Monday 20 February 2023

ଉତ୍ସସୁକତା ଓ ଆଶଙ୍କା ରେ ସଚିବାଳୟ ଏଏସ୍ଓ ପରୀକ୍ଷାର୍ଥୀ : ରାୟକୁ ଅପେକ୍ଷା

ସଚିବାଳୟ ସେବା ବର୍ଗର ସହାୟକ ଉପବିଭାଗ ଅଧିକାରୀ ପଦବୀ ପାଇଁ ଓଡ଼ିଶା ଲୋକସେବା ଆୟୋଗଙ୍କ ଦ୍ବାରା କରାଯାଇଥିବା ନିଯୁକ୍ତି ପରୀକ୍ଷା ୨୦୨୧ ର ଚୟନ ପଦ୍ଧତି କୁ ନେଇ କିଛି ପରୀକ୍ଷାର୍ଥୀ ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ। ଚଳିତ ମାସ ୧୦ ତାରିଖରେ ଏହାର ଶୁଣାଣି ଶେଷ କରି ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କ ଖଣ୍ଡପୀଠ ତାଙ୍କର ରାୟକୁ ସଂରକ୍ଷିତ ରଖିଛନ୍ତି। 
ତେବେ ଦିନ ଯେତିକି ବଢୁଛି, ସବୁ ମହଲରେ ଉତ୍ସୁକତା ବଢିବା ସହିତ ଅନେକ ଆଶଙ୍କିତ ମଧ୍ଯ ରହୁଛନ୍ତି। ଗୋଟିଏ ପଟେ ତାଲିକାଭୁକ୍ତ ପିଲାମାନେ କଟିଯିବା ନେଇ ଆଶଙ୍କିତ ଥିବାବେଳେ ଅନ୍ୟ ପଟରେ କିଛି ନୂଆ ପିଲା ସେମାନଙ୍କ ମାର୍କ ଅନୁଯାୟୀ ସୁଯୋଗ ପାଇବା ନେଇ ଆଶାବାଦୀ । ଧିରେ ଧିରେ ଆଲୋଚନା ଯେତେ ବଢୁଛି, ସେତେ Probability, Permutations, Combinations  ପ୍ରୟୋଗ କରି ନୂଆନୂଆ ଗୁଜବ ତିଆରି କରାଯାଉଛି। 
ଅଦାଲତର କାର୍ଯ୍ୟ ପ୍ରଣାଳୀ ଅନୁଯାୟୀ ପ୍ରତ୍ୟେକ ଦିନର ଶୁଣାଣି / ରାୟ  ପାଇଁ ପ୍ରସ୍ତୁତ କେସ ତାଲିକା ପୂର୍ବଦିନ ସଂଧ୍ଯା ୭ଟା ରୁ ୮ଟା ଭିତରେ ଓ୍ୱେବସାଇଟ ରେ ପ୍ରକାଶ ପାଏ। ସେଥିପାଇଁ ଅତୀତରେ ଏହି ମାମଲାର ଶୁଣାଣି କେଉଁ ତାରିଖରେ କେତେ ସମୟରେ ହେବ କୁହାଯାଇପାରିଥିଲା । କିନ୍ତୁ ରାୟ କେବେ ପ୍ରକାଶ କରାଯିବ ତାହା ଏପର୍ୟ୍ଯନ୍ତ ଘୋଷଣା ହୋଇନାହିଁ। ତେଣୁ ଏ ସଂପର୍କ ରେ ଆଗୁଆ ସୂଚନା ଜଜ୍ ଙ୍କ ବ୍ୟତୀତ ଆଉ କାହା ପାଖରେ ନାହିଁ। ସେହିପରି ରାୟରେ କଣ ଆସିବ ତାହା ମଧ୍ଯ କେବଳ ଜଜ୍ ଙ୍କୁ ହିଁ ଜଣା। ଆଉ ଯିଏ ଯାହା ଶୁଣୁଛନ୍ତି ସେ ସବୁ କେବଳ Probability, Permutations, Combinations ର ଫଳାଫଳ। 

ଶୁଣାଯାଉଥିବା କିଛି ସମ୍ଭାବନା : 
୧) ଓପିଏସସି କୁ ଭତ୍ସନା କରିବା ସହିତ ମୋଟ ମାର୍କ ଅନୁଯାୟୀ ନୂତନ ତାଲିକା ପ୍ରକାଶ ପାଇଁ ନିର୍ଦ୍ଦେଶ
୨) ପ୍ରକାଶ ପାଇଥିବା ତାଲିକାକୁ କାଏମ ରଖି ଆଉ କିଛି ଯୋଗ୍ୟ ପ୍ରାର୍ଥୀଙ୍କୁ ମିଶାଇବା
୩) ଓପିଏସସି ର ନିଷ୍ପତ୍ତି କାଏମ ରଖିବା ସହିତ ଆଗାମୀ ଦିନରେ ପୂର୍ବ ସୂଚନା ଦେବାକୁ ନିର୍ଦ୍ଦେଶ
୪) ଆଉଥରେ ପରୀକ୍ଷା କରାଇବା
ଉପରୋକ୍ତ ୪ଟିରୁ ଶେଷ ବିକଳ୍ପ ଟି ସଂପୂର୍ଣ୍ଣ ଭିତ୍ତିହୀନ। କାରଣ ପରୀକ୍ଷା ପରିଚାଳନା ଗତ ତ୍ରୁଟି ସମ୍ବନ୍ଧୀୟ ମାମଲାଟି ଅଦାଲତରେ ପୂର୍ବରୁ ଁଖାରଜ ହୋଇସାରିଛି। କିନ୍ତୁ ଅନ୍ୟ ୩ଟିରୁ କିଛି ବି ରାୟ ଆସିଲେ, ଆଗାମୀ ଦିନରେ ଆଉ କିଛି ମାମଲା ଦାୟର ହେବାର ସମ୍ଭାବନା ଅଛି। 
୧) ରାୟ ଯାହା ବିପକ୍ଷରେ ଯିବ, ସେ ପୁନର୍ବାର Review ପାଇଁ ଯାଇପାରେ
୨) ମାମଲା  Chief Justice କିମ୍ବା ଦୁଇ ଜଣିଆ ଖଣ୍ଡପୀଠ କୁ ଶୁଣାଣି ପାଇଁ ଯାଇପାରେ 
୩) ଅତିବେଶିରେ ମାମଲା ସୁପ୍ରିମ କୋର୍ଟ କୁ ଯାଇପାରେ

ଯଦି ମାମଲା ସମାଧାନ ପାଇଁ ଅଧିକ ସମୟ ଲାଗିବାର ସମ୍ଭାବନା ଦେଖାଦିଏ, ତେବେ କେବଳ Stay Order vacate କରି ଉକ୍ତ ମାମଲାର ଚୁଡାନ୍ତ ରାୟକୁ ସର୍ତ୍ତ ହିସାବରେ ରଖି ନିଯୁକ୍ତି ଦିଆଯାଇପାରେ। 

କିନ୍ତୁ ଆଶା କରିବା, ମାମଲାର ଗୁରୁତ୍ବକୁ ଉପଲବ୍ଧ କରି ମାନ୍ୟବର ଅଦାଲତ ସଠିକ ରାୟ ପ୍ରକାଶ କରିବେ। ଏଥି ସହିତ ସମସ୍ତଙ୍କୁ ଧୈର୍ଯ୍ୟ ରଖିବାକୁ ପଡିବ। ସବୁ ଜିନିଷ ପ୍ରକ୍ରିୟା ଅନୁଯାୟୀ ହେବ। ଏ ଲଢେଇ ବ୍ୟକ୍ତିଗତ ନୁହେଁ ବରଂ କିଛି ପ୍ରକ୍ରିୟାଗତ ସଂସ୍କାର ପାଇଁ। 
 

-------ଆଗାମୀ ଦିନର କେସ ଆଡମିଶନ / ଶୁଣାଣି / ରାୟ ତାଲିକା ଜାଣିବେ କିପରି ------
୧ ) ହାଇକୋର୍ଟ ଙ୍କ ଓ୍ୱେବସାଇଟ ଖୋଲନ୍ତୁ

୨) Cause List (in PDF format) କୁ କ୍ଲିକ୍ କରନ୍ତୁ

୩) Weekly List କୁ କ୍ଲିକ୍ କରନ୍ତୁ ଓ ଡାଉନଲୋଡ୍ କରନ୍ତୁ

୪) PDF ଡାଉନଲୋଡ୍ ପରେ ସେଥିରୁ Search 🔍 କିମ୍ବା CTRL+F  ଦ୍ୱାରା  WP(C) No.32174 କିମ୍ବା Rajat Kumar Mishra ଖୋଜିପାରିବେ। 


ଖୁବ ଶୀଘ୍ର ରାୟ ପ୍ରକାଶ ପାଇଁ ସମସ୍ତେ ଆଶାବାଦୀ। 

No comments: