Tuesday 7 February 2023

ASO Result Court Case : Next hearing on 9th Feb (3PM)

ସଚିବାଳୟ ଏଏସ୍ଓ ପରୀକ୍ଷାରେ ଚୟନ ପଦ୍ଧତିକୁ ନେଇ ହୋଇଥିବା ମାମଲାର ଶୁଣାଣି ଆଜି ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଦ୍ବାରା କରାଯାଇଥିଲା। ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କ ଅଦାଲତରେ ହୋଇଥିବା ଶୁଣାଣିରେ ପ୍ରାୟ ୧ ଘଣ୍ଟା ଧରି ଆବେଦନକାରୀଙ୍କ ଓକିଲ ନିଜର ପକ୍ଷ ରଖିଥିଲେ। ଅତୀତରେ ହୋଇଥିବା ପରୀକ୍ଷାର ଚୟନ ପଦ୍ଧତି, ନିଯୁକ୍ତି ନିୟମ ୨୦୧୬ ତଥା ନିଯୁକ୍ତି ବିଜ୍ଞାପନରେ ଥିବା ନିୟମର ସଂପୂର୍ଣ୍ଣ ବ୍ୟାଖ୍ୟା କରାଯାଇଥିଲା। ଏଥି ସହିତ ଦୁଇଟି ପିଲାର ମାର୍କକୁ ବିଶ୍ଳେଷଣ କରି ଓପିଏସସି କିପରି ଜଣେ ବେଷ୍ଟ ପିଲା ବଦଳରେ ଆଭରେଜ ପିଲାକୁ ଚୟନ କରିଛି, ତାହାର ଉଦାହରଣ ମାନ୍ୟବର ଅଦାଲତଙ୍କ ସାମ୍ନାରେ ରଖିଥିଲେ। ନେଗେଟିଭ ମାର୍କ ଯୋଗୁଁ କିଛି ପିଲା ଗୋଟିଏ ବିଷୟରେ ୪୦% ରଖିପାରିନଥିଲେ ମଧ୍ଯ ମୋଟ ମାର୍କ ବହୁତ ଅଧିକ ରଖିଛନ୍ତି। କିନ୍ତୁ ସେମାନେ ଚୁଡାନ୍ତ ତାଲିକାଭୁକ୍ତ ହୋଇନାହାନ୍ତି। ସେହିପରି ଚାକିରୀରେ କମ୍ପ୍ୟୁଟର ଜ୍ଞାନ ନିହାତି ଆବଶ୍ଯକ ଥିବାରୁ କମ୍ପ୍ୟୁଟର ପରୀକ୍ଷାରେ କ୍ଵାଲିଫାଇଙ୍ଗ ମାର୍କ ନିର୍ଦ୍ଦିଷ୍ଟ ଭାବେ ସୂଚିତ ଅଛି । କିନ୍ତୁ ଲିଖିତ ପରୀକ୍ଷା ପାଇଁ କ୍ଵାଲିଫାଇଙ୍ଗ ମାର୍କ ନଥିବା ସତ୍ତ୍ବେ କମିଶନ ଏହାକୁ ପ୍ରୟୋଗ କରି ଅନେକ ମେଧାବୀ ଛାତ୍ରଛାତ୍ରୀ ଙ୍କ ପ୍ରତି ଅବିଚାର କରାଯାଇଥିବାର ଅଭିଯୋଗ ଆବେଦନକାରୀଙ୍କ ପକ୍ଷରୁ କରାଯାଇଥିଲା।
ଶେଷରେ ମାନ୍ୟବର ଅଦାଲତ ଏହି ମାମଲାର ଶୁଣାଣି ଆସନ୍ତା କାଲି (୦୮। ୦୨। ୨୦୨୩) କୁ ରଖିବାକୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଉଭୟ ପକ୍ଷର ନିଷ୍ପତ୍ତି ଅନୁଯାୟୀ, ପରବର୍ତ୍ତୀ ଶୁଣାଣି ଆସନ୍ତା ତା୦୯। ୦୨। ୨୦୨୩ ରିଖ ଦିନ ୩ଟା ବେଳେ କରିବାକୁ ନିଷ୍ପତ୍ତି ନିଆଗଲା। ସେହିଦିନ ଓପିଏସସି ତରଫରୁ ନିଜର ପକ୍ଷ ରଖାଯାଇପାରେ। 

ସେ ଯାହା ହେଉ, ଆଶା କରିବା ଏହି ଶୁଣାଣି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିବାକୁ ଯାଉଛି। ତେଣୁ ଖୁବ ଶୀଘ୍ର ମାନ୍ୟବର ଅଦାଲତ ଏହି ମାମଲାର ଶୁଣାଣି କରି ରାୟ ପ୍ରଦାନ କରିବେ ବୋଲି ସମସ୍ତେ ଆଶା କରୁଛନ୍ତି। 

ସୂଚନାଯୋଗ୍ୟ, ୭୯୬ ପଦବୀ ପାଇଁ ହୋଇଥିବା ଏଏସ୍ଓ ପରୀକ୍ଷାରେ କ୍ୱାଲିଫାଇଙ୍ଗ ମାର୍କ ଆଧାରରେ ୧୧୦୪ ଜଣଙ୍କୁ ଚୟନ କରାଯାଇ ସେମାନଙ୍କ କମ୍ପୁଟର ସ୍କିଲ ଟେଷ୍ଟ କରାଯାଇସାରିଛି। କିନ୍ତୁ ଚୁଡାନ୍ତ ଚୟନ ତାଲିକା ପ୍ରକାଶ ଉପରେ ମାନ୍ୟବର ଅଦାଲତ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। 

No comments: