Friday 5 July 2024

ଦିବଂଗତ ମୋରା ମାରାଣ୍ଡୀ ଙ୍କୁ ସଚିବାଳୟ ସହକର୍ମୀଙ୍କ ତରଫରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ

ସଚିବାଳୟ ପଛ ଗେଟ ନିକଟରେ ସହୃଦୟ ସହକର୍ମୀବୃନ୍ଦ ଉପସ୍ଥିତ ରହି ଦିବଂଗତ ମୋରା ମାରାଣ୍ଡିଙ୍କ ପାର୍ଥିବ ଶରୀରକୁ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ତଥା ଶେଷ ସମ୍ମାନ ପ୍ରଦାନ କରିଥିଲେ। 
ସୂଚନା ଯୋଗ୍ୟ , ସଚିବାଳୟର ଖଣି ଓ ଇସ୍ପାତ ବିଭାଗରେ ନୂତନ ଭାବେ ଗତ ଫେବୃୟାରୀ ମାସରେ ସହାୟକ ଉପବିଭାଗ ଅଧିକାରୀ (ଏ.ଏସ.ଓ) ଭାବେ ଯୋଗ ଦେଇଥିବା ଶ୍ରୀ ମାରାଣ୍ଡୀଙ୍କ ମୃତଦେହ ଗତକାଲି ଆଚାର୍ୟବିହାର ସ୍ଥିତ ମେସରୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସପିଟାଲ ଶବାଗାରରେ  ରଖାଯାଇଥିଲା । ପରିବାର ଲୋକ ଆସିବା ପରେ ଆଜି ଶବ ବ୍ୟବଛେଦ କରାଯାଇ ସଚିବାଳୟ ଗେଟ ନମ୍ବର ୫ ନିକଟକୁ ଅଣାଯାଇଥିଲା ।  ନିଜ ପୈତୃକ ଗ୍ରାମ ମୟୂରଭଞ୍ଜରେ ତାଙ୍କର ଶବ ସତ୍କାର କରାଯିବ ବୋଲି ପରିବାର ଲୋକ ଜଣାଇଛନ୍ତି । 
ସେହିପରି ସଚିବାଳୟ ସେବା ସଂଘ ତରଫରୁ ଆଜି ମଧ୍ୟାହ୍ନରେ ପଞ୍ଚାୟତିରାଜ ପଡିଆରେ ଉପସ୍ଥିତ ରହି ସ୍ବର୍ଗତ ଆତ୍ମାର ଶାନ୍ତି ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା । 




No comments: