Friday, 19 December 2025

Valedictory Function of 4th Batch ASO Induction Trainees at OSTI

ଓଡ଼ିଶା ସଚିବାଳୟର ଚତୁର୍ଥ ବ୍ୟାଚ (OPSC 2021
ସହାୟକ ଉପବିଭାଗ ଅଧିକାରୀମାନଙ୍କ ପ୍ରଶିକ୍ଷଣ ଶେଷ 

ଅଶୋକ ନଗର ସ୍ଥିତ ଓଡ଼ିଶା ସଚିବାଳୟ ପ୍ରଶିକ୍ଷଣ ଅନୁଷ୍ଠାନ (OSTI)ର ନବନିର୍ମିତ ଅଟ୍ଟାଳିକାରେ ଗତ ତା.୧୫.୧୨.୨୦୨୫ ରିଖ ଦିନ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଓଡ଼ିଶା ସଚିବାଳୟର ଚତୁର୍ଥ ବ୍ୟାଚ (Induction Training OPSC 2021) ର ୪୪ଜଣ ସହାୟକ ଉପବିଭାଗ ଅଧିକାରୀ (ପ୍ରଶିକ୍ଷାର୍ଥୀ) ମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ସୂଚନାଯୋଗ୍ୟ ଏହି ପ୍ରଶିକ୍ଷାର୍ଥମାନେ ୨୬.୦୫.୨୦୨୫ ଠାରୁ ୨୪.୦୯.୨୦୨୫ ପର୍ଯ୍ୟନ୍ତ ତୋଷାଳୀ ଭବନ ଠାରେ ଅସ୍ଥାୟୀ କ୍ୟାମ୍ପସରେ ପ୍ରଶିକ୍ଷଣ ନେଇଥିଲେ । ତେବେ OSTI ର ନୂତନ କ୍ୟାମ୍ପସରେ ପ୍ରଥମ କାର୍ଯକ୍ରମ ଭାବେ ଏହି ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା । ଏହି ଅଟ୍ଟାଳିକା ଓଡ଼ିଶା ରାଜ୍ୟ ପୋଲିସ୍ ଗୃହନିର୍ମାଣ ଓ କଲ୍ୟାଣ ନିଗମ ଦ୍ଵାରା ପ୍ରାୟ ୧୨.୫ କୋଟି ଟଙ୍କାରେ ନିର୍ମାଣ କରାଯାଇଛି । ଉପରୋକ୍ତ କାର୍ଯକ୍ରମ ରେ ସ୍ୱରାଷ୍ଟ୍ର ବିଭାଗ ଅତିରିକ୍ତ ମୂଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ମୁଖ୍ୟ ଅତିଥି ଭାବେ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ପ୍ରଣତି ଛୋଟରାୟ ଏବଂ ଓଡିଶା ପୋଲିସ ଗୃହନିର୍ମାଣ ଓ କଲ୍ୟାଣ ନିଗମର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ମହୋଦୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିରେ ୪୪ ଜଣ ସହାୟକ ଉପବିଭାଗ ଅଧିକାରୀଙ୍କ ସହିତ ସ୍ୱରାଷ୍ଟ୍ର ବିଭାଗର ଅଧିକାରୀ ତଥା ଅନ୍ୟାନ୍ୟ ବିଭାଗର କିଛି ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ ।

ଅନୁଷ୍ଠାନର ପ୍ରିନସିପାଲ ତଥା ଯୁଗ୍ମ ଶାସନ ସଚିବ ଶ୍ରୀ ମନୋଜ କୁମାର ଷଡଙ୍ଗୀ ସଭା ପରିଚାଳନା କରିଥିଲେ ଏବଂ ଶେଷରେ ଅଧ୍ୟାପକ ତଥା ଉପଶାସନ ସଚିବ  ଶ୍ରୀ ତରୁଣ କୁମାର ବିଶ୍ବାଳ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ। 

















No comments: