Thursday, 9 February 2023

Case hearing on 'ASO Recruitment 2021' : Again tomorrow@3:30PM

ସଚିବାଳୟ ଏଏସ୍ଓ ନିଯୁକ୍ତି ୨୦୨୧ ସମ୍ପର୍କିତ ମାମଲାରେ ଉଭୟ ଆବେଦନକାରୀ ତଥା ପ୍ରତିପକ୍ଷଙ୍କ ତରଫରୁ ଜବାବସୁଆଲ ଲଗାତର ଭାବେ ଦୁଇଦିନ ଧରି ଚାଲିବା ପରେ ମାନ୍ୟବର ଅଦାଲତ ଏହାର ପରବର୍ତ୍ତୀ ଶୁଣାଣି ଆସନ୍ତାକାଲି ତା ୧୦.୦୨.୨୦୨୩ ରିଖ ଅପରାହ୍ନ ୩.୩୦ଘଟିକାକୁ ଧାର୍ଯ୍ୟ କରିଛନ୍ତି। 
ଗତକାଲି ଆବେଦନକାରୀଙ୍କ ଓକିଲ ପ୍ରାୟ ଏକ ଘଣ୍ଟା ଧରି ନିଜର ପକ୍ଷ ଉପସ୍ଥାପନ କରି ସମସ୍ତ ଦିଗରୁ ଆଲୋକପାତ କରିଥିଲେ। ସେହିପରି ଆଜି ଓପିଏସସି ତଥା ସରକାରଙ୍କ ତରଫରୁ ଆଡଭୋକେଟ ଜେନେରାଲ ଏକ ଘଣ୍ଟା ରୁ ଉର୍ଦ୍ଧ୍ବ ସମୟ ଧରି କାଉଣ୍ଟର କରିଥିଲେ। ତେବେ କେସ୍ ର ଗୁରୁତ୍ବକୁ ଲକ୍ଷ୍ୟ କରି ପୁଣି ଏହାକୁ ଆସନ୍ତା କାଲି ଶୁଣାଣି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆଶା କରାଯାଏ ଆସନ୍ତାକାଲି ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ରଖାଯିବ। 
ତେଣୁ ଖୁବଶୀଘ୍ର ଉକ୍ତ କେସ୍ ର ରାୟ ପ୍ରକାଶ ପାଇବାର ସମ୍ଭାବନା ରହିଛି। 

No comments: