢ଼ିବା ଦିଗରେ ଆଉ ଏକ ନୂଆ ଅଧ୍ୟାୟ । ମାନ୍ୟବର ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରସ୍ଥିତ ରେଳ ଅଡିଟୋରିୟମ୍‌ଠାରେ ଆୟୋଜିତ ୧୬ତମ ନିଯୁକ୍ତି ମେଳାରେ ୯ଟି ବିଭାଗର ୧,୩୨୬ ଜଣ ନବନିଯୁକ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି। ରାଜ୍ୟର ଯୁବଶକ୍ତିଙ୍କ ଆଶା ଆକାଂକ୍ଷା ପୂରଣ କରିବା ସହ ସେମାନଙ୍କୁ ସ୍ୱଚ୍ଛ, ଦକ୍ଷ ଓ ଯୋଗ୍ୟତା-ଭିତ୍ତିକ ନିଯୁକ୍ତି ଯୋଗାଇ ଦେବା ଦିଗରେ ଲୋକଙ୍କ ସରକାରଙ୍କ ଉଦ୍ୟମ ଜାରି ରହିଛି । ଜୁନ୍ ୨୦୨୪ରୁ ଆରମ୍ଭ ହୋଇଥିବା ଏହି ନିଯୁକ୍ତି ଅଭିଯାନ ମାଧ୍ୟମରେ ଆଜି ପର୍ଯ୍ୟନ୍ତ ୪୫,୦୦୦ରୁ ଅଧିକ ଯୁବଗୋଷ୍ଠୀ ସରକାରୀ ସେବାରେ ନିଯୁକ୍ତ ହୋଇଛନ୍ତି।











No comments: