Thursday 22 August 2024

Joining of ASO in Secretariat (OPSC 2021 Batch)

ଦୀର୍ଘ ଦିନର ଅଦାଲତି ମାମଲାରେ ଛନ୍ଦି ହେବା ପରେ ରାଜ୍ୟ ସଚିବାଳୟ ରେ ୭୯୬ ଏଏସ୍ଓ ପଦବୀ ପୂରଣ ପାଇଁ  ବାଟ ଖୋଲିଥିଲା । ତା୨୨.୧୨.୨୦୨୩ରିଖ ଦିନ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କର ରାୟ (DOWNLOAD) ଅନୁଯାୟୀ ଓଡ଼ିଶା ଲୋକସେବା ଆୟୋଗ ତରଫରୁ ୭୮୭ ଜଣଙ୍କର ଚୂଡାନ୍ତ ମେଧା ତାଲିକା (DOWNLOAD) ତା୩୦.୧୨.୨୦୨୩ରିଖ ରେ ପ୍ରକାଶ ପାଇଥିଲା। 

ପରବର୍ତ୍ତୀ ସମୟରେ ବିଭିନ୍ନ କାରଣରୁ ୭୧ ଜଣଙ୍କୁ ବାଦ୍ ଦେଇ (DOWNLOAD) ସ୍ଵରାଷ୍ଟ୍ର ବିଭାଗ ତରଫରୁ ତା୦୮.୦୨.୨୦୨୪ରିଖରେ ୭୧୬ ଜଣ ପରୀକ୍ଷାର୍ଥୀଙ୍କୁ ନିଯୁକ୍ତି ପତ୍ର  (DOWNLOAD) ଜାରି କରାଯାଇଥିଲା ।

ଇତି ମଧ୍ୟରେ ଅନେକ ପରୀକ୍ଷାର୍ଥୀ ଫେବୃଆରୀ ମାସରେ କାର୍ଯ୍ୟରେ ଯୋଗ ଦେଇଥିବାବେଳେ କିଛି ପରୀକ୍ଷାର୍ଥୀ ବିଭିନ୍ନ କାରଣରୁ ଚାକିରୀରେ  ଯୋଗଦେବା ସମୟ ବୃଦ୍ଧି ପାଇଁ ଅନୁମତି ନେଇଥିଲେ । ତେବେ ସାଧାରଣ ପ୍ରଶାସନ ବିଭାଗ ନିୟମ ନିର୍ଦ୍ଦେଶ ଅନୁଯାୟୀ ଏହି ଅନୁମତି, ନିଯୁକ୍ତି ପତ୍ର ପ୍ରଦାନର ସର୍ବାଧିକ ୬ ମାସ ପର୍ଯ୍ୟନ୍ତ ଦିଆଯାଇ ପାରିବ । 

ତେଣୁ ଆବେଦନ କରିଥିବା ପରୀକ୍ଷାର୍ଥୀଙ୍କୁ ସ୍ଵରାଷ୍ଟ୍ର ବିଭାଗ ତରଫରୁ ତା୦୭.୦୮.୨୦୨୪ରିଖ ପର୍ଯ୍ୟନ୍ତ ଅନୁମତି ପ୍ରଦାନ କରାଯାଇଥିଲା ।

ବିଭିନ୍ନ ସୂତ୍ରରୁ ସାଂଗୃହିତ ତଥ୍ୟ ଅନୁଯାୟୀ ଏଯାବତ୍ ମୋଟ ୬୭୫ ଜଣ ଏଏସ୍ଓ ରାଜ୍ୟ ସଚିବାଳୟର ବିଭିନ୍ନ ବିଭାଗରେ ଯୋଗ ଦେଇଛନ୍ତି । (# Real information may be collected from Official source)

1 comment:

Sabyasachi M said...

Next ASO notification ? 2024 or 2025?.?
No. Of vacancies???
Please reply, sir..