Friday 24 January 2020

ଗୋଟିଏ ଭଲ ଦିନ ଅପେକ୍ଷାରେ.... ଓଡ଼ିଶା ସଚିବାଳୟ ସେବା ସଂଘ

ସବୁ ନିୟମ କାନୁନକୁ  ଜଳାଞ୍ଜଳି ଦେଇ ଓସା (ଓଡ଼ିଶା ସଚିବାଳୟ ସେବା ସଂଘ) ଆଜି ସ୍ଥାଣୁ। ସାଧାରଣ ସଂପାଦକ ଓ ସଭାପତି ଦୁଇଟି ଅଲଗା ଗୋଷ୍ଠୀର ହୋଇଥିବାରୁ ସବୁ କ୍ଷେତ୍ରରେ ମନୋମାଳିନ୍ୟ ଦେଖାଗଲା। ଘଟଣା କ୍ରମରେ ଏକଜ୍ୟୁକ୍ୟୁଟିଭ୍ ବଡି ମିଟିଂ, ଜେନେରାଲ କାଉନସିଲ ମିଟିଂ କିମ୍ବା ଜେନେରାଲ ବଡି ମିଟିଂ ହୋଇପାରିଲା ନାହିଁ। ସରକାରଙ୍କ ନିକଟକୁ ସଂଘର ଦାବି ସମୟାନୁସାରେ ଦିଆଯାଇ ପାରିଲା ନାହିଁ। 
ସଂଘ କର୍ମକର୍ତ୍ତାଙ୍କର ଏତାଦୃଶ କାର୍ଯ୍ୟରେ ଅସନ୍ତୁଷ୍ଟ ହୋଇ ବହୁ ସଂଖ୍ଯାରେ ଯୁବ ଏଏସଓ ଏସବୁ ପଛରେ ଥିବା ମୁଖ୍ଯ କାରଣ ଯଥା ଟେଣ୍ଟ ହାଉସ ବେପାରକୁ ବନ୍ଦ କରିବା ପାଇଁ ଏକାଠି ହେଲେ ଏବଂ ସେହିଦିନ ଠାରୁ ଓସା ହାଉସ ରେ ତାଲା ପଡ଼ିଛି। କିଛି ମାସ ତଳେ ଅନେକ ସଂଘ ପ୍ରେମୀ ଯୁବ ଏଏସଓ କୋଡି କୋଦାଳ ଧରି ଓସା ପରିସରରୁ ଅନାବନା ଘାସ ସଫା କରିଥିଲେ। ଇତି ମଧ୍ୟରେ ଓସା ହାଉସରେ ଦାୟିତ୍ୱ ରେ ଥିବା କାଳନ୍ଦୀ ମଲିକଙ୍କ ମୁତ୍ଯୁ ଭଳି ଦୁଃଖଦ ଖବର ଆସି ପହଞ୍ଚିଚି। ବକେୟା ବିଜୁଳି ବିଲ ନ ଦେବାରୁ, ଓସା ହାଉସର ବିଜୁଳି ସଂଯୋଗ ବିଛିନ୍ନ କରାଯାଇଛି। 

ଓସା ଓ ଏହାର ସଂବିଧାନ -
ଯଦିଓ ଓସା ଏକ ସର୍ଭିସ ଆସୋସିଏସନ, ତଥାପି ଏହାର ସଂବିଧାନ (ବାଇ ଲ) ପ୍ରାୟ ଅନ୍ୟ ଆସୋସିଏସନ ପରି ତିଆରି। ନିୟମାନୁସାରେ, ଗତ ୨୯ ଜୁଲାଇ, ୨୦୧୯ ରେ କର୍ମକର୍ତ୍ତାଙ୍କ ର କାର୍ଯ୍ୟକାଳ ସରିଯାଇଛି। ମାତ୍ର ଏହା ପରେ ଯେଉଁ ଦୁଇଟି ଉପାୟ ଅବଲମ୍ବନ କରିବା କଥା କିଛି କରାଗଲା ନାହିଁ। 
୧.  କାର୍ଯ୍ୟକାଳ ସରିବା ପରେ, ନୂତନ କର୍ମକର୍ତ୍ତା ଚୟନ/ନିର୍ବାଚନ କରିବା ପାଇଁ ସାଧାରଣ ସଂପାଦକ ଜେନେରାଲ କାଉନସିଲ ମିଟିଂ ଆହ୍ବାନ କରି ନିଜ ସମୟର ହିସାବ ପ୍ରକାଶ କରିବା କଥା। ଉକ୍ତ ମିଟିଂରେ ନିର୍ବାଚନ କମିଶନର ନିଯୁକ୍ତ ହୋଇଥାନ୍ତି ଏବଂ ଆଗାମୀ ଏକମାସ ମଧ୍ୟରେ ନିର୍ବାଚନ କରାଇ ନୂତନ କର୍ମକର୍ତ୍ତା ଗଠନ କରିଥାନ୍ତି। 
୨. ଯଦି ସଂଘର କିଛି ଜରୁରୀ କାର୍ଯ୍ୟ ଚାଲିଥାଏ, କର୍ମକର୍ତ୍ତା ଚାହିଁଲେ, ଉକ୍ତ GC Meeting ରେ ଛଅମାସ କାର୍ଯ୍ୟକାଳ ବଢାଇବା ପାଇଁ ଅନୁମତି ନେଇପାରିବେ। 

ମାତ୍ର ଉପରୋକ୍ତ ଦୁଇଟି ରୁ କିଛି କରାଯାଇ ନାହିଁ। କେହି ହେଲେ ନିଜ ପଦରୁ ଇସ୍ତଫା ମଧ୍ୟ ଦେଇନାହାନ୍ତି।   ଫଳରେ ନିୟମାନୁସାରେ ଏବେ ଓସାରେ କୌଣସି କର୍ମକର୍ତ୍ତା ନାହାଁନ୍ତି। ଏଭଳି ପରିସ୍ଥିତିରେ ନାଚାର ହୋଇ ଗତ ସେପ୍ଟେମ୍ବର ମାସରେ   କିଛି ସକ୍ରିୟ ଏଏସଓ ଙ୍କ ପ୍ରଚେଷ୍ଟାରେ ପ୍ରାୟ ୧୨୦୦ ସଭ୍ୟଙ୍କ ଦସ୍ତଖତ ମାଧ୍ୟମରେ ସ୍ବରାଷ୍ଟ୍ର  ବିଭାଗର ପ୍ରମୁଖ ଶାସନ ସଚିବ ଙ୍କ ଦ୍ରୁଷ୍ଟି ଆକର୍ଷଣ କରାଗଲା। ଫଳରେ ୩୧ ଅକ୍ଟୋବର ସୁଦ୍ଧା ନିର୍ବାଚନ କରିବାକୁ ସାଧାରଣ ସଂପାଦକଙ୍କୁ ସ୍ବରାଷ୍ଟ୍ର  ବିଭାଗର ନିର୍ଦ୍ଦେଶ ଆସିଲା। ହେଲେ ଏହାକୁ ମଧ୍ୟ କେହି ମାନିଲେ ନାହିଁ। 


ପରିଣାମ -
ଏବେ ସମସ୍ତେ ଅସହାୟ। ଉପାୟ ଶୁନ୍ଯ। ଧିରେ ଧିରେ ଆନ୍ତରିକତା ମଧ୍ୟ କମିଗଲାଣି। ରାଜ୍ୟର ଅନ୍ୟ ଆସୋସିଏସନ ମଧ୍ୟ ଓସାର ଏପ୍ରକାର ସ୍ଥାଣୁତାକୁ ନେଇ ବିସ୍ମିତ ଓ ଦୁଖିତ ମଧ୍ଯ। ଏହାର ପରିଣାମ ଆଜି ସମସ୍ତେ ଭୋଗୁଛନ୍ତି। ସରକାରଙ୍କ ୫% ମହଙ୍ଗା ଭତ୍ତା, ସପ୍ତମ ବେତନ କମିଶନ ହାରରେ ଘରଭଡ଼ା କିମ୍ବା ୬୦% ବକେୟାରୁ ସମସ୍ତେ ବଞ୍ଚିତ। ଦାବି କରିବା ପାଇଁ କେହି ଆଗ୍ରହୀ ନୁହଁନ୍ତି। 

ଏବେ ଜାନୁଆରୀ ମାସ ସରିବାକୁ ବସିଲାଣି। 

ବିକଳ୍ପ -
ଓସା ବାଇ-ଲ ଅନୁଯାୟୀ, General Council ର ୧/୪ ସଭ୍ୟ ଏକାଠି ହୋଇ କିଛି ନିଷ୍ପତ୍ତି ନେଇପାରିବେ। ଏହା ଠାରୁ ଅଧିକ କ୍ଷମତା ଅଛି General Body ର। ପ୍ରାୟ ୨୦୦ ରୁ ଅଧିକ ସଭ୍ୟଙ୍କ ଉପସ୍ଥିତି ରେ General Body କିଛି ନିଷ୍ପତ୍ତି ନେଲେ, ଏହା ସର୍ବତ୍ର ଗ୍ରହଣୀୟ ହୋଇପାରିବ। ନିର୍ବାଚନ ପରିଚାଳନା ଖର୍ଚ୍ଚ ସମସ୍ତ ସଭ୍ୟଙ୍କ ଠାରୁ ସଭ୍ୟ ଚାନ୍ଦା ଆକାରରେ ଆଦାୟ କରିହେବ। 

ସଂଘର ସ୍ଥାଣୁତା କିଛି ଶୁଭ ସଂକେତ ନୁହେଁ। ବିଶ୍ରୁଙ୍ଖଳା ଆଳରେ ସଂଘର ରେଜିଷ୍ଟ୍ରେସନ ସ୍ବ ରାଷ୍ଟ୍ର ବିଭାଗ ପ୍ରତ୍ୟାହାର କରିବା ପୂର୍ବରୁ ସମସ୍ତଙ୍କୁ ଜାଗ୍ରତ ହେବାକୁ ପଡିବ। ଓସାର ସ୍ଥିତି ରକ୍ଷା ପାଇଁ ଓଡିଶା ସଚିବାଳୟ ସେବା କ୍ୟାଡରଭୁକ୍ତ ଆଗ୍ରହୀ ଓ ଅଭିଜ୍ଞ ଅଧିକାରୀ ଆଗକୁ ଆସିବା ଦରକାର। ଖୁବ କମ୍ ସମୟରେ କିପରି ନିର୍ବାଚନ କରାଯାଇ ପାରିବ ସେଥିପାଇଁ ବ୍ୟବସ୍ଥା ହେବା ଆବଶ୍ଯକ। 
ଏକ ଭଲ ଦିନ ଅପେକ୍ଷାରେ.... 

No comments: