ୟୁ ଟ୍ୟୁବ ପତ୍ରିକା 'ପାହାଚ'ର ଲୋକାର୍ପଣ ।
**
ଭୁବନେଶ୍ୱର - ତା ୧୯.୧୨.୨୦୨୫ : ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଡିସେମ୍ବର ମାସର ସ୍ୱାରସ୍ବତ ଆସର ଲୋକସେବା ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗତ ଆସରରେ ପ୍ରଖ୍ୟାତ କବି ରାଜେନ୍ଦ୍ର କିଶୋର ପଣ୍ଡା ଓ ପରିଷଦର ପୂର୍ବତନ ସଭାପତି ସ୍ୱର୍ଗତ ସୁକାନ୍ତ ସୁବୁଦ୍ଧିଙ୍କ ସ୍ମୃତିରେ ହୋଇଥିବା କବିତା ପାଠର ସମ୍ପାଦିତ ଭିଡ଼ିଓର ଲୋକାର୍ପଣ କରାଯାଇଥିଲା । ପରିଷଦର ୟୁ ଟ୍ୟୁବ ପତ୍ରିକା 'ପାହାଚ'ରେ ଏହାର ପ୍ରିମିୟର ହୋଇଥିଲା । ବିଦାୟୀ ବର୍ଷ ଉପଲକ୍ଷେ ସ୍ୱତନ୍ତ୍ର କବିତା ପାଠ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ମୌସୁମୀ ଦାସ । ଏହି ଅବସରରେ ପୂର୍ବତନ ଯୁଗ୍ମ ଶାସନ ସଚିବ ବନ୍ଦିତା ଦାଶ, ଉପ-ସଭାପତି କମଳିନୀ ମଲ୍ଲିକ, ପୁଷ୍ପାଞ୍ଜଳି ବିଶୋୟୀ, ସଞ୍ଜୟ ଆନନ୍ଦ କୁମାର ତ୍ରିପାଠୀ , ବିଜନବାଳା ପାଟଯୋଷି , ସୁଶାନ୍ତ ଧର ,ମୌସୁମୀ ଦାସ ସ୍ୱରଚିତ କବିତା ପାଠ କରିଥିଲେ । ଆଜିର ଆସରରେ ସଭାପତିତ୍ୱ କରିଥିଲେ ପରିଷଦର ଉପ ସଭାପତି କମଳିନୀ ମଲ୍ଲିକ । ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଅନୀଲ କୁମାର ବେହେରା । ଲେଖକ ପରିଷଦର ୟୁ ଟ୍ୟୁବ ସାହିତ୍ୟ ପତ୍ରିକା 'ପାହାଚ'ରେ ନିୟମିତ ଭାବେ ଭିଡ଼ିଓ ଅପଲୋଡ଼ କରାଯିବ ବୋଲି ସାଧାରଣ ସମ୍ପାଦକ ସଞ୍ଜୟ ଆନନ୍ଦ କୁମାର ତ୍ରିପାଠୀ ସୂଚନା ଦେବା ସହିତ ଏହାକୁ https://youtu.be/1HIbk4Qbyko?si=gvBoRk9LRO1UjAwi ରେ କ୍ଲିକ କରି ସବସ୍କ୍ର।ଇବ କରିବା ପାଇଁ ଅନୁରୋଧ କରିଛନ୍ତି ।

.jpeg)
No comments:
Post a Comment