Saturday 31 August 2024

OSEAA Football Cup - 2024 : Finance Department Champion


ସଚିବାଳୟ ମିନି ଷ୍ଟାଡୟମରେ ଗତ ଜୁଲାଇ,୩୧ ତାରିଖରୁ ଆରମ୍ଭ ହୋଇଥିବା ଆନ୍ତଃ ବିଭାଗୀୟ 5-A Side ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଆଜି ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି । 
ଓଡ଼ିଶା ସଚିବାଳୟ ଏମ୍ପ୍ଲୟିସ ଆଥଲେଟିକ୍ ଆସୋସିଏସନ୍ ଦ୍ଵାରା ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ଅର୍ଥ ବିଭାଗ ଚମ୍ପିୟାନ ହୋଇଥିଲା ବେଳେ STSC ବିଭାଗ ଉପବିଜେତା ହୋଇଥିଲା। ସେହିପରି ଅନ୍ୟ ଏକ ମ୍ୟାଚ୍ ରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତାର ବିପକ୍ଷରେ ପଞ୍ଚାୟତିରାଜ ବିଭାଗକୁ ହରାଇ ତୃତୀୟ ସ୍ଥାନ ହାସଲ କରିଥିଲା।
ଭରପୁର ଦର୍ଶକ ଙ୍କ ଉପସ୍ଥିତିରେ ଏକ ରୋମାଞ୍ଚକର ଫ୍ଲଡଲାଇଟ ଫାଇନାଲ ମ୍ୟାଚ୍ ଦେଖିବାକୁ ମିଳିଥିଲା । ସେହିପରି ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ଅବକାରୀ, ପୂର୍ତ୍ତ ତଥା ଆଇନ ମନ୍ତ୍ରୀ ଶ୍ରୀ ପ୍ରୁଥିରାଜ୍ ହରିଚନ୍ଦନ ଏଵଂ ସମ୍ମାନିତ ଅତିଥି ଭାବେ ରାଜ୍ୟ ବିଜେପି ଉପସଭାପତି ଶ୍ରୀ ଗୋଲକ ବିହାରୀ ମହାପାତ୍ର, ବରିଷ୍ଠ ପ୍ରଶାସନିକ ଅଧିକାରୀ ଶ୍ରୀ ସତ୍ୟବ୍ରତ ରାଉତ ତଥା ୟୁକୋ ବ୍ୟାଙ୍କ ଜୋନାଲ ମୁଖ୍ୟ ଶ୍ରୀ ଚିନ୍ମୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ଖେଳାଳୀ ମାନଙ୍କୁ  ଟ୍ରଫି ପ୍ରଦାନ କରିଥିଲେ ।


FINANCE DEPARTMENT 
CHAMPION 

STSC DEV. DEPARTMENT 
RUNNERS UP

SCHOOL & MASS EDN. DEPARTMENT 
THIRD PLACE

PHOTO GALLERY 👇
(Click the photos for better view)




























































No comments: